Browsing category

ଅପରାଧ

ଛାତ୍ରଙ୍କ ଉପରେ ଚଢ଼ିଗଲା ଦ୍ରୁତଗାମୀ କାର୍‌

ଭୁବନେଶ୍ୱର,୨୨ା୩(ଏସଏସନିଉଜ) ସୁବର୍ଣ୍ଣପୁର ସରଧାପାଲି ସ୍କୁଲ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଇନୋଭା ଗାଡ଼ି ଧକ୍କାରେ ୩ଛାତ୍ରଙ୍କ ମୃତ୍ୟୁ ଘଟିଥିବାବେଳେ ଛାତ୍ର ଗୁରୁତର ହୋଇଛନ୍ତି।ସ୍କୁଲରୁ ପରୀକ୍ଷାଦେଇ ବାହାରୁଥିବା ବେଳେ ଫାଟକସମ୍ମୁଖରେ ଦ୍ରୁତଗତିରେ ଆସୁଥିବାଗାଡି ସେମାନଙ୍କୁ ଧକ୍କା ଦେଇଥିଲା ।ସମସ୍ତ ଗୁରୁତରଙ୍କୁ ଉଦ୍ଧାରକରି ତୁରନ୍ତ ମେଡିକାଲ ନିଆଯାଇଥିଲା । ମେଡିକାଲରେ ଡାକ୍ତର ପ୍ରଥମେଜଣଙ୍କୁ ମୃତ ଘୋଷଣା କରିଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ଜଣଙ୍କର ମୃତ୍ୟୁ ଘଟିଛି। ଖବରପାଇ ଜିଲ୍ଲାପ୍ରଶାସନ ଘଟଣାସ୍ଥଳରେ ପହଁଚିଥିବାବେଳେ ଏହାକୁ ନେଇ ଉତେଜନା ଦେଖାଦେବାସହ ରାସ୍ତା ଅବରୋଧ କରିଛନ୍ତି […]

ସ୍ୱାମୀସ୍ତ୍ରୀଙ୍କ ମୃତଦେହ ଉଦ୍ଧାର

ସୁନ୍ଦରଗଡ଼,୨୨।୩(ଏସଏସ ନିଉଜ) ତଳସରାଥାନା ଦମପୁଡ଼ା ଗାଁରେ ଏକ ଘର ଭିତରୁ ସ୍ୱାମୀସ୍ତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି।ସ୍ତ୍ରୀକୁ ମାରି ସ୍ୱାମୀ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି।

ଟାୱାର ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର,୨୨।୩(ଏସଏସ ନିଉଜ)ଭୁବନେଶ୍ବର ଶିଶୁଭବନ ଛକରେ ଅଭାବନୀୟ ଘଟଣା ଘଟିଛି।ହୋର୍ଡିଂଟାୱାର ଉପରେ ଚଢ଼ି ଜଣେ ବ୍ୟକ୍ତି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସ୍ଥାନୀୟ ଲୋକଙ୍କ ସୂଚନାପରେ ଅଗ୍ନିଶମ କର୍ମଚାରୀଙ୍କଦ୍ବାରା ଉଦ୍ଧାର କରାଯାଇଛି। ପ୍ରାୟ ୨ଘଣ୍ଟା ପରେ ଟାୱାର ଉପରୁ ଉଦ୍ଧାର ହେଲେ ସଂପୃକ୍ତ ବ୍ୟକ୍ତି।

ସେକ୍ସ ରାକେଟ ଠାବ

  ବାଲେଶ୍ୱର,୨୧।୩(ଏସଏସ ନିଉଜ)ବାଲେଶ୍ୱର ପୋଲିସ ଦ୍ୱାରା ସେକ୍ସ ରାକେଟ ଠାବ ହୋଇଛି।ଏହି ଘଟଣାରେ ୧୩ଜଣ ଗିରଫ ହୋଇଛନ୍ତି।ବସ୍ତା, ସିଙ୍ଗଲା ସମେତ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ଗିରଫ କରା ଯାଇଛି।ରାକେଟରେ ସାମିଲ ଯୁବତୀଙ୍କୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କରା ଯାଇଛି।ପଶ୍ଚିମବଙ୍ଗ ଓ ସ୍ଥାନୀୟ ଅଞ୍ଚଳର ଯୁବତୀ ରାକେଟରେ ସାମିଲ ଥିଲେ।ପୂର୍ବରୁ ମାଷ୍ଟର ମାଇଣ୍ଡ ଲିଙ୍କନ ସାହୁକୁ ଗିରଫ କରିଛି ପୋଲିସ।

ବିଲକୁ ଓଲଟିଲା ଭ୍ୟାନ୍‌

ଖୋର୍ଦ୍ଧା,୨୧।୩(ଏସଏସନିଉଜ) ବିଲକୁ ଓଲଟି ପଡ଼ିଲାଭ୍ୟାନ୍‌ । TBP ଯବାନଙ୍କୁ ନେଇ ଯାଉଥିଲା ଭ୍ୟାନ୍‌।ଯାହାଫଳରେ ୬ଜଣ ଯବାନ ଆହତ ହୋଇ ଥିବାବେଳେ ଛତିଶଗଡ଼ ଯାଉ ଥିବା ବେଳେ ବୋଲଗଡ଼ ନିକ ଟରେ ଓଲଟିପଡ଼ିଥିଲା ଭ୍ୟାନ।

ଛୁଆକୁ ଛାଡି ସ୍ୱାମୀସ୍ତ୍ରୀ ଛୁ

  ସୋର,୨୧।୩(ଏସଏସନିଉଜ) ଦମ୍ପତିଙ୍କ କଳିରେ ଅଲୋଡା ହେଲା ୮ ବର୍ଷର ପୁଅ। ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳି ହେବାରୁ ରାସ୍ତାରେ ଛୁଆକୁ ଛାଡି ପଳାଇ ଗଲେ ସ୍ୱାମୀସ୍ତ୍ରୀ।ସୋରଥାନା ଉତ୍ତେରଶ୍ୱର ଛକରେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ।

ସୁନାଚେନ୍ ଝାମ୍ପିନେଲେ ଲୁଟେରା

ଭୁବନେଶ୍ୱର,୨୧।୩(ଏସଏସ ନିଉଜ)ମହିଳାଙ୍କଠୁ ସୁନାଚେନ ଝାମ୍ପିନେଇଛନ୍ତି ଲୁଟେରା । ସିସିଟିଭି ଆଧାରରେ ଘଟଣାର ତଦନ୍ତ କରୁଛି ପୋଲିସ । ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ ତଳେ ପକାଇ ଛିଡ଼ାଇ ନେଲେ ସୁନା ଚେନ୍ । ଭୁବନେଶ୍ୱର ଲକ୍ଷ୍ମୀସାଗର ଓସ୍କାର ସିଟି ଘଟିଛି ଏହି ଘଟଣା । ମହିଳା ଜଣଙ୍କ ରାତି ୩ଟା ୪୦ରେ ଫୁଲ ତୋଳିବାକୁ ଯାଇଥିବା ବେଳେ ଲୁଟର ଶିକାର ହୋଇଥିଲେ ।

ପିତାପଲ୍ଲି ଛକରେ ଦୃଘଟଣା

ଖୋର୍ଦ୍ଧା,୨୧।୩(ଏସଏସନିଉଜ)ଖୋର୍ଦ୍ଧା ୧୬ ନମ୍ୱର ଜାତୀୟ ରାଜପଥ ପିତାପଲ୍ଲି ଛକ ନିକଟରେ ଦୃଘଟଣା ଘଟିଛି।ଟ୍ରକ ପିକ୍‌ଅପ୍ ଭ୍ୟାନ ଧକ୍କାରେ ଦୁଇଜଣ ମୃତୁବରଣ କରିଛନ୍ତି । ଅ।ଜି ସକାଳୁ ଜାତୀୟ ରାଜପଥ ରେ ଏହି ଦୃଘଟଣା ଘଟିଥିବା ବେଳେ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଉଦ୍ଧାରକାର‌୍ୟ୍ୟ କରିବା ସହ ପୋଲିସକୁ ଖବର ଦେଇଥିଲେ ।

ଭଦ୍ରକରେ ଫ୍ଲାଗ ମାର୍ଚ୍ଚ

ଭଦ୍ରକ,୨୧।୩(ଏସଏସନିଉଜ)ରାମନବମୀ ପୂର୍ବରୁ ଭଦ୍ରକରେ ଫ୍ଲାଗ ମାର୍ଚ୍ଚ ହୋଇଛି। ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହାତକୁ ନିଆଯାଇଛି।  

ବିପୁଳ ମାଓସାମଗ୍ରୀ ଜବତ

ମାଲକାନଗିରି,୨୧।୩(ଏସଏସ ନିଉଜ)କମ୍ବିଂ ଅପରେସନ୍ ବେଳେ ମାଓ କ୍ୟାମ୍ପ୍ ଠାବ ହେବାସହ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି। କ୍ଷମାଲକାନଗିରି ପୋଲିସକୁ ମିଳିଛି ବଡ ସଫଳତା କ୍ଷ ଆନ୍ଧ୍ର ସୀମାନ୍ତ କୁସୁମପୁଟ ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ମାଓବାଦୀଙ୍କ କ୍ୟାମ୍ପ୍ ଠାବକରି କ୍ୟାମ୍ପ୍‌ରୁ ୬ଟି ଟିଫିନ ବୋମା, ୨ଟି ୱାକି ଟକି, ୫୦ କିଲୋଗ୍ରାମ କୋଡେକ୍ସ ସହ ଅନେକ ବିଦ୍ୟୁତ ଉପକରଣ ଠାବ ହୋଇଛି