ଯୁବକ ମୃତ୍ୟୁ ଘଟଣାରେ ୨ ଗିରଫ
ଭୁବନେଶ୍ୱର,୧୦।୨(ଏସଏସ ନିଉଜ)ସହିଦନଗର ଥାନା ପରିସରରେ ଯୁବକଙ୍କ ମୃତ୍ୟୁ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ। ଜଣେ ଯୁବକ ଜଣେ ମହିଳାଙ୍କୁ ଗିରଫ କରିଛି ପୋଲିସ।
Browsing category
ଭୁବନେଶ୍ୱର,୧୦।୨(ଏସଏସ ନିଉଜ)ସହିଦନଗର ଥାନା ପରିସରରେ ଯୁବକଙ୍କ ମୃତ୍ୟୁ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ। ଜଣେ ଯୁବକ ଜଣେ ମହିଳାଙ୍କୁ ଗିରଫ କରିଛି ପୋଲିସ।
ଭୁବନେଶ୍ୱର,୧୦।୨(ଏସଏସ ନିଉଜ)ବୌଦ୍ଧ କଣ୍ଟାମାଳଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟୁଛି। ଦୁଇବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଆରୋହୀ ମୃତୁବରଣ କରିଥିବାବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଉଛନ୍ତି କଣ୍ଟାମାଳ ଅଞ୍ଚଳର ଲୁଲୁବାଘ ବୋଲି ଜଣାପଡିଛି।
ବାରଙ୍ଗ,୯ା୧(ଏସଏସନିଉଜ)ମେଣ୍ଢାଶାଳଅଂଚଳରେ ବିଶୃଙ୍ଖଳା ସ୍ଥିତି ତଥା ଡେରାସ ସରକାରୀ କୃଷିଫାର୍ମରେ କାର୍ଯ୍ୟରତ ୬ଶହ କୃଷିଶ୍ରମିକ ଓ କର୍ତୁପକ୍ଷଙ୍କ ମଧ୍ୟରେ ବାରମ୍ଭାର ବିଶୃଙ୍ଖଳିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ୧୯୮୮ମସିହାରେ ମେଣ୍ଢାଶାଳ ଠାରେ ଏକ ନୁତନଫାଣ୍ଡି ପ୍ରତିଷ୍ଠା କରାଯାଇଥିଲା । ଉପଯୁକ୍ତ ଗୃହ ନମିଳିବାରୁ ସେସମୟରେ ଡେରାସ ସରକାରୀକୃଷିଫାର୍ମର ଏକପରିତ୍ୟକ୍ତ ଘରେ ଫାଣ୍ଡି କାର୍ଯ୍ୟକ୍ଷମ କରାଯାଇ ଅଂଚଳରେ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇ ପାରିଥିଲା ।ଗତ ଫନିବାତ୍ୟାରେ ଗୃହଟି ସମ୍ପୁର୍ଣଭାଙ୍ଗିଯାଇ ମାଟିରେ ମିଶିଯିବାପରେ ଡେରସ ଫାର୍ମକେନ୍ଦ୍ରର ଇଡକୋଦ୍ୱାରା ନିର୍ମିତ ଏକ ନୁତନ ସ୍ୱାସ୍ଥ୍ୟକେନ୍ଦ୍ର […]
ଭୁବନେଶ୍ୱର,୮ା୨(ଏସଏସନିଉଜ)ମୁଖ୍ୟମନ୍ତ୍ରୀହେବା ଆଶା ନବଙ୍କପାଇଁ କାଳ ହୋଇଛି ।ନବୀନଙ୍କ ପରେ କିଏ ମୁଖ୍ୟମନ୍ତ୍ରୀ ହେବ , ସେହି ବିବାଦହିଁ ହତ୍ୟାରକାରଣ ସାଜିଛି । ଶୁଣାଯାଉଛି ମୁଖ୍ୟମନ୍ତ୍ରୀ ଆଶାରେ ନବ ଶନିଙ୍କ ପାଖକୁ ଯାଇଥିଲୋ ଯିଏ ବିଜେଡିର ପରବର୍ତ୍ତୀମୁଖ୍ୟମନ୍ତ୍ରୀ ସ୍ୱପ୍ନଦେଖୁଛି , ସେ ହିଁ ହତ୍ୟାକାରୀ ବୋଲି ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି ।
ଆଠଗଡ଼, ୮ା୨(ଏସଏସନିଉଜ) ବନବିଭାଗ ହେପାଜତରେ ଧନେଶ୍ୱର ବେହେରା ମୃତ୍ୟୁ ମାମଲାରେ ୬ ଜଣ ବନକର୍ମଚାରୀଙ୍କୁ ଗିରଫ କରିଛି ବଡ଼ମ୍ବା ଥାନାପୋଲିସ୍। ସେମାନେ ହେଲେ ରେଞ୍ଜର ସୁବ୍ରତବେହେରା , ଫରେଷ୍ଟର ମନୋଜଦାସ , ଦୀପକସେଠୀ , ଫରେଷ୍ଟଗାର୍ଡ ସୁନାୟକମାଝୀ , କୁନାବେହେରା ଓ ପ୍ରଭାତପ୍ରଧାନ ଗିରଫ ହୋଇଛନ୍ତି।ଏହାସହ ୨ଟି ବୋଲେରୋ ଓ ମାଡ଼ମାରିବାରେ ବ୍ୟବହୃତ ୪ଟି ଠେଙ୍ଗାକୁ ମଧ୍ୟ ଜବତ କରାଯାଇଥିବାର ଜଣାପଡିଛି ।
ଭୁବନେଶ୍ୱର,୮ା୨(ଏସଏସନିଉଜ)ନବଦାସ ହତ୍ୟାମାମଲାରେ ପୁଣି ୫ଦିନିଆ ରିମାଣ୍ଡରେ ଯିବା ସହ ଗୋପାଳର ହେବାକୁଯାଉଛି ନାର୍କୋ ଟେଷ୍ଟ ।ତୃତୀୟଦଫାରେ ଗୋପାଳକୁ ୫ଦିନିଆରିମାଣ୍ଡରେ ନେବାକୁ କୋର୍ଟ ଦେଇଛନ୍ତି ଅନୁମତି ।ଗୋପାଳକୁ ରିମାଣ୍ଡରେନେବାକୁ କ୍ରାଇମବ୍ରାଞ୍ଚ ଆବେଦନ କରିଥିବାବେଳେ ଜେଏଫଏମସି କୋର୍ଟ ଦେଇଛନ୍ତି ଅନୁମତି ।ସେହିପରି ଗୋପାଳର ନାର୍କୋ ଟେଷ୍ଟ ଓ ପଲିଗ୍ରାଫ ଟେଷ୍ଟ ପାଇଁ ମଧ୍ୟ ଅନୁମତି ମିଳିଛି । ଉଭୟ ଟେଷ୍ଟପାଇଁ ଗୋପାଳ ସହମତଥିବା କୋର୍ଟରେ କହିବା ପରେ ଏନେଇ ଅନୁମତି ମିଳିଥିଲା ।ଅଭିଯୁକ୍ତ ଗୋପାଳଦାସଙ୍କୁ ଗୁଜରାଟ ନେଉଛି କ୍ରାଇମବ୍ରାଞ୍ଚ। ଗାନ୍ଧିନଗରରେହେବ […]
ବାରଙ୍ଗ,୮ା୧(ଏସଏସନିଉଜ) ରାସ୍ତା ଉପରେ ଶୋଇରହୁଥିବା ଗୋରୁଗାଇଙ୍କୁ ଉଠାଇନେଇ ବେଆଇନଭାବେ ଗୋରୁଚାଳଣ କରିଥିବା ଅଭିଯୋଗରେ ବାରଙ୍ଗଥାନା ପୋଲିସ ତିନିଜଣଙ୍କୁ ଗିରଫକରି ବୁଧବାରାଦିନ କୋର୍ଟଚାଳଣ କରିଛି ।ସେମାନେ ହେଲେ ମଙ୍ଗଳାବାଗ ଥାନା ଅଂଚଳର ଏସକେଅଫସର(୨୭), ଲାଲବାଗଥାନା ଅଂଚଳର ଏସକେମକସୁଡ (୨୪) ଓ ଦରଘାବଜାର ଥାନା ଅଂଚଳର କେ. ଗୋପାଳକ୍ରିଷ୍ନ(୨୫) ।ଏହି ତିନିଜଣ ଯୁବକ ମଙ୍ଗଳବାରବଢିଭୋର ସମୟରେ ବାଙ୍କୀପଟରୁ ରାସ୍ତାରେ ଶୋଇଥିବା ୩ଟ ଗୋଟିଏ ଷଣ୍ଡ ଓ ୨ଟି ଗାଈକୁ ଉଠାଇ ଓଡି ୦୫ ଏଡବ୍ଲ ୦୭୯୦ନଂ ଟାଟାଏସିଗାଡିରେ ଲଦି ବାରଙ୍ଗ […]
ବାରଙ୍ଗ,୬।୨(ଏସଏସ ନିଉଜ)ନନ୍ଦନକାନନଥାନା ଅଧିନସ୍ତ ରଘୁନାଥପୁର ଗ୍ରାମର ଜଣେ ନାବାଳିକାକୁ ସେହି ଗ୍ରାମର ଜଣେ ଯୁବକ ଅପହରଣ କରିନେଇଥିବା ଥାନାରେ ଅଭିଯୋଗ ହୋଇଥିଲା।ଏହି ଘଟଣାରେ ଦେଢ଼ ମାସ ପରେ ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିବା ସହ ନାବାଳିକା ଙ୍କୁ ଉଦ୍ଧାର କରି ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରିଛି।ଗିରଫ ଯୁବକ ଜଣକ ହେଉଛନ୍ତି ରଘୁନାଥପୁର ଗ୍ରାମର ବିଚିତ୍ର ଜେନାଙ୍କ ପୁଅ ଚିକୁନ ଜେନା(୨୪)। ପୋଲିସ ସୂଚନା ମୁତାବକ ଗତ ବର୍ଷ ଡ଼ିସେମ୍ବର ୧୪ ତାରିଖରେ ରଘୁନାଥପୁର ଗ୍ରାମର ଜଣେ […]
ଦଶପଲ୍ଲା,୫ା୨(ଏସଏସନିଉଜ)ଡିମିରିକୁଟିଗ୍ରାମ ନିକଟରେ ଜଣେ ଆଦିବାସୀ ବିଧବାମହିଳାଙ୍କୁ ମଦପିଆଇ ଗଣଦୁର୍ଷ୍କମ କରାଯାଇଥିବା ନେଇ ଦଶପଲ୍ଲାଥାନାରେ ଅଭିଯୋଗ ହୋଇଛି। ଦୁର୍ଷ୍କମପରେ ମହିଳାଜଣକ ଗୁରୁତରଥିବାରୁ ତାଙ୍କୁ ଦଶପଲ୍ଲା, ନୟାଗଡ଼ ଓ ପରେ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି ।ରଙ୍ଗମାଟିଆ ନିକଟସ୍ଥ ବାରଡାହାଣି ଅଞ୍ଚଳର ଦୁଇଜଣ ମହିଳା ୨ଦିନତଳେ ଡିମିରିକୁଟିଆସିଥିଲେ। ସେଠାରେ ଏକଘର ମଧ୍ୟରେ ଉଭୟ ମଦ୍ୟପାନ କରିବାପରେ ଅନ୍ୟଜଣେ ମହିଳାଘରୁ ବାହାରକୁ ପଳାଇଆସିଥିଲେ। ଏହାପରେ ଦୁଇଜଣ ବ୍ୟକ୍ତି ଘରମଧ୍ୟକୁ ଯାଇ ସଂପୃକ୍ତମହିଳାଙ୍କୁ ଦୁର୍ଷ୍କମ କରିଥିବାର ଅଭିଯୋଗ ହୋଇଛି ।
ବାଲେଶ୍ବର ,୫ା୨(ଏସଏସନିଉଜ)ଅଜଣା ଗାଡ଼ିଧକ୍କାରେ ଚାଲିଯାଇଛି ଦୁଇଛୁଆ ସହ ମା ଭାଲୁର ଜୀବନ।ରାସ୍ତାପାର ହେବାବେଳେ ଗାଡିଧକ୍କା ହୋଇଥିଲା ବୋଲି ଅନୁମାନ କରାଯାଉଛି । ନୀଳଗିରି ବନବିଭାଗ ଅଧୀନସ୍ଥ ଅଯୋଧ୍ୟା ମିତ୍ରପୁର ରାସ୍ତାର ପାଟଣାଠାରେ ଗତ ରାତିରେ ଏହି ଘଟଣା ଘଟିଛି ।ଆଜି ସକାଳୁ ସ୍ଥାନୀୟ ଲୋକମାନେ ଏହା ଦେଖିବାପରେ ବନବିଭାଗକୁ ଖବରଦେଇଥିଲେ ।ବନବିଭାଗ କର୍ମଚାରୀମାନେ ଆସି ତିନୋଟି ଭାଲୁଙ୍କର ମୃତଦେହ ଜବତ କରିଛି ।