ଡମ୍ପିୟାଡକୁ ନେଇ ରାସ୍ତାରେ ବସିଲେ ଦାରୁଠେଙ୍ଗ ଗ୍ରାମବାସୀ

ମେଣ୍ଢାଶାଳ,୨୬/୧(ଏସଏସନିଉଜ)ଦାରୁଠେଙ୍ଗ ଡମ୍ପିୟାଡକୁ ନେଇ ପୁଣି ବିବାଦ ଦେଖାଦେଇଛି ।ଦାରୁଠେଙ୍ଗ ଗ୍ରାମବାସୀମାନେ ଗୁରୁବାରଦିନ ସକାଳୁ ଚନ୍ଦକା- ପିତାପଲ୍ଲୀରାସ୍ତାକୁ ଅବରୋଧ କରିବାଫଳରେ ଯାତାୟତରେ ବାଧା ସୃଷ୍ଟି ହୋଇଛି ।ଗୁରୁବାର ବଢିଭୋର ସମୟରେ ବିଏମସି ପକ୍ଷରୁ ଭୁଆଷୁଣି ଡମ୍ପିୟାର୍ଡରେ ଟ୍ରଟିମେଂଟପ୍ଲାଂଟ ପାଇଁ ୫ଟିଗାଡିରେ ମେସିନ ଆସି ପହଁଚିବାପରେ ଗ୍ରାମରେ ଉତେଜନା ଦେଖାଦେଇଥିଲା ।ଗ୍ରାମବାସୀଙ୍କ କହିବାକଥାହେଲା ଭୁଆଷୁଣିରେ ଆଉ ଅଳିଆ ପଡିବନାହିଁ ।ତାପରେ ଗ୍ରାମବାସୀମାନଙ୍କ ସହ ଆଲୋଚନା କରି ଟ୍ରଟିମେଂଟପ୍ଲାଂଟ କରାଯାଉ ।ଗ୍ରାମବାସୀମାନଙ୍କ ସହ କୈାଣସି ଆଲେଚନା ନକରି ବିଏମସି ପକ୍ଷରୁ ଏଭଳି ଉଦ୍ୟମ କରାଯାଉଥିବାରୁ ବିରୋଧ କରାଯାଉଛି ବୋଲି ଗ୍ରାମବାସୀମାନେ କହିଛନ୍ତି ।ଗ୍ରାମବାସୀମାନେ ଟ୍ରଟିମେଂଟପ୍ଲାଂଟ ପାଇଁ ମେସିନ ନେଇଆସିଥିବା ତିନଟି ଗାଡିକୁ ଅଟକ ରଖିବା ସହ ଦାରୁଠେଙ୍ଗ ଗାଁମୁଣ୍ଡରେ ରାସ୍ତା ଅବରୋଧ କରିବାରୁ ଉଭୟପାଶ୍ୱର୍ରୁ ଗାଡିମଟର ଅଟିକି ରହିଛି ।ଖବରପାଇ ଚନ୍ଦକାଥାନାପୋଲିସ ଘଟଣାସ୍ଥଳରେ ପହଁଚି ଉତ୍ୟକ୍ତ ଗ୍ରାମବାସୀମାନଙ୍କୁ ବୁଝାସୁଜା କରୁଥିବାର ଦେଖିବାକୁ ମିଳିଛି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

Comments (0)
Add Comment