Browsing category

ଅପରାଧ

୫ମନ୍ଦିରରୁ ଚୋରି

ବାଲୁଗାଁ,୩୧।୧(ଏସଏସ ନିଉଜ)ନାଚୁଣୀଥାନା ବାଲିଆ ଗାଁର ୫ଟି ମନ୍ଦିରରୁ ସିରିଜ୍ ଚୋରି ହୋଇଛି।ଗାଦେଶ୍ୱର ମନ୍ଦିର ସମେତ ପାଖରେ ଥିବା ୫ଟି ମନ୍ଦିରରୁ ଚୋରି ହୋଇଛି।ଲକ୍ଷାଧିକ ଟଙ୍କାର ସୁନାଅଳଙ୍କାର ଓ ଦାନବାକ୍ସ ଲୁଟି ନେଇଛନ୍ତି ଦୁର୍ବୃତ୍ତ।

ସବରେଜିଷ୍ଟ୍ରାରଅଫିସ ପାଖରେ ଅଗ୍ନିକାଣ୍ଡ

କଟକ,୩୧।୧(ଏସଏସନିଉଜ) କଟକ ସବରେଜିଷ୍ଟ୍ରାର ଅଫିସ୍ ପାଖରେ ଅଗ୍ନିକାଣ୍ଡ ଘଟିଛି ।ନିଆଁଲିଭାଇବାକୁ ୨ଟି ଦମକଳ ବାହିନୀ ପହଞ୍ଚିଥିବାବେଳେ ନିଆଁ ଲାଗିବାର କାରଣ ଜଣାପଡିନାହିଁ।

ସଇତାନ ସ୍ବାମୀ

ବରଗଡ଼,୩୧।୧(ଏସଏସ ନିଉଜ)ବରଗଡ଼ ଭେଡେନ ବ୍ଲକ ଲୁପୁରସିଂହା ଗାଁରେ ହତ୍ୟାକାଣ୍ଡ ଘଟିଛି।ସ୍ତ୍ରୀର ବେକ ଚିପି ହତ୍ୟା କଲା ସଇତାନସ୍ବାମୀ।ପାରିବାରିକ କଳହକୁ ନେଇ ହତ୍ୟା ସନ୍ଦେହ କରାଯାଇଛି।ମୃତକ ହେଉଛନ୍ତି ନୁରାବତୀ ପେରା।ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ୨ରୁ ୩ବର୍ଷ ପୂର୍ବେ ହୋଇଥିଲା ବିବାହ।

ରିମାଣ୍ଡରେ ଆସିବ ଗୋପାଳ

ଭୁବନେଶ୍ୱର,୩୦ା୧(ଏସଏସନିଉଜ) ଦୋଷ ସ୍ବୀକାର କରିଛି ନବକିଶୋରଦାସ ହତ୍ୟାଅଭିଯୁକ୍ତ ଏଏସଆଇ ଗୋପାଳକୃଷ୍ଣ ଦାସ । ଅଧିକ ତଥ୍ୟ ସଂଗ୍ରହପାଇଁ ରିମାଣ୍ଡଆବେଦନ ସହ ସାକ୍ଷୀଙ୍କ ବୟାନରେକର୍ଡ କରାଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାା

ବାଇକକୁ ପିଟିଲା ଥରଗାଡି,୨ଗୁରୁତର

ବାରଙ୍ଗ,୩୦ା୧(ଏସଏସନିଉଜ) ବାରଙ୍ଗଥାନା ଅନ୍ତର୍ଗତ ବଙ୍ଗାଳୀସାହି ନିକଟ ନନ୍ଦନକାନନ ବାରଙ୍ଗମୁଖ୍ୟ ରାସ୍ତାରେ ସୋମବାରରାତିରେ ଏକ କାର ଧକ୍କାରେ ୨ଜଣ ଗୁରୁତର ହୋଇଛନ୍ତି।ଗୁରୁତର ୨ଜଣ ହେଉଛନ୍ତି ଉକ୍ତଥାନା ବଙ୍ଗାଳୀସାହିର ଲାଳନ ଦାସ(୨୮) ଏବଂ ତାଙ୍କ ପୁତୁରା ସତ୍ୟେନ୍ଦ୍ର ସିଂ (୧୪)। ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଡ଼ାକ୍ତରଖାନା ପଠାଇଛନ୍ତି। ସୁଚନାମୁତାବକ ଲାଳନ ନିଜ ପୁତୁରାଙ୍କୁଧରି କଟକ ବଡ଼ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ନିଜମାଙ୍କୁ ଦେଖାକରି ନିଜର ବାଇକ(ଓଡ଼ି-୦୫-ଇ-୧୯୮୫) ଯୋଗେ ଘରକୁ ଫେରିବା ସମୟରେ ରାତି ପ୍ରାୟ ୭.୩୦ ସୁଦ୍ଧା ବଙ୍ଗାଳୀସାହି ନିକଟସ୍ଥ ବାଇପାସରେ […]

ଗୋପାଳ ଦାସଙ୍କ ଗଲା ଚାକିରି

ଝାରସୁଗୁଡ଼ା,୩୦ା୧(ଏସଏସନିଉଜ) ଚାକିରିରୁ ବିଦାହୋଇଛନ୍ତି ମନ୍ତ୍ରୀ ନବଦାସଙ୍କ ହତ୍ୟା ଅଭିଯୁକ୍ତ ପୋଲିସ ଇଝଓ ଗୋପାଳକୃଷ୍ଣ ଦାସ । ଝାରସୁଗୁଡ଼ା ଏସ୍‌ପି ଗୋପାଳଙ୍କୁ ଚାକିରିରି ବରଖାସ୍ତ କରିଛନ୍ତି। ଗତକାଲିଠାରୁ ଅଟକ ଥିବା ଗୋପାଳ ଦାସଙ୍କୁ ଆଜି ଗିରଫ କରାଯାଇଛି ବୋଲି କ୍ରାଇମବ୍ରାଞ୍ଚ ସୂଚନା ଦେଇଛି।

ହ୍ୟୁମାନ-ଶ୍ରୀୟା ବିବାଦର ସମାଧାନ ହେଲା

ଭୁବନେଶ୍ୱର,୩୦।୧(ଏସଏସ ନିଉଜ)ହ୍ୟୁମାନ-ଶ୍ରୀୟା ବିବାଦର ସମାଧାନ ହୋଇଛି।ସେମାନଙ୍କ ମଧ୍ୟରେ ଥିବା ମନୋମାଳିନ୍ୟର ଅନ୍ତ ଘଟିଛି। ସ୍ୱାମୀସ୍ତ୍ରୀଙ୍କ କଳି ତୁଟିଛି।ବିବାଦର ସମାଧାନ ଓ ଆପୋସ ବୁଝାମଣା ହୋଇଛି ବୋଲି କହିଛନ୍ତି ହ୍ୟୁମାନ। ଏଣିକି ସେମାନେ ଏକାଠି ରହିବେ ବୋଲି କହିଛନ୍ତି ହ୍ୟୁମାନଙ୍କ ମାଆ।

ବିଏମ୍‌ସି ଡେପୁଟିକମିଶନର ଥାନାରେ ଅଟକ

ଭୁବନେଶ୍ୱର,୩୦।୧(ଏସଏସ ନିଉଜ)ଜଣେ ଯୁବତୀଙ୍କୁ ଦୁର୍ବବ୍ୟବହାର ଓ ବ୍ଲାକମେଲିଂ ଅଭିଯୋଗରେ ବିଏମ୍‌ସି ଡେପୁଟି କମିଶନର ଭୁବନେଶ୍ୱର ଲିଙ୍ଗରାଜ ଥାନାରେ ଯୋଗେଶ୍ୱର ନାୟକ ହେଲେ ଅଟକ ରହିଥିବାର ଜଣାପଡିଛି ।

ଚାଲିଛି ଜେରା

ଭୁବନେଶ୍ୱର,୩୦।୧(ଏସଏସ ନିଉଜ)ଅଭିଯୁକ୍ତ ଏଏସ୍‌ଆଇ ଗୋପାଳ ଦାସଙ୍କୁ କ୍ରାଇମବ୍ରାଞ୍ଚ ଜେରା ଆରମ୍ଭ କରିଛି। ସୁନ୍ଦରଗଡ଼ ରିଜର୍ଭ ଅଫିସରେ ପଚରାଉଚରା ଚାଲୁଛି। କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା କରୁଛନ୍ତି ଜେରା। ଗତକାଲି ରାତିରେ ୨ ଘଣ୍ଟା ଜେରା କରାଯାଇଥିଲା। ଗୋପାଳ ଦାସଙ୍କ ହ୍ୟାଣ୍ଡସ୍ୱପ ନେଇଛି କ୍ରାଇମବ୍ରାଞ୍ଚ।

ଏୟାରଲିଫ୍ଟ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,୨୯।୧(ଏସଏସ ନିଉଜ)ମନ୍ତ୍ରୀ ନବ ଦାସଙ୍କୁ ଏୟାରଲିଫ୍ଟ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି।ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏୟାରଲିଫ୍ଟ କରାଯିବ।ଏୟାର ଲିଫ୍ଟ କରି ଭୁବନେଶ୍ୱର ଆଣିବାକୁ ପ୍ରକ୍ରିୟା ଆରମ୍ଭ କରାଯାଇଛି।ଅନ୍ୟପଟେASI ଗୋପାଳଦାସ ମନ୍ତ୍ରୀଙ୍କୁ ଗୁଳି କରିଛନ୍ତି ବୋଲି କହିଛନ୍ତି ବ୍ରଜରାଜନଗର SDPO ଗୁପ୍ତେଶ୍ୱର ଭୋଇ।