Browsing category

ଅପରାଧ

ପୁରୀମେନକେନାଲକୁ ଖସିଲା ବାଇକ

ବାରଙ୍ଗ,୨୩ା୨(ଏସଏସନିଉଜ)ଗୁରୁବାରରାତିରେ ପୁରୀମେନକେନାଲରେ ଏକ ବାଇକ ଖସିପଡି ବାଇକଚାଳକ ଗୁରୁତରଆହତ ହୋଇଛନ୍ତି ।ଆହତ ହୋଇଥିବା ବାଇକଚାଳକ ହେଉଛନ୍ତି ନନ୍ଦନକାନନ ଥାନା ଅଧିନସ୍ଥ ବାଲିପଡାଗାଁର ରାଜାଭଞ ଓରଫ ଘାତକ ।ରାଜା ଏକ ନମ୍ବରବିହିନ ହୋଣ୍ଡାସାଇନ ବାଇକ ଯୋଗେ ଦ୍ରୁତଗତିରେ ପୁରୀନେକେନାଲ ଦେଇ ଘରକୁ ଫେରୁଥିଲେ ।କଂଟାପାଟଣା ଗାଁମୁଣ୍ଡରେ ଭାରସମ୍ୟ ହରାଇ ବାଇକସହ କେନାଲ ମଧ୍ୟକୁ ଖସିପଡିଥିଲେ ।ଏହିସମୟରେ ସ୍ଥାନୀୟ ଗାଁର କିଛିଯୁବକ ଶୈାଚପାଇଁ କେନାଲକୁ ଯାଇଥିବାରୁ ପାଣିଭିତରୁ ସୁରକ୍ଷିତଭାବେ ବାଇକ ଓ ରାଜାକୁ ଉଦ୍ଧାର କରିଥିଲେ ମଧ୍ୟ ରାଜାଙ୍କ ଶରୀରର […]

ଜଙ୍ଗଲରୁ ମିଳିଲା ୨ମୃତଦେହ

ଆଠଗଡ,୨୩।୨(ଏସଏସ ନିଉଜ)ଆଠଗଡରେ ଜଙ୍ଗଲରୁ ମିଳିଲା ୨ ମୃତଦେହ।ଏହି ୨ମୃତଦେହ ମହିଳାଙ୍କର ବୋଲି ଜଣାପଡିଛି।ବଣିଆବନ୍ଧ ଜଙ୍ଗଲରୁ ଏହାକୁ ଠାବ କରାଯାଇଛି।ଦୁଇ ମହିଳାଙ୍କ ପରିଚୟ ମିଳିପାରିନଥିବା ବେଳେ ଓ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ପ୍ରଶାସନପାଖରେ ନାହିଁ କୋଟିଆ ତଥ୍ୟ

ଭୁବନେଶ୍ୱର,୨୩।୧(ଏସଏସ ନିଉଜ)କୋଟିଆରେ ଆନ୍ଧ୍ର ରାସନ , ଭତ୍ତା ବଣ୍ଟନ କରିବା ତଥ୍ୟ ନାହିଁ। ଜିଲ୍ଲା ପ୍ରଶାସନ ପାଖରେ ଏନେଇ ତଥ୍ୟ ନଥିବା କହିଲେ ରାଜସ୍ବ ମନ୍ତ୍ରୀ। ଏମିତିକି ଆନ୍ଧ୍ର ସେଠାରେ କିଛି ରାସ୍ତା ନିର୍ମାଣ କରିନି କହିଲେ ମନ୍ତ୍ରୀ।ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନରେ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ଏହାଥିଲା ଉତ୍ତର।  

୩୦ଲକ୍ଷର ଗଞ୍ଜେଇ ଜବତ

ଲମତାପୁଟ,୨୩ା୨(ଏସଏସନିଉଜ) ମାଛକୁଣ୍ଡପୋଲିସ ଦ୍ବାରା ୩କ୍ବିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି।ଏହି ଗଞେଇକୁ ମୁଲିଆପୁଟ ଜଙ୍ଗଲରେ ଲୁଚାଇ ରଖାଯାଇଥିଲା ବେଳେ ଜବତ କରିଛିପୋଲିସ । ଜବତଗଞ୍ଜେଇର ଆନୁମାନିକମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।  

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ

ବାଲେଶ୍ବର,୨୩ା୨(ଏସଏସନିଉଜ) ସହକାରୀଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ ଚାଲିଛି। ସହକାରୀଯନ୍ତ୍ରୀ ଅଜୟ ସେନାପତିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଛି। ଅଜୟସେନାପତି ହେଉଛନ୍ତି ବାଲେଶ୍ବର ପୂର୍ତ୍ତଡିଭିଜନ-୨ରସହକାରୀଯନ୍ତ୍ରୀ । ଆୟ ବର୍ହିଭୂତସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରାଯାଉଥିବାବେଳେ ଏକକାଳିନ । ବାଲେଶ୍ବର , ପୁରୀ ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଉଛି ।  

ଆମ୍ବୁଲାନ୍ସରେ ଗଞ୍ଜେଇ

ସବୁର୍ଣ୍ଣପୁର,୨୩ା୨(ଏସଏସନିଉଜ) ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ କରାଯାଉଥିବାବେଳେ ଧରାପଡ଼ିଛି ।ବୌଦ୍ଧରୁ ରାୟପୁର ଚାଲାଣବେଳେ ବ୍ଲକଛକରୁ ଧରାପଡ଼ିଛି ।ଜବତହୋଇଥିବା ୪କ୍ବିଣ୍ଟାଲ୨୦କେଜି ଗଞ୍ଜେଇର ମୂଲ୍ୟ ୪୦ଲକ୍ଷରୁ ଅଧିକ ହେବ ବୋଲି କୁହାଯାଇଛି ।

ଶଇତାନ ସ୍ବାମୀ

ରାୟଗଡା,୨୩ା୨(ଏସଏସନିଉଜ)ସ୍ତ୍ରୀକୁ ହତ୍ୟାପରେ ସ୍ବାମୀ ଆତ୍ମହତ୍ୟା ଉଦ୍ୟମ କରିଛିାଛୁରୀରେ ବେକକାଟି ସ୍ତ୍ରୀକୁ ହତ୍ୟା କରିଛି ଶଇତାନ ସ୍ବାମୀା ସ୍ତ୍ରୀକୁ ହତ୍ୟାପରେ ନିଜର ବେକକାଟି ଆତ୍ମହତ୍ୟା ଉଦ୍ୟମ କରିଛି ।ରାୟଗଡା କାଶିପୁର ଖଡିକାଯଡିଗାଁରେ ଘଟିଛି ଏହିଭଳି ଘଟଣାାଘରୋଇ କଳହରୁ ହତ୍ୟା ହୋଇଥିବା ସୂଚନା ମିଳିଛି ।  

ଅର୍ଦ୍ଧଲଗ୍ନ ମହିଳାଙ୍କ ଗଳିତ ମୃତଦେହର ପରିଚୟ ମିଳିଲା

ବାରଙ୍ଗ,୨୨।୨(ଏସଏସନିଉଜ) ମିଳିଲା ଅର୍ଧଉଲଗ୍ନ ମହିଳାଙ୍କ ଗଳିତ ମୃତଦେହର ପରିଚୟ । ଗତ ୧୯ତାରିଖରେ ରଘୁନାଥପୁରଗାଁମୁଣ୍ଡ ଶ୍ମଶାନ ରାସ୍ତାକଡ଼ରେ ଥିବା ପରିତ୍ୟକ୍ତ ଚାଷଜମିରୁ ମିଳିଥିଲା ମହିଳାଙ୍କ ମୃତଦେହ । ମହିଳା ଜଣଙ୍କ କୃଷ୍ଣପ୍ରସାଦଥାନା ଅନ୍ତର୍ଗତ ଚାରିଛକ ଗାଁର ବସନ୍ତ ନାୟକଙ୍କ ସ୍ତ୍ରୀ ଝିଲି ନାୟକ(୩୦) ବୋଲି ଜଣାପଡିଛି ପ୍ରକାସ ଯେ,ସ୍ବାମୀ ଓ ସ୍ତ୍ରୀ ଉଭୟ କାମ ଅନ୍ୱେଷଣରେ ଗତ କିଛିବର୍ଷ ହେବ ଘରଛାଡି ଭୁବନେଶ୍ଵର ଆସିଥିଲେ । ଭୁବନେଶ୍ୱର ଇନଫୋସିସଥାନା ଅଧିନସ୍ଥ ଶିଖରଚଣ୍ଡି ନଗରରେ ଘରଭଡା ନେଇ ରହୁଥିଲେ […]

ଶଳାଭାଉଜକୁ ବଳତ୍କାର କରି ବନ୍ଧାହେଲେ ନଣନ୍ଦେଇ

ବାରଙ୍ଗ,୨୨।୨(ଏସଏସନିଉଜ) ଶଳାଭାଉଜକୁ ବଳାତ୍କାର କରିବା ଅଭିଯୋଗରେ ନନ୍ଦନକାନନ ଥାନାପୁଲିସ ନଣନ୍ଦେଇକୁ ଗିରଫକରି ବୁଧବାର କୋର୍ଟଚାଲାଣ କରିଛି। ସୂଚନା ମୂତାବକ,ଏହି ଥାନାଅନ୍ତର୍ଗତ ପଦାସାହିଗ୍ରାମର ପୀଡିତ(ଶଳାଭାଉଜ) ଛଦ୍ମ ନାମ ରୁବି( ୩୦)।ସେ ମଙ୍ଗଳବାର ପୂର୍ବାହ୍ନରେ ନିଜଘରେ ଏକାକୀ ଥିବାବେଳେ ସେହିଗ୍ରାମର ନିଜ ନଣନ୍ଦେଇ ପ୍ରାଣକୃଷ୍ଣ ମହାନ୍ତି (୫୫) ତାଙ୍କୁ ଧମକାଇ ଜୋରଜବଦସ୍ତ ବଳତ୍କାର କରିଥିଲେ।ଏହିସମୟରେ ପିଡୀତାଙ୍କ ସ୍ବାମୀ ଦିନମଜୁରୀଆ ଭାବରେ କାମକରିବାକୁ ଯାଇଥିଲା।ଝିଅ ମଧ୍ୟ ସ୍କୁଲ ଚାଲିଯାଇଥିଲା।ସନ୍ଧ୍ୟାରେ କାମରୁ ଫେରିବାପରେ ପିଡୀତା ଘଟଣାସମ୍ପର୍କରେ ସ୍ବାମୀ ଆଗରେ ସବୁକଥା କହିଥିଲା।ଏହାପରେ ଉଭୟ […]

ଅଟୋକୁ ପିଟିଲା ଟ୍ରକ-୫ମୃତ

ରାୟଗଡ଼ା,୨୨ା୨(ଏସଏସନିଉଜ)ରାୟଗଡ଼ାରେ ବଡ଼ଧରଣର ମର୍ମନ୍ତୁଦ ସଡ଼କଦୁର୍ଘଟଣା ଘଟିଛି। ଅଟୋକୁ ଧକ୍କା ଦେଇଛି ଟ୍ରକାଫଳରେ ୫ଜଣଙ୍କର ମୃତ୍ୟୁହୋଇଥିବାବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି ।ରାୟଗଡ଼ା ନିକଟ କମରଡ଼ାଠାରେ ଘଟିଛି ଏହି ଦୁର୍ଘଟଣା। ମାମଝିଘରିଆଣିଙ୍କ ଦର୍ଶନସାରି ଫେରିବା ବେଳେ ଏହି ଦୁର୍ଘଟଣା ଘଟିଛି। ଅଟୋରେ ଆନ୍ଧ୍ର କମରଡ଼ାରୁ ୮ଜଣ ରାୟଗଡ଼ା ଆସିଥିଲୋ