Browsing category

ଅପରାଧ

ଆଜିକାଲି ଗାଡ଼ିଚେକିଂ କଡ଼ାକଡ଼ି

ଭୁବନେଶ୍ୱର,୩୦।୧୨(ଏସଏସନିଉଜ)ଆଜିକାଲି ଗାଡ଼ିଚେକିଂ କଡ଼ାକଡ଼ିମଦ ପିଇ ଗାଡ଼ିଚାଳନା ରୋକିବାକୁ ଆଜି କାଲି ଗାଡ଼ି ଚେକିଂ କଡ଼ାକଡ଼ି କରାଯିବ।ସବୁ RTOଙ୍କୁ ଚିଠି ଲେଖିଲେ ପରିବହନ କମିଶନର।ମଦପିଇ ଡ୍ରାଇଭ୍, ମାତ୍ରାଧିକ ସ୍ପିଡ୍, ବିନା ହେଲମେଟ୍‌ରେ ଗଲେ ତଣ୍ଡ।୩ଜଣ ବସି ଡ୍ରାଇଭ୍, ରଙ୍ଗରୁଟ୍‌ରେ ଗଲେ ଗଣିବେ ତଣ୍ଡ।ଦୁଇଦିନ ସ୍ପେଶାଲ ଏନ୍‌ପୋର୍ସମେଣ୍ଟ ଡ୍ରାଇଭ୍ ନେଇ ସୂଚନା ଜାରି।୧ ତାରିଖ ଭିତରେ ସମସ୍ତ ପ୍ରକାର ଇ ଚାଲାଣ ନେଇ ଜଣାଇବାକୁ ନିର୍ଦ୍ଦେଶ।

ନକଲି ମଦକାରଖାନା ଠାବ

ଅନୁଗୁଳ,୩୦।୧୨(ଏସଏସନିଉଜ)ଅନୁଗୁଳ ବଅଁରପାଳରେ ନକଲି ମଦ କାରଖାନା ଠାବ ହୋଇଛି।ତଳମୂଳ କଲେଜ ନିକଟରେ ମଦ କାରଖାନା ଠାବ ହୋଇଛି।ସ୍ପେଶାଲ୍ ସ୍କ୍ବାଡ୍‌ ପକ୍ଷରୁ ଚଢ଼ାଉ, ମଦ ପ୍ରସ୍ତୁତ ସାମଗ୍ରୀ ଜବତ କରିଛି। ବିଭିନ୍ନ ବ୍ରାଣ୍ଡିଂ କଂପାନୀର ବୋତଲ, ଠିପି ସହ ସ୍ପିରିଟ୍ ଜବତ ହୋଇଛି।

ଅତିରିକ୍ତ ତହସିଲଦାର ଘରୁ ମିଳିଲା ୭୫ଲକ୍ଷ

ଭୁବନେଶ୍ୱର,୩୦।୧୨(ଏସଏସନିଉଜ)ବାରଙ୍ଗର ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରୁ ୭୫ ଲକ୍ଷ ଜବତ ହୋଇଛି।ଭୁବନେଶ୍ବର ବଡ଼ଗଡ଼ ବ୍ରିଟ୍‌ କଲୋନୀସ୍ଥିତ ଶାଶୁଙ୍କଘରୁ ୭୫ ଲକ୍ଷ ଜବତ ହୋଇଛି। ୩ଟି ସୁଉଚ୍ଚକୋଠା, ଗୋଟିଏ ଫ୍ଲାଟ୍ ଓ ୪ଟିଦାମୀ ପ୍ଲଟ୍ ପାଇଲା ଭିଜିଲାନ୍ସ।ଭୁବନେଶ୍ୱର ବଡ଼ଗଡ଼ର ଗୋପାଳୁଣୀ ନଗରରେ ୩ମହଲା କୋଠା ରହିଛି।ବଡ଼ଗଡ଼ ବ୍ରିଟ୍ କଲୋନୀରେ ୩ ମହଲା କୋଠା ଓ ଉତ୍ତରାରେ 2 BHK ଫ୍ଲାଟ୍।ଖୋର୍ଦ୍ଧାର ସାନପଲ୍ଲାଠାରେ ୨ ମହଲା କୋଠା ମଧ୍ୟ ରହିଛି।ଭୁବନେଶ୍ୱରରେ ୩ଟି ଓ ଖୋର୍ଦ୍ଧାରେ ଗୋଟିଏ ଦାମୀ ପ୍ଲଟ୍ […]

ଘାଟି ତଳକୁ ଖସିପଡ଼ିଲା ବସ୍,୭ମୃତ

ଭୁବନେଶ୍ୱର,୩୦।୧୨(ଏସଏସନିଉଜ)ଉତ୍ତରାଖଣ୍ଡର ଆଲମୋରାରେ ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି।ଘାଟି ରାସ୍ତାରେ ତଳକୁ ଖସିପଡିଛି ବସ୍।ଯାହାଫଳରେ ୭ ଜଣଙ୍କର ମୃତ୍ୟୁ ଘଟିଥିବାର ସୂଚନା ମିଳିଛି।ଏହି ଘଟଣାରେ ୧୫ରୁ ଅଧିକ ଆହତ ହୋଇଥିବା ବେଳେ ଆହତମାନେ ଚିକିତ୍ସା ପାଇଁ ଭିକିୟାସୈନ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଉଦ୍ଧାରକାରୀ ଟିମ୍।    

ଥାନା ଭିତରେ ବିଷପିଇଦେଲେ ଯୁବକ

ଆନନ୍ଦପୁର,୩୦।୧୨(ଏସଏସନିଉଜ) ନନ୍ଦିପଦା ଥାନା ପରିସରରେ ବିଷ ପିଇଦେଲେ ଯୁବକ।ଜଣେ ଯୁବତୀଙ୍କ ସହ ପ୍ରେମ ବ୍ୟାପାରକୁ ନେଇ ବିଷ ପିଇଥିବା ଅଭିଯୋଗ ହୋଇଛି।ଗୁରୁତର ଅବସ୍ଥାରେ ପ୍ରଥମେ ହାଟଡିହି, ପରେ ଆନନ୍ଦପୁର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।ଉଭୟ ଯୁବକ ଯୁବତୀଙ୍କ ସହ ପରିବାରକୁ ଥାନାକୁ ଡକାଯାଇଥିଲା।ସମାଧାନ ପାଇଁ ଉଦ୍ୟମ ଚାଲିଥିଲା ବେଳେ ଯୁବକ ଜଣଙ୍କ ବିଷ ପିଇଦେଲେ।

ଅତିରିକ୍ତ ତହସିଲଦାରଙ୍କ ଘରେ ଭିଜିଲାନ୍ସ

କଟକ,୩୦।୧୨(ଏସଏସନିଉଜ)ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି।ବାରଙ୍ଗ ତହସିଲ କାର୍ଯ୍ୟାଳୟ ସମେତ ୪ଟି ସ୍ଥାନରେ ଚଢାଉ ଜାରି ରହିଛି।ଭୁବନେଶ୍ୱର ବଡ଼ଗଡ଼ର ଗୋପାଳୁଣୀ ନଗରରେ ୩ମହଲା କୋଠା ଠାବ ହୋଇଛି।ଏହାସହ ବଡ଼ଗଡ଼ବ୍ରିଟ୍ କଲୋନୀରେ ୩ ମହଲା ଓ ଖୋର୍ଦ୍ଧାର ସାନପଲ୍ଲାରେ ୨ମହଲା କୋଠା ମଧ୍ୟ ଠାବ କରାଯାଇଛି।ବେଆଇନସମ୍ପତ୍ତି ରଖିବା ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିଛି।ଏହି ଚାଠାଉରେ ୪ DSP, ୭ ଇନ୍ସପେକ୍ଟର, ଜଣେ SI ଓ ୮ ASI ସାମିଲ୍ ହୋଇଛନ୍ତି।

ଅଭିନବ ଉପାୟରେ ଗୋଚାଲାଣ

କଟକ, ୨୫।୧୨(ଏସଏସନିଉଜ) ଗୋଚାଲଣ ମାଫିଆମାନେ ଏବେ ନୂଆ ଫଣ୍ଡାକୁ ଆପଣାଇଛନ୍ତି।ପଛରେ ଗୋରୁ ଓ ଆଗରେ ପରିବା ରଖି ପ୍ରଶାସନର ନଜର ହଟାଇବା ପାଇ ଯୋଜନା କରିଛନ୍ତି।ଏହିଭଳି ଏକ ଘଟଣା ବାଙ୍କୀ ତ୍ରିଶୂଳିଆ ରାସ୍ତାର ଗୋଡିସାହି ହାଇସ୍କୁଲ ସାମ୍ନାରେ ଦେଖିବାକୁ ମିଳିଛି। ଗୁରୁବାର ଭୋର ସମୟରେ ଓଡି ୦୨ ଏଫ ୬୯୩୯ ନମ୍ୱର ପିକଅପ୍ ଭ୍ୟାନଟି ଦୃତଗତିରେ ବାରଙ୍ଗ ପଟକୁ ଆସୁଥିଲା। ଘନକୁହୁଡ଼ି ଯୋଗୁଁ ଭାରସାମ୍ୟ ହରାଇ ଗୋଡିସାହି ହାଇସ୍କୁଲସାମ୍ନା ରାସ୍ତା ଉପରେ ଓଲଟି ପଡ଼ିଥିବାର ଅନୁମାନ କରାଯାଉଛି।ଦୁର୍ଘଟଣା […]

ଏସ୍.ଓ.ଜିର ନୂତନ ପ୍ରଶିକ୍ଷଣ ଓ ବ୍ରିଫିଙ୍ଗ କେନ୍ଦ୍ର

ଭୁବନେଶ୍ୱର,୨୫।୧୨(ଏସଏସନିଉଜ)ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏସ. ଓ. ଜି ଚନ୍ଦକାର ନୂତନ ପ୍ରଶିକ୍ଷଣ ଓ ବ୍ରିଫିଂ କେନ୍ଦ୍ର ଉଦଘାଟନ କରିଛନ୍ତି। ଏଥିରେ ଏକା ସମୟରେ ୪୦୦ ଯବାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିହେବ। ଏହା ସହିତ ମୁଖ୍ୟମନ୍ତ୍ରୀ ସେଠାରେ ଏକ ଅତ୍ୟାଧୁନିକ ଆତଙ୍କବାଦ ବିରୋଧୀ ପ୍ରଶିକ୍ଷଣ କେନ୍ଦ୍ରର ଶୁଭ ଉଦଘାଟନ କରିଛନ୍ତି।ମୁଖ୍ୟମନ୍ତ୍ରୀ ୧୬ ଟି ଜିଲ୍ଲାର ୧୬ ଟି ଥାନା ଗୃହ, ୭୦ ଟି କ୍ୱାର୍ଟର, ଅଫିସ ଗୃହ, ବାରାକ୍, ଅସ୍ତ୍ରାଗାର, ପ୍ରଶାସନିକ ବିଲ୍ଡିଂ ଆଦି […]

ନନ୍ଦନକାନନ ଥାନାରେ ନୂଆ ଆଇଆଇସି

ବାରଙ୍ଗ,୨୦|୧୧ (ଏସଏସନିଉଜ)ନନ୍ଦନକାନନ ଥାନରେ ଯୋଗଦେଇଥିବା ନୂତନ ଥାନାଧିକାରୀଙ୍କୁ ବାରଙ୍ଗ ପ୍ରେସ କ୍ଲବ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ନନ୍ଦନକାନନ ଥାନାର ନୂତନଥାନା ଅଧିକାରୀ ଭାବେ ବିଭୂତି ଭୂଷଣ ମୁଦୁଲି ବୁଧବାର ଦିନ ଯୋଗଦେଇଛନ୍ତି। ସେ ଗତ ଅକ୍ଟୋବର ମାସରେ ଇନ୍ସପେକ୍ଟର ଭାବେ ପଦୋନ୍ନତି ପାଇଥିଲେ। ପଦୋନ୍ନତି ପାଇବା ପୂର୍ବରୁ ସେ ପାହାଳ ଥାନାରେ ସବ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଥିଲେ। ବୁଧବାର ଦିନ ନୂଆ ଥାନାଧିକାରୀ ଥାନାରେ ପହଞ୍ଚିବା ପରେ ଥାନା ପକ୍ଷରୁ ସ୍ବାଗତ କରାଯାଇଥିଲା। […]

ଖଣି ବିଭାଗ ପାଉନାହି ,ପୋଲିସ ଧରୁଛି ବାଲି ଗାଡି

କଟକ,୧୮।୧୨(ଏସଏସନିଉଜ)ବାଲି ଓ ମୋରମର ଚୋରା ଚାଲାଣର ପେଣ୍ଠସ୍ଥଳ ଏବେ ପାଲଟିଛି ବାରଙ୍ଗ ଅଞ୍ଚଳ।ରାତି ହେବା ମାତ୍ରେ ମାଫିଆ ମାନେ ସକ୍ରିୟ ହୋଇଉଠୁଛନ୍ତି।ସ୍ଥାନୀୟ କୁଜିନେତାମାନଙ୍କୁ ହାତରେ ରଖି ବେଶ୍ ଲାଭବାନ ହେଇଥିବା ବେଳେ  ସରକାରଙ୍କ ରାଜସ୍ବ ହାନି ହେବାରେ ଲାଗିଛି।ସବୁଠାରୁ ବଡକଥା ହେଲା ଖଣି ବିଭାଗ ଏସବୁର ଟେର ପାଉନଥିବା ବେଳେ ପୋଲିସ ବାଲି ମାଫିଆଙ୍କୁ ସାବାଡ କରିବାରେ ଲାଗିଛି।ବୁଧବାର ବିଳମ୍ବିତ ରାତିରେ ୯ଟି ବାଲି ବୋଝେଇ ଗାଡ଼ିକୁ ଜବତ କରିଛି ବାରଙ୍ଗ ଥାନା ପୋଲିସ। ପ୍ରକାଶଯେ,ବୁଧବାର ବିଳମ୍ବିତ […]