Browsing category

ଅପରାଧ

ଅକ୍ସିଜେନ୍ ପାଇଁ ଜୀବନ ଗଲା !

କଟକ,୨୪।୧(ଏସଏସନିଉଜ) SCBରେ ଚିକିତ୍ସା ଅବହେଳାରୁ ରୋଗୀଙ୍କର ମୃତ୍ୟୁ ହୋଇଥିବାର ଅଭିଯୋଗ ଆସିଛି।ପୁରୁଣା ମେଡିସିନ୍ ୱାର୍ଡରେ ଜଣେ ରୋଗୀର ମୃତ୍ୟୁ ଅଭିଯୋଗ ହୋଇଛି।ରୋଗୀକୁଗୋଟିଏ ୱାର୍ଡରୁ ଅନ୍ୟ ୱାର୍ଡକୁ ସିଫ୍ଟ ବେଳେ ତାଙ୍କଠାରୁ ଅକ୍ସିଜେନ୍ କାଢ଼ି ନିଆଯିବାରୁ ମୃତ୍ୟୁ ଘଟିଥିବାର ଅଭିଯୋଗ ହୋଇଛି।କାଲି ଶ୍ୱାସଜନିତ ସମସ୍ୟା ପାଇଁ ବାଲେଶ୍ୱରର ରୋଗୀ SCB ଆସିଥିଲେ।ଅଭିଯୋଗର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇ ଛାନଭିନ କରାଯିବାସହ ଘଟଣାରେ ଯାହାର ସଂପୃକ୍ତି ଥିବ, କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି SCB ପ୍ରଶାସନିକ ଅଧିକାରୀ […]

ସମୁଦ୍ରରୁ ମିଳିଲା ଦ୍ୱିତୀୟ ମୃତଦେହ

କୋଣାର୍କ,୨।୧(ଏସଏସ ନିଉଜ) ଭାସି ଯାଇଥିବା ଦ୍ୱିତୀୟ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଜାହାନିଆ ପୀର ସମୁଦ୍ର ବେଳାଭୂମିରୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ପିକ୍‌ନିକ୍‌ରେ ଆସି ଗାଧୋଇବା ବେଳେ ବୁଡ଼ି ଯାଇଥିଲେ ୨ ଯୁବକ। ମୃତକ ଜଗତସିଂହପୁର ପଣସପଡ଼ା ଅଞ୍ଚଳର ସାଗର ଅଲ୍ଲୀ। ଜଣଙ୍କ ମୃତଦେହ କାଲି ଉଦ୍ଧାର କରିଥିଲେ ଅଗ୍ନିଶମ ବାହିନୀ।

ମହିଳାଙ୍କୁ ଗଣଦୁଷ୍କର୍ମ!

କନ୍ଧମାଳ,୨୪।୧ (ଏସଏସନିଉଜ)ପୂର୍ବଶତ୍ରୁତାକୁ କେନ୍ଦ୍ରକରି କିଛି ଯୁବକ ସଂଘବଦ୍ଧଭାବେ ଘରେ ପଶି ଜଣେମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ସଦର ଥାନା ଅଞ୍ଚଳରେ ଘଟିଛି। ଏନେଇ ମହିଳାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିଛନ୍ତି। ଗତକାଲି ସନ୍ଧ୍ୟା ସମୟରେ କିଛି ଯୁବକ ସଂଘବଦ୍ଧ ଭାବେ ପୀଡ଼ିତା ମହିଳାଙ୍କ ଘରେ ପଶି ତାଙ୍କ କାରକୁ ଭଙ୍ଗାରୁଜା କରିଥିଲେ। ମହିଳା ଜଣଙ୍କ ଏହାକୁ ବିରୋଧ କରିବାରୁ ଯୁବକମାନେ ମହିଳାଙ୍କୁ ଘର ଭିତରକୁ ଟାଣିନେଇ ଗଣଦୁଷ୍କର୍ମ କରିଥିଲେ। ମହିଳାଙ୍କ ପାଟି ଶୁଣି ତାଙ୍କୁ ଦେଢ଼ ଶାଶୁ […]

ବସରେ ଲାଗିଲା ନିଆଁ

ଭୁବନେଶ୍ବର,୨୩ା୧(ଏସଏସନିଉଜ) ବରମୁଣ୍ଡାବସଷ୍ଟାଣ୍ଡରେ ଠିଆ ହୋଇଥିବା ଖଣ୍ଡାଧାର କୁଇନ’ନାମକ ଏକବସ୍‌ରେ ହଠାତ ନିଆଁ ଲାଗିଯାଇଛି।ଫଳରେ ବସଟି ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଛି।ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁଲିଭାଇଥିଲେ ।ବସରେ କେହିନଥିବାବେଳେ ଏପରି ଅଘଟଣ ଘଟିଥିବାବେଳେ ନିଆଁ ଲାଗିବାର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି।  

ସୁଟକେଶରେ ଯୁବକଙ୍କ ମୃତଦେହ ଘଟଣାରେ ୩ଗିରଫ

ଖୋର୍ଦ୍ଧା ,୨୩/୧(ଏସଏସନିଉଜ)ନାଚୁଣୀଥାନା ଅଧୀନସ୍ଥ ହରିପୁରଜଙ୍ଗଲରୁ ଟ୍ରଲି ସୁଟକେଶରେ ଭର୍ତ୍ତି ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦାଫାସ କରିଛି ପୋଲିସ ।ଏହିଘଟଣାରେ ମୃତ ଯୁବକଙ୍କପତ୍ନୀ ମିଲିମହାପାତ୍ରଙ୍କ ସମେତ ସମ୍ପର୍କୀୟ ଭାଇ ତଥା ନୟାଗଡ଼ ଜିଲ୍ଲାର ଚାନ୍ଦପୁରଥାନା ଅନ୍ତର୍ଗତ ରାଜଜଙ୍କିଆଗ୍ରାମର ତ୍ରିନାଥଦାସଙ୍କ ପୁଅ ମିଟୁ ଦାସଙ୍କ ସହିତ ନିଲିଙ୍କ ପୁରୁଷବନ୍ଧୁ ତଥା ଟାଙ୍ଗୀଥାନା ଅନ୍ତର୍ଗତ ଗୋଡିପାଟଣାସାହିର ବିଜୟକୁମାରସାହୁଙ୍କପୁଅ ବିକ୍ରମ କୁମାରସାହୁଙ୍କୁ ନାଚୁଣୀ ଥାନାପୁଲିସ ଗିରଫକରି ଆଜି କୋର୍ଟଚାଲାଣ କରିଛି।ଏହିଅବସରରେ ଆୟୋଜିତ ସାମ୍ବାଦିକସମ୍ମିଳନୀରେ ଖୋର୍ଦ୍ଧାଜିଲ୍ଲା ଏସପି ସିଦ୍ଧାର୍ଥକଟାରିଆ ଘଟଣାବିଷୟରେ କହିଛନ୍ତି ।ପୁଲିସର […]

ବନ୍ଧୁକ ଦେଖାଇ ଲୁଟିନେଲେ ୫ଲକ୍ଷ

ବାଲେଶ୍ୱର ,୨୩/୧(ଏସଏସନିଉଜ) ଅନନ୍ତପୁରଫାଣ୍ଡି ଅନ୍ତର୍ଗତ ଘଡେଇସାହି ଛକନିକଟରେ ଜଣେ ମିନି ବ୍ୟାଙ୍କ ମାଲିକଙ୍କ ନିକଟରୁ ବନ୍ଧୁକ ଦେଖାଇ ୫ ଲକ୍ଷରୁ ଅଧିକଟଙ୍କା ଲୁଟ ହୋଇଥିବାର ଅଭିଯୋଗ ହୋଇଛି ।ଖବରପାଇ ସୋରପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି । ବାଲିଛନ୍ଦାଘାଟ ନିକଟରେ ଅଇଁରୀଗ୍ରାମର ମନୋରଞ୍ଜନ ବାରିକ କିଓସ୍କବ୍ୟାଙ୍କ କରିଛନ୍ତି। ସୋମବାରସକାଳେ ୫ଲକ୍ଷରୁ ଅଧିକଟଙ୍କା ଓ କାଗଜପତ୍ରଧରି ବ୍ୟାଙ୍କକୁ ଯାଉଥିବାବେଳେ ଘଡେଇସାହିଛକ ନିକଟରେ ୨ଟିବାଇକରେ ୫ଜଣ ଦୁର୍ବୃତ୍ତଆସି ବନ୍ଧୁକଦେଖାଇବାସହ ଫାଙ୍କା ଗୁଳିଚାଳନାକରି ମନୋରଞନଙ୍କଠାରୁ ଟଙ୍କାବ୍ୟାଗ ନେଇ ପଳାଇ ଯାଇଥିଲେ। […]

ଜବତହେଲା ୧୮୭ କିଲୋଗ୍ରାମ ଗଞ୍ଜେଇ

କୋରାପୁଟ, ୨୩/୧(ଏସଏସନିଉଜ)ବଙ୍ଗୁରପଡା ନଦୀଘାଟରେ ପାର୍କିଂ ହୋଇଥିବା ଏକ ବୋଲେରୋରୁ ମାଛକୁଣ୍ଡ ପୁଲିସ ୧୮୭ କିଲୋଗ୍ରାମ ୮୦୦ ଗ୍ରାମ ଗଞ୍ଜେଇ ଜବତ କରିଛି।ଏହି ଘଟଣାରେ କେହି ଗିରଫ ହୋଇନଥିବାବେଳେ ଗଞେଇ ଚୋରାଚାଳଣ ହେଉଥିବାର ପୋଲିସ ଅନୁମାନ କରିଛି ।

ଛୁଆକୁ ଟେକିନେଲା ମାଙ୍କଡ଼

କେନ୍ଦୁଝର ,୨୩/୧(ଏସଏସନିଉଜ) ରାମଚନ୍ଦ୍ରପୁରଥାନା ଅଧିନସ୍ଥ ତରୁଆଁପଞ୍ଚାୟତର ଲୁଣହାରଗ୍ରାମର ପ୍ରହଲ୍ଲାଦ ମାଝୀଙ୍କ ଘର ବାରଣ୍ତାରେ ଶୋଇଥିବା ତାଙ୍କର ୪ମାସର ଶିଶୁପୁତ୍ରକୁ ମାଙ୍କଡଟି ଟେକି ନେଇପଳାଇଥିଲା। ପରିବା‌ରଲୋକେ ଏହାଜାଣିପାରି ପିଟିତୁଣ୍ଡ କରିବାରୁ ମାଙ୍କଡଟି ଛୁଆକୁ ଫିଙ୍ଗିଦେଲା।ଫଳରେ ଗୁରୁତର ଆହତ ଅବସ୍ଥାରେ ପିଲାଟିକୁ ପରିବାରଲୋକ ଚିକିସ୍‌ାପାଇଁ ଆନନ୍ଦପୁର ଉପଖଣ୍ତ ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି ।  

ଏଟିଏମରୁ୩୦ଲକ୍ଷ ଲୁଟ୍‌

ନବରଙ୍ଗପୁର, ୨୩/୧(ଏସଏସନିଉଜ)ଉମରକୋଟଥାନା ଅନ୍ତର୍ଗତ ଧୋଡ୍ରାଗ୍ରାମର ମୁଖ୍ୟ ରାସ୍ତା ପାର୍ଶ୍ବରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏଟିଏମ୍‌ରୁ ୩୦ଲକ୍ଷରୁ ଅଧିକ ଟଙ୍କା ଲୁଟ୍ ହୋଇଥିବାର ଉମରକୋଟଥାନାରେ ଅଭିଯୋଗ ହୋଇଛି ।ପୋଲିସ ତଦନ୍ତଆରମ୍ଭ କରିଥିବାବେଳେ ଚୋରମାନେ ଗତକାଲିରାତିରେ ଏଟିଏମ ଭିତରେ ଥିବା ସିସି କ୍ୟାମେରାରେ କଳା ରଙ୍ଗର ସ୍ପ୍ରେ କରିସାରି ଗ୍ୟାସ୍ କଟରରେ ମେସିନ୍‌କୁ କାଟି ୩୦ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଲୁଟ୍ କରି ନେଇଥିଲେ।

୩ଲକ୍ଷ ଲୁଟିନେଲେ ଲୁଟେରା

ସୋର,୨୩।୧(ଏସଏସ ନିଉଜ)ଅନନ୍ତପୁର ଫାଣ୍ଡି ଅଢେଇବାଙ୍କ ନିକଟରେ ଫାଙ୍କା ଗୁଳି ଫୁଟାଇ ୩ ଲକ୍ଷ ଟଙ୍କା ଲୁଟିନେଇଛନ୍ତି ଲୁଟେରା। ବାଇକରେ ୬ ଜଣ ଆସି ଲୁଟ୍ କରିଥିବା ଅଭିଯୋଗ ହୋଇଛି।