Browsing category

ଅପରାଧ

ପରେଡବେଳେ ଅସୁସ୍ତ ହୋଇପଡିଲେ ଛାତ୍ରୀ

ଦଶପଲ୍ଲା,୨୬।୧(ଏସଏସ ନିଉଜ) ପରେଡରେ ଅଂଶ ଗ୍ରହଣ କରୁଥିବା ଜଣେ ଛାତ୍ରୀ ହଠାତ୍ ଅସୁସ୍ଥ ହୋଇପଡିଥିଲେ। ଅସୁସ୍ଥ ଛାତ୍ରୀଙ୍କୁ ଦଶପଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ଗାନ୍ଧି ମଇଦାନରେ ବ୍ଲକ ସ୍ତରୀୟ ପରେଡରେ ଭାଗ ନେଇଥିଲେ ଛାତ୍ରୀ।

୩ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୨୬।୧(ଏସଏସ ନିଉଜ)୩ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ତୁଳସୀ ମାଲୁପଦର ଦଳମ୍‌ର ୩ ସଦସ୍ୟ ଆତ୍ମସମର୍ପଣ କଲେ। ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ସଂଜୀବ ପଣ୍ଡାଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ।ଗୁଇନ୍ଦା ନିର୍ଦ୍ଦେଶକ ସ୍ୱାଭିମାନ ଅଞ୍ଚଳ ଗସ୍ତରେ ଥିବା ଅବସରରେ ଆତ୍ମସମର୍ପଣ କରିଛନ୍ତି। ୩ ମାଓବାଦୀଙ୍କ ମଧ୍ୟରୁ ଜଣେ ମହିଳା ମାଓବାଦୀ ଥିବା ସୂଚନାମିଳିଛି। ୩ ମାଓବାଦୀଙ୍କୁ ଧରାଇ ଦେଲେ ମୁଣ୍ଡ ପିଛା ଲକ୍ଷେ ଟଙ୍କା ଘୋଷଣା ହୋଇଥିଲା।

ସିରିଜ୍ ଦୁର୍ଘଟଣାରେ ୨ମୃତ୍ୟୁ,୩ ଗୁରୁତର

ବୌଦ୍ଧ ,୨୬ା୧(ଏସଏସନିଉଜ) ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର ଆହତ ହୋଇଛନ୍ତି। ସ୍କର୍ପିଓଟି ପ୍ରଥମେ ଜଣେ ବାଇକ୍ ଆରୋହୀଙ୍କୁ ପିଟି ଅନ୍ୟ ୫ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା।ପରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇ ହୋଟେଲ୍ ଭିତରେ ପଶି ଯାଇଥିଲା। ମୃତକଙ୍କ ମଧ୍ୟରେ ଅଇଁଲାପାଲି ପିଇଓ ଗୋବିନ୍ଦ ସାହୁ ଓ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଜଣେ ବ୍ୟକ୍ତି ଅଛନ୍ତି। ପତାକା ଉତ୍ତୋଳନ […]

ଡମ୍ପିୟାଡକୁ ନେଇ ରାସ୍ତାରେ ବସିଲେ ଦାରୁଠେଙ୍ଗ ଗ୍ରାମବାସୀ

ମେଣ୍ଢାଶାଳ,୨୬/୧(ଏସଏସନିଉଜ)ଦାରୁଠେଙ୍ଗ ଡମ୍ପିୟାଡକୁ ନେଇ ପୁଣି ବିବାଦ ଦେଖାଦେଇଛି ।ଦାରୁଠେଙ୍ଗ ଗ୍ରାମବାସୀମାନେ ଗୁରୁବାରଦିନ ସକାଳୁ ଚନ୍ଦକା- ପିତାପଲ୍ଲୀରାସ୍ତାକୁ ଅବରୋଧ କରିବାଫଳରେ ଯାତାୟତରେ ବାଧା ସୃଷ୍ଟି ହୋଇଛି ।ଗୁରୁବାର ବଢିଭୋର ସମୟରେ ବିଏମସି ପକ୍ଷରୁ ଭୁଆଷୁଣି ଡମ୍ପିୟାର୍ଡରେ ଟ୍ରଟିମେଂଟପ୍ଲାଂଟ ପାଇଁ ୫ଟିଗାଡିରେ ମେସିନ ଆସି ପହଁଚିବାପରେ ଗ୍ରାମରେ ଉତେଜନା ଦେଖାଦେଇଥିଲା ।ଗ୍ରାମବାସୀଙ୍କ କହିବାକଥାହେଲା ଭୁଆଷୁଣିରେ ଆଉ ଅଳିଆ ପଡିବନାହିଁ ।ତାପରେ ଗ୍ରାମବାସୀମାନଙ୍କ ସହ ଆଲୋଚନା କରି ଟ୍ରଟିମେଂଟପ୍ଲାଂଟ କରାଯାଉ ।ଗ୍ରାମବାସୀମାନଙ୍କ ସହ କୈାଣସି ଆଲେଚନା ନକରି ବିଏମସି ପକ୍ଷରୁ ଏଭଳି […]

ଓଲଟିଲା ଅଟୋ,୫ଛାତ୍ର ଆହତ

ଜଳେଶ୍ୱର,୨୫ା୧(ଏସଏସନିଉଜ) କଣ୍ଟାବଣିଆ ଛକରେ ଅଟୋ ଓଲଟି ୫ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ସମସ୍ତେ ଚିକିସ୍‌ାପାଇଁ ହାତୀଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ସରସ୍ୱତୀପୂଜା ପାଇଁ ଏହିଛାତ୍ରମାନେ ମୂର୍ତ୍ତି ଆଣିବାକୁ ଅଟୋରେ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲ।।ସମସ୍ତଛାତ୍ର ରାଇବଣିଆଥାନା ଓଲମରା ହାଇସ୍କୁଲର ଛାତ୍ର ବୋଲି ଜଣାପଡିଛି ।

ଜଙ୍ଗଲରୁ ମିଳିଲା ଦରପୋଡ଼ାଶବ

ମାଲକାନଗିରି, ୨୫ା୧(ଏସଏସନିଉଜ)ଗତକାଲି ଅପହୃତ ମୋଟୁଥାନା ତିଙ୍ଗରାପଲିର ଗଙ୍ଗା ପଡ଼ିଆମୀଙ୍କ ଦରପୋଡ଼ାଶବ ଉଦ୍ଧାର ହୋଇଛି । ଘରଠାରୁ ଅଢ଼େଇକିମି ଦୂର ଜଙ୍ଗଲଅଞ୍ଚଳରୁ ମିଳିଛି ଦରପୋଡ଼ାମୃତଦେହ । କାଲି ଗଙ୍ଗାଙ୍କଘରକୁ ଆସି ତାଙ୍କୁ ଉଠାଇନେଇଥିଲେ କିଛିଦୁର୍ବୃତ୍ତ । ଅପହରଣକାରୀ କିଏ ଏବଂ କାହିଁକି ହତ୍ୟା କଲେ ତାହା ଏବେସୁଦ୍ଧା ଅସ୍ପଷ୍ଟ ରହିଛିା

ବୋମାଫୁଟି ବାଳକର ପାଦଛିଣ୍ଡିଲା

ସୁନ୍ଦରଗଡ଼,୨୫ା୧(ଏସଏସନିଉଜ)ସଦରଥାନା ଅଧିନସ୍ଥ ସୁବଳୟା ମୁସଲିମବସ୍ତିରେ ବୋମାଫୁଟି ସବିନାଖାତୁନଙ୍କ ପୁଅ ମହମ୍ମଦତେଗିଅଲ୍ଲୀ ନାମକ ବାଳକର ପାଦ ଛିଣ୍ଡିଯାଇଛି। ଗୁରୁତର ଅବସ୍ଥାରେ ଉଦ୍ଧାର କରି ତାଙ୍କୁ ପରିବାରଲୋକ ସୁନ୍ଦରଗଡ଼ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଅପରାହ୍ନରେ ତେଗିଅଲ୍ଲୀ ଭାଇସହ ଘର ଅଗଣାରେ ଫୁଟବଲ୍ ଖେଳୁଥିବାବେଳେ ହଠାତ୍ ତାଙ୍କ ପାଦତଳେ ବିସ୍ଫୋରଣ ହୋଇ ସାରାଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। ଫଳରେ, ସେ ଅଚେତହୋଇ ତଳେପଡ଼ି ଯାଇଥିଲେ। ଶବ୍ଦଶୁଣି ପରିବାରଲୋକ ଆସିବାବେଳକୁ ବାଳକଙ୍କପାଦ ଛିଣ୍ଡି ଯାଇଥିବା ଦେଖିବାକୁ ପାଇଥିଲେ। ଏହି ହାତତିଆରି ବୋମା କିପରି ଏଠାକୁ […]

ଜଙ୍ଗଲରେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ

ବଲାଙ୍ଗୀର ,୨୫ା୧(ଏସଏସନିଉଜ) ସଇନ୍ତଲାବ୍ଲକ୍ ଘୁନସରପଞ୍ଚାୟତ ଦେଢେ଼ଲଜଙ୍ଗଲରୁ ଜଣେ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ଠୁର୍ରନୀକାନୀଗ୍ରାମର ମହିଳା ରତନୀରଣା ସୋମବାରଦିନ ନିଜର କପା ବିଲକୁଯାଇ ଫେରିନଥିଲୋ ଖୋଜାଖୋଜି ପରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କ ମୃତଦେହ ଦେଢେ଼ଲ ଜଙ୍ଗଲ ମଧ୍ୟରେ ଠାବ କରାଯାଇଥିଲା।ଖବରପାଇ ପୋଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ କରିଛି ।ଘଟଣାସ୍ଥଳରୁ ପୋଲିସ ଗୋଟିଏହଳ ଚପଲ, ଗୋଟିଏ ଛୋଟ ଛୁରୀ , କିଛି କପଡ଼ା ଓ ମଦ ପାଉଚ୍ ଜରି ଜବତ […]

ଗିରଫ ହେଲା ଦୁର୍ଦ୍ଦାନ୍ତନକ୍ସଲ ଚାଣ୍ଟି

ମାଲକାନଗିରି ,୨୫ା୧(ଏସଏସନିଉଜ) ଫେରାରଥିବା ଦୁର୍ଦ୍ଦାନ୍ତନକ୍ସଲ ରଞ୍ଜୁଖିଲ ଓରଫ ଚାଣ୍ଟି ପୁଣି ଗିରଫ ହୋଇଛି । ଜାମିନରେମୁକୁଳି ଫେରାରଥିବା ଚାଣ୍ଟିକୁ ଏନ୍‌ଆଇଏ ଟିମ୍ ସ୍ବାଭିମାନଅଞ୍ଚଳରୁ ଆଜି ଗିରଫ କରିଛି । ପୂର୍ବରୁ ରହିଥିବା ମାମଲାର ଶୁଣାଣି ପାଇଁ ଚାଣ୍ଟି ବାରମ୍ବାର କୋର୍ଟରେ ଅନୁପସ୍ଥିତ ରହୁଥିବାରୁ ଚାଣ୍ଟିକୁ ଏନ୍‌ଆଇଏ ଟିମ୍ ଖୋଜୁଥିଲା।କିଛି ଦିନତଳେ ଏନ୍‌ଆଇଏପକ୍ଷରୁ ବିଭିନ୍ନସ୍ଥାନରେ ଚାଣ୍ଟି ଏବଂ ସହଯୋଗୀଙ୍କ ପୋଷ୍ଟର ମରାଯାଇଥିଲା ।  

୪ ବର୍ଷର ଶିଶୁକୁ ପିଟିପିଟି ହତ୍ୟା!

ଗଞ୍ଜାମ, ୨୫ା୧(ଏସଏସନିଉଜ)ଧରାକୋଟଥାନା ଅଧୀନସ୍ଥ ମୁଣ୍ଡମରାଇଗ୍ରାମ ହାଟସାହିରେ ୪ବର୍ଷର ଶିଶୁକୁ ପଡ଼ୋଶୀଘର ଛାତଉପରେ ନିର୍ମମଭାବେ ପିଟିପିଟି ହତ୍ୟା କରାଯାଇଛି ।ମୃତ ଶିଶୁଟି ହେଉଛନ୍ତି ପାନଦୋକାନକରି ଗୁଜରାଣ ମେଂଟାଥିବା ଗୋବିନ୍ଦପାତ୍ରଙ୍କ ପୁଅ ନି‌ତେଶ ।ଗତକାଲି ସନ୍ଧ୍ୟାରେ ଟ୍ୟୁସନ ନଯିବାରୁ ଖୋଜାଖୋଜି କରିବାପରେ ପଡ଼ୋଶୀଘର ଛାତଉପରେ ରକ୍ତଜୁଡୁବୁଡୁଅବସ୍ଥାରେ ଶିଶୁଟିକୁ ଠାବ କରିଥିଲୋ ତୁରନ୍ତ ପରିବାରଲୋକେ ଶିଶୁଟିକୁ ଧରାକୋଟ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିବାବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଚାଞ୍ଚଲ୍ୟକର ଘଟଣା ଉପରୁ ପର୍ଦା ଉଠାଇବାପାଇଁ ପୋଲିସ ଉଦ୍ୟମ ଆରମ୍ଭ କରିଛି । […]