Browsing category

ଅପରାଧ

ମଦପିଆଇ ବିଧବାମହିଳାଙ୍କୁ ଗଣଦୁଷ୍କର୍ମ!

ଦଶପଲ୍ଲା,୫ା୨(ଏସଏସନିଉଜ)ଡିମିରିକୁଟିଗ୍ରାମ ନିକଟରେ ଜଣେ ଆଦିବାସୀ ବିଧବାମହିଳାଙ୍କୁ ମଦପିଆଇ ଗଣଦୁର୍ଷ୍କମ କରାଯାଇଥିବା ନେଇ ଦଶପଲ୍ଲାଥାନାରେ ଅଭିଯୋଗ ହୋଇଛି। ଦୁର୍ଷ୍କମପରେ ମହିଳାଜଣକ ଗୁରୁତରଥିବାରୁ ତାଙ୍କୁ ଦଶପଲ୍ଲା, ନୟାଗଡ଼ ଓ ପରେ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି ।ରଙ୍ଗମାଟିଆ ନିକଟସ୍ଥ ବାରଡାହାଣି ଅଞ୍ଚଳର ଦୁଇଜଣ ମହିଳା ୨ଦିନତଳେ ଡିମିରିକୁଟିଆସିଥିଲେ। ସେଠାରେ ଏକଘର ମଧ୍ୟରେ ଉଭୟ ମଦ୍ୟପାନ କରିବାପରେ ଅନ୍ୟଜଣେ ମହିଳାଘରୁ ବାହାରକୁ ପଳାଇଆସିଥିଲେ। ଏହାପରେ ଦୁଇଜଣ ବ୍ୟକ୍ତି ଘରମଧ୍ୟକୁ ଯାଇ ସଂପୃକ୍ତମହିଳାଙ୍କୁ ଦୁର୍ଷ୍କମ କରିଥିବାର ଅଭିଯୋଗ ହୋଇଛି ।    

ଚାଲିଗଲା ମାଭାଲୁର ଜୀବନ

ବାଲେଶ୍ବର ,୫ା୨(ଏସଏସନିଉଜ)ଅଜଣା ଗାଡ଼ିଧକ୍କାରେ ଚାଲିଯାଇଛି ଦୁଇଛୁଆ ସହ ମା ଭାଲୁର ଜୀବନ।ରାସ୍ତାପାର ହେବାବେଳେ ଗାଡିଧକ୍କା ହୋଇଥିଲା ବୋଲି ଅନୁମାନ କରାଯାଉଛି । ନୀଳଗିରି ବନବିଭାଗ ଅଧୀନସ୍ଥ ଅଯୋଧ୍ୟା ମିତ୍ରପୁର ରାସ୍ତାର ପାଟଣାଠାରେ ଗତ ରାତିରେ ଏହି ଘଟଣା ଘଟିଛି ।ଆଜି ସକାଳୁ ସ୍ଥାନୀୟ ଲୋକମାନେ ଏହା ଦେଖିବାପରେ ବନବିଭାଗକୁ ଖବରଦେଇଥିଲେ ।ବନବିଭାଗ କର୍ମଚାରୀମାନେ ଆସି ତିନୋଟି ଭାଲୁଙ୍କର ମୃତଦେହ ଜବତ କରିଛି ।  

ସ୍କର୍ପିଓରୁ ଟଙ୍କାଲୁଟି ବନ୍ଧାହେଲେ ୫

ବୌଦ୍ଧ,୫ା୨(ଏସଏସନିଉଜ) ଦୁର୍ଘଟଣାଗ୍ରସ୍ତ ସ୍କର୍ପିଓଗାଡ଼ିରୁ ଟଙ୍କାଭର୍ତ୍ତିବ୍ୟାଗ ଲୁଟିନେବା ଅଭିଯୋଗରେ ବାଉଁଶୁଣିଥାନା ହରିଡ଼ାପାଲିଗାଁର କୁଳମଣି ମେହେର, ବହିରାଗାଁର ସୁରେଶରଣା ଓରଫ ଶରତ, ହେମାନନ୍ଦନାଏକ ,କିସାନନାଏକ ଓ ନୀଳାଦ୍ରିନାଏକ ଙ୍କ ସମେତ୫ଜଣଙ୍କୁପୋଲିସ ଗିରଫକରି କୋର୍ଟଚାଳଣ କରିଛି ।ସେମାନଙ୍କଠାରୁ ଲୁଟହୋଇଥିବା ୧୫ଲକ୍ଷ ୧୫ହଜାର ଟଙ୍କା ସହ ଦାମୀ ହାତଘଣ୍ଟା, ୬ଟି ଡେବିଟ କାର୍ଡ, ୨ଟି କ୍ରେଡିଟ କାର୍ଡ ଓ କିଛି ବ୍ୟକ୍ତିଗତ ପରିଚୟପତ୍ର ପୁଲିସ ଜବତ କରିଛି ।ଜାନୁଆରି ୨୬ତାରିଖରେ ବଲାଙ୍ଗୀରରୁ ଭୁବନେଶ୍ବରଯାଉଥିବା ଏକ ସ୍କର୍ପିଓଗାଡ଼ି ବହିରାଛକରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ଏଥିରେ […]

କକାର ଆକ୍ରମଣରେ ଚାଲିଗଲା ପୁତୁରାର ଜୀବନ

ବଲାଙ୍ଗିର,୫ା୨(ଏସଏସନିଉଜ) ଅଏଁଲାପାଲୀଗାଁରେ ପୂର୍ବଶତ୍ରୁତାକୁ ନେଇ ସମ୍ପର୍କୀୟକକାର ଆକ୍ରମଣରେ ଗୁରୁତରଥିବା ପୁତୁରାର ମୃତ୍ୟୁ ଘଟିଛି । ବୁର୍ଲାରେ ଚିକିତ୍ସାଧୀନଅବସ୍ଥାରେ ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।ଘଟଣାପରେ ଅଭିଯୁକ୍ତ ଫେରାର୍ ରହିଥିବାବେଳେ ପୁଇଁତଳାପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ

ଭୁବନେଶ୍ୱର,୫ା୨(ଏସଏସନିଉଜ)ମୁଖ୍ୟମନ୍ତ୍ରୀ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ଟାର୍ଗେଟ କରିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସସଭାପତି ଶରତପଟ୍ଟନାୟକା ମନ୍ତ୍ରୀ ନବଦାସ ହତ୍ୟାଘଟଣାରେ ମୁଖ୍ୟମନ୍ତ୍ରୀ ନିରବ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଶରତପଟ୍ଟନାୟକା କ୍ରାଇମବ୍ରାଞ୍ଚ ନୁହେଁ ସିଟିଂଜଜଙ୍କ ତତ୍ତ୍ବାବଧାନ କିମ୍ବା CBI ତଦନ୍ତପାଇଁ ସେ ଦାବିକରିଛନ୍ତିû ସେପଟେ DGPଙ୍କୁ ଟାର୍ଗେଟକରି କହିଛନ୍ତିଯେ, ପ୍ରଭୁଜଗନ୍ନାଥଙ୍କ ଉପରେ ସବୁଛାଡ଼ିଦେଲେ ଚଳିବନି, ହତ୍ୟାପଛରେ ବଡ଼ଷଡ଼ଯନ୍ତ୍ର ପରିଲାଗୁଛି, ଏଥିସହ ହତ୍ୟାକାଣ୍ଡନେଇ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ସୂଚନା ଦେଇଛନ୍ତି ଶରତା

ବସକୁ ପିଟିଲା କଣ୍ଟେନର

ବରଗଡ଼୫ା୧(ଏସଏସନିଉଜ) ଟୁରିଷ୍ଟବସକୁ ପିଟିଛି କଣ୍ଟେନରାଏହାଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭ଜଣ ଆହତ ହୋଇଥିବାର ଜଣାପଡିଛି ।ଜାତୀୟରାଜପଥର ସୋହେଲା କଲେଜନିକଟରେ ଏହି ଦୁର୍ଘଟଣା ଘଟିଛି ।୪୫ଜଣ ଯାତ୍ରୀଙ୍କୁ ଧରି ଚାରିଧାମ ବୁଲୁଥିବା ବସଟି ପୁରୀରୁ ଫେରୁଥିବାବେଳେ ଦୁର୍ଘଟଣାଗ୍ରସ୍ଥ ହୋଇଥିଲା ।

ବଢ଼ିପାରେ ଗୋପାଳର ରିମାଣ୍ଡ ଅବଧି

ଭୁବନେଶ୍ୱର,୪।୨(ଏସଏସ ନିଉଜ)ବଢ଼ିପାରେ ଗୋପାଳର ରିମାଣ୍ଡ ଅବଧି lଝାରସୁଗୁଡ଼ା JMFCରେ ପହଞ୍ଚିଛନ୍ତି କ୍ରାଇମବ୍ରାଞ୍ଚ ଟିମ୍‌ lଆଜି ଗୋପାଳର ରିମାଣ୍ଡ ସରୁଥିବାରୁ ସାନି ରିମାଣ୍ଡ କରିପାରନ୍ତି lହତ୍ୟାକାଣ୍ଡର କାରଣ ଖୋଜିବାକୁ ଅଧିକ ଜେରା ସମ୍ଭାବନା ଥିବାର ଜଣାପଡିଛିl

ଗାଡିଧକାରେ ଚାଲିଗଲା ବିଧାୟକଙ୍କ ଜୀବନ

ଭୁବନେଶ୍ୱର,୪।୨(ଏସଏସ ନିଉଜ)ବିଞ୍ଝାରପୁର ପୂର୍ବତନ ବିଧାୟକ ଅର୍ଜୁନଦାସ ସଡ଼କ ଦୁର୍ଘଟଣାରେ ମୃତୁବରଣ କରିଛନ୍ତି lବାଇକ୍‌ରେ ଯିବା ବେଳେ ଧକ୍କା ଦେଇଥିଲା ବାଲି ବୋଝେଇ ଟ୍ରକ୍ lଅର୍ଜୁନ ଦାସଙ୍କୁ ମୃତ ଘୋଷଣା କରିଛନ୍ତି ଯାଜପୁର ମେଡିକାଲ ଡାକ୍ତର lପୂର୍ବତନ ସାଂସଦ ଅନାଦି ଦାସଙ୍କ ପୁଅ ଅର୍ଜୁନ; ୯୫ରୁ ୨୦୦୦ ବିଧାୟକ ଥିଲେ l

ତଳକୁ ଖସିଲା କାର, ରାସ୍ତାକୁ ଆସିଲେ ଲୋକ

ନିଆଳି,୪।୨(ଏସଏସ ନିଉଜ)ବିଳାଶୁଣି କୁଣ୍ଡିମୁହାଁ ପୋଲରୁ ୧୦୦ ଫୁଟ୍‌ ତଳକୁ ଖସିଲା କାର୍‌ lପୋଲଟି ଅର୍ଦ୍ଧନିର୍ମିତ ଅବସ୍ଥାରେ ଥିବାରୁ ଦୁର୍ଘଟଣା ଘଟିଛି। ୩ଜଣ ଗୁରୁତର ହୋଇଛନ୍ତି lଗୁରୁତର ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତୁରନ୍ତ କାର୍ଯ୍ୟ ଶେଷ ଦାବିରେ ଉତ୍ତ୍ୟକ୍ତ ଲୋକମାନେ ରାସ୍ତାରୋକ କରିଛନ୍ତି l

ନବଦାସ ହତ୍ୟା ଘଟଣା

  ଭୁବନେଶ୍ୱର,୪।୧(ଏସଏସ ନିଉଜ)ନବଦାସଙ୍କୁ ହତ୍ୟା ଘଟଣାରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ରଖିଛନ୍ତି।ସେକହିଛନ୍ତି ପୁଲିସ୍‌ ଗୁଳି କରିମାରିବା ମୋତେ ଆଶ୍ଚର୍ଯ୍ୟ କରୁଛି, ବିଶ୍ୱାସ ହେଉନି, ଜଣେ ପାୱାରଫୁଲ ମନ୍ତ୍ରୀଙ୍କୁ ASI ଗୁଳି କରିବା ଗ୍ରହଣଯୋଗ୍ୟ ନୁହେଁ।ମୋତେ ବି ପିଏସ୍‌ଓ ମିଳିଛି, ଡର ଲାଗୁଛି ସେ ଗୋପାଳଦାସ ହେବନି ତ। ନବଦାସ ହତ୍ୟା ଘଟଣାର ସତ ଜଗନ୍ନାଥଙ୍କୁ ଜଣା ବୋଲି ଡିଜିପି କହିବା ପ୍ରସଙ୍ଗରେ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି ଡିଜିପି ଜଗନ୍ନାଥଙ୍କୁ ପ୍ରାର୍ଥନା କରି ସତ ଜାଣନ୍ତୁ ଓ […]