ବାରଙ୍ଗ, ୨୫।୨(ଏସଏସନିଉଜ) ଶୁକ୍ରବାର ବିଳମ୍ବିତରାତିରେ ଗୋଡିସାହିଫାଣ୍ଡି ଅଧିନସ୍ଥ ଷଣ୍ଢପୁର ବାଙ୍କରେ ଜଣେ ବାଇକଚାଳକ ଭାରସାମ୍ୟହରାଇ ରାସ୍ତାକଡପାଚେରୀ ମଧ୍ୟରେ ଧକ୍କାଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତୁ ଘଟିଛି । ମୃତ ଯୁବକହେଉଛନ୍ତି କେନ୍ଦୁଝରଜିଲ୍ଲା ତୁରୁମୁଙ୍ଗାଥାନା ଅଂଚଳର ଜାଡିଚତରଗ୍ରାମର ଗଗନବିହାରୀନାୟକ(୩୫) । ଗଗନବିହାରୀ କଟକ ହାଇକୋର୍ଟର ଜଣେ କର୍ମଚାରୀବୋଲି ଜଣାପଡିଛି । ସେ ଶୁକ୍ରବାର ବିଳମ୍ବିତରାତିରେ ଓଡି୦୯-ୟୁ-୮୦୧୩ ବାଇକଯୋଗେ କଟକଅଭିମୁଖେ ଯାଉଥିଲେ।ଷଣ୍ଢପୁରଗାଁମୁଣ୍ଡରେ ପହଂଚିଥିବାବେଳେ ଏକ ହମ୍ପସ ନିକଟରେ ବାଇକଟି ଭାରସାମ୍ୟହରାଇ ରାସ୍ତାକଡ଼ରେ ଥିବା ଏକପାଚେରି ମଧ୍ୟରେ ଧକ୍କା ହୋଇଥିଲା। ଯାହାଫଳରେ ଘଟଣାସ୍ଥଳରେ ଗଗନବିହାରୀଙ୍କର ମୃତ ହୋଇଥିଲା। ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ଗୋଡିସାହିଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଁଚି ମୃତ ଦେହକୁ ଜବତକରି ବ୍ୟବଚ୍ଛେଦ ପାଇଁ କଟକ ବଡଡାକ୍ତରଖାନାକୁ ପଠାଇଥିଲେ ।ଏସଂକ୍ରାନ୍ତରେ ବାରଙ୍ଗଥାନାରେ ୬୫/୨୩କେଶ ନମ୍ବରରେ ଏକ ମକଦମା ରୁଜୁକରାଯାଇଛି।