ଭୁବନେଶ୍ୱର,୩।୧(ଏସଏସନିଉଜ) ବିବାଦର ପିଛା ଛାଡୁନଥିବା ଆମ ବସ୍ ପୁଣି ଆଜି ଏକ ଜୀବନ ନେଇଛି।ଭୁବନେଶ୍ୱର ରୂପାଲି ଛକରେ ଏହି ଘଟଣା ଘଟିଛି। ଆମବସ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି । ଏକ ଅଟୋକୁ ପଛରୁ ଧକ୍କା ଦେବାରୁ ଅଟୋରେ ବସିଥିବା ଯାତ୍ରୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇବା ପରେ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି । ଦୁର୍ଘଟଣା ପରେ ଆମ ବସ ଡ୍ରାଇଭର ଫେରାର ହୋଇଯାଇଛି । ଉତ୍ୟକ୍ତ ଲୋକମାନେ ଆମ ବାସ ଚଳକଙ୍କ ବେପରୁଆ ଗାଡି ଚାଳନା ଯୋଗୁ ଆମ ବସ ନୁହେଁ ଏହା ଜମବସ ବୋଲି ଉତ୍ୟକ୍ତ ଲୋକମାନେ କହୁଛନ୍ତି।ଅନ୍ୟପଟେ ଦୁର୍ଘଟଣା ପରେ ଉତେଜନା ଦେଖା ଦେଇଛି।ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ଆରମ୍ଭ କରିଛି।