ଖଣି ବିଭାଗ ପାଉନାହି ,ପୋଲିସ ଧରୁଛି ବାଲି ଗାଡି

ରାତି ଅଧରେ ୯ବାଲି ଗାଡି ଜବତ

କଟକ,୧୮।୧୨(ଏସଏସନିଉଜ)ବାଲି ଓ ମୋରମର ଚୋରା ଚାଲାଣର ପେଣ୍ଠସ୍ଥଳ ଏବେ ପାଲଟିଛି ବାରଙ୍ଗ ଅଞ୍ଚଳ।ରାତି ହେବା ମାତ୍ରେ ମାଫିଆ ମାନେ ସକ୍ରିୟ ହୋଇଉଠୁଛନ୍ତି।ସ୍ଥାନୀୟ କୁଜିନେତାମାନଙ୍କୁ ହାତରେ ରଖି ବେଶ୍ ଲାଭବାନ ହେଇଥିବା ବେଳେ  ସରକାରଙ୍କ ରାଜସ୍ବ ହାନି ହେବାରେ ଲାଗିଛି।ସବୁଠାରୁ ବଡକଥା ହେଲା ଖଣି ବିଭାଗ ଏସବୁର ଟେର ପାଉନଥିବା ବେଳେ ପୋଲିସ ବାଲି ମାଫିଆଙ୍କୁ ସାବାଡ କରିବାରେ ଲାଗିଛି।ବୁଧବାର ବିଳମ୍ବିତ ରାତିରେ ୯ଟି ବାଲି ବୋଝେଇ ଗାଡ଼ିକୁ ଜବତ କରିଛି ବାରଙ୍ଗ ଥାନା ପୋଲିସ।

ପ୍ରକାଶଯେ,ବୁଧବାର ବିଳମ୍ବିତ ରାତିରେ ବାରଙ୍ଗଥାନା ପୋଲିସ ସିଆଇଏସଏଫ୍  ଛକ ନିକଟରେ ରାସ୍ତା ବ୍ଳକି କରି ଚେକିଂ କରୁଥିଲେ।ଏହି ସମୟରେ ଦୃତ ଗତିରେ ଆସୁଥିବା ବାଲି ବୋଝେଇ ହାଇୱାଗୁଡ଼ିକୁ ରୋକିଥିଲେ।ଗାଡିର କାଗଜପତ୍ର ଯାଞ୍ଚ କରିବା ବେଳେ ଓଡି ୦୫ବିଟି ୪୩୭୭ ଓ ଓଡି ୦୨ବିଏଲ୍ ୨୧୩୩ ନମ୍ୱର ଦୁଇଟି ଗାଡିର ଚାଳକ ବାଲି ଚାଲାଣର କୌଣସି କାଗଜପତ୍ର ଦେଖାଇ ପାରିନଥିବାରୁ ୭୦୫/୨୫ ଏବଂ ୭୦୬/୨୫ କେସନମ୍ୱରରେ  ପୋଲିସ ଦୁଇଟି ମକଦ୍ଦମା ରୁଜୁ କରି ଗାଡ଼ି୨ଟିକୁ ଜବତ କରିଛି।ଏହି ସମୟରେ ଆସୁଥିବା ଅନ୍ୟ ୭ଟି ବାଲି ବୋଝେଇ ହାଇୱାରଟ୍ରାଞ୍ଜିଟ ପାସ(ଟିପି) ରହିଥିବା ବେଳେ ପରିବହନର ନିର୍ଦ୍ଧାରିତ ସମୟ  ଅତିକ୍ରାନ୍ତ କରିଯାଇ ଥିବାର ପୋଲିସ କାଗଜପତ୍ର ଯାଞ୍ଚ ବେଳେ ଜଣାଇବାକୁ ପାଇଥିଲା।ଯାହାଫଳରେ ଉକ୍ତ  ୭ଟିଗାଡ଼ିକୁ  ପୋଲିସ ଜବତକରି  ଖଣି ବିଭାଗକୁ ହସ୍ତାନ୍ତର କରିଥିବାର ଜଣାପଡିଛି। (ଜିତ ରାଉତଙ୍କ ରିପୋର୍ଟ)

 

 

Comments (0)
Add Comment