Browsing category

ଅପରାଧ

ତଟରକ୍ଷୀ ବାହିନୀର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଭୁବନେଶ୍ୱର,୨୬ା୩(ଏସଏସନିଉଜ) କେରଳର କୋଚିରେ ଧ୍ରୁବ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ତଟରକ୍ଷୀ ବାହିନୀର ହେଲିକପ୍ଟର ALH ଧ୍ରୁବ ମାର୍କ-୩ ହେଲିକପ୍ଟରରେ ଥିବା ୩ କର୍ମଚାରୀ ସୁରକ୍ଷିତ ଅଛନ୍ତି । ପରୀକ୍ଷାମୂଳକ ଉଡ଼ାଣ ବେଳେ ଦେଖାଦେଲା ଯାନ୍ତ୍ରିକ ତ୍ରୁଟି। ଦୁର୍ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି ତଟରକ୍ଷୀ ବାହିନୀ ।

ପାଟୁଆଙ୍କୁ ଆକ୍ରମଣ

ବୌଦ୍ଧ,୨୬ା୩(ଏସଏସନିଉଜ) ଦଣ୍ଡଯାତ୍ରାରେ ସାମିଲ ପାଟୁଆଙ୍କୁ ଆକ୍ରମଣ ହେବାରୁ ସେମାନଙ୍କ ମଧ୍ୟରୁ ୭ଜଣ ଗୁରୁତର ଆହତ ହୋଇଛନ୍ତି ।ଚଣ୍ଡୀଗଡ଼ଗାଁରେ ଦଣ୍ଡ ନରଖିବାରୁ ବେନ୍ତିଲିପାଲି ନିକଟରେ ଆକ୍ରମଣ ହୋଇଥିଲା । ଗୁରୁତର ୨ପୂଜକ ଓ ୫ ପାଟୁଆ ମେଡିକାଲରେ ଭର୍ତ୍ତି ହୋଇଥିବାର ଜଣାପଡିଛି ।

କାର୍ ଧକ୍କାରେ ଦୁଇବାଇକ ଆରୋହୀ ମୃତ୍ୟୁ

ମାଲକାନଗିରି,୨୬ା୩(ଏସଏସନିଉଜ) MV-୬୬ ଗ୍ରାମ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି । କାର୍ ଧକ୍କାରେ ଦୁଇବାଇକ୍ ଆରୋହୀ ମୃତ୍ୟୁବରଣ କରିଥିବାବେଲେ ଦୁଇମୃତକ ସ୍ଥାନୀୟ ଅଞ୍ଚଳର ଏରାକୁଣ୍ଡାର କବାସୀ ଓ ଲଛା ମାଡ଼ି ବୋଲି ଜଣାପଡିଛି ।

ଗ୍ରାମ୍ୟଜଙ୍ଗଲରୁ ଝୁଲନ୍ତା ମୃତଦେହ ଉଦ୍ଧାର

ମେଣ୍ଢାଶାଳ,୨୬।୩(ଏସଏସନିଉଜ) ରବିବାର ପୂର୍ବାହ୍ନ ସମୟରେ ଅଙ୍ଗାରପଡାଗାଁ ନିକଟ ଜଙ୍ଗଲରୁ ଏକ ଝୁଲନ୍ତା ମୃତଦେହକୁ ମେଣ୍ଢାଶାଳଫାଣ୍ଡି ପୋଲିସ ଉଦ୍ଧାର କରିଛି।ମୃତୁବରଣ କରିଥିବା ବ୍ୟକ୍ତି ହେଉଛନ୍ତି ସୁରେଶ ମହାପାତ୍ର (୪୩)।ସୁରେଶଙ୍କଘର ଜଙ୍କିଆଥାନା ଅଧିନସ୍ତ ମଳିପଡାଗାଁରେ ହୋଇଥିବା ବେଳେ ସେ ମଞ୍ଚେଶ୍ୱର ଥାନାଅଧିନସ୍ଥ ଗାଡକଣରେ ରହିଥିଲେ। ପ୍ରକାସ ଯେ,ଅଙ୍ଗାରପଡା ଗାଁପାଖ ଗ୍ରାମ୍ୟଜଙ୍ଗଲରେ ନିଲସାଗଛରେ ବେକରେ ରାଶିଲଗାଇ ସୁରେଶ ଆତ୍ମହତ୍ୟା କରିଥିବାର ଜଣାପଡିଥିଲା। ସ୍ଥାନୀୟ ଗ୍ରାମର କିଛି ଲୋକ ଜଙ୍ଗଲକୁ ଯାଇଥିବା ବେଳେ ଏହି ଘଟଣାଦେଖି ପେଲିସକୁ ଖବରଦେଇଥିଲେ । ଗତ ୨୩ତାରିଖରେ […]

ରାଜଧାନୀରେ ଏନକାଉଣ୍ଟର

ଭୁବନେଶ୍ୱର,୨୬ା୩(ଏସଏସନିଉଜ) ଦୀର୍ଘଦିନର ବ୍ୟବଧାନପରେ ପୁଣି ରାଜଧାନୀରେ ଏନକାଉଣ୍ଟର ହୋଇଛି । କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ପଲେଇକୁ ବାଂକୁଆଲ ନଦୀଘାଟ ନିକଟରେ ଏନକାଉଣ୍ଟର କରିଛି କମିଶନରେଟ ପୋଲିସର ସ୍ପେଶାଲଟିମ୍ । ପୋଲିସକୁ ଦେଖି ଜିତେନ୍ଦ୍ର ଚଳାଇବାପରେ ପୋଲିସ ପ୍ରତିଆକ୍ରମଣରେ ଗୁଳି ଚାଳନା କରିଥିଲାା ଗତ୧୭ତାରଖରେ ୪ନମ୍ବରସ୍ଥିତ ସୁନାଦୋକାନୀ ଶ୍ରୀଜୁଏଲର୍ସ ରେ ବୋମାମାଡ଼ କରିଥିବା ସହ ୫୦ରୁ ଅଧିକ ଅପରାଧିକମାମଲାରେ ଜିତେନ୍ଦ୍ରର ସମ୍ପୃକ୍ତି ରହିଛି ।  

ଅଣ୍ଡାକାଢିବାବେଳେ ଚାଲିଗଲା ଧଳାମୟୁର ଜୀବନ

ବାରଙ୍ଗ,୨୪ା୩(ଏସଏସନିଉଜ)ପ୍ରାଣିଉଦ୍ୟାନ ନନ୍ଦନକାନନରେ ଗୁରୁବାରଦିନ ଏକ କୋକିଶିଆଳି ମୃତ୍ୟୁବରଣ କରିଥିବାବେଳେ ଶୁକ୍ରବାରଦିନ ଏକ ଧଳାମୟୁର ମୃତ୍ୟୁବରଣ କରିଛି ।ପ୍ରାୟ୫ବର୍ଷର ଏହି ଧଳାମୟୁରଟି ଗତଦୁଇଦିନ ହେବ ଅସୁସ୍ଥ ହେବା ସହ ଛୋଟେଇଛୋଟେଇ ଚାଲୁଥିଲା ।ସେରହୁଥିବା ପକ୍ଷୀଶାଳାର ୬୭ନଂଏନକ୍ଲାଜେରରେ ଇଞେକସନ ଦିଆଯାଇ ଚିକିସ୍‌ାଆରମ୍ଭ କରିଯାଇଥିଲେ ମଧ୍ୟ ସୁସ୍ଥ ହୋଇନଥିଲା ।ସ୍‌ାବସ୍ଥ୍ୟରେ ପରିବର୍ତନ ନହେବାରୁ ଶୁକ୍ରବାର ଅପରାହ୍ନ୩ଟାରେ ତାକୁ ନିଶାଇଞେକସନ ଦିଆଯାଇ ଡାକ୍ତରଖାନାକୁ ଅଣାଯାଇଥିଲା ।ସେଠାରେ ତାର ଚିକିସ୍‌ା ଆରମ୍ଭ ସହ ଛୋଟେଇବାର ପକୃତ କାରଣ ଜଣାପଡିବା ପରେ ତାପେଟରେ ଥିବା ଅଣ୍ଡାକୁ […]

ହୁଡିଂ ଉପରେ ମହୁମାଛି ଆକ୍ରମଣ,ଜଣେ ମୃତ

ବାରଙ୍ଗ,୨୪।୩(ଏସଏସନିଉଜ) ବାରଙ୍ଗଥାନା ଅନ୍ତର୍ଗତ ବଙ୍ଗାଳି ସାହି ଛକରେ ଥିବା ୫୦ ପୁଟର ହୋଡିଂ ଉପରେ ଚଢ଼ି କାମ କରିବାବେଳେ ମହୁମାଛି ଆକ୍ରମଣରେ ହୋଡିଂ ଉପରୁ ଖସିପଡ଼ି ଜଣେ ଯୁବକ ମୃତୁବରଣ କରିଥିବାବେଳେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଛନ୍ତି । ପ୍ରକାଶଯେ, ଗୁରୁବାର ବିଳମ୍ବିତ ରାତିରେ ଏକ ଆଡ଼ ଭାଇଟାଇଜ ମେଣ୍ଟ କମ୍ପାନୀ ଅଧୀନରେ କାମ କରୁଥିବା ଦୁଇଜଣ ଯୁବକ ବଙ୍ଗାଳିସାହି ଛକରେ ଥିବା ୫୦ ଫୁଟ ଉଚର ହୋଡିଂଉପରେ ଚଢ଼ି କାମ କରୁଥିଲେ।ଏହିସମୟରେ ହୁଡିଂ ଉପରେ […]

ଶିଖରଚଣ୍ଡୀ ପାହଡରେ ୩ଟିକିଆ ହାତୀ

ବାରଙ୍ଗ,୨୪ା୩(ଏସଏସନିଉଜ) ରାଜଧାନୀ ଉପକଣ୍ଠରେ ଥିବ ଅନ୍ୟଏକ ଆକର୍ଷଣୀୟ ଦର୍ଶନୀୟ ସ୍ଥାନ ଶିଖରଚଣ୍ଡୀପାହାଡରେ ଜଙ୍ଗଲିହାତୀର ଆତଙ୍କ ଦେଖିବାକୁ ମିଳିଛି ।ଦ୍ୱିତୀୟଥରପାଇଁ ଜଙ୍ଗଲିହାତୀଙ୍କ ଦୈାରାତ୍ମ୍ୟ ଏଠାରେ ଦେଖିବାକୁ ମିଳିଛି । ଶୁକ୍ରବାର ସକାଳେ ପାହଡରେ ୩ଟିକିଆ ହାତୀପଲ୍ଲ ଥିବାର ଜଣାପଡିବାପରେ ଅଂଚଳରେ ଆତଙ୍କ ଖେଳିଯାଇଥିଲା ।ଆଜି ଦିନତମାମ ତିନଟିକିଆହାତୀପଲ୍ଲ ପାହଡଉପରେ ବେଶ ଦୈାରତ୍ମ୍ୟ କରିଥିଲେ ।ବହୁ ଔଷଧିୟ ବୃକ୍ଷକୁ ଭାଙ୍ଗିରୁଜିଦେଇଥିଲେ । ପାହଡ ପାଦଦେଶରେ ଦାରୁଠେଙ୍ଗ, ପଥରଗାଡିଆ,କିଟ୍‌,ପଟିଆ ଆଦି ଜନବସତିମାନ ଥିବାରୁ ସମସ୍ତଙ୍କ ମନରେ ହାତୀକୁ ନେଇ ଭୟ ସୃଷ୍ଟି […]

ନଦୀକୁ ଡେଇଁଲେ ମହିଳା

ଯାଜପୁର,୨୪।୩(ଏସଏସ ନିଉଜ) ପାଣିକୋଇଲିଥାନା ୧୬ ନମ୍ବର ଜାତୀୟ ରାଜପଥର ସାହାପୁରବ୍ରିଜ ଉପରୁ ଖରସ୍ରୋତା ନଦୀକୁ ଡେଇଁ ମସୁଦପୁର ଅଞ୍ଚଳର ଆଦିବାସୀ ମହିଳା କୁନିମୁଣ୍ଡା ନିଖୋଜ ହୋଇଥିବା ଜଣାପଡିଛି । ଶୌଚ ହେବାକୁ ଆସି ଏମିତି କରିଛନ୍ତି ମହିଳା ଜଣଙ୍କ । ତେବେ କଣ ପାଇଁ ଏପରି ଚରମ ନିଷ୍ପତ୍ତି ନେଇଛନ୍ତି ତାହା ଏବେବି ଜଣାପଡିନି ।ଖବରପାଇ ପାଣିକୋଇଲି ପୋଲିସ ଓ ବରୀ ଅଗ୍ନିଶମ ବିଭାଗ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି ।

ଶିକ୍ଷକଙ୍କ ମନମୁଖି କାର୍ଯ୍ୟକୁ ଗ୍ରାମବାସୀଙ୍କ ବିରୋଧ

କେନ୍ଦୁଝର,୨୪।୩(ଏସଏସ ନିଉଜ)ଶିକ୍ଷକଙ୍କ ମନମୁଖି କାର୍ଯ୍ୟକୁ ଗ୍ରାମବାସୀଙ୍କ ବିରୋଧ କରିଛନ୍ତି । ହରିଚନ୍ଦନପୁର ବ୍ଲକ୍ ଚକ୍ରଧରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକମାନେଠିକ୍ ସମୟରେ ଆସୁନାହାନ୍ତି । ଅନେକ ସମୟରେ ପ୍ରଧାନ ଶିକ୍ଷକ କାହାରିକୁ କିଛି ନଜଣାଇ ଛୁଟିରେ ରହିଯାଉଛନ୍ତି ।ଯାହାଫଳରେ ଶିକ୍ଷାଦାନରେ ବ୍ୟାଘାତ ସୃଷ୍ଟି ହେଉଛି ବୋଲି ଅଭିଯୋଗ ହୋଇଛି।