ଗଞ୍ଜେଇ ଧରିବାକୁ ଯାଇ ଓଲଟିଲା ପୁଲିସଭ୍ୟାନ
ମୋହନା,୨୩।୧(ଏସ ଏସ ନିଉଜ) ଗଞ୍ଜେଇ ମାଫିଆଙ୍କୁ ପିଛା କରୁଥିବା ବେଳେ ରାକେଶପଙ୍କା ନିକଟରେ ଓଲଟିପଡିଛି ପୁଲିସ ଭ୍ୟାନ।ଏଥିରେ ମୋହନାଥାନା ASI ଗୁରୁତର ହୋଇଥିବାବେଳେ , ଡ୍ରାଇଭର ଆହତ ହୋଇଛନ୍ତି l
Browsing category
ମୋହନା,୨୩।୧(ଏସ ଏସ ନିଉଜ) ଗଞ୍ଜେଇ ମାଫିଆଙ୍କୁ ପିଛା କରୁଥିବା ବେଳେ ରାକେଶପଙ୍କା ନିକଟରେ ଓଲଟିପଡିଛି ପୁଲିସ ଭ୍ୟାନ।ଏଥିରେ ମୋହନାଥାନା ASI ଗୁରୁତର ହୋଇଥିବାବେଳେ , ଡ୍ରାଇଭର ଆହତ ହୋଇଛନ୍ତି l
କେନ୍ଦ୍ରାପଡ଼ା,୨୩।୧(ଏସଏସ ନିଉଜ)କେନ୍ଦ୍ରାପଡ଼ା ଇଛାପୁରରୁ ହୀରାକୁଦ ସମ୍ବଲପୁର ପିକନିକ୍ ଯାଉଥିବା ନୀଳମାଧବ ବସ ଦୁର୍ଘଟଣାଗ୍ରସ୍ତ,ହୋଇ ୨ଜଣଙ୍କର ମୃତୁ ଘଟିଛି। ୩୦ଜଣ ଆହତଙ୍କ ମଧ୍ଯରୁ ୫ଜଣଙ୍କୁ କଟକ ସ୍ଥାନାନ୍ତର ଓ ୨୫ ଜଣ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।ମୃତ ଦୁଇମହିଳା ହେଲେ ରେଣୁବାଳା ସ୍ୱାଇଁ ଓ ବିଜୟ ଲକ୍ଷ୍ମୀ ଜେନା ବୋଲି ଜଣାପଡିଛି।
ବାରଙ୍ଗ,୨୨/୧(ଏସଏସନିଉଜ)ନନ୍ଦନକାନନର ବିକାଶପାଇଁ ରାଜ୍ୟ ତଥା କେନ୍ଦ୍ରସରକାରଙ୍କ ପକ୍ଷରୁ କୋଟିକୋଟି ଟଙ୍କା ଆସୁଛି ।ଏହାକୁ ବିନିଯୋଗ କରି ନନ୍ଦନକାନନକୁ ଆହୁରି ଆକର୍ଷଣୀୟ କରିବାପାଇଁ ରେଞରମାନେ ଯୋରଦାର ଉଦ୍ୟମ ଆରମ୍ଭ କରିଦେଇଛନ୍ତି ।ଠିକଦାରିକରିବା ନିଶାରେ ବ୍ୟସ୍ତଥିବା ରେଞରମାନେ କରୁଥିବା ଉନ୍ନୟନମୁଳକକାର୍ଯ୍ୟ ପାଇଁ ପର୍ଯ୍ୟଟକମାନେ କେତେଦୁର ହଇରାଣ ହେଉଛନ୍ତି ତାହାକୁ ମଧ୍ୟ ଭୁଲିଯାଇଛନ୍ତି ।ଯାହାର ଜ୍ୱଳନ୍ତ ଉଦାହରଣ ଏବେ ନନ୍ଦନକାନନରେ ହେଉଥିବା ଦଳସଫାକାମରେ ଦେଖିବାକୁ ମିଳିଛି । ପ୍ରକାସଯେ,ଲକ୍ଷାଧିକ ଟଙ୍କା ବ୍ୟୟବରାଦକରାଯାଇ କାଞିଆଦ୍ରଦକୁ ସଫାକରାଯାଉଛି ।କାଞିଆହ୍ରଦକୁ ଦଳମୁକ୍ତ କରିବାପାଇଁ ରେଞରମାନେ କାମରେ […]
ବାରଙ୍ଗ,୨୨/୧(ଏସଏସନିଉଜ)ରଘୁନାଥପୁରଗାଁର ଗଡସାହି ମଙ୍ଗଳାମନ୍ଦିର ସାମ୍ନା ଅମରସାହୁଙ୍କ ନଡାଗଦାରେ ନିଆଁଲାଗି ନଡାସମ୍ପୁର୍ଣ ପୋଡିଯାଇଛି ।ଅମର ରଖିଥିବା ଗୃହପାଳିତ ପଶୁମାନଙ୍କ ପାଇଁ ତାଙ୍କ କୋଠାଉପରେ ୫ରୁ୭ହଜାରେନଡା ରଖିଥିଲେ ।ରବିବାର ଅପରାହ୍ନ ସମୟରେ ଅଚାନକ ନଡାଗଦାରେ ନିଆଁ ଲାଗିଯାଇଥିଲା ।ନିଆଁଲାଗିବାର ପକୃତ କାରଣ ଜଣାପଡିନଥିବାବେଳେ ଖବରପାଇ ଦମକଳ ଆସି ନିଆଁକୁ ଆୟତ କରିଥିଲା ।
ମେଣ୍ଢାଶାଳ,୨୧/୧(ଏସଏସନିଉଜ) ପିତାପଲି-ଚନ୍ଦକା ରାସ୍ତାରେ ଯାଉଥିବା ଏକ ଚୋରା ମାଟି ବୋଝେଇ ଟ୍ରକକୁ ବୁଧବାର ବିଳାମ୍ଭିତ ରାତିରେ ଭୁବନେଶ୍ୱର ତହସିଲ ପକ୍ଷରୁ ଜବତ କରାଯାଇ ମେଣ୍ଢାଶାଳ ଫାଣ୍ଡିକୁ ହସ୍ତାନ୍ତର କରାଯାଇଛି।ବିଳମ୍ବିତ ରାତିରେ ଏହି ରାସ୍ତାରେ ବହୁଳ ଭାବେ ମାଟି, ମୋରମ, ମାଙ୍କଡା ପଥର ଚୋରା ଚାଲାଣ ହେଉଛି।ଫଳରେ ସରକାରଙ୍କର ଲକ୍ଷାଧିକ ଟଙ୍କାର ରାଜସ୍ୱ ହାନି ହେଉଛି।ଲୋକଦେଖାଣିଆ ଭାବେ କାଁଭାଁଭାବେ ତହସିଲପକ୍ଷରୁ ଚଢଉ କରାଯାଉଥିବାରୁ ଚୋରାଚାଳଣ ସଂଖ୍ୟା ବୃଦ୍ଧିପାଉଛି ବୋଲି ସାଧାରଣରେ ଚର୍ଚ୍ଚା ଯୋରଧରିଛି ।ଜଟଣୀତହସିଲଅଧିନସ୍ଥ ଜାମୁଝରିଠାରେ ଥିବା ଏକ […]
କେନ୍ଦୁଝର,୧୯।୧(ଏସଏସ ନିଉଜ)ସରପଞ୍ଚଙ୍କୁ ପଞ୍ଚାୟତ ଅଫିସରେ ତାଲା ପକେଇଦେଲେ ହିତାଧିକାରୀ।କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ତେନ୍ତଳାପଶି ପଞ୍ଚାୟତରେ ଏପରି ହୋଇଛି। ପୁରୁଣା ତାଲିକାରେ ୯୧ଟିଘର ମଞ୍ଜୁର ହେଇଥିବାବେଳେ ନୂତନ ତାଲିକାରେ ୫୮ଟିଘର କଟିଯାଇଛି।ଏହି ପ୍ରତିବାଦରେ ଆଜି ସରପଞ୍ଚ ସାବିତ୍ରୀ ମୁଣ୍ଡାଙ୍କୁ ତାଲା ପକେଇଥିଲେ ଅସନ୍ତୁଷ୍ଟ ହିତାଧିକାରୀ।
ଜୟପୁର,୧୯।୧(ଏସଏସ ନିଉଜ) ସ୍କୁଲର ଛାତ୍ରାବାସ ଛାଡ଼ି ପଳାଇଲେ ୧୫ ଅନ୍ତେବାସୀ।ବୈପାରୀଗୁଡ଼ା ନୋଡ଼ାଲ ଉଚ୍ଚ ପ୍ରାଥମିକ ସ୍କୁଲର ଅନ୍ତେବାସୀ ପଳାଇଛନ୍ତି।ଛାତ୍ରାବାସରେ ଅବ୍ୟବସ୍ଥା ଅଭିଯୋଗ କରି ପଳାଇଥିବା ସୂଚନା ମିଳିଛି।
ରାୟଗଡ଼ା,୧୯।୧(ଏସଏସ ନିଉଜ)ରାୟଗଡ଼ାରେ ବଡ଼ ଧରଣ ଡକାୟତି ହୋଇଛି। କେନ୍ତାଲି ସାଇ ଶ୍ରୀନିବାସଙ୍କ ଘରେ ଡକାୟତି ହୋଇଛି।ନଗଦ ୯ଲକ୍ଷ ଟଙ୍କା ସହ ୭ଶହ ୮୦ଗ୍ରାମ ସୁନା ଲୁଟ୍ ହୋଇଛି।ଗତ ତିନିଦିନ ହେବ ଘରେ କେହି ନଥିଲେ।ଘର କବାଟ ଭାଙ୍ଗି ୬ଟି ଆଲମିରା ତାଡି ଲୁଟ୍ ହୋଇଛି।
ଭଦ୍ରକ,୧୯।୧(ଏସଏସନିଉଜ) ଭଣ୍ଡାରିପୋଖରୀ ଥାନା ଡାହାଲ ଛକ ନିକଟରେ ବେଆଇନ କ୍ରୋମାଇଟ ବେପାର ବେଳେ STF ଚଢାଉ କରିଛି।୩ଟି ଟ୍ରକ୍ , ଗୋଟିଏ ଜେସିବି ଜବତ କରିବା ସହ ୫ଜଣଙ୍କୁ ଅଟକ ରଖିଲା STF।
ଭଞ୍ଜନଗର,୧୯।୧(ଏସଏସ ନିଉଜ) ଜଙ୍ଗଲରୁ ପୁଣି ଏକ ଦନ୍ତାହାତୀର ମୃତଦେହ ଠାବ ହୋଇଛି।ଜଗନ୍ନାଥପ୍ରସାଦ ବନାଞ୍ଚଳ ଅଧୀନ ମାଣପୁର ଗାଁ ଜଙ୍ଗଲରେ ଠାବ ହୋଇଛି। ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ଘଟଣାସ୍ଥଳରେ ପହଞ୍ଚିଛି ବନବିଭାଗ।