Browsing category

ଅପରାଧ

ବ୍ୟବସାୟୀଙ୍କୁ ବୋମାମାଡ଼

ଖୋର୍ଦ୍ଧା,୪।୨(ଏସଏସନିଉଜ) ବ୍ୟବସାୟୀଙ୍କୁ ବୋମାମାଡ଼ ହୋଇଛି।ବୋମାମାଡ଼ ଯୋଗୁ ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି lଜଟଣୀଥାନା କଣ୍ଟିଆଗାଁ ପାଣି ଫ୍ୟାକ୍ଟ୍ରି ନିକଟରେ ୬ଟି ବୋମା ଫିଙ୍ଗିଛନ୍ତି lପୂର୍ବଶତ୍ରୁତାରୁ ବୋମାମାଡ଼ ହୋଇଥିବା ବେଳେ ଘଟଣାସ୍ଥଳରୁ ୩ଟି ଅଫୁଟା ବୋମା ଉଦ୍ଧାର କରିଛି ପୋଲିସ lବାଇକ୍‌ରେ ଆସି ୨ଜଣ ବୋମାମାଡ଼ କରି ପଳାଇଥିବା ଅଭିଯୋଗ ହୋଇଛି।

ଗାଡିଧକ୍କାରେ ଚାଲିଗଲା ହରିଣ ଜୀବନ

ଗଞ୍ଜାମ,୪।୧(ଏସଏସ ନିଉଜ) ରାସ୍ତାପାର ହେଉଥିବା ବେଳେ ଗାଡ଼ି ଧକ୍କାରେ ଏକ ଗର୍ଭବତୀ ହରିଣ ପ୍ରାଣ ହରାଇଛି। କୋଦଳାଥାନା ଅନ୍ତର୍ଗତ ମଠସରସିଂ ନିକଟସ୍ଥ ସିଦ୍ଧେଶ୍ଵର ମନ୍ଦିର ରାସ୍ତାପାର ହେଉଥିବା ଅଜଣା ଗାଡି ଧକାରେ ଶୁକ୍ରବାର ସକାଳେ ଧକା ଦେଇଥିଲା।ଖବରପାଇ ବନବିଭାଗର କର୍ମଚାରୀମାନେ ଆସି ମୃତ ହରିଣକୁ ନେଇଯାଇଥିଲେ।

ଜିଲ୍ଲାପାଳଙ୍କୁ ଆକ୍ରମଣ ଘଟଣାରେ ୧୧ଗିରଫ

ଭୁବନେଶ୍ୱର,୪।୧(ଏସଏସ ନିଉଜ)ଜିଲ୍ଲାପାଳଙ୍କୁ ଆକ୍ରମଣ ଘଟଣାରେ ୧୧ଜଣ ଗିରଫ ହୋଇଛନ୍ତି।ବାଲେଶ୍ବର ସହଦେବ ଖୁଣ୍ଟା ଦହପଡ଼ାରେ ଜିଲ୍ଲାପାଳଙ୍କୁ ଆକ୍ରମଣ ଘଟଣାରେ ମୋଟ ୧୧ଜଣଙ୍କୁ ଗିରଫ କରିଛି ସହଦେବଖୁଣ୍ଟା ପୋଲିସ। ଗତକାଲି ଚଢ଼ାଉବେଳେ ବାଲି ମାଫିଆ ଆକ୍ରମଣ କରିଥିଲେ। ପୂର୍ବରୁ ଡ୍ରାଇଭର ଓ ହେଲ୍ପରକୁ ଗିରଫ କରିଥିଲା ପୋଲିସ।

ବିଧାୟକଙ୍କୁ ମହୁମାଛି ଆକ୍ରମଣ

ଭୁବନେଶ୍ୱର,୪।୧(ଏସଏସ ନିଉଜ)ମହୁମାଛି ଆକ୍ରମଣରେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ ଆହତ ହୋଇଛନ୍ତି।ତାଙ୍କୁ ଚିକିତ୍ସା ପାଇଁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି l

ଉପ-ଜିଲ୍ଲାପାଳଙ୍କୁ ପିଟିଲେ ବାଲିମାଫିଆ

ବାଲେଶ୍ୱର,୩।୧(ଏସଏସ ନିଉଜ)ବାଲେଶ୍ୱର ଉପ ଜିଲ୍ଲାପାଳ କୁନାଲ ସୀତାରାମ ଚୌହ୍ୱାନଙ୍କୁ ପିଟିଲେ ବାଲିମାଫିଆ।ସହଦେବଖୁଣ୍ଟା ଥାନା ଦହପଡ଼ା ନିକଟରେ ଚେକିଂ ବେଳେ ଆକ୍ରମଣ ହୋଇଛି। ଉପଜିଲ୍ଲାପାଳଙ୍କ ସହ ତାଙ୍କ ଡ୍ରାଇଭରଙ୍କୁ ବି ନିସ୍ତୁକ ମାଡ଼ ହୋଇଛି। ଉଭୟ ଉପଜିଲ୍ଲାପାଳ ଓ ଡ୍ରାଇଭର ଆହତ ହୋଇ ବାଲେଶ୍ୱର ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ଟିକେ ସମୟ ଲାଗିବ

ଭୁବନେଶ୍ୱର,୩।୨(ଏସଏସ ନିଉଜ)ନବଦାସ ହତ୍ୟା ମାମଲାର ତଦନ୍ତ ନେଇ ଡିଜିପି ପ୍ରତିକ୍ରିୟା ରଖୁଛନ୍ତି।ଏଭଳି କ୍ରାଇମର ରହସ୍ୟ ୨/୪ ଦିନ ଭିତରେ ଜଣାପଡ଼ିବନି।କେନ୍ଦ୍ରର ସହଯେ।ଗ ନିଆଯିବ। ଗୃହ ମନ୍ତ୍ରାଳୟ ସହ କଥା ହୋଇଛି।ତଦନ୍ତରେ ସହଯେୋଗ କରିବାକୁ CFSL ଟିମ୍ ଆସିପାରେ।ତଦନ୍ତରେ ସ୍ୱଚ୍ଛତା ପାଇଁ ସେଠାକାର ପୁଲିସଙ୍କୁ ବଦଳି କରାଯାଇଛି।ଟିକେ ସମୟ ଲାଗିବ ବୋଲି କହିଛନ୍ତି ଡିଜିପି।ଜଷ୍ଟିସ ଦାସଙ୍କ ମନିଟରିଂରେ ତଦନ୍ତ ଚାଲୁ ରହିଛି।ଏଭଳି ମାମଲାରେ ତଦନ୍ତରେ ପୂର୍ଣ୍ଣତା ଆସିବାକୁ ଟିକେ ସମୟ ଲାଗିବ ବୋଲି କହିଛନ୍ତି।

ଫାଙ୍କା ଗୁଳିଫୁଟାଇ ବ୍ୟାଙ୍କ ଲୁଟିଲେ

କାମାକ୍ଷାନଗର,୩।୨(ଏସଏସ ନିଉଜ) ମହାବିରୋଡ ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍‌ ହୋଇଛି।୫ଲକ୍ଷ ନଗଦ ଟଙ୍କା ସହ କୋଟିଏରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର ଲୁଟ୍‌ ହୋଇଛି।ଫାଙ୍କା ଗୁଳି ଫୁଟାଇ ୨ଟି ପଲସରରେ ୪ ଜଣ ଦୁର୍ବୃତ୍ତ ଲୁଟ୍‌ କରିଥିବା ଅଭିଯୋଗ ହୋଇଛି।

୩୧ଲକ୍ଷର ନକଲି ନୋଟ୍‌ ଜବତ

ଭୁବନେଶ୍ୱର,୩।୨(ଏସଏସ ନିଉଜ)କ୍ରାଇମବ୍ରାଞ୍ଚ STF କବଜାରେ ପଡିଛି ନକଲି ନୋଟ୍‌ ମାଷ୍ଟରମାଇଣ୍ଡ।ମାଷ୍ଟରମାଇଣ୍ଡକୁ ଧରିବା ସହ ୩୧ ଲକ୍ଷର ନକଲି ନୋଟ୍‌ ଜବତ ହୋଇଛି। ମାଷ୍ଟରମାଇଣ୍ଡ କଣ୍ଟାମାଳ ଅଞ୍ଚଳର ଲିଙ୍ଗରାଜ ବେହେରା ଗିରଫ ହୋଇଥିବାବେଳେ ବଲାଙ୍ଗିର ବସ୍‌ଷ୍ଟାଣ୍ଡ ମୁଖ୍ୟ ଫାଟକ ନିକଟରେ ଚଢାଉ ବେଳେ ଗିରଫ ହୋଇଥିଲେ।

କାରଭିତରେ ଜୀବନ୍ତ ଜଳିଗଲେ ଦମ୍ପତି

ଭୁବନେଶ୍ୱର,୩ା୨(ଏସଏସନିଉଜ) କେରଳର କୁନୁରଠାରେ ଏକ କାରରେ ନିଜ ପରିବାରସହ ଯାଉଥିବା ବେଳେ,ରାସ୍ତାରେ ହଠାତ କାରରେ ନିଆଁ ଲାଗିଯିବାରୁ ଗୋଟିଏ ଦମ୍ପତ୍ତି ଜୀବନ୍ତ ଜଳିଯାଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। କାରଟି ଦିଷ୍ଟ୍ରିକ୍ଟ ଗ୍ଭରନମେଣ୍ଟହସ୍ପିଟାଲ ନିକଟରେ ଯାଉଥିବାବେଳେ ନିଆଁ ଲାଗିଯାଇଥିଲା।ପଛରେ ବସିଥିବା ଚାରିଜଣ କାରଡୋର ଖୋଲି ବାହାରିଆସିଥିବାବେଳେ ଆଗଡୋର ନଖୋଲିବାରୁ ଆଗରେ ବସିଥିବା ପତିପତ୍ନୀ ଜଳନ୍ତା କାରରୁ ବାହାରି ପାରିନଥିଲେ। ତେବେ ମୃତମହିଳା ଜଣକ ଅନ୍ତଶ୍ୱତାଥିଲେ ବୋଲି ଜଣାପଡିଛି।  

ନାକେଦମ ହେଲା ଜିଆରପି, ଆରପିଏଫ ଓ ଅଗ୍ନିଶମବିଭାଗ

ଭୁବନେଶ୍ୱର,୩ା୨(ଏସଏସନିଉଜ)ଦୀର୍ଘ୪ଘଣ୍ଟା ଧରି ଜଣେ ବିକୃତମାନସିକ ବ୍ରହ୍ମପୁର ରେଳଷ୍ଟେସନରେ ଉତ୍ପାତ ଦେଖାଇଛନ୍ତି । ତାଙ୍କୁ ଉଦ୍ଧାର କରିବାକୁ ଯାଇ ନାକେଦମ ହୋଇଛି ଜିଆରପି, ଆରପିଏଫ ଓ ଅଗ୍ନିଶମ ବିଭାଗ। ଷ୍ଟେସନ ୪ନମ୍ବର ପ୍ଲାଟଫର୍ମର ଲିଫ୍ଟ ଛାତ ଉପରକୁ କୌଣସି ପ୍ରକାରେ ଚଢି ଯାଇଥିଲା। ସନ୍ଧ୍ୟା ୬ଟାରୁ ରାତି ୧୦ଟାପର୍ଯ୍ୟନ୍ତ ଛାତଉପରେ ବୁଲୁଥିଲା। ଶେଷରେ ବହୁ ପ୍ରଲୋଭନଦେଖାଇ ତାକୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ। ସେ ନିଜର ନାଁ ଓ ଠିକଣା କହିପାରୁନଥିବାର ଜଣାପଡିଛି ।