Browsing category

ଅପରାଧ

ବିଦ୍ୟୁତ୍ ନେଲା ଦନ୍ତାହାତୀର ଜୀବନ

କେନ୍ଦୁଝର,୨୦ା୩(ଏସଏସନିଉଜ) ରବିବାରଭୋରରେ ଚମ୍ପୁଆରେଞ୍ଜ ବସନ୍ତପୁରଠାରେ ବିଦ୍ୟୁତ୍ ଆଘାତରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ବିଦ୍ୟୁତ୍ ଖୁଣ୍ଟରେ ଲାଗିଥିବା ଷ୍ଟେ ତାରରେ ବିଦ୍ୟୁତ୍ ଚାର୍ଜ ହୋଇଥଲା। ଏହାର ସଂସ୍ପର୍ଶରେ ଆସିବାରୁ ହାତୀଟି ପ୍ରାଣ ହରାଇଥିବା ଜଣାପଡ଼ିଛି। ଗତକାଲି ବସନ୍ତପୁର ଅଞ୍ଚଳରେ ଏକ ଦନ୍ତାହାତୀ ବୁଲୁଥିଲା। ଭୋର୍ ସମୟରେ ୧୧ କେଭି ବିଦ୍ୟୁତ୍ ଖୁଣ୍ଟର ଷ୍ଟେ ତାରରେ ହାତୀର ଗୋଡ଼ ବାଜିଥିଲା। ସେଥିରେ ବିଦ୍ୟୁତ୍ ଚାର୍ଜ ହୋଇଥିବାରୁ ହାତୀଟି ସେଠାରେ ଟଳି ପଡ଼ିଥିଲା। ସକାଳେ ସ୍ଥାନୀୟ ଲୋ‌କଙ୍କଠାରୁ ସକାଳେ ଏହି […]

ସାତକୋଶିଆରୁ ହାତୀ କଙ୍କାଳ ଉଦ୍ଧାର

ଅନୁଗୁଳ,୨୦ା୩(ଏସଏସନିଉଜ)ସାତକୋଶିଆ ଅଭୟାରଣ୍ୟର ପମ୍ପାସର ରେଞ୍ଜ ତରଭା ସେକ୍ସନର ଛୋଟାମୁଣ୍ଡା ନିକଟରୁ ଏକ ମାଇହାତୀର କଙ୍କାଳକୁ ଟାସ୍କଫୋର୍ସ(ଜେଟିଏଫ୍‌) ଆଜି ଉଦ୍ଧାର କରିଛି ।ପାହାଡ଼ ଖୋଲ ଭିତରେ ଏହି ହାତୀ କଙ୍କାଳ ପଡ଼ିଥିଲାବେଳେ ପାଖାପାଖି ୪ ମାସ ତଳେ ହାତୀର ମୃତ୍ୟୁ ହୋଇଥିବାଅନୁମାନ କରାଯାଉଛି। ହାତୀ ମୃତ୍ୟୁର କାରଣ ଜାଣିବା ପାଇଁ ଭୁବନେଶ୍ବରର ଓୟୁଏଟିକୁ ନମୁନା ପଠାଯାଇଛି।

କର୍ଲଭଟ ପାଇଁ ବାହ୍ୟଜଗତରୁ ବିଛିନ୍ନ ହେଲା ୨ଗାଁ

କୋରାପୁଟ ,୨୦ା୩(ଏସଏସନିଉଜ) ବର୍ଷାରେ କର୍ଲଭଟ ଭୁଶୁଡିପଡିବାରୁ ବାହ୍ୟ ଜଗତରୁ ବିଛିନ୍ନ ଅବସ୍ଥାରେ ରହିଛି ବନ୍ଧୁଗାଁବ୍ଲକ ୨ଟିଗାଁ ଡିମିଟିଗୁଡ଼ା ଓ ଜାଙ୍ଗଡିବାଲାସା। ଗାଁକୁ ଯିବାକୁ ହେଲେ ଏହି ରାସ୍ତା ହିଁ ଏକମାତ୍ର ଭରସା ଥିବାବେଳେ ତାହା ଭାଙ୍ଗିଯିବାରୁ ଭୋକ ଉପାସରେ ୧୦୦ ପରିବାର ରହିଛନ୍ତି ।  

ଟାଣିନେଲା ମହାବଳ ବାଘ

ନୂଆପଡ଼ା,୨୦ା୩(ଏସଏସନିଉଜ)ସୁନାବେଡ଼ା ଅଭୟାରଣ୍ୟ ଅଧୀନ କୋମନାଥାନା ଜଳମଡେଇଗାଁରେ ସାନମତି ବାରିକ ନାମକ ବୃଦ୍ଧାଙ୍କୁ ଘରପଛପଟୁ ମହାବଳବାଘ ଘରୁ ଟାଣିନେଇ ଖାଇ ଯାଇଥିବା ସୂଚନା ମିଳିଛି। ଗତକାଲିସନ୍ଧ୍ୟାରେ ଘର ପଛପଟ ବାରିକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇ ଆଉ ଫେରିନଥିଲେ ।ପରିବାରଲୋକ ବହୁ ଖୋଜାଖୋଜିପରେ ନିରାଶ ହୋଇଥିବାବେଳେ ଆଜି ସକାଳୁ ଜଙ୍ଗଲ ଭିତରେ ବୃଦ୍ଧାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଥିଲା ।ଏହା ମହାବଳ ବାଘର କାମ ବୋଲି ସ୍ଥାନୀୟ ଲୋକମାନେ ଅନୁମାନ କରୁଛନ୍ତି ।  

ଉଠାଇ ଆଣିଲା ପୁଲିସ

ନିମାପଡ଼ା ,୨୦ା୩(ଏସଏସନିଉଜ)ଅଖାଭିତରୁ ମହିଳାଙ୍କ ମୃତଦେହଉଦ୍ଧାର ଘଟଣାରେ ସ୍ୱାମୀପୁଅଙ୍କୁ ଉଠାଇ ଆଣିଛି ସତ୍ୟବାଦୀ ପୁଲିସ। ନିମାପଡ଼ା ଉଛୁପୁରପଞ୍ଚାୟତ ଖଡି଼କୁଦାଗାଁରୁ ଦୁହିଁଙ୍କୁ ଉଠାଇଆଣି ପଚରାଉଚରା କରୁଛି ପୁଲିସ। ଗତ ୧୪ତାରିଖରେ ଭାର୍ଗବୀ ନଦୀକୂଳରୁ ମହିଳାଙ୍କ ମୃତଦେହ ମିଳିଥିଲା। ଏହା ହତ୍ୟା କି ଆତ୍ମହତ୍ୟା ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ ।

ସନ୍ଦେହ ଘେରରେ ଡିଜେ ଆଜେକ୍ସ ମୃତୁ

ଭୁବନେଶ୍ୱର,୧୯।୩(ଏସଏସ ନିଉଜ)ଡିଜେ ଆଜେକ୍ସ ଅକ୍ଷୟ କୁମାରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି।ମୃତଦେହ କ୍ୟାପିଟାଲ ହସ୍ପିଟାଲ ଶବାଗାରରେ ରହିଛି।କିପରି ମୃତ୍ୟୁ ହେଲା ତାହା ଅସ୍ପଷ୍ଟ ରହିଥିବାବେଳେ ପୋଲିସର ଖୋଳତାଡ଼ ଆରମ୍ଭ ହୋଇଛି।ଏହାରିଭିତରେ ଡିଜେ ଆଜେକ୍ସଙ୍କ ମୃତ୍ୟୁରେ ସାମ୍ନାକୁ ଆସିଛି ଜଣେ ଯୁବତୀଙ୍କ ଫଟୋ lଯାହାକୁ ନେଇ ସନ୍ଦେହ ବଢିଯାଇଛି।ଏ ଯୁବତୀ ଜଣକ କିଏ ଓ ଅକ୍ଷୟଙ୍କ ସହ ତାଙ୍କ ସମ୍ପର୍କ କ’ଣ ତାହାକୁ ନେଇ ବଢ଼ିଛି ସନ୍ଦେହ l

ଚାଲିଗଲା ଦନ୍ତାହାତୀର ଜୀବନ

ଭୁବନେଶ୍ୱର,୧୯।୩(ଏସଏସ ନିଉଜ)ବିଦ୍ୟୁତ ଆଘାତରେ ଦନ୍ତାହାତୀ ମୃତୁବରଣ କରିଛି lକେନ୍ଦୁଝର ଚମ୍ପୁଆ ବାମେବାରୀ ସେକ୍ସନରେ ଏହି ଘଟଣା ଘଟିଛିlବସନ୍ତପୁର ଗାଁରେ ବିଦ୍ୟୁତ ତାର ଲାଗି ହାତୀ ମୃତୁବରଣ କରିଛି l

୬ଦିନର ଝିଅକୁ ହତ୍ୟା

ଜଳେଶ୍ବର,୧୮।୩(ଏସଏସ ନିଉଜ) ୬ଦିନର ଝିଅକୁ ତଣ୍ଟି ଚିପି ହତ୍ୟ ଘଟଣାରେ ମାକୁ ଗିରଫ କରିଛି ପୋଲିସ। କମର୍ଦ୍ଦା ପୋଲିସ ନିଜ ଆଡୁ ମାମଲା ରୁଜୁକରି ଗିରଫ କରିଛି।ଗତ୫ରେ ସିଆରୋଇ ଗାଁରେ ଘଟିଥିଲା ହତ୍ୟାକାଣ୍ଡ। ଝିଅକୁ କୁକୁରଝୁଣି ମାରିଛି ବୋଲି ପ୍ରଥମେ କହିଥିଲା ମା। ପୋଷ୍ଟମର୍ଟମରୁ ହତ୍ୟା ସୂଚନା ମିଳିବାପରେ ଗିରଫ କଲା ପୋଲିସ।ପାରିବାରିକ କଳହକୁ ନେଇ ନିଜଝିଅକୁ ହତ୍ୟା କରିଥିଲେ ମହିଳା।

ଗଂଜେଇ ଚାଲାଣକରି ୫ଛାତ୍ର ଧରାପଡିଲେ

ଲମତାପୁଟ,୧୮।୩(ଏସଏସନିଉଜ) ଗଂଜେଇ ଚାଲାଣ ପୋଲିସ ହାତରେ ଧରାପଡିଛନ୍ତି ୫ଛାତ୍ର ।ପୋଲିସ ସେମାନଙ୍କ ଠାରୁ ୩୫କେଜି ଗଂଜେଇ ଜବତ କରିବା ସହ ୮ଜଣଙ୍କୁ ଗିରଫ କରିଛି।ପାଡୁଆରୁ ଯାଉଥିବା ବେଳେ ନନ୍ଦପୁର ଛକରେ ପୋଲିସ ହାତରେ ଧରା ପଡିଥିଲେ।ଗିରଫ ୮ଜଣଙ୍କ ମଧ୍ୟରେ ୫ ଜଣ କଲେଜ ଛାତ୍ର ଥିବା ସୂଚନା ମିଳିଛି।

ପୁରୀରେ ହଣାକଟା

ପୁରୀ,୧୮।୩(ଏସଏସ ନିଉଜ)ପୁରୀ ମାର୍କେଟଛକରେ ହଣାକଟା ମାମଲାରେ ୯ଜଣଙ୍କୁ ଗିରଫ କରିଛି ପୋଲିସ।ପୂର୍ବ ଶତ୍ରୁତାରୁ ଦୁଇଗୋଷ୍ଠୀ ମଧ୍ୟରେ ଘଟିଥିଲା ହଣାକଟା।ଗୋଟିଏ ଗୋଷ୍ଠୀର ୬ ଓ ଅନ୍ୟଗୋଷ୍ଠୀର ୩ ଗିରଫ ହୋଇଛନ୍ତି।ସମସ୍ତ ଗିରଫ ୯ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବାନେଇ ପ୍ରେସ ମିଟରେ ଏଏସପି ମିହିର ପଣ୍ଡାଙ୍କ ସୂଚନା ଦେଇଛନ୍ତି।