ବନ୍ଧାହେଲେ ଦୁଇଜମିଦଲାଲ

ମେଣ୍ଢାଶାଳ,୧୦ା୨(ଏସଏସନିଉଜ) ଚନ୍ଦକାଥାନା ଅଧିନସ୍ଥ ହରିପୁର ମୈାଜାରେ ଜଣେ ପୋଲିସ ଅଧିକାରୀ ଜମିକିଣି ଜମିରେ ପାଚେରୀକରୁଥିଲେ ।ସେହିଜମିକୁ କମ ଦାମରେ ସେମାନଙ୍କୁ ବିକିବାପାଇଁ ଦୁଇଜଣ ଜମିଦଲାଲ ବାଧ୍ୟ କରିଥିଲେ ।ଦଲାଲଙ୍କ ପ୍ରଲୋଭନରେ ପୋଲିସଅଧିକାରୀ ଜଣଙ୍କ ନଆସିବାରୁ ରାତାରାତି ପଥରପାଚେରୀକୁ ଭାଙ୍ଗି ମାଙ୍କଡାପଥରସବୁ ଚୋରୀକରିନେଇଯାଇଥିବା ଅଭିଯୋଗରେ ଦୁଇଜଣ ଜମିଦଲାଲକୁ ପୋଲିସ ଗିରଫକରି ଶୁକ୍ରବାରଦିନ କୋର୍ଟଚାଳଣ କରିଛି ।ସେମାନେ ହେଲେ ମେଣ୍ଢାଶାଳଗ୍ରାମ ଦକ୍ଷୀଣସାହିର ସୁରେଶକୁମାରଦାସ ଓ ସିଂହସାହିର ସୈାମ୍ୟରଞନବଳିୟାରସିଂ।
ପ୍ରକାସ ଯେ, ମେଣ୍ଢାଶାଳଗାଁପାଖରେ ହରିପୁର ମୈାଜାରେ ସିଆଇଏସ୍‌ଏଫ୍‌ର ଏସଆଇ ଅରୁଣକୁମାରମୁଦୁଲି ଏକ ଜାଗାକିଣି ମାଙ୍ଗଡାପଥରରେ ପାଚେରୀ କରୁଥିଲେ ।ମେଣ୍ଢାଶାଳ ଗ୍ରାମର ସୁରେଶ ଓ ସୈାମ୍ୟରଞନ ନାମକ ଦୁଇଜଣ ଜମିଦଲାଲ ସେଠାରେ ପହଁଚି ସେହି ଜାଗାକୁ କମ ଦାମରେ ସେମାନଙ୍କୁ ବିକିଦେବାକୁ ପ୍ରଲୋଭନ ଦେଖାଇବା ସହ ଏକପ୍ରକାର ବାଧ୍ୟ କରିଥିଲେ ।ପୋଲିସଅଧିକାରୀଙ୍କ ଜମିଦଲାଲଙ୍କ ପ୍ରଲୋଭନରେ ନଆସିବାରୁ ଉକ୍ତ ଜମିରେ ହୋଇଥିବା ପାଚେରିକୁ ରାତାରାତି ଭାଙ୍ଗି ମାଙ୍କଡାପଥର ସବୁକୁ ଚୋରୀ କରି ନେଇଯାଇଥିବାର ଚନ୍ଦକାଥାନାରେ ସେ ମଙ୍ଗଳବାରଦିନ ଅଭିଯୋଗ କରିଥିଲେ । ପୋଲିସ ୪୫/୨୩କେଶନଂରେ ଏକ ମକଦ୍ଦମାରୁଜୁକରି ଶୁକ୍ରବାରଦିନ ସୁରେଶ ଓ ସୈାମ୍ୟରଞନଙ୍କୁ ଗିରଫକରି ସେମାନଙ୍କଠାରୁ ମାଙ୍ଗଡାପଥର ଜବତ କରିବାସହ କୋର୍ଟଚାଳଣ କରିଛି ।

 

Comments (0)
Add Comment