ବାରଙ୍ଗ,୧୧ା୨(ଏସଏସନିଉଜ)ଶନିବାର ସଂନ୍ଧ୍ୟାରେ ଗୋଡିସାହିଫାଣ୍ଡି ଅଧିନସ୍ଥ ଷଣ୍ଢପୁରନିକଟରେ ଏକ ଆଇଚରମିନିଟ୍ରକ ଧକ୍କାରେ ଜଣେ ଯୁବକ ଗୁରୁତର ଆହାତ ହୋଇଛନ୍ତି। ଆହତ ଯୁବକ ଜଣକ ଗୋଡିସାହି ଗ୍ରାମର ପ୍ରଭାକର ଓଝା(୪୨) ବୋଲି ଜଣାପଡିଛି। ପ୍ରଭାକର ଓଡି ୦୫ଏଡ୍ ୦୦୯୩ନଂ ସ୍କୁଟି ଯୋଗେ ବାଙ୍କୀତ୍ରିଶୂଳିଆ ମୁଖ୍ୟ ରାସ୍ତାରେ ତ୍ରିଶୂଳିଆ ଅଭିମୁଖେ ଆସୁଥିବା ସମୟରେ ଷଣ୍ଢପୁରଛକ ନିକଟରେ ପଛପଟରୁ ଏକ ଦ୍ରୁତଗାମୀଆଇଚରଗାଡି ଧକ୍କାଦେଇ ପଳାଇଯାଇଥିଲା ।ଗାଡି ଧକ୍କା ଦେବାରୁ ଘଟଣା ସ୍ଥଳରେ ପ୍ରଭାକର ରକ୍ତାତ ଅବସ୍ଥାରେ ରାସ୍ତାରେ ପଡିରହିଥିଲେ ।ଛକରେ ଥିବା କିଛିଯୁବକ ଦୁର୍ଘଟଣା ଘଟାଇଥିବା ଆଇଚରମିନିଟ୍ରକକୁ ପିଛାକରି ମୁଣ୍ଡମୁହାଣ ଗାଁମୁଣ୍ଡରେ ଧରିଥିବା ବେଳେ କେତେକ ଯୁବକ ବିରୋଧ କରିବାରୁ ଗାଡିକୁ ଛାଡିଦେଇଥିଲେ ।ଅନ୍ୟପଟେ ସ୍ଥାନୀୟଲୋକ ଗୋଡିସାହିଫାଣ୍ଡିକୁ ଖବରଦେବାପରେ ପୋଲିସ ୧୦୮ ଆସୁଲାନ୍ସ ଯୋଗେ ଗୁରୁତର ଆହତହୋଇଥିବା ପ୍ରଭାକରକୁ ଚିକିସ୍।ପାଇଁ କଟକ ବଡଡାକ୍ତର ଖାନାକୁ ପଠାଇଥିବାର ଜଣାପଡିଛି ।