ରାଉରକେଲାରେ ବିମାନ ଦୁର୍ଘଟଣା

୮ ଆହତ

ରାଉରକେଲା, ୧୦।୧(ଏସଏସନିଉଜ)ରାଉରକେଲାର ରଘୁନାଥପାଲିରେ ବିମାନ ଦୁର୍ଘଟଣା ଘଟିଛି । ଜରୁରୀ ଅବତରଣବେଳେ କଂସର ଅଚଂଳରେ ବିମାନ କ୍ରାସ୍ ହୋଇଛି । ଯାହାଫଳରେ ପାଇଲଟଙ୍କ ସମେତ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରାଯାଇଛି ।
ପ୍ରକାସଯେ,ଶନିବାର ଦକ୍ଷିଣ ରାଉରକେଲାର କଂସର ଅଚଂଳରେ ଏକ ଛୋଟ ବିମାନ ଦୁର୍ଘଟଣା ଘଟିଛି । ଜରୁରୀ ଅବତରଣ ବେଳେ ପ୍ଲେନ୍ ଟି କ୍ରାସ୍ ହୋଇ ସମ୍ପୂର୍ଣ୍ଣ ଚୂରମାର୍ ହୋଇଯାଇଛି । ଦୁର୍ଘଟଣା ଫଳରେ ଗୁରୁତର ଆହତମାନଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବା ହେତୁ ଏଭଳି ଅଘଟଣ ଘଟିଥିବାପରିବହନ ମନ୍ତ୍ରୀ ବିଭୂତି ଜେନା କହିଛନ୍ତି।ଭଗବାନଙ୍କ ଆଶୀର୍ବାଦରୁ ଯାତ୍ରୀମାନଙ୍କ ଅବସ୍ଥା ଭଲ ଅଛି ।ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

Comments (0)
Add Comment