ଘରେ ନିଆଁଲଗାଇବା ଅଭିଯୋଗରେ ଦୁଇ କୋର୍ଟଚାଳଣ

ମେଣ୍ଢାଶାଳ,୧୩ା୨(ଏସଏସନିଉଜ)ଚନ୍ଦକାଥାନା ଅଧିନସ୍ଥ ଗିରିଙ୍ଗାପୁଟ ଗାଁ ଆଦିବାସୀସାହିର ଟୁନାଦେଇ ନାମକ ମହିଳାଙ୍କୁ ମାରିଦେବାକୁ ଧମକ ଦେବାସହ ରାତିରେ ତାଙ୍କ ଘରେ ନିଆଁ ଲଗାଇଦେବା ଅଭିଯୋଗରେ ପୋଲିସ ଦୁଇଜଣଙ୍କୁ ଗିରଫକରି କୋର୍ଟଚାଳଣ କରିଛି ।ସେମାନେ ହେଲେ ଗିରିଙ୍ଗାପୁଟ ଗାଁର ଭିମା ଓରଫ ଘନିଆପ୍ରଧାନ ଓ ଶଙ୍କରଘଡେଇ ।
ପ୍ରକାସ ଯେ, ଗିରିଙ୍ଗାପୁଟଗାଁ ଆଦିବାସୀସାହିରେ ଟୁନାଦେଇ ଓ ତାଙ୍କ ପୁଅ ବଳରାମରାଉଳ ରୁହନ୍ତି ।ଟୁନାଦେଇ ଚନ୍ଦକାଥାନାରେ କରିଥିବା ଅଭିଯୋଗଅନୁଯାୟୀ ତାଙ୍କ ପୁଅ ବଳରାମ ଦୁଇଟିବିବାହ କରିଛନ୍ତି ।ପ୍ରଥମସ୍ତ୍ରୀ ତାଙ୍କ ବାପଘରକୁ ଚାଲିଯାଇଥିଲେ । ଶଙ୍କରଘଡେଇନାମକ ଯୁବକ ତାଙ୍କ ସ୍ତୀକୁ ବାପଘରକୁ ପଠାଇଦେଇଥିବାର ଅଭିଯୋଗ କରି ବଳାରାମ ଓ ଶଙ୍କର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।ପୁନର୍ବାର ଶନିବାର ଦିହିପହରରେ ଏହିଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିବାରୁ ଟୁନା ଓ ପୁଅ ବଳରାମକୁ ଜୀବନରେ ମାରିଦେବାକୁ ଘନିଆପ୍ରଧାନ ଓ ଶଙ୍କରଘଡେଇ ଧମକଦେଇଥିଲେ ।ଖବରପାଇ ପିସିଆର ଆସି ଉଭୟଙ୍କୁ ବୁଝାସୁଜାକରି ଫେରିଯାଇଥିଲା ।ଏହାପରେ ନିଜ ଜୀବନ ସୁରକ୍ଷିତ ନଥିବାର ଜାଣି ଉଭୟମାପୁଅ ଘରଛାଡି ପଳାଇଯାଇଥିଲେ ।ସେହିଦିନ ବିଳମ୍ଭିତ ରାତିରେ ଟୁନାଙ୍କ ଏକ ଚାଳଘରେ ନିଆଁ ଲାଗିଯିବାରୁ ଘରଭିତରେ ଥିବା ଆସବାସପତ୍ର.ଧାନଚାଉଳ ପୋଡିପାଉଁଶ ହୋଇଯାଇଛି । ଘନିଆପ୍ରଧାନ ଓ ଶଙ୍କରଘଡେଇ ତାଙ୍କ ଘରେ ନିଆଁ ଲଗାଇଦେଇଥିବାର ଟୁନାକରିଥିବା ଅଭିଯୋଗ ଉପରେ ଚନ୍ଦକାଥାନାପୋଲିସ ୫୧/୨୩କେଶନଂରେ ଏକ ମକଦ୍ଦମାରୁଜୁକରି ତଦନ୍ତ କରିଥିଲେ ।ଏହାପରେ ଘନିଆଓ ଶଙ୍କର ଫେରାର ହୋଇଯାଇଥିବାବେଳେ ସୋମବାରଦିନ ପୋଲିସ ସେମାନଙ୍କୁ ଗିରଫକରି କୋର୍ଟଚାଳଣ କରିଛି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

Comments (0)
Add Comment