Browsing category

ଅପରାଧ

ହାଇଦ୍ରାବାଦକୁ ସ୍ଥାନାନ୍ତର ହେଲେ ପିଣ୍ଟୁନନ୍ଦ

ଭୁବନେଶ୍ୱର,୨୫।୨(ଏସଏସ ନିଉଜ)ଅସୁସ୍ଥ ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ହାଇଦ୍ରାବାଦକୁ ସ୍ଥାନାନ୍ତର କରାଯାଇଛି। ଅଧିକ ଚିକିତ୍ସା ପାଇଁ ଦିଲ୍ଲୀର ଏକ ଘରୋଇ ମେଡିକାଲରୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି। ଲିଭର ସିରୋସିସ୍ ରୋଗରେ ପୀଡ଼ିତ ଅଛନ୍ତି ପିଣ୍ଟୁ ନନ୍ଦ ।

୫୦ହଜାର ଟପିଲା ଭୂକମ୍ପ ମୃତ୍ୟୁ

ଭୁବନେଶ୍ୱର,୨୫।୨(ଏସଏସ ନିଉଜ)ତୁର୍କୀ ଓ ସିରିଆରେ ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ୫୦ ହଜାର ଟପିଛି।ତୁର୍କୀରେ ୪୪,୨୧୮ ଓ ସିରିଆରେ ୫,୯୧୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ତୁର୍କୀରେ ୨ଲକ୍ଷ କୋଠା କ୍ଷତିଗ୍ରସ୍ତ ହୋଇଛି। ଦେଢ଼ଲକ୍ଷ ଲୋକ ବାସହରା ହୋଇଛନ୍ତି।ଗତ ଫେବ୍ରୁଆରୀ୬ରେ ଭୂମିକମ୍ପରେ ଥରିଥିଲା ଦୁଇ ଦେଶ।

୩ସୁରକ୍ଷାକର୍ମୀ ସହିଦ

ଭୁବନେଶ୍ୱର,୨୫।୨(ଏସଏସ ନିଉଜ)ଛତିଶଗଡ଼ ସୁକମାରେ ନକ୍ସଲ ଗୁଳିରେ ୩ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି। ସର୍ଚ୍ଚ ଅପରେସନ୍ ବେଳେ ନକ୍ସଲଙ୍କ ସହ ଗୁଳି ବିନିମୟ ହୋଇ ଯାଇଛି। ସହିଦ ୩ ଜଣ DRG ଅଧିକାରୀ ହୋଇଥିବାର ସୂଚନା ଦିଆଯାଇ ଥିବାବେଳେ ସର୍ଚ୍ଚ ଅପରେସନ ଜାରି ରହିଛି।

ଅର୍ଦ୍ଧଲଗ୍ନ ମହିଳାଙ୍କ ଗଳିତ ମୃତଦେହ ଘଟଣା

ବାରଙ୍ଗ,୨୪।୨(ଏସଏସ ନିଉଜ) ରଘୁନାଥପୁର ଗାଁମୁଣ୍ଡ ଶ୍ମଶାନ ରାସ୍ତାକଡ଼ ପରିତ୍ୟକ୍ତ ଚାଷଜମିରୁ ମିଳିଥିବା ଅର୍ଦ୍ଧଲଗ୍ନ ମହିଳାଙ୍କ ଗଳିତ ମୃତଦେହ ଘଟଣା ଉପରୁ ପରଦା ଉଠାଇଛି ନନ୍ଦନକାନନଥାନା ପୋଲିସ।ମହିଳାଙ୍କୁ ବଳକ୍ତାର ପରେ ହତ୍ୟ କରାଯାଇଥିବାବେଳେ ଘଟଣାର ମୁଖ୍ୟଅଭିଯୁକ୍ତକୁ ତଥା ସିକୁରିଟିଗାର୍ଡକୁ ପୋଲିସ ଗିରଫକରି ଶୁକ୍ରବାରଦିନ କୋର୍ଟଚାଳଣ କରିଛି ।ନନ୍ଦନକାନନଥାନା ପରିସରରେ ଏସିପି ରମେଶଚନ୍ଦ୍ର ବିଶୋଇଙ୍କ ଦ୍ୱାରା ଆୟୋଜିତ ଖବରଦାତା ସମିଳନୀରେ ପୋଲିସ ଦେଇଥିବା ସୁଚନା ଅନୁଯାୟୀ ଗତ ୧୯ତାରିଖରେ ରଘୁନାଥପୁର ଗାଁନିକଟ ଓଏସଏସହୋମସ ଅପାର୍ଟମେଣ୍ଟ ନିକଟରେଥିବା ପରିତ୍ୟକ୍ତ ଚାଷଜମିରେ ଜଣେ […]

ଗିରଫ ହେଲେ ପୁଲିସ ବାବୁ

କଟକ,୨୪ା୨(ଏସଏସନିଉଜ)ଭିଣୋଇଙ୍କୁ ଅପହରଣକରିବା ସହ ମାଡ଼ମାରିବା ଅଭିଯୋଗରେ ପୁରୀ କୁମ୍ଭାରପଡାଥାନା ସବ୍‌ଇନ୍ସପେକ୍ଟର ଚିତ୍ତରଞ୍ଜନଦାସଙ୍କୁ ଗିରଫ କରିଛି ବଡମ୍ବା ଥାନାପୋଲିସା ପ୍ରକାସଯେ,ବଡ଼ମ୍ବାଥାନା ଅନ୍ତର୍ଗତ ରଗଡିପଡା ଗ୍ରାମର ଚିତ୍ତ ରଂଜନ ନାୟକ ନରସିଂହପୁର ବ୍ଲକ୍‌ର ଚମ୍ପେଶ୍ବରଗ୍ରାମର ଅନୁପମାଙ୍କୁ ୨୦୧୯ ମସିହାରେ ବିବାହ କରିଥିଲେ। ପରେ ଅନୁପମାଙ୍କୁ ଯୌତୁକ ପାଇଁ ନିର୍ଯାତନା ଦିଆଯାଉଥିବା ସଂପର୍କରେ ଥାନାରେ ଅନୁପମାଙ୍କ ବାପଘର ଲୋକଙ୍କ ଅଭିଯୋଗ କରିବାପରେ ଗତବର୍ଷ ଜୁନମାସରେ ଏକ ମାମଲା ପୋଲିସ ରଜୁ କରିଥିଲ।। ଏହାର ଆପୋସ ବୁଝାମଣାପାଇଁ ଉଭୟ ପରିବାରବର୍ଗଙ୍କ ମଧ୍ୟରେ କଥାବାର୍ତ୍ତା […]

ପେଶାଦାର ସାଇକେଲଚୋର ଗିରଫ

ଗଞ୍ଜାମ ,୨୪ା୨(ଏସଏସନିଉଜ) ହିଞ୍ଜିଳିପୁଲିସ ଦୁଇଜଣ ପେଶାଦାର ସାଇକେଲଚୋରଙ୍କୁ ଗିରଫ କରିବାସହ ସେମାନଙ୍କଠାରୁ ୧୯ଟି ସାଇକେଲ ଜବତ କରିଛି।ଗିରଫ ଅଭିଯୁକ୍ତ ହେଲେ କବିସୂର‌୍ୟ୍ୟନଗରଥାନା ପଂକଳବାଡୀଗାଁର ସାଗର ନାହାକ ଓ ରଜନୀକାନ୍ତ ନାହାକ । ଗତ୨୦ ତାରିଖରେ ହିଞ୍ଜିଳିକାଟୁ ଆଙ୍କରଡ଼ାଗ୍ରାମର ପ୍ରହଲ୍ଲାଦଗୌଡ଼ ବଜାରସ୍ଥିତ ଚନ୍ଦ୍ରକଳ୍ପେଶ୍ୱର ମନ୍ଦିର ସାମ୍ନାରେ ନିଜ ସାଇକେଲଟିକୁ ରଖି ମନ୍ଦିରରୁ ଦର୍ଶନସାରି ଫେରିଲାବେଳକୁ ସାଇକେଲଟି ନପାଇବାରୁ ହିଞ୍ଜିଳିଥାନାରେ ଅଭିଯୋଗ କରିଥିଲେ ।ପୋଲିସ ୧୧୧/୨୩ରେ ଏକ ମାମଲା ରୁଜୁକରି ତଦନ୍ତ କରିବାବେଳେ ଦୁଇଜଣ ପେଶାଦାର ସାଇକେଲଚୋରଙ୍କୁ ଗିରଫକରିବାସହ କୋର୍ଟଚାଳଣ […]

ବେଆଇନ କରତକଳ ଉପରେ ବନବିଭାଗର ଚଢ଼ାଉ

ବାଲେଶ୍ବର,୨୪ା୨(ଏସଏସନିଉଜ) କୁଳଡ଼ିହାବନାଞ୍ଚଳ ଅଧୀନସ୍ଥ ସୋରରେ ଥିବା ଦୁଇଟି ବେଆଇନ କରତକଳ ଉପରେ ଆଜି ବଢିଭୋର ସମୟରେ ବନବିଭାଗ ଅଚନାକ ଚଢ଼ାଉ କରି ଲକ୍ଷାଧିକଟଙ୍କାର ଯନ୍ତ୍ରାଂଶ ସହିତ କାଠ ଜବତ କରିଛି। ସୋର ଜଗନ୍ନାଥପୁର ଓ ସୋର ତହସିଲ ସାମ୍ନାରେଥିବା ଦୁଇଟି ବେଆଇନକରତକଳ ଉପରେ ଚଢ଼ାଉ କରାଯାଇଥିଲା।ଏହି ସମୟରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ସହିତ କାଠ ଜବତ କରାଯାଇଥିବା ବେଳେ ଅଭିଯୁକ୍ତମାନେ କୌଶଳ କ୍ରମେ ଖସି ପଳାଇଥିଲେ।  

ଜଳିଗଲା ୫ବଖରା ଘର

ଅସ୍ତରଙ୍ଗ,୨୪ା୨(ଏସଏସନିଉଜ) କାକଟପୁରବ୍ଲକ ରାଇସଗାଁରେ ଅଗ୍ନିକାଣ୍ଡ ଘଟିଛି। ଜଳିଯାଇଛି ଗୋଟିଏପରିବାରର ୫ବଖରା ଘର । ଖବରପାଇ ଅଗ୍ନିଶମକର୍ମଚାରୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିଛନ୍ତି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଲକ୍ଷାଧିକଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଥିବାର ଜଣାପଡିଛି ।

ବହୁତଳ ରହଣିସ୍ଥଳରୁ ଲାପଟପ୍ ଚୋରି

ବାରଙ୍ଗ,୨୩।୨(ଏସଏସନିଉଜ) ନନ୍ଦନକାନନ ପ୍ରାଣୀଉଦ୍ୟାନର ବହୁତଳ ରହଣିସ୍ଥଳରୁ ଲାପଟପ୍ ଚୋରି ହୋଇଥିବା ନେଇ ଗୁରୁବାର ନନ୍ଦନକାନନ ଥାନାରେ ଅଭିଯୋଗ ହୋଇଛି।ପୁଲିସ ସୂଚନା ମୂତାବକ,ଗତ ବୁଧବାର ସକାଳ ୮ଟା ୩୫ମିନିଟ ସମୟରେ ଜଣେ ଅଚିହ୍ନା ଯୁବକ ନନ୍ଦନକାନନ ହାଇସ୍କୁଲ ପାଚେରି ଡେଇଁ ବହୁତଳ ରହଣିସ୍ଥଳ ଭିତରକୁ ପଶିଥିଲା।ସେଠାରେ ହାତରେ ଏକ କପଡା ବ୍ୟାଗ ଧରି ଏଣେତେଣେ ଘୂରିବୁଲିବା ସହିତ ରହଣିସ୍ଥଳର ଜଣେ ମହିଳା ଓ ପୁରୁଷ କର୍ମଚାରୀଙ୍କ ସହ କଥାବାର୍ତ୍ତା ହେଉଥିଲେ।ତାପରେ କିଛି ସମୟ ଛାଡି ଯୁବକ ରହଣିସ୍ଥଳର ଦୁଇ […]

ବନ୍ଧାହେଲେ ରାତ୍ରଜଗୁଆଳି

ବାରଙ୍ଗ,୨୩ା୨(ଏସଏସନିଉଜ) ବାରଙ୍ଗକଲେଜର ପାଚେରୀ ସହିତ କଲେଜରେ ଲାଗିଥିବା ସିସିଟିଭି କ୍ୟାମେରାକୁ ବାଡ଼େଇ ଭାଙ୍ଗି ଦେଇଥିବା ଅଭିଯୋଗରେ ନନ୍ଦନକାନନଥାନାପୋଲିସ କଲେଜର ରାତ୍ରଜଗୁଆଳିକୁ ଗିରଫକରି ଗୁରୁବାରଦିନ କୋର୍ଟଚାଳଣ କରିଛି ।ଗିରଫ ହୋଇଥିବା ତା୍‌ରାଜଗୁଆଳି ହେଉଛନ୍ତି ବାଙ୍କୀସିଂହନାଥପୁର ଗାଁର ଆକାଶକୁମାରଣା ।ଆକାଶ ବାରଙ୍ଗ କଲେଜରେ ରାତ୍ର ଜଗୁଆଳ ଭାବେ କାର୍ଯ୍ୟ କରନ୍ତି ।ବୁଧବାରଦିନ ସେ କଲେଜପାଚେରୀ ସହ କଲେଜରେ ଲାଗିଥିବା ସିସି କ୍ୟାମେରାକୁ ବାଡେଇଭାଙ୍ଗିଥିଲେ ।ଏହିଘଟଣା ଦେଖିବାପରେ କଲେଜର ଅଧ୍ୟାପକ ମନିନ୍ଦ୍ର କୁଅଁର ବିରୋଦ୍ଧ କରିବାରୁ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ […]