ନରକଙ୍କାଳ ଉପରୁ ଉଠିଲା ପରଦା
ମେଣ୍ଢାଶାଳ,୧ା୧୧(ଏସଏସନିଉଜ)ଶୁକ୍ରବାର ଦିନ ଚନ୍ଦକା ଜଙ୍ଗଲରୁ ନରକଙ୍କାଳ ଉଦ୍ଧାର ଘଟଣାର ୨୪ ଘଣ୍ଟା ନପୁରୁଣୁ ପର୍ଦ୍ଦାଫାସ କରିଛି ଚନ୍ଦକା ପୋଲିସ । ଗୁଣିଗାରେଡିକୁ ସନ୍ଦେହ କରି ବୃଦ୍ଧଙ୍କୁ ହତ୍ୟା କରିଥିବା ଜଣାପଡିଛି । ମୁଖ୍ୟ ଅଭିଯୁକ୍ତ ଚନ୍ଦକା ଥାନା ଅର୍ନ୍ତଗତ ପିତାଗାଡିଆ ଗ୍ରାମର କହ୍ନେଇ ହେମ୍ରମ (୨୭) ଓ ତାର ସହଯୋଗୀ ରାମ ସମଦା (୨୫) ବୋଲି ସୂଚନା ମିଳିଛି । ଉଭୟ ଅଭିଯୁକ୍ତକୁ ଧରି ଶନିବାର ଦିନ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି ଚନ୍ଦକା ପୋଲିସ । […]