ଅଣ୍ଡାକାଢିବାବେଳେ ଚାଲିଗଲା ଧଳାମୟୁର ଜୀବନ

ବାରଙ୍ଗ,୨୪ା୩(ଏସଏସନିଉଜ)ପ୍ରାଣିଉଦ୍ୟାନ ନନ୍ଦନକାନନରେ ଗୁରୁବାରଦିନ ଏକ କୋକିଶିଆଳି ମୃତ୍ୟୁବରଣ କରିଥିବାବେଳେ ଶୁକ୍ରବାରଦିନ ଏକ ଧଳାମୟୁର ମୃତ୍ୟୁବରଣ କରିଛି ।ପ୍ରାୟ୫ବର୍ଷର ଏହି ଧଳାମୟୁରଟି ଗତଦୁଇଦିନ ହେବ ଅସୁସ୍ଥ ହେବା ସହ ଛୋଟେଇଛୋଟେଇ ଚାଲୁଥିଲା ।ସେରହୁଥିବା ପକ୍ଷୀଶାଳାର ୬୭ନଂଏନକ୍ଲାଜେରରେ ଇଞେକସନ ଦିଆଯାଇ ଚିକିସ୍‌ାଆରମ୍ଭ କରିଯାଇଥିଲେ ମଧ୍ୟ ସୁସ୍ଥ ହୋଇନଥିଲା ।ସ୍‌ାବସ୍ଥ୍ୟରେ ପରିବର୍ତନ ନହେବାରୁ ଶୁକ୍ରବାର ଅପରାହ୍ନ୩ଟାରେ ତାକୁ ନିଶାଇଞେକସନ ଦିଆଯାଇ ଡାକ୍ତରଖାନାକୁ ଅଣାଯାଇଥିଲା ।ସେଠାରେ ତାର ଚିକିସ୍‌ା ଆରମ୍ଭ ସହ ଛୋଟେଇବାର ପକୃତ କାରଣ ଜଣାପଡିବା ପରେ ତାପେଟରେ ଥିବା ଅଣ୍ଡାକୁ କାଢିବାବେଳେ ମୟୁରଟିର ମୃତ୍ୟୁ ହୋଇଥିବାର ଜଣାପଡିଛି ।ଧଳାମୟୁରର ମୃତ୍ୟୁପରେ ଏମାନଙ୍କ ସଂଖ୍ୟା ହ୍ରାସପାଇ ୪ରେ ପହଁଚିଥିବାର ଜଣାପଡିଛି ।

Comments (0)
Add Comment