ଏସ୍.ଓ.ଜିର ନୂତନ ପ୍ରଶିକ୍ଷଣ ଓ ବ୍ରିଫିଙ୍ଗ କେନ୍ଦ୍ର

ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫।୧୨(ଏସଏସନିଉଜ)ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏସ. ଓ. ଜି ଚନ୍ଦକାର ନୂତନ ପ୍ରଶିକ୍ଷଣ ଓ ବ୍ରିଫିଂ କେନ୍ଦ୍ର ଉଦଘାଟନ କରିଛନ୍ତି। ଏଥିରେ ଏକା ସମୟରେ ୪୦୦ ଯବାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିହେବ।
ଏହା ସହିତ ମୁଖ୍ୟମନ୍ତ୍ରୀ ସେଠାରେ ଏକ ଅତ୍ୟାଧୁନିକ ଆତଙ୍କବାଦ ବିରୋଧୀ ପ୍ରଶିକ୍ଷଣ କେନ୍ଦ୍ରର ଶୁଭ ଉଦଘାଟନ କରିଛନ୍ତି।ମୁଖ୍ୟମନ୍ତ୍ରୀ ୧୬ ଟି ଜିଲ୍ଲାର ୧୬ ଟି ଥାନା ଗୃହ, ୭୦ ଟି କ୍ୱାର୍ଟର, ଅଫିସ ଗୃହ, ବାରାକ୍, ଅସ୍ତ୍ରାଗାର, ପ୍ରଶାସନିକ ବିଲ୍ଡିଂ ଆଦି ପ୍ରକଳ୍ପ ମଧ୍ୟ ଉଦଘାଟନ କରିଛନ୍ତି।
ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ ଏବଂ ହିଂସାରେ ଲିପ୍ତ ସଂଗଠନ ଏବଂ ବ୍ୟକ୍ତିବିଶେଷଙ୍କୁ ସରକାର ଅତ୍ୟନ୍ତ କଠୋର ଭାବରେ ଦମନ କରିବା ପାଇଁ ବଦ୍ଧ ପରିକର ବୋଲି କହିବା ସହିତ ମୁଖ୍ୟମନ୍ତ୍ରୀ ଆତଙ୍କବାଦୀ ମାନଙ୍କୁ ଆତ୍ମସମର୍ପଣ କରି ସମାଜର ମୁଖ୍ୟଧାରାରେ ସାମିଲ ହୁଅନ୍ତୁ ଏବଂ ବିକାଶ ପାଇଁ ସରକାରଙ୍କ ପ୍ରଗତି ରଥରେ ସାରଥି ସାଜନ୍ତୁ ବୋଲି ଏହି ଅବସରରେ ଆହ୍ୱାନ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଥିଲେଯେ, ରାଜ୍ୟରେ ଦୀର୍ଘ ତିନି ଦଶନ୍ଧିରୁ ଉର୍ଦ୍ଧ୍ଵ ସମୟ ଧରି ଜାରି ରହିଥିବା ମାଓବାଦୀ ସମସ୍ୟାକୁ ଦମନ କରିବା ଦିଗରେ S.O.Gର ଅବଦାନ ଅନନ୍ୟ। ୨୦୨୬ ମାର୍ଚ୍ଚ ମାସ ସୁଦ୍ଧା ଦେଶରୁ ନକ୍ସଲ ବାଦ ଲୋପ କରିବା ପାଇଁ କେନ୍ଦ୍ର ସରକାର ଯେଉଁ ଡେଡ୍ ଲାଇନ ରଖିଛନ୍ତି, ସେଥିରେ ଆମେ ସଫଳ ହୋଇ ଚାଲିଛୁ ।
ନିକଟରେ ମାଲକାନଗିରି ଜିଲ୍ଲାରେ ୨୨ଜଣ ମାଓବାଦୀଙ୍କର ସମୂହ ଆତ୍ମସମର୍ପଣ ଏ ଦିଗରେ ଏକ ଉତ୍ସାହଜନକ ପଦକ୍ଷେପ। ଦେଶର ପ୍ରଧାନମନ୍ତ୍ରୀଙ୍କ ଦିଗ୍‌ଦର୍ଶନ ଓ ଗୃହ ମନ୍ତ୍ରୀଙ୍କ ଷ୍ଟ୍ରାଟେଜି ଯୋଗୁଁ ଦେଶ ଆଜି ଶାନ୍ତି ଓ ବିକାଶର ପଥରେ ଦୃତ ଗତିରେ ଆଗେଇ ଚାଲିଛି।SOG ଓ ଅନ୍ୟ ସଂପୃକ୍ତ ନକ୍ସଲ ଦମନ ସଂସ୍ଥାର ଯବାନ ମାନଙ୍କ risk allowance ବିଷୟ ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଲେଯେ ଚଳିତ ଡିସେମ୍ବର ମାସଠାରୁ ନକ୍ସଲ ଦମନ ଅଭିଯାନରେ ପ୍ରତ୍ଯକ୍ଷ ଭାବେ ନିୟୋଜିତ ସ୍ପେସାଲ ଅପରେସନ୍ ଗ୍ରୁପ୍‌ ବା SOGର ଅଫିସରମାନେ ମାସିକ ସର୍ବାଧିକ ୨୫,୦୦୦ ଟଙ୍କା Allowance ପାଇବେ ।SOG ର ସୁବେଦାର ଓ ଡେପୁଟି ସୁବେଦାରମାନେ ମାସିକ ୨୪,୦୦୦ ଟଙ୍କା, ହାବିଲଦାରମାନେ ମାସିକ ୨୦,୦୦୦ ଟଙ୍କା, ଏବଂ କନଷ୍ଟେବଲ ଓ ସିପାହୀମାନେ ମାସକୁ ୧୬,୦୦୦ ଟଙ୍କା ଭତ୍ତା ପାଇବେ ।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ SOG କମାଣ୍ଡୋ ମାନେ ସାହାସିକତା ଭରା ଆତଙ୍କ ଦମନ ଡେମୋ ଅପରେସନ ପ୍ରଦର୍ଶନ କରିଥିଲେ। ଏହି ଅବସରରେ DGP, ଶ୍ରୀ ଯୋଗେଶ ବାହାଦୂର ଖୁରାନିଆ, ADGP (ANO) ଶ୍ରୀ ସଞ୍ଜୀବ ପଣ୍ଡା, IGP, ଅପେରସନସ, ଡ. ଦୀପକ କୁମାର, DIGP, S.I.Wଶ୍ରୀ ଅଖିଳେଶ୍ୱର ସିଂ, ବରିଷ୍ଠ ପୁଲିସ ଅଫିସର ସମେତ SOG ପୋଲିସ କର୍ମଚାରୀ ଗଣ ଉପସ୍ଥିତ ଥିଲେ।

Comments (0)
Add Comment