Browsing category

ଅପରାଧ

ହାତୀ କବଳରୁ ବଂଚିଗଲେ ଯୁବକ

ଆଠଗଡ଼,୨୧।୩(ଏସଏସ ନିଉଜ)ହାତୀ ଆକ୍ରମଣରେ ଯୁବକ ଆହତ ହୋଇଥିବା ବେଳେ ବାଇକ୍‌କୁ ଦଳି ଭାଙ୍ଗି ଦେଇଛି ହାତୀ। କମ୍ପାନୀରୁ ଡ୍ୟୁଟିସାରି ଜଙ୍ଗଲରାସ୍ତା ଦେଇ ନିଜଘରକୁ ଫେରିବା ବାଟରେ ହାତୀ ଆକ୍ରମଣ ଶିକାର ହୋଇ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯୁବକ କ୍ଷ ଯୁବକ ଜଣଙ୍କ ହେଲେ ଆଠଗଡ଼ ରେଞ୍ଜ ଅଧୀନ ଡାଳଭାଗ ଗାଁର ୨୮ ବର୍ଷ ବୟସ୍କ ଜୟନ୍ତ ରାଉତ କ୍ଷ ତାଙ୍କୁ ଖୁଣ୍ଟୁଣୀ ମେଡିକାଲରେ ଭର୍ତ୍ତି କରାଯାଇଛି କ୍ଷ  

୧୨ଘଣ୍ଟିଆ କୋଇଡା ବନ୍ଦ

ଭୁବନେଶ୍ୱର,୨୧।୩(ଏସଏସ ନିଉଜ)ବିଡିଓଙ୍କ ବଦଳି ଦାବିରେ ୧୨ ଘଣ୍ଟିଆ କୋଇଡା ବନ୍ଦ କରାଯାଇଛି।ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ କରାଯାଇଛି।ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ବରେ ସିପିଆଇ ଏମ୍‌ ପକ୍ଷରୁ ବନ୍ଦ କରାଯାଇଛି।ଖଣି ପରିବହନ ବନ୍ଦ ସହ ବ୍ଲକ ଏବଂ ତହସିଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରାଯାଉଛି।

ବସ୍‌ଟ୍ରକ୍‌ଧକ୍କା, ୧୫ ଆହତ

ବୌଦ୍ଧ,୨୧।୩(ଏସଏସନିଉଜ) ଯାତ୍ରୀବାହୀ ବସ୍‌କୁ ମୁହାଁମୁହିଁ ପିଟିଲା ଟ୍ରକ୍‌।ଯାହାଫଳରେ ୧୫ଜଣ ଆହତ ହୋଇଛନ୍ତି।ପୁରୁଣାକଟକ ଥାନା ଚାରିଛକ ରେ ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି।୧୫ ଆହତଙ୍କ ମଧ୍ୟରେ ୫ଜଣ ଗୁରୁତର ଆହତ ହୋଇ ଥିବାବେଳେ ସ୍ଥାନୀୟ ମେଡି କାଲରେ ଭର୍ତ୍ତି ହୋଇଛନ୍ତି। ୪୦ଯାତ୍ରୀଙ୍କୁ ଧରି ବସ୍‌ଟି ବଡ଼ମ୍ବାରୁ ବଲାଙ୍ଗିର ଯାଉଥିଲା।

ମୃତ ମହିଳାଙ୍କ ପରିଚୟ ମିଳିଲା

ସାକ୍ଷୀଗୋପାଳ,୨୦ା୩(ଏସଏସନିଉଜ)ସତ୍ୟବାଦୀଥାନା ଅର୍ନ୍ତଗତ ପରଜାପଡା ପଂଚୟତର ଚିଲପାଟଣା ଗ୍ରାମମୁଣ୍ଡ ଭାର୍ଗବୀନଦୀକୁଳରେ ଅଖାରେ ବନ୍ଧା ହୋଇପଡିଥିବା ମୃତଦେହର ପରିଚୟ ପୋଲିସ ପାଇପାରିଛି ।ମୃତଦେହ ହେଉଛି ବଳଙ୍ଗାଥାନା ଅଧିନସ୍ଥ ଖଡିକୁଦାଗ୍ରାମର ଜଣେ ମହିଳାଙ୍କର ବୋଲି ପୋଲିସ ଜାଣିବାକୁ ପାଇବାସହ ଏକ ମକଦ୍ଦମା ରୁଜୁକରି ତଦନ୍ତ ଆରମ୍ଭ କରିଛି ।ଏହି ଘଟଣାରେ ମୃତ ମହିଳାଙ୍କ ସ୍ୱାମୀ,ପୁଅକୁ ଥାନାକୁ ଆଣି ପଚରାଉଚରା ଆରମ୍ଭ କରିଛି ।ଚା କରିବାକୁ ନେଇ ଶାଶୁ ଓ ବୋହୁଙ୍କ ମଧ୍ୟରେ ଝଗଡାଲାଗିବାସହ ବୋହୁ ଆତ୍ମହତ୍ୟା କରିଥିବାର ପୋଲିସକୁ ମୃତକଙ୍କ ସ୍ୱାମୀ […]

ହାତୀମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ

କେନ୍ଦୁଝର,୨୦।୩(ଏସଏସ ନିଉଜ)ହାତୀମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇଛି।କେନ୍ଦୁଝରରେ ବିଦ୍ୟୁତ୍ ଆଘାତରେ ହାତୀ ମୃତ୍ୟୁ ଘଟଣାରେ TPNODLର ଜେଇ ଓ ୨ ଲାଇନ୍‌ମ୍ୟାନଙ୍କ ନାଁରେ ମାମଲା ରୁଜୁ ହୋଇଛି।ବନ ଓ ବିଦ୍ୟୁତବିଭାଗର ୩କର୍ମଚାରୀଙ୍କୁ ସୋ-କଜ୍‌ ନୋଟିସ୍‌ ଜାରି ହୋଇଛି।ଏହାସହ ବାମେବାରୀ ଫରେଷ୍ଟର ଓ ଚମ୍ପୁଆ ରେଞ୍ଜରଙ୍କୁ ସୋ-କଜ୍‌ ନୋଟିସ୍‌ କରାଯାଇଛି।

ହଠାତ୍ ଚାଲିଲା ଅଶ୍ଳୀଳ ଭିଡିଓ

ଭୁବନେଶ୍ୱର,୨୦।୩(ଏସଏସ ନିଉଜ)ପାଟନା ରେଳ ଷ୍ଟେସନରେ ହଠାତ୍ ଚାଲିଲା ଅଶ୍ଳୀଳ ଭିଡିଓ lମୁଖ୍ୟମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଟ୍ୟାଗ୍ କଲେ ୟୁଜର୍ lପ୍ଲାଟ୍‌ଫର୍ମ ଲାଗିଥିବା ଟିଭିରେ ଚାଲିଥିଲା ବିଜ୍ଞାପନ। ହେଲେ ହଠାତ୍ ଟିଭିରେ ଚାଲିଲା ଅଶ୍ଳୀଳ ଫିଲ୍ମ। ବଡ଼ ବଡ଼ ଏଲ୍‌ଇଡି ସ୍କ୍ରିନ୍‌ରେ ୩ ମିନିଟ ଧରି ଚାଲିଲା ପର୍ଣ୍ଣ ଭିଡିଓ।କିଛିଯାତ୍ରୀ ଏହାକୁ ମୋବାଇଲ୍‌ରେ ରେକର୍ଡିଂ କରିଥିବା ଦେଖିବାକୁ ମିଳିଥିଲା। ଯାହା ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।

ଦୁର୍ଘଟଣା ନେଲା ୩ଜୀବନ

ନବରଙ୍ଗପୁର,୨୦।୩(ଏସଏସ ନିଉଜ)ନବରଙ୍ଗପୁରରେ ଦୁର୍ଘଟଣା ନେଇଛି ୩ଜଣଙ୍କ ଜୀବନ।ନବରଙ୍ଗପୁର- ଉମରକୋଟ ରାସ୍ତାର ବକଡ଼ାବେଡ଼ାରେ ଦୁର୍ଘଟଣା ଘଟିଛି।ପିକ୍‌ଅପ ଭ୍ୟାନ୍‌-ବାଇକ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରର ୩ଜଣଙ୍କର ମୃତୁ ହୋଇଛି।ବର୍ଷକର ଶିଶୁ ଆହତ ହୋଇ ଉମରକୋଟ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇ ଛନ୍ତି।ତେବେ ମୃତକଙ୍କ ପରିଚୟ ମିଳିପାରି ନଥିବାବେଳେ ପୋଲିସ ତଦନ୍ତ ଆରମ୍ଭ ହୋଇଛି।

ରାସ୍ତା ମଝିରେ ଜଳିଗଲା କାର୍

କେନ୍ଦୁଝର,୨୦।୩(ଏସଏସ ନିଉଜ)କେନ୍ଦୁଝର ଡି. ଡି. ମେଡିକାଲ କଲେଜ ସମ୍ମୁଖ ୪୯ ନମ୍ବର ଜାତୀୟ ରାଜପଥର ରାସ୍ତା ମଝିରେ ଏକ ମାରୁତି ଅଲଟୋ କାର୍‌ଟି ଜଳିଯାଇଛି। ଏକ ଘରୋଇ ଫାଇନାନ୍ସ କମ୍ପାନୀର କିଛିଲୋକ କାର୍‌ଟିକୁ ସିଜ୍ କରି ନେଇ ପଳାଉଥିବା ବେଳେ କାର୍‌ରେ ନିଆଁ ଲାଗିଯାଇଛି । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଅଗ୍ନିଶମବାହିନୀ ପହଞ୍ଚି ନିଆଁ ଲିଭାଇଥିଲେ ।

ମାତିଲେ ମାଓବାଦୀ

ମାଲକାନଗିରି,୨୦।୩(ଏସ ଏସନୀଉଜ)ପୁଣି ମାତିଛନ୍ତି ମାଓବାଦୀ । ଠିକା କମ୍ପାନୀର ୧୦ଟି ଗାଡିକୁ ନିଆଁ ଲଗାଇ ପୋଡି ଦେଇଛନ୍ତି ଲାଲ୍‌ ବାହିନୀ । ମାଲକାନଗିରି ସୀମାନ୍ତ ଛତିଶଗଡ଼ କାଙ୍କେର ଜିଲ୍ଲାରେ ଏଭଳି ଘଟଣା ଦେଖିବାକୁ ମିଳିଛି ।କାଙ୍କେର ଜିଲ୍ଲାର ଆଲପରସ ଗ୍ରାମରେ ସଡ଼କ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏହାକୁ ବିରୋଧ କରି ଠିକା କମ୍ପାନୀର ୧୦ଟିଗାଡିକୁ ନିଆଁ ଲଗାଇ ପୋଡି ଦେଇ ନିଜର ସ୍ଥିତି ଜାହିର କରିଛନ୍ତି ମାଓବାଦୀ ।

ସର୍ପିଓଚୋରକୁ ଧରିଲା ବାରଙ୍ଗପୁଲିସ

ବାରଙ୍ଗ,୧୯।୩(ଡିଏନଏ) ଶନିବାର ଦିନରେ ତ୍ରିଶୂଳିଆ ଛକରେ ଥିବା ଏକ ହୋଟେଲ ଆଗରୁ ଚୋରି ହୋଇଥିବା ଏକ ସର୍ପିଓକୁ ବାରଙ୍ଗ ପୋଲିସ ଜବତ କରିବାସହ ଜଣଙ୍କୁ ଗିରଫ କରି କୋର୍ଟଚାଲଣ କରିଛି।ଗିରଫ ଯୁବକ ହେଉଛନ୍ତି ବାଲିକୁଦାର ସୁବୁନି ଓରଫ ସିପ୍ତିରଞ୍ଜନ ନାୟକ । ପ୍ରକାଶଯେ,ଶନିବାର ଦିହିପହର ସମୟରେ ତ୍ରିଶୂଳିଆ ଛକରେ ଥିବା ଏକ ହୋଟେଲଆଗରେ କୃଷ୍ଣଚନ୍ଦ୍ରପୁରର ସୁବାସ ଚନ୍ଦ୍ର ବାରିକ ନାମକ ଵ୍ୟକ୍ତି ତାଙ୍କର ଓଡି୦୫-ଏଓ।ଈ -୧୭୪୫ ନମ୍ବର ସର୍ପିଓକୁ ରଖି ଖାଉଥିଲେ।ଗାଡିର ଚାବିକୁ ଖାଇବା ଟେବୁଲ ଉପରେ […]