Browsing category

ଅପରାଧ

ମଦ ଦୋକାନ ଆଗରେ ଉଡିଲା ମଦ ବୋତଲ

କଟକ, ୧୯।୧(ଏସଏସନିଉଜ)ସୋମବାର ରାତିରେ ଗୋଡିସାହି ଫାଣ୍ଡି ଅଧୀନସ୍ଥ ପୁରୀ ମେନକେନାଲ କୂଳରେ ଥିବା ଏକ ମଦ ଦୋକାନରେ ମଦ ପିଇବାକୁ ନେଇ ଗୋଷ୍ଟିସଂଘର୍ଷ ଘଟିଛି।ଏଥିରେ ୨ଜଣ ଆହତ ହୋଇଛନ୍ତି।ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବାରୁ ସମସ୍ତେ ଛତ୍ରଭଙ୍ଗ ଦେଇଛନ୍ତି। ପ୍ରକାଶ ଯେ,ସୋମବାର ରାତିରେ ସିଡିଏ ବିଡାନାସୀ ଅଂଚଳର କିଛି ଯୁବକ ଷଣ୍ଢପୁର ନିକଟସ୍ଥ ଏକ ମଦଦୋକାନ ଆଗରେ ମଦକିଣି ସେଠାରେ ପିଉଥିଲେ। ଏହି ସମୟରେ ସ୍ଥାନୀୟଗ୍ରାମର କିଛି ଯୁବକ ପହଂଚି ମଦ କାଉଣ୍ଟରରୁ ମଦ ଆଣି ଆସିବା […]

ଶିଶୁପୁତ୍ରକୁ ନଦୀରେ ଫୋପାଡି ଦେଲେ

କଟକ,୧୮।୧(ଏସଏସନିଉଜ)ନରାଜ ବ୍ରିଜ ତଳୁ ଏକ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର ହୋଇଛି । ରବିବାର ସକାଳେ କିଛି ମସ୍ୟଜିବି ଦେଖିବା ପରେ ଅଗ୍ନିଶ୍ରମ ବାହିନୀ ଓ ବାରଙ୍ଗ ପୋଲିସ ଘଟଣା ସ୍ଥଳକୁ ଯାଇ ନବଜାତ ଶିଶୁପୁତ୍ରର ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇ କଟକ ଡାକ୍ତରଖାନାକୁ ପଠାଇଛି।ତେବେ କିଏ ଓ କାହିଁକି ପକାଇଲା ତାହା ଉପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

ଟ୍ରେନ ଅଟକାଇଲା ମଦ୍ୟପ ଯୁବକ

ଭୁବନେଶ୍ୱର,୧୮।୧(ଏସଏସନିଉଜ) ଭୁବନେଶ୍ୱର ରେଳ ଷ୍ଟେସନ ନିକଟରେ ଜଣେ ମଦ୍ୟପ ଯୁବକ ଏକ ଯାତ୍ରୀବାହୀ ଟ୍ରେନ ଆସୁଥିବା ବେଳେ ତାକୁ ରୋକିଛି।ରାଜମହଲଛକ ନିକଟରେ ଥିବା ରେଳ ଧାରଣାରେ ଷ୍ଟେସନପଟୁ ଏକ ଯାତ୍ରୀବାହୀ ଟ୍ରେନ ଆସୁଥିବା ବେଳେ ଏହାକୁ ଅଟକାଇଥିଲା ।ଟ୍ରେନ ରହିବା ପରେଟ୍ରେନ ଉପରେ ଚଢିବା ସହ ଲୋକଙ୍କୁ ଗାଳି ଗୁଲଜ କରିଥିଲା।ଫାଳିକିଆ ବସ୍ତିରେ ରହୁଥିବା ଏହି ମଦ୍ୟପ ଯୁବକର ଉନ୍ମତ କାଣ୍ଡ ସମସ୍ତଙ୍କୁ ନାକେଦମ୍‌ କରିଥିଲା।ପରେ ଖବର ପାଇ ଆରପିଏଫ୍‌ ଏବଂ ଜିଆରପିଏଫ୍‌ ପୁଲିସ ପହଞ୍ଚି ମଦ୍ୟପକୁ […]

୨୦୨୭ରେ ପଞ୍ଚାୟତ ଓ ପୌରନିର୍ବାଚନ

ଭୁବନେଶ୍ୱର,୧୭।୧(ଏସଏସନିଉଜ)ଆସନ୍ତା ବର୍ଷ ୨୦୨୭ ଜାନୁଆରୀ – ଫେବୃଆରୀରେ ପଞ୍ଚାୟତ ଓ ପୌର ନିର୍ବାଚନ ହେବ । ରାଜ୍ୟ ନିର୍ବାଚନକମିଶନର ପ୍ରସ୍ତୁତିବୈଠକ ଅବସରରେ ଏହି ସୂଚନା ଦେଇଛନ୍ତି।ସେ କହିଛନ୍ତି ଯେ,କାର୍ଯ୍ୟକାଳ ସରୁଥିବାରୁ ନୂଆନିର୍ବାଚନ ହେବ । ସେହି ନିର୍ବାଚନପାଇଁ ଆଜି ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଘରକୁ ଘର ବୁଲି ଭୋଟର ସର୍ଭେ କରାଯିବ। ଆସନ୍ତା ମାର୍ଚ୍ଚସୁଦ୍ଧା ସରିବ ଭୋଟର ସର୍ଭେ ।ଜନଗଣନା ପାଇଁ ମାସେ ବିଳମ୍ବିତ ହୋଇପାରେ ଭୋଟର୍ ସର୍ଭେ । ଏସଆଇଆର ସହ ଏହି ସର୍ଭେର […]

ବଡ଼ ଗୋମାଫିଆଙ୍କ ଘରେ ପୁଲିସର ଚଢ଼ାଉ

ଭଦ୍ରକ,୧୭।୧(ଏସଏସନିଉଜ)ଓଡ଼ିଶାର ସବୁଠାରୁ ବଡ଼ ଗୋମାଫିଆ ବୋଲି କୁହାଯାଉଥିବା ଭଦ୍ରକ ପୁରୁଣା ବଜାର ଥାନା ଅନ୍ତର୍ଗତ ମୁଲ୍ଲା ସାହିର ଗୋମାଫିଆ ଶେଖ୍ ରାଜନ ଘରେ କେନ୍ଦୁଝର ଓ ଭଦ୍ରକ ପୁଲିସର ମିଳିତ ଚଢ଼ାଉ କରି ନଗଦ ୭୦ ଲକ୍ଷ ଟଙ୍କା ଓ ବିପୁଳ ପରିମାଣର ସୁନା ଜବତ କରିଛି।ଏହାସହ ଗୋ ମାଫିଆ ଶେଖ୍ ରାଜନକୁ ଥାନାରେ ଅଟକ ରଖି ପୁଲିସର ପଚରାଉଚରା ଆରମ୍ଭ କରିଛି।ଭଦ୍ରକ ଏସପି ମନୋଜ ରାଉତଙ୍କ ନିର୍ଦ୍ଦେଶରେ ଗତକାଲି ବିଳମ୍ବିତ ରାତିରେ ଏହି ଚଢ଼ାଉ ଆରମ୍ଭ […]

ED ରେଡ୍‌ ବେଳେ ୨.୫ କୋଟି

ଭୁବନେଶ୍ୱର,୧୭।୧(ଏସଏସନିଉଜ)ଶେରଗଡ଼ର ଠିକାଦାରଙ୍କ ଘରେ ED ରେଡ୍; ୨.୫ କୋଟି ଟଙ୍କା ଜବତ ହୋଇଛି।୨୫ଟି ସ୍ଥାନରେ ରେଡ୍‌ ସହିତ ୨.୫ କୋଟି ନଗଦ ଟଙ୍କା ଜବତ ହୋଇଛି।ରେଡ ବେଳେ ଏକାଧିକ ବିଳାସପୂର୍ଣ୍ଣ ଗାଡ଼ି ସହ ଚୋରା ମଦ କାରବାରର ପ୍ରମାଣ ମିଳିଛି।ବାଲିଘାଟ ସହିତ ୨ଟି କ୍ରସର ଉପରେ ମଧ୍ୟ ରେଡ୍‌ କରାଯାଇଥିବା ସୂଚନା ମିଳିଛି।ମୁଖ୍ୟ ଅଭିଯୁକ୍ତ କୃପାସିନ୍ଧୁ ମୁଦୁଲି ନାଁରେ ସବୁ ଖଣିର କାଗଜପତ୍ର ଥିବା ଜଣାପଡିଛି।ରାଜ୍ୟ ବାହାରର ଲିଙ୍କ୍ ଖୋଳତାଡ଼ ପାଇଁ ୬ଟି ଟିମ୍ ଗଠନ କରାଯାଇଛି।

ଯୁବକକୁ ଖଣ୍ଡାରେ ଆକ୍ରମଣ

କଟକ,୧୬।୧(ଏସଏସନିଉଜ)ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ନୂଆଁ ବସଷ୍ଟାଣ୍ଡ କାଳୀ ମନ୍ଦିର ନିକଟରେ ଧାନମେରା ସାହି ଛକରେ ରହୁଥିବା ଅମିତ୍ ମୁଖୀଙ୍କୁ କିଛି ଯୁବକ ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ।ଗୁରୁତର ଅବସ୍ଥାରେ ଅମିତ୍ ମୁଖୀଙ୍କୁ ଉଦ୍ଧାର କରାଯାଇ ଏମକେସିଜି ମେଡ଼ିକାଲ ରେ ଭର୍ତ୍ତି କରାଯାଇଛି । ଖବର ପାଇଁ ବ୍ରହ୍ମପୁର ଏସପି ବଡ଼ ମେଡ଼ିକାଲ ରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି । ଗତ କିଛି ଦିନ ପୂର୍ବେ ଅମିତ୍ ମୁଖୀ ଓ ଧାନମେରା ସାହିର ଅନ୍ୟ କିଛି […]

ଅଶାନ୍ତ ହୋଇଛି ସୁନ୍ଦରଗଡ଼

ସୁନ୍ଦରଗଡ଼,୧୬।୧(ଏସଏସନିଉଜ)ସୁନ୍ଦରଗଡ଼ର ରିଜେଣ୍ଟ ମାର୍କେଟ ଅଞ୍ଚଳରେ ଦୁଇଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସଂଘର୍ଷ ଯୋଗୁଁ ଭୟଙ୍କର ସ୍ଥିତି ଉପୁଜିଛି। ଯେଉଁଥିରେ ୪ ପୁଲିସ କର୍ମୀଙ୍କ ସମେତ ୧୨ ଆହତ ହୋଇଛନ୍ତି। ହିଂସାକାଣ୍ଡ ଓ ଉତ୍ତେଜନାକୁ କାବୁ କରିବା ପାଇଁ ସହରରେ ୧୬୩ ଧାରା ବଳବତ୍ତର ରହିଛି। ଇଣ୍ଟରନେଟ୍ ଉପରେ କଟକଣା ଲଗାଯାଇଛି। ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସୁନ୍ଦରଗଡ଼ ସହରରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି। ଆଜି ସୁନ୍ଦରଗଡ଼ ସହରରେ ସ୍କୁଲ ଓ କଲେଜ ବନ୍ଦ ରହିଛି।

ଆକ୍ସନ ମୁଡରେ ଏମଭିଆଇ…

କଟକ,୧୫।୧(ଏସଏସନିଉଜ) କଥାରେ ଚୋର ଘର ସବୁଦିନ ଅନ୍ଧାର ନଥାଏ, ଦିନେ ନା ଦିନେ ଆଲୋକ ଆସେ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାରଙ୍ଗ ଅଞ୍ଚଳରେ । ଦେଶ ,ବିଦେଶ ଓ ରାଜ୍ୟରେ ଖ୍ୟାତିଅର୍ଜନ କରିଥିବା ନନ୍ଦନକାନନ ଏହି ଅଞ୍ଚଳରେ ଅବସ୍ଥିତ ।ପ୍ରତିଦିନ ଶହଶହ ଗାଡ଼ି ଏହି ରାଜରାସ୍ତାରେ ଆସନ୍ତି ।ହେଲେ କେତେକ ଗାଡ଼ି ମାଲିକ ବିନା ପରମିଟ ରେ ଗାଡ଼ି ଚଳାଉଥିବା ବେଳେ ଆଉ କେତେକ ଗାଡ଼ିମାଲିକ ଗାଡ଼ିରେ ଫେକ୍ ଗାଡ଼ି ନମ୍ବର ପକାଇ […]

ଖେଳପଡିଆରେ ମରଣାନ୍ତକ ଆକ୍ରମଣ

ଭୁବନେଶ୍ବର,୧୩।୧(ଏସଏସନିଉଜ)ଖେଳପଡିଆରେ ଯୁବକକୁ ମରଣାନ୍ତକ ଆକ୍ରମଣ କରିବା ଘଟଣାରେ ବାରଙ୍ଗ ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରିଛି।ସେମାନେ ହେଲେ ବାରଙ୍ଗ ସୀତାରାମ ବଜାରରେ ରହୁଥିବା ଚନ୍ଦକା ଥାନା ଅଧୀନସ୍ଥ ଦାରୁଠେଙ୍ଗ ଗ୍ରାମର ରାହୁଲ ଶ୍ରୀଚନ୍ଦନ( ୨୭)ଓ ନନ୍ଦନକାନନ ଥାନା ଅଧୀନସ୍ଥ ମରିଚିଆ ଗ୍ରାମର ବୁଟୁ ରାଉତ(୨୩)। ପ୍ରକାଶ ଯେ,ରବିବାର ଅପରାହ୍ନରେ ବାରଙ୍ଗ ଥାନା ଅଧୀନସ୍ଥ ଫୁଲପୋଖରି ଗ୍ରାମର ଶୁଭମ ପାଣି ନାମକ ଯୁବକ ଗଦେଇକୁଦ ଖେଳ ପଡ଼ିଆରେ ଖେଳୁଥିଲେ।ଏହି ସମୟରେ ଦାରୁଠେଙ୍ଗ ଗ୍ରାମର […]