Browsing category

ଅପରାଧ

ମାଓବାଦୀଙ୍କ ଲଙ୍କାକାଣ୍ଡ

ମାଲକାନଗିରି,୨୩।୩(ଏସଏସ ନିଉଜ) ଟ୍ରକ୍‌, ପୋକ୍ଲିନ ମେସିନ ଜାଳି ଦେଇଛନ୍ତି ମାଓବାଦୀ।ଛତିଶଗଡ଼ ଦନ୍ତେୱାଡାରେ ମାଓବାଦୀଙ୍କ ଲଙ୍କାକାଣ୍ଡ ଘଟାଇଛନ୍ତି।ନିକଟରେ ମାଓବାଦୀ ମେଳିହୋଇ ସୁକ୍‌ମାରେ ବିରୋଧ କରିଥିଲେ।

ଗୋରୁମାଫିଆଙ୍କ ଆକ୍ରମଣ ଘଟଣାରେ ଟ୍ରକ ଜବତ

ତିଗିରିଆ,୨୩।୩(ଏସଏସ ନିଉଜ)ତିଗିରିଆ ପୋଲିସ ଉପରେ ଗତମାସ ୨୫ତାରିଖ ରେ ବେଆଇନ ଗୋରୁଚାଲାଣ ରୋକିବାକୁଯାଇ ଗୋରୁମାଫିଆ ମାନେ କରିଥିବା ଆକ୍ରମଣ ଘଟଣାରେ ପୂର୍ବରୁ ତିଗିରିଆ ପୋଲିସ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଗୋରୁ ଚାଲାଣରେ ବ୍ୟବହୃତ ଦୁଇଟି କଣ୍ଟେନରକୁ ଜବତ କରିଥିଲା।ଆଜି ପୋଲିସ ଗୋ ଚାଲାଣରେ ବ୍ୟବହୃତ ହେଉଥିବା ଅନ୍ୟ ଗୋଟିଏ ଟ୍ରକ କୁ ଖୁଣ୍ଟୁଣିଛକ ନିକଟରୁ ଜବତ କରିଛି ।

ଭଉଣୀକୁ ମାରିଦେଲେ ଭାଇଭାଉଜ

ମୟୂରଭଞ୍ଜ,୨୩।୩(ଏସଏସ ନିଉଜ)ଭାଇଭାଉଜ ମିଶି ଭଉଣୀକୁ ମାରିଦେଲେ। ମୟୂରଭଞ୍ଜଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବ୍ରାହ୍ମଣଗାଁ ପଞ୍ଚାୟତର ବେଗୁନିଆବନ୍ଧ ଗ୍ରାମରେ ଏଭଳି ଘଟଣା ଘଟିଛି। ପାରିବାରିକ କଳହଯୋଗୁ ଭଉଣୀକୁ ମାରି ଦେଇଛନ୍ତି ଭାଇ ଓ ଭାଉଜ।

ଅଟୋରେ ଗଞ୍ଜେଇ ଚାଲାଣବେଳେ ଧରାପଡ଼ିଲା

ଜଟଣୀ,୨୩।୩(ଏସଏସନିଉଜ)ଅଟୋରେ ଗଞ୍ଜେଇ ଚାଲାଣ ହେଉଥିବାର ଖବର ପାଇ ଧରିଥିଲା ପୋଲିସ୍‌। ବୁଧବାର ଜଟଣୀଥାନା ପୋଲିସ୍‌ ହରିଭାଇନା ଛକଠାରେ ଥିବା ନୂଆ ବସଷ୍ଟାଣ୍ଡ ଉପରେ ଚଢ଼ଉ କରି ତିନିଜଣ ଗଞ୍ଜେଇ ବେପାରୀଙ୍କୁ କାବୁ କରିବା ସହ ସେମାନଙ୍କଠାରୁ ୨୨କେଜି ଗଞ୍ଜେଇ ଜବତ କରିଛି।

ବେଲପାହାଡ଼ ରେଳଷ୍ଟେସନରେ ରେଳରୋକ

ଭୁବନେଶ୍ୱର,୨୩।୩(ଏସଏସ ନିଉଜ)ବେଲପାହାଡ଼ ରେଳ ଷ୍ଟେସନରେ ରେଳରୋକ କରାଯାଇଛି!ସକାଳ୭ଟାରୁ ରେଳରୋକ ହୋଇଛି। ଲଖନପୁର ରେଳ ୟୁଜର ଫୋରମର ରେଳରୋକ ଡାକରା ଦିଆଯାଇଛି। ଟ୍ରେନ ରହଣୀଦାବିରେ ରେଳରୋକ ଆନ୍ଦୋଳନ ଡାକରା ଦିଆ ଯାଇଛି।ବେଲପାହାଡ଼ ରେଳ ଷ୍ଟେସନରେ ୯ଟି ଟ୍ରେନର ରହଣୀ ଦାବି କରାଯାଇଥିବା ବେଳେ ଷ୍ଟେସନ ପରିସରରେ ୧୪୪ ଧାରା ଲାଗୁ କରାଯାଇଛି।

୨ଜୀବନ୍ତ ବଜ୍ରକପ୍ତା ଉଦ୍ଧାର

ବୌଦ୍ଧ,୨୩।୩(ଏସଏସନିଉଜ)ବୌଦ୍ଧରେ କ୍ରାଇମବ୍ରାଞ୍ଚ STF ଚଢ଼ାଉ କରି ୨ଟି ଜୀବନ୍ତ ବଜ୍ରକପ୍ତା ଉଦ୍ଧାର କରିବାସହ ୨ ଜଣଙ୍କୁ ଗିରଫ କରାଯାଇଛି।ରାକେଟ ଲିଙ୍କ୍‌ ନେଇ ୨ଜଣକୁ ଜେରା କରାଯାଉଛି।ଗତ କିଛିଦିନ ତଳେ ବାଘଛାଲ ଓ ହରିଣଛାଲ ଜବତ ହୋଇଥିଲା।

ମହିଳାଙ୍କ ଉପରେ ମାଡ଼ିଗଲା ଟ୍ରେନ୍‌

ଢେଙ୍କାନାଳ,୨୨ା୩(ଏସଏସନିଉଜ) ମେଡିସିନ୍ ପାଇଁ ଯାଉଥିବା ମହିଳାଙ୍କ ଉପରେ ମାଡ଼ିଗଲା ଟ୍ରେନ୍। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଅନୁଗୁଳ-ସୁକିନ୍ଦା ନୂତନ ରେଳପଥରେ ଏହି ଦୁର୍ଘଟଣା ଘଟିଛି। ମୃତ ମହିଳା ଜଣଙ୍କ ହେଲେ କାମାକ୍ଷାନଗର ଥାନା ପଥରଖମ୍ବ ଗାଁର ବନିତା ବିଶ୍ୱାଳ। ବିନିତାଙ୍କୁ ୪୦ବର୍ଷ ହୋଇଥିଲା। ତାଙ୍କ ଦେହ ଅସୁସ୍ଥ ଥିବାରୁ ସେ ଆଜି ସକାଳେ ପାଖ ଗାଁରେ ଥିବା ମେଡିସିନ୍ ଦୋକାନକୁ ଔଷଧ ପାଇଁ ଯାଉଥିଲେ। ବାଟରେ ଟ୍ରେନ୍ ଲାଇନ ପାର ହେଉଥିବା ବେଳେ ବିନିତାଙ୍କ ଉପରେ […]

ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର

ଭଦ୍ରକ ,୨୨ା୩(ଏସଏସନିଉଜ)ମଲ୍‌କୁ ସପିଙ୍ଗ ପାଇଁ ଯାଇଥିବାବେଳେ ହଠାତ ଲାଗିଯାଇଥଲା ନିଆଁ । ସୈାଭାଗ୍ୟବଶତଃ ଅଳ୍ପକେ ବର୍ତ୍ତିଯାଇଛନ୍ତି ଗାଡିରେରେ ଥିବା ଡ୍ରାଇଭର । ସୂଚନାଯୋଗ୍ୟ ଯେ ଭଦ୍ରକ ସହରର ବାଇପାସ ନିକଟରେ ଏମିତି ଘଟଣା ଘଟିଥିବାର ଦେଖିବାକୁ ମିଳିଛି ।

ଆଜେକ୍ସ ମୃତ୍ୟୁ ପଛରେ ବ୍ରେକଅପ୍?

ଭୁବନେଶ୍ୱର,୨୨ା୩(ଏସଏସନିଉଜ)ଡିଜେଆଜେକ୍ସ ମୃତ୍ୟୁରେ ଟୁଇଷ୍ଟ,ଆସିଲା ରୋଚକତଥ୍ୟ। ମୃତ୍ୟୁପଛରେ ବ୍ରେକଅପକାରଣ ଥାଇପାରେବୋଲି ବଢ଼ିଲାସନ୍ଦେହ। ଆଜେକ୍ସସହ ବାନ୍ଧବୀ ଜିଜ୍ଞାସାର ବ୍ରେକଅପ ହୋଇଯାଇଥିଲାାଅନ୍ୟଜଣେ ଯୁବତୀଙ୍କସହ ସଂପର୍କ ଜାଣିବାପରେ ବିବାଦ ଉପୁଜିଥିଲା। ସତ୍ୟାସତ୍ୟ ଜାଣିବା ପାଇଁ ଉଭୟ ଆଜେକ୍ସସହ କଲ୍ କନଫରେନ୍ସ କରିଥିଲେ। ସେହି କନଫରେନ୍ସ କଲର ପ୍ରମାଣ ପୋଲିସ ହାତରେ ଲାଗିଥିବା ସୂଚନା ମିଳିଛି ।  

ଥାନାକୁ ଗଲା ବିରଳଏଣ୍ଡୁଅ

ଚନ୍ଦ୍ରଶେଖରପୁର,୨୨ା୩(ଏସଏସନିଉଜ)ଭୁବନେଶ୍ୱର ଚନ୍ଦ୍ରଶେଖରପୁର ପେଟ୍ରୋଲପମ୍ପ ନିକଟରେ ଜଣେବ୍ୟକ୍ତି ଗୋଟିଏ ବିରଳ ଏଣ୍ଡୁଅକୁଧରି ଠିଆ ହୋଇଥିବାବେଳେ ପାଖରେଥିବା ଲୋକେ ପୋଲିସକୁ ଖବର ଦେଇଥିଲେ। ପରେ ପିସିଆରଭ୍ୟାନ ଆସି ଏଣ୍ଡୁଅ ଏବଂ ଉକ୍ତଯୁବକଙ୍କୁ ଥାନାକୁ ନେଇକି ଯାଇଥିବା ଦେଖିବାକୁ ମିଳିଛି।