କଟକ,୨୪।୧(ଏସଏସନିଉଜ) SCBରେ ଚିକିତ୍ସା ଅବହେଳାରୁ ରୋଗୀଙ୍କର ମୃତ୍ୟୁ ହୋଇଥିବାର ଅଭିଯୋଗ ଆସିଛି।ପୁରୁଣା ମେଡିସିନ୍ ୱାର୍ଡରେ ଜଣେ ରୋଗୀର ମୃତ୍ୟୁ ଅଭିଯୋଗ ହୋଇଛି।ରୋଗୀକୁଗୋଟିଏ ୱାର୍ଡରୁ ଅନ୍ୟ ୱାର୍ଡକୁ ସିଫ୍ଟ ବେଳେ ତାଙ୍କଠାରୁ
ଅକ୍ସିଜେନ୍ କାଢ଼ି ନିଆଯିବାରୁ ମୃତ୍ୟୁ ଘଟିଥିବାର ଅଭିଯୋଗ ହୋଇଛି।କାଲି ଶ୍ୱାସଜନିତ ସମସ୍ୟା ପାଇଁ ବାଲେଶ୍ୱରର ରୋଗୀ SCB ଆସିଥିଲେ।ଅଭିଯୋଗର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇ ଛାନଭିନ କରାଯିବାସହ ଘଟଣାରେ ଯାହାର ସଂପୃକ୍ତି ଥିବ, କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି SCB ପ୍ରଶାସନିକ ଅଧିକାରୀ ଅବିନାଶ ରାଉତ।