Browsing category

ଅପରାଧ

ବଢ଼ିଲା ବିଧାୟକଙ୍କ ଅଡ଼ୁଆ

ଭୁବନେଶ୍ୱର,୩।୨(ଏସଏସ ନିଉଜ)ବଢ଼ିଲା ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ଅଡ଼ୁଆ। ବାନ୍ଧବୀ ସୋମାଲିକାଙ୍କ ଆବେଦନକୁ ଗ୍ରହଣ କଲେ ହାଇକୋର୍ଟ। ଜଗତସିଂହପୁର IICଙ୍କ ପାଖରେ ସାନି ଆବେଦନ ପାଇଁ ସୋମାଲିକାଙ୍କୁ ନିର୍ଦ୍ଦେଶ ମିଳିଥିବାବେଳେ ଯଦି ଆବେଦନ ଦାଖଲ ହୁଏ ତାହେଲେ ପଞ୍ଜୀକୃତ ପାଇଁ ନିର୍ଦ୍ଦେଶ।

ଦ୍ଵନ୍ଦରେ ମୃତଦେହ!

କେନ୍ଦୁଝର,୩।୨(ଏସଏସ ନିଉଜ) ଘଟଗାଁଥାନା ଅଧିନସ୍ତ ରୋହିଣୀଦୁମାରେ ଜଣଙ୍କର କ୍ଷତାକ୍ତ ମୃତଦେହ ଉଧାର ହୋଇଛି।ଘଟଗାଁଥାନା IIC କହୁଛନ୍ତି ବଣ୍ୟଜନ୍ତୁୁ ଆକ୍ରମଣରେ ମୃତ୍ୟୁ ଘଟିଛି।କେନ୍ଦୁଝର ACF କହୁଛନ୍ତି ତଣ୍ଟିକାଟି ହତ୍ୟା କରାଯାଇଛି। IIC ଓ ACFଙ୍କ ଭିନ୍ନ ଭିନ୍ନ ବୟାନକୁ ନେଇ ସାଧାରଣରେ ଦ୍ୱନ୍ଦ୍ୱ ଉପୁଜିଛି।

ଚୋରିଯନ୍ତ୍ରାଂଶ ଜବତ,୩ କୋର୍ଟଚାଲଣ

ବାରଙ୍ଗ,୨।୨(ଏସଏସନିଉଜ)ନନ୍ଦନକାନନଥାନା ପୁଲିସ ଘର ନିର୍ମାଣରେ ବ୍ୟବହୃତ ଯନ୍ତ୍ରାଂଶ ଚୋରି ଅଭିଯୋଗରେ ତିନି ଜଣଙ୍କୁ ଗିରଫକରି ଗୁରୁବାର ଦିନ କୋର୍ଟଚାଲଣ କରିଛି। ପ୍ରକାଶଯେ, ନନ୍ଦନକାନନ ଥାନା ଅନ୍ତର୍ଗତ ପଦାସାହିଠାରେ ଥିବା ଏକ ଜମିବ୍ୟବସାୟିଙ୍କ ପ୍ରୋଜେକ୍ଟରେ କାମକରୁଥିବା ଜଣେ କଣ୍ଟ୍ରାକ୍ଟରର ଷ୍ଟୋର-ରୁମରୁ କିଛିଯନ୍ତ୍ରପାତି ମଙ୍ଗଳବାର ବିଳମ୍ବିତ ରାତିରେ ଚୋରୀ ହୋଇଥିବାର ବୁଧବାର ଦିନ ନନ୍ଦନକାନନ ଥାନାରେ ଅଭିଯୋଗ କରିଥିଲେ।ପୋଲିସ ୩୩/୨୩କେଶ ନମ୍ବରରେ ଏକ ମକଦମା ରୁଜୁକରି ତଦନ୍ତ କରିଥିଲେ।ତଦନ୍ତ ସମୟରେ ଯାଜପୁରର ନରେନ୍ଦ୍ର ମଲିକ ଓରଫ ନଣ୍ଡା,ସୁବାସ ତରାଇ ଓରଫ […]

ପାଇଖାନାଟାଙ୍କିରେ ମିଳିଲା ୧୨ଖଣ୍ଡ କାଗଜ!

ଭୁବନେଶ୍ୱର,୨।୧(ଏସଏସ ନିଉଜ)ନବଦାସ ହତ୍ୟା ଘଟଣାରେ ପାଇଖାନା ଟାଙ୍କିରୁ କାଗଜ ଟୁକୁଡ଼ା ପାଇଛି କ୍ରାଇମବ୍ରାଞ୍ଚ।ଝାରସୁଗୁଡ଼ା ଏୟାରପୋର୍ଟଥାନା ପାଇଖାନା ଟାଙ୍କିରୁ ମିଳିଛି କାଗଜ।ପାଇଖାନାଟାଙ୍କି ତାଡ଼ି କାଲିଠାରୁ ଖୋଜାଖୋଜି କରୁଥିଲା କ୍ରାଇମବ୍ରାଞ୍ଚ।ନାଲିରଙ୍ଗରେ ଇଂରାଜୀ ଓ ଓଡ଼ିଆରେ ଲେଖା କାଗଜ ମିଳିଥିବା ସୂଚନା ମିଳିଛି। ମିଳିଥିବା କାଗଜ ଟୁକୁଡ଼ା ଗୋପାଳର ହୋଇଥିବା ମିଳିଲା ସୂଚନା ରହିଛି।ହତ୍ୟାକାଣ୍ଡଦିନ ଗୋପାଳକୁ ଏୟାରପୋର୍ଟ ଥାନାରେ ଅଟକ ରଖାଯାଇଥିଲା।ଥାନାରେ ଥିବା ବେଳେ ପାଇଖାନା ଯାଇ କାଗଜକୁ ଫ୍ଲସ୍ କରି ଦେଇଥିଲା।ଜେରାକାଳରେ କାଗଜ କଥା ଜଣାପଡ଼ିବା ପରେ ଖୋଜୁଥିଲା କ୍ରାଇମବ୍ରାଞ୍ଚ।

ନୂତନ ତାଲିମକେନ୍ଦ୍ର ଉଦଘାଟିତ

ମେଣ୍ଢାଶାଳ,୧।୨ (ଏସଏସନିଉଜ) ଛତାବର ପାଖରେ ଥିବା ମହାତ୍ମାଗାନ୍ଧୀ ଜେଲ ଏକାଡେମୀ ପରିସରରେ ମଙ୍ଗଳବାର ଦିନ ଏକ ନୂତନ ତାଲିମ କେନ୍ଦ୍ର ଉଦଘାଟିତ ହୋଇଯାଇଛି।ଏହାକୁ ଆନୁଷ୍ଠାନିକଭାବେ ଜେଲ ବିଭାଗ ଡିଜି ମନୋଜ କୁମାର ଛାପ୍ରା ଉଦଘାଟନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଡିଆଇଜି ଶୁଭକାନ୍ତ ମିଶ୍ର, ଡେ଼ପୁଟି ଡ଼ାଇରେକ୍ଟର ମନୋଜ କୁମାର ମହାଳିକ,ଆଡ଼ସିନାଲ ଡ଼ାଇରେକ୍ଟର ବିରକିଶୋର ଦାସ,ଆସିଷ୍ଟାଣ୍ଡ ଡ଼ାଇରେକ୍ଟର (ଟ୍ରେନିଂ) ସମୀର କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ତାଲିମ ଗ୍ରହଣ କରିଥିବା ଜେଲ ବିଭାଗ କର୍ମଚାରୀଙ୍କୁ ଜେଲସଂସ୍କାର ଉପରେ […]

ଚିକିତ୍ସାଳୟରେ ନକଲି ଡାକ୍ତର

ଭଦ୍ରକ,୧।୨(ଏସଏସନିଉଜ)ନିଜକୁ ନୂତନ ଭାବେ ନିଯୁକ୍ତି ପାଇଥିବା ଡାକ୍ତରର ପରିଚୟ ଦେଇ ଭଦ୍ରକଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଯୁବକ ମହିଳା ଓ ପ୍ରସୂତି ବିଭାଗରେ ପ୍ରବେଶ କରିଥିଲେ ।କିଛି ସମୟପରେ ସନ୍ଦେହ ହେବାରୁ ପଚରାଉଚରା କରିବାରୁ ଧରା ପଡ଼ିଥିଲେ ନକଲି ଡାକ୍ତର। ଜନସାଧାରଣ ନକଲି ଡାକ୍ତର ବାବୁଙ୍କୁ ସେବା ଦେବା ପରେ ପୋଲିସ ପହଁଚି ନିଜ ହେପାଜତକୁ ନେଇଛି।

ଅଚିହ୍ନା ଯୁବକର ମୃତଦେହ ଉଦ୍ଧାର

ସାକ୍ଷୀଗୋପାଳ ,୩୧ା୧(ଏସଏସନିଉଜ) ସାକ୍ଷୀଗୋପାଳ ରେଳଫାଟକ ନିକଟରେ ଜଣେ ଅଚିହ୍ନା ଯୁବକର ମୃତଦେହକୁ ପୋଲିସ ଉଦ୍ଧାର କରିଛି ।ମୃତ ଯୁବକର ମୁଣ୍ଡନଥିବାରୁ ତାର ପରିଚୟ ମିଳିପାରିନାହିଁ ।ପୁରୀଜିଆରିଥାନାପୋଲିସ ୫/୨୩କେଶନଂରେ ଏକ ଅପମୃତ୍ୟୁମାମଲାରୁଜୁକରି ମୃତଦେହକୁ ଜବତକରି ବ୍ୟବଛେଦପାଇଁ ପଠାଇଛି ।  

୧୫ଲକ୍ଷଟଙ୍କାର ବ୍ରାଉନସୁଗାର ଜବତ

ନିଆଳି.୩୧ା୧(ଏସଏସନିଉଜ) ପୁରୀଅବକାରୀବିଭାଗ କଟକଜିଲ୍ଲାନିଆଳି ନଇଟାପରୀଗାଁରେ ମଲ୍ଲିକ ଅବଦୁଲଗଫାର ନାମକ ବ୍ୟକ୍ତିଙ୍କୁ ଗିରଫକରିବା ସହ ତାଙ୍କଠାରୁ ୧୫୦ଗ୍ରାମ ଓଜନର ବ୍ରାଉନସୁଗାର ଜବତକରିଛି ।ଗୋପଥାନା ଅଧିନସ୍ଥ ଯୋଗେଶ୍ୱରପୁର ସିନେମାହଲ ଛକରୁ ଗଫାରକୁ ଓଡି୦୨-ଜି-୫୭୭୯ନଂ ଅଟୋରେ ଯାଉଥିବାବେଳେ ଅବକାରୀ ପୋଲିସ ଧରିଥିଲେ ।କୋଣାର୍କଅବକାରୀଥାନାରେ ୧୩୪/୨୩କେଶନଂରେ ଏକ ମକଦ୍ଦମାରୁଜୁକରି ପୋଲିସ ଗଫାରକୁ କୋର୍ଟଚାଳଣ କରିଛି ।ଜବତ ବ୍ରାଉନସୁଗାର ମୁଲ୍ୟ୧୫ଲକ୍ଷହେବ ବୋଲି ଅବକାରୀବିଭାଗ ପକ୍ଷରୁ ସୁଚନା ଦିଆଯାଇଛି ।

ବଦଳିଲେ ଝାରସୁଗୁଡ଼ା ଏସ୍‌ପି

ଭୁବନେଶ୍ବର,୩୧ା୧(ଏସଏସନିଉଜ) ପୂର୍ବତନସ୍ବାସ୍ଥ୍ୟମନ୍ତ୍ରୀ ନବଦାସଙ୍କୁ ଗୁଳିମାଡ଼ଘଟଣାରେ ଝାରସୁଗୁଡ଼ା ଏସ୍‌ପି ଓ ବ୍ରଜରାଜନଗର ଏସ୍‌ଡିପିଓଙ୍କୁ ବଦଳି କରାଯାଇଛି।ଝାରସୁଗୁଡ଼ା ଏସ୍‌ପି ରାହୁଲ ଜୈନଙ୍କ ବଦଳି ରାଜ୍ୟ ପୁଲିସମୁଖ୍ୟାଳୟକୁ ହୋଇଥିବାବେଳେ ତାଙ୍କସ୍ଥାନରେ ବରଗଡ଼ ଏସ୍‌ପି ପରମାର ସ୍ମିତ୍‌ଙ୍କୁ ଝାରସୁଗୁଡ଼ାରେ ଅବସ୍ଥାପିତ କରାଯାଇଛି। ସେହିଭଳି ବୌଦ୍ଧର ଏସ୍‌ପି ପ୍ରହଲ୍ଲାଦ ସହାୟଙ୍କୁ ବରଗଡ଼ ବଦଳି ହୋଇଥିବା ବେଳେ ରାୟଗଡ଼ାର ଅତିରିକ୍ତ ଏସ୍‌ପିଙ୍କୁ ବୌଦ୍ଧରେ ନୂଆ ନିଯୁକ୍ତି ମିଳିଛି।ଅନ୍ୟପଟେ ନବ ଦାସ ହତ୍ୟା ମାମଲାରେ ବହିଷ୍କୃତ ଇଝଓ ଗୋପାଳ ଦାସର ବଡ଼ଭାଇ ସତ୍ୟନାରାୟଣ ଦାସଙ୍କୁ ଜଳେଶ୍ୱରପୁର ଘରୁ […]

ବାଇକ ସହ ଦେଶୀମଦକୁ ଧରିଲା ପୋଲିସ

ମେଣ୍ଢାଶାଳ,୩୧ା୧(ଏସଏସନିଉଜ)ବାଙ୍କୀଅଂଚଳରୁ ଧାରାବାହିକଭାବେ ଦେଶୀଚୋରାମଦ ଆସୁଥିବାର ଖବର ପାଇ ମେଣ୍ଢାଶାଳଫାଣ୍ଡି ପୋଲିସ ଗତକାଲି ରାତିରେ ଅଚାନକ ଚଢାଉକରି ଅଙ୍ଗାରପଡାଗ୍ରାମପଂଚାୟତର ମହୁଲବଜାରଛକଠାରେ ଥିବା ମହାବୀର ମନ୍ଦିରଠାରେ ମଦବିକ୍ରି କରୁଥିବା ସମୟରେ ଜଣଙ୍କୁ ଗିରଫକରିଛି ।ଗିରଫ ହୋଇଥିବା ବ୍ୟକ୍ତି ହେଉଛନ୍ତି ବାଙ୍କୀତୁଳସିପୁରନିକଟ ପଳାଶୁଣୀଗ୍ରାମର ରବିନ୍ଦ୍ରକୁମାରସାହୁାତାଙ୍କଠାରୁ ଓଡି୦୨-ଜିଡି-୮୬୮୧ନଂବାଇକ ସମେତ ୩୦୦ପ୍ୟାକେଟ ମଦପାଉଜ ଓ ବ୍ଲାଡରରେ ଥିବା ୨୪ଲିଟର ଦେଶୀମଦକୁ ଜବତ କରି ପୋଲିସ ୪୦/୨୩କେଶନଂରେ ଏକ ମକଦ୍ଦମାରୁଜୁକରି ମଙ୍ଗଳବାରଦିନ କୋର୍ଟଚାଳଣ କରିଛି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)