ଭୁବନେଶ୍ୱର,୩୦।୧୨(ଏସଏସନିଉଜ)ବାରଙ୍ଗର ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରୁ ୭୫ ଲକ୍ଷ ଜବତ ହୋଇଛି।ଭୁବନେଶ୍ବର ବଡ଼ଗଡ଼ ବ୍ରିଟ୍ କଲୋନୀସ୍ଥିତ ଶାଶୁଙ୍କଘରୁ ୭୫ ଲକ୍ଷ ଜବତ ହୋଇଛି।
୩ଟି ସୁଉଚ୍ଚକୋଠା, ଗୋଟିଏ ଫ୍ଲାଟ୍ ଓ ୪ଟିଦାମୀ ପ୍ଲଟ୍ ପାଇଲା ଭିଜିଲାନ୍ସ।ଭୁବନେଶ୍ୱର ବଡ଼ଗଡ଼ର ଗୋପାଳୁଣୀ ନଗରରେ ୩ମହଲା କୋଠା ରହିଛି।ବଡ଼ଗଡ଼ ବ୍ରିଟ୍ କଲୋନୀରେ ୩ ମହଲା କୋଠା ଓ ଉତ୍ତରାରେ 2 BHK ଫ୍ଲାଟ୍।ଖୋର୍ଦ୍ଧାର ସାନପଲ୍ଲାଠାରେ ୨ ମହଲା କୋଠା ମଧ୍ୟ ରହିଛି।ଭୁବନେଶ୍ୱରରେ ୩ଟି ଓ ଖୋର୍ଦ୍ଧାରେ ଗୋଟିଏ ଦାମୀ ପ୍ଲଟ୍ ଠାବ ହୋଇଛି।୧୦୦ଗ୍ରାମ ସୁନା, ଗୋଟିଏ ଦାମୀ କାର୍ ସମେତ ୪ଟି ବାଇକ୍ ଠାବ ହୋଇଛି।ଏହାସହ ଏକାଧିକ ବ୍ୟାଙ୍କ ଖାତା ଓ ପୋଷ୍ଟାଲ୍ ଜମାର ତଦନ୍ତ ଜାରି ରହିଛି।୧୯୯୫ରେ ଲ୍ୟାବ୍ ଆସିଷ୍ଟାଣ୍ଟ ଭାବେ ମାସିକ ୨ ହଜାରରେ ଚାକିରି ଜୀବନ ଆରମ୍ଭ କରି ଏତେ ପରିମାଣର ଟଙ୍କା ଓ କୋଠା କେଉଁଠୁ ଆଣିଲେ ତାହାକୁ ନେଇ ତାଯୁବ ହୋଇଯାଇଛି ଭିଜିଲାନ୍ସ।