Browsing category

ଅପରାଧ

ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ

ଭୁବନେଶ୍ୱର,୨୯।୧(ଏସଏସ ନିଉଜ)ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ବ୍ରଜରାଜନଗର ଗାନ୍ଧୀ ଛକରେ ଗୁଳିମାଡ ହୋଇଛିl ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ସମୟରେ ତାଙ୍କୁ ଗୁଳିମାଡ ହୋଇଥିବା ମିଳିଛି ସୂଚନା l ତାଙ୍କ ଛାତିରେ ଗୁଳିମାଡ ହୋଇଥିବା ସୂଚନା ମିଳିଛି l କିଏ ଓ କାହିଁକି ଗୁଳିମାଡ କରିଛି ତାହା ଜଣାପଡିନଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି l

ଆତ୍ମରକ୍ଷା ପ୍ରଶିକ୍ଷଣଶିବିର ଉଦଯାପିତ

ବାରଙ୍ଗ,୨୯।୧(ଏସଏସ ନିଉଜ)ବାରଙ୍ଗ କୁଞ୍ଜବିହାରି ମହାବିଦ୍ୟାଳୟ ପରିସରରେ ଚଳିତମାସ ୧୬ ତାରିଖରୁ ଆରମ୍ଭ ହୋଇଥିବା ଛାତ୍ରୀ ମାନଙ୍କ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଶନିବାର ଦିନ ଉଦଯାପିତ ହୋଇଯାଇଛି ।ଏହିଅବସରରେ ମହାବିଦ୍ୟାଳୟ ଅଧକ୍ଷ ପ୍ର. ପ୍ରତାପକୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପ୍ରଶାସନିକଅଧିକାରୀ ଡ଼. ଲିପିପୁଷ୍ପା ନାୟକ, ଅନିଲ ପାଢ଼ୀ, ଡ଼. ପୁଷ୍ପରାଣୀ ସତପଥି, ରୋସେଳିନ ଦେବି ପ୍ରମୁଖ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ପିଲାମାନଙ୍କୁ ପ୍ରମାଣପତ୍ର ଓ ଆତ୍ମରକ୍ଷା ପୁସ୍ତିକା ରିଆକ୍ଟ ପ୍ରଦାନ […]

ଯୁବତୀକୁ ଅସଦଆଚରଣ କରି ବନ୍ଧାହେଲେ ଯୁବକ

ବାରଙ୍ଗ,୨୮ା୧(ଏସଏସନିଉଜ)ଜଣେ ଯୁବତୀକୁ ଅସଦଆଚରଣ କରିବା ଅଭିଯୋଗରେ ନନ୍ଦନକାନନଥାନାପୋଲିସ ଶନିବାରଦିନ ଆକାଶମଣ୍ଡଳ ନାମକ ଯୁବକକୁ ଗିରଫକରି କୋର୍ଟଚାଳଣ କରିଛି ।ଶୁକ୍ରବାରଦିନ ଜଣେ ଯୁବତୀ ଓ ତାର ତିନିଜଣ ସହଯୋଗୀ ମିଶି ପାର୍ଟିକରିବାପାଇଁ ଆୟୋଜନ କରିଥିଲେ । ଆୟୋଜନମୁତାବକ ସମସ୍ତେ ନନ୍ଦନକାନନଥାନା ଅଧିନସ୍ଥ ରୟାଲଲାଗୁନ ଫ୍ଲାଟରେ ଭଡାରେରହୁଥିବା ଜଣେ ପରିଚିତ ବନ୍ଧୁଙ୍କ ରୁମକୁ ଯାଇଥିଲେ । ପାର୍ଟିଚାଲିଥିବା ସମୟରେ ଆକାଶମଣ୍ଡଳ ନାମକ ଯୁବକ ଏକାନ୍ତରେ କିଛି ବ୍ୟକ୍ତିଗତକଥା ହେବାର ବାହାନାକରି ଯୁବତୀକୁ ଅନ୍ୟ ଏକ ରୁମକୁ ନେବା ସହିତ ସେଠାରେ […]

ଦୀପଷ୍ଟାଣ୍ଡରେ ଅଘଟଣ

ପୁରୀ,୨୮।୧(ଏସଏସନିଉଜ) ଶ୍ରୀମନ୍ଦିର ପରିସର ସୂର୍ଯ୍ୟମନ୍ଦିର ପାଖ ପାଟଅଗଣା ଦୀପ ଷ୍ଟାଣ୍ଡରେ ଅଘଟଣ ଘଟିଛି lଦୀପରୁ ନିଆଁଲାଗି ଜଣେ ମହିଳାଭକ୍ତ ଆହତହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି lଉକ୍ତ ମହିଳାଜଣଙ୍କ ଭୁବନେଶ୍ୱରର ବୋଲି ଜଣା ପଡିଛି। ସେ ଦର୍ଶନପାଇଁ ପୁରୀ ଯାଇଥିଲେ ।

ନବଜାତକୁ ଝୁଣିଖାଇଲା କୁକୁର

ଭୁବନେଶ୍ୱର,୨୮।୧(ଏସଏସ ନିଉଜ)ନବଜାତ ମୃତଦେହ ଝୁଣି ଖାଇଲା କୁକୁର।ଏହିଭଳି ହୃଦୟବିଦାରକ ଦୃଶ୍ୟକେନ୍ଦୁଝର ମେଡିକାଲ୍ ପରିସରରେ ଦେଖିବାକୁ ମିଳିଛି। ନବଜାତ ଶିଶୁପୁତ୍ରର ମୃତଦେହ ଝୁଣି ଖାଇଛି କୁକୁର। କେଉଁ ପରିସ୍ଥିତିରେ ନବଜାତର ମୃତଦେହ ଆସିଲା ତାହା ଅଦ୍ୟାବଧି ଅସ୍ପଷ୍ଟ ରହିଛି ।

୨୦ରୁ ଊର୍ଦ୍ଧ୍ୱଛାତ୍ରଛାତ୍ରୀ ଅସୁସ୍ଥ

ସୋର,୨୮ା୧(ଏସଏସନିଉଜ) ବଡ଼ଖୁରୀ ଉ.ପ୍ରାସ୍କୁଲର ୨୦ରୁଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବାର ଜଣାପଡିଛି ।ଖେଳୁଥିଲାବେଳେ ଅସୁସ୍ଥ ଅନୁଭବକରିବାରୁ ସୋମାନଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି ।ଅସୁସ୍ଥହେବାର କାରଣ ଜଣାପଡ଼ିନଥିବାବେଳେ ତ୍ୱରିତ ଚିକିତ୍ସା ଆରମ୍ଭ ହୋଇଛି ।

ଦମ୍ପତିଙ୍କ ଝୁଲନ୍ତା ମୃତଦେହ !

ବରଗଡ଼,୨୮ା୧(ଏସଏସନିଉଜ) ଘରଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଭଟଲିଥାନା ଭଡ଼ିଗାଁରେ ଘରଭିତରୁ ମୃତଦେହ ଉଦ୍ଧାର ହୋଇଛି। ଗତ ଡିସେମ୍ବର୨ରେ ଦମ୍ପତିଙ୍କ ଏକମାତ୍ର ଝିଅକୁ ହତ୍ୟା କରାଯାଇଥିଲା। ଘଟଣାରେ ହତ୍ୟା ଅଭିଯୁକ୍ତ ଗିରଫହୋଇ ଜେଲ୍ ଯାଇଥିଲା। ଝିଅକୁ ହତ୍ୟାପରେ ବାପା , ମାଆଙ୍କ ମୃତ୍ୟୁକୁ ନେଇ ସସପେନ୍ସ ବଢିଛି ।  

ନାବାଳିକା ଛାତ୍ରୀଙ୍କ ପ୍ରସବ ଅଭିଯୁକ୍ତ ଅଟକ !

କେନ୍ଦୁଝର, ୨୮ା୧(ଏସଏସନିଉଜ) ଅନୁସୂଚିତ ଜନଜାତିବିଭାଗ ଆଶ୍ରମସ୍କୁଲରେ ଜଣେ ଛାତ୍ରୀ ପ୍ରସବ କରିଥିବା ଘଟଣା ଉପରେ ଅଭିଯୋଗ ହୋଇଛି । ସଦରଥାନା ଅଞ୍ଚଳରେଥିବା ଏକ ଆଶ୍ରମସ୍କୁଲର ୧୫ବର୍ଷୀୟା ଛାତ୍ରୀଙ୍କ ପ୍ରସବ କରିଥିବାନେଇ ଜଣାପଡିଛି ।ଟାଉନଥାନାରେ ପୀଡ଼ିତାଙ୍କମାଆଙ୍କ ଏତଲାପରେ ଅଭିଯୁକ୍ତ ଅଟକ ରଖିଛି ପୋଲିସାପ୍ରସବପରେ ନାବାଳିକାଛାତ୍ରୀ ଓ ନବଜାତ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନଥିବାର ଜଣାପଡିଛି । କେଉଁ ପରିସ୍ଥିତିରେ ଏପରିଘଟିଲା ତାହାକୁନେଇ ପୋଲିସର ଛାନଭିନ୍ଆରମ୍ଭ କରିଛି ।  

ଅଟୋ ଓ ପିକଅପ୍ ମୁହାଁମୁହିଁ ଧକ୍କା

କେନ୍ଦୁଝର, ୨୮ା୧(ଏସଏସନିଉଜ) ପଣ୍ଡାପଡ଼ାଥାନା ବସନ୍ତପୁର ନିକଟରେ ଏକ ମର୍ମସୁନ୍ତ ସଡକ ଦୁର୍ଘଟଣା ଘଟିଛି ।ଏହି ଦୁର୍ଘଟଣାରେ ୩ ଜଣଙ୍କରମୃତ୍ୟୁହୋଇଥିବାବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି ।ଅଟୋ ଓ ପିକଅପ୍ ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏଭଳି ପରିସ୍ଥିତି ଘଟିଥିଲା ।  

ଜୀଅନ୍ତା ଜଳିଗଲେ ଡାକ୍ତର ଦମ୍ପତି

ଭୁବନେଶ୍ୱର,୨୮ା୧(ଏସଏସନିଉଜ) ଗତକାଲି ବିଳମ୍ବିତରାତିରେ ଝାଡ଼ଖଣ୍ଡର ଧାନବାଦଅନ୍ତର୍ଗତ ପୁରୁଣାବଜାରସ୍ଥିତ ହଜ୍ରାଡାକ୍ତରଖାନାରେ ଅଗ୍ନିକାଣ୍ଡ ହେବାରୁ ଡାକ୍ତରଦମ୍ପତି ବିକାଶହାଜରା ଓ ଡାକ୍ତର ପ୍ରେମା ହାଜରାଙ୍କ ସମେତ ୬ଜଣଙ୍କର ମୃତ୍ୟୁହୋଇଛି । ବିଳମ୍ଭିତରାତିରେ ଲୋକମାନେ ଶୈାଇଥିବାବେଳେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବାର କୁହାଯାଉଛି ।ଖବରପାଇ ଦମକଳବାହିନୀର ୨ଟିଗାଡି ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ଉଦ୍ଧାର କରିବାସହ ନିଆଁକୁ ଲିଭାଇଥିଲୋ