Browsing category

ଅପରାଧ

ଆନ୍ଦୋଳନରୁ ହଟିଲା ଆଉଟ୍ ସୋର୍ସିଂ କର୍ମଚାରୀ ମହାସଂଘ

ଭୁବନେଶ୍ୱର,୨୭ା୩(ଏସଏସନିଉଜ)ଆନ୍ଦୋଳନରୁ ହଟିଲା ଆଉଟ୍ ସୋର୍ସିଂ କର୍ମଚାରୀ ମହାସଂଘ । ଉନ୍ନୟନ କମିଶନରଙ୍କସହ ଆଲୋଚନାପରେ ୧ମାସପାଇଁ ଆନ୍ଦୋଳନ ସ୍ଥଗିତ ରଖିଲା ସଂଘ । ଏନେଇ ମହାସଂଘ ପକ୍ଷରୁ ସୂଚନା ଦେଇଛନ୍ତି ।ସଂଘ୧୦ଦଫା ଦାବିରେ ଲୋୟର ପିଏମଜିରେ ଧାରଣାରେ ବସିଥିଲା ।

ଶୁଣ୍ଢରେ କଚାଡି ଦେଲା ହାତୀ

କେନ୍ଦୁଝର,୨୭ା୩(ଏସଏସନିଉଜ) ମାଛ ଧରିବାକୁ ଯାଉଥିବାବେଳେ ଆକ୍ରମଣ କଲା ହାତୀ ।ଯାହାଫଳରେ ଜଣେ ଗୁରୁତର ଆହତ ହୋଇଛନ୍ତି । ତେଲକୋଇରେଞ୍ଜ କାଳିଆହତା ବିଟର ଲକ୍ଷ୍ମୀନାରାୟଣପୁର ଝାଲିଆ ମୁଣ୍ଡା ସାହିର ଶ୍ରୀଧରମୁର୍ମୁ ଗୁରୁତର ଆହତ ହୋଇ ତେଲକୋଇ ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ଦଣ୍ଡାଧରଡ୍ୟାମକୁ ଶ୍ରୀଧର ମାଛଧରିବାକୁ ଯାଉଥିବାସମୟରେ ହାତୀତାଙ୍କୁ ଶୁଣ୍ଢରେ କଚାଡି ଦେଇଥିଲା ।

ଭାଟଖାଲି ପାହାଡରେ ଅଘଟଣ

ଆସିକା,୨୭ା୩(ଏସଏସନିଉଜ) କବିସୂର୍ଯ୍ୟନଗର  ବାଲିଛାଇ ଭାଟଖାଲି ପାହାଡରେ ଅଘଟଣ ଘଟିଛି । ପଥର ଫୁଟି ଜଣେ ଶ୍ରମିକ ମୃତ୍ୟୁବରଣ କରିଛି । ମୃତ ଶ୍ରମିକ ଜଣକ ଖୋର୍ଦ୍ଧା ଅଂଚଳର ହୋଇଥିବାର ସୂଚନା ମିଳିଛି ।

ଜିଲ୍ଲାପାଳଙ୍କ ସାମ୍ନାରେ ଧୁମ୍ କଜିଆ

ନିଆଳି,୨୭।୨(ଏସଏସ ନିଉଜ) ଜିଲ୍ଲାପାଳଙ୍କ ସାମ୍ନାରେ ଧୁମ୍ କଜିଆ କଲେ ୨ ମହିଳା ଗୋଷ୍ଠୀ। ଜିଲ୍ଲାପାଳଙ୍କ ଜନଶୁଣାଣିବେଳେ ୨ ଗୋଷ୍ଠୀ ମଧ୍ୟରେ ପ୍ରବଳ କଳିକଜିଆ ହୋଇଥିଲା। ସଭାନେତ୍ରୀ ହିସାବ ହେରଫେର କରିଥିବାର ଗୋଟିଏ ଗୋଷ୍ଠଅଭିଯୋଗ କରିଥିବାବେଳେ ତାକୁ ପ୍ରତିବାଦ କରିଥିଲେ ଅପର ଗୋଷ୍ଠୀ। ଉଭୟଗୋଷ୍ଠୀକୁ ବୁଝାସୁଝା କରିବାକୁ ଝାଳନାଳ ହୋଇଥିଲେ ଅଧିକାରୀ।

ସ୍କୁଲପିଲାଙ୍କୁ ଡ୍ରାଇଭ୍ ମନା

ଭୁବନେଶ୍ୱର,୨୭ା୩(ଏସଏସନିଉଜ) ଆସନ୍ତାକାଲିଠାରୁ କଡ଼ାକଡ଼ି ହେବ ଯାଞ୍ଚ୍ । ଧରାହେଲେ ୨୫ହଜାର ଯାଏ ଫାଇନ ସହ ଗାଡ଼ିମାଲିକ କିମ୍ବା ଚାଳକ ଯାଇପାରନ୍ତି ଜେଲ୍ । ୨୫ବର୍ଷ ଯାଏ ସଂପୃକ୍ତନାବାଳକଙ୍କୁ ମିଳିବନି ଡ୍ରାଇଭିଂ ଲାଇସେନସ୍ ।ବେଆଇନ ଗାଡ଼ିଚଳାଉଥିବା ସ୍କୁଲ୍ ପିଲାଙ୍କୁ ଜବତପାଇଁ ପଦକ୍ଷେପ ନିଆଯାଇଛି । ବିଶେଷକରି ସ୍କୁଲ ଆଖପାଖରେ ଯାଞ୍ଚ କଡ଼ାକଡ଼ି ହେବାକାଲିଠୁ ଏପ୍ରିଲ ପ୍ରଥମସପ୍ତାହଶେଷପର୍ଯ୍ୟନ୍ତ  ସ୍ପେଶାଲ ଡ୍ରାଇଭ୍ ହେବବୋଲିପରିବହନ ଏନଫୋର୍ସମେଣ୍ଟ ଅତିରିକ୍ତ କମିଶନରଙ୍କ ସୂଚନା ଦେଇଚନ୍ତି ।  

ଧରାପଡିଲା ଜାଲ୍ ସାର୍ଟିଫିକେଟ ରାକେଟ

ବଲାଙ୍ଗିର,୨୭ା୩(ଏସଏସନିଉଜ) ବଲାଙ୍ଗିର ଜାଲ୍ ସାର୍ଟିଫିକେଟରାକେଟର ପର୍ଦ୍ଦାଫାସ କରବା ସହ ଏହି ଘଟଣାରେ ୧୯ଜଣଙ୍କୁ ଗିରଫ କରିଛି ।ଏହାସହ ୧ହଜାରରୁ ୫ହଜାର ନକଲି ସାର୍ଟିଫିକେଟ ଜବତ ହୋଇଛିା ୪୧ୟୁନିଭର୍ସିଟି ଓ ସ୍କୁଲର ନକଲିସାର୍ଟିଫିକେଟ ଜବତ କରିଛି ପୋଲିସ । .

ପୁଣି ବାଛୁରୀମାରିଲା ବାଘ

ନୂଆପଡ଼ା,୨୭ା୩(ଏସଏସନିଉଜ) ନୂଆପଡ଼ାଜିଲ୍ଲାରେ ଆଜି ବି ପୁଣି ବାଘଆତଙ୍କ ଦେଖାଦେଇଛି । ସିଲିରିବାହାରାଗାଁରେ ବାଘଟି ଆଜି ଏକ ବାଛୁରୀକୁ ମାରିଖାଇଥିବାର ଜଣାପଡିଛି ।ଯାହାକୁ ନେଇ ଗ୍ରାମବାସୀମାନେ ଆତଙ୍କିତ ହୋଇପଡିଛନ୍ତି ।ଖବରପାଇ ବନବିଭାଗ ଗାଁରେ ପହଁଚିଛି । ସପ୍ତାହେହେବ ଆଖପାଖଗାଁରେ ଆତଙ୍କ ଖେଳାଇଛିବାଘ ।  

ଭାସିଗଲେ ୩ଛାତ୍ର

ଜଗତସିଂହପୁର, ୨୭ା୩(ଏସଏସନିଉଜ) ମାଛଗାଁ ନିକଟରେ ଦେବୀନଦୀରେ ଗାଧୋଇଲା ବେଳେ ଭାସିଯାଇ ୩ଛାତ୍ର ନିଖୋଜ ହୋଇଛନ୍ତି । ଅଗ୍ନିଶମବାହିନୀ ଓ ସ୍ଥାନୀୟଲୋକଙ୍କ ଦ୍ୱାରା ଖୋଜାଖୋଜି ଚାଲିଛି ।  

ବସ୍ ଅପହରଣ ଉଦ୍ୟମ

ବୌଦ୍ଧ ,୨୬ା୩(ଏସଏସନିଉଜ)ବୌଦ୍ଧବସଷ୍ଟାଣ୍ଡରେ ମଦ୍ୟପଯୁବକଙ୍କର ବସ୍ ଅପହରଣ ଉଦ୍ୟମ ବ୍ୟର୍ଥ ହୋଇଛି ।, ଜଣେ ଡ୍ରାଇଭରଙ୍କୁ ୪ଜଣ ଯୁବକ ଭୁଜାଲିଦେଖାଇ ଏକ ଘରୋଇବସକୁ ବଲାଙ୍ଗିରନେଇ ଯିବାକୁ ବାଧ୍ୟ କରିଥିଲୋ ଲୋକଙ୍କ ନଜରପଡ଼ିବାରୁ ଜଣେ ଦୁର୍ବୃତ୍ତକୁ କାବୁ କରି ପୁଲିସ ଜିମା ଦେଇଥିଲେ ।କୈାଶଳକ୍ରମେ ଅନ୍ୟ ୩ଜଣ ଫେରାର ହୋଇଯାଇଥିଲେ ।ଏହି ଘଟଣାକୁ ନେଇ ପୁଲିସ ଛାନଭିନ୍ ଆରମ୍ଭ କରିଛି ।

ଆଲବମ ଅଭିନେତ୍ରୀଙ୍କ ଆତ୍ମହତ୍ୟା।

ବଲାଙ୍ଗୀର,୨୬ା୩(ଏସଏସନିଉଜ)ବଲାଙ୍ଗୀରସହର ସୁଦପଡାଘରେ ଆଲବମଅଭିନେତ୍ରୀ ରୁଚିସ୍ମିତାଗୁରୁଙ୍କ ଝୁଲନ୍ତାଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବାବେଳେ ଘଟଣାସ୍ଥଳରେ ଟାଉନଥାନା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।