ଜାରି ରହିବ ଓକିଲ ଆନ୍ଦୋଳନ
ଭୁବନେଶ୍ୱର,୧୩/୧୨(ଏସଏସ ନିଉଜ) ସମ୍ବଲପୁରରେ ଆଇନଜୀବୀଙ୍କ ଆନ୍ଦୋଳନଜାରି ରହିବାନେଇ କ୍ରିୟାନୁଷ୍ଠାନ କମିଟି ସଭାପତି ପ୍ରଦୀପ ବଇଦାରଙ୍କ ସୂଚନା ଦେଇଛନ୍ତି। ଲୋକଙ୍କ ସମର୍ଥନ ନେଇ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ।
Browsing category
ଭୁବନେଶ୍ୱର,୧୩/୧୨(ଏସଏସ ନିଉଜ) ସମ୍ବଲପୁରରେ ଆଇନଜୀବୀଙ୍କ ଆନ୍ଦୋଳନଜାରି ରହିବାନେଇ କ୍ରିୟାନୁଷ୍ଠାନ କମିଟି ସଭାପତି ପ୍ରଦୀପ ବଇଦାରଙ୍କ ସୂଚନା ଦେଇଛନ୍ତି। ଲୋକଙ୍କ ସମର୍ଥନ ନେଇ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ।
ଭୁବନେଶ୍ୱର,୧୩/୧୨(ଏସ ଏସ ନିଉଜ)ଚୀନ ସେନାଙ୍କ ଅନୁପ୍ରବେଶ ଉଦ୍ୟମ ପ୍ରସଙ୍ଗରେ ସଂସଦ ବାହାରେ ପ୍ରତିକ୍ରିୟା ରଖିଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହା ।କଂଗ୍ରେସ ଶାସନ ସମୟରେ ହିଁ ଚୀନ ଭାରତୀୟ ଅଞ୍ଚଳକୁ ମାଡ଼ି ବସିଥିଲା। ମୋଦି ସରକାରରେ କେହି ଗୋଟିଏ ଇଞ୍ଚ ବି ନେଇପାରିବେ ନାହିଁ ବୋଲି କହିଛନ୍ତି।
ଭୁବନେଶ୍ୱର,୧୩/୧୨(ଏସଏସନିଉଜ) ସମ୍ବଲପୁର କଚେରୀ ଛକରେ ୧୪୪ ଧରା ଜାରି କରାଯିବାସହ ସ୍ଥିତି ନିୟନ୍ତ୍ରଣ ପାଇଁସହରରେ ୨୧ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ସହର ସାରା ପୋଲିସ ଛାଉଣୀ ହୋଇଛି । ସମ୍ବଲପୁର ଓକିଲ ଆନ୍ଦୋଳନ ପ୍ରସଙ୍ଗରେ ୧୨ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଆନ୍ଦୋଳନ ସ୍ଥଳରେ ୧୪୪ ଧାରା ଜାରି କରାଯାଇଛି। ଆଇନଜୀବୀଙ୍କୁ ମହଙ୍ଗା ପଡ଼ିଛି ଆନ୍ଦୋଳନ।
ଭୁବନେଶ୍ୱର,୧୩/୧୨(ଏସଏସନିଉଜ) କଟକ ଓ ଭୁବନେଶ୍ୱରରେ ଘନ କୁହୁଡ଼ିର ଆସ୍ତରଣ ଯୋଗୁଁ ୫୦ ମିଟର ଦୂରକୁ ଦେଖି ହେଉନଥିଲା ।ଯାହାଫଳରେ ଯାତାୟାତ ପାଇଁ ଗାଡ଼ି ଚଳାଚଳରେ ଅସୁବିଧାସୃଷ୍ଟି ହୋଇଥିଲା ।ଘନକୁହୁଡିଯୋଗୁଁ ଜଗତସିଂହପୁର ତିର୍ତ୍ତୋଲ ଓଳଗଦାରେ ଦୁର୍ଘଟଣା ମଧ୍ୟ ଘଟିଛି । ବିଲ ଭିତରକୁ ମାଡିଯିବା ପରେ ଓଲଟି ପଡ଼ିଛି ବୋଲେରୋ। ଦୁର୍ଘଟଣାରେ ୧୨ଜଣ ଆହତ ହୋଇଥିବାବେଳେ , ୨ଜଣ ଶିଶୁ ଗୁରୁତର ଆହତ ହୋଇନ୍ତିାଉପକୂଳଓଡ଼ିଶାରେ ଅନୁଭୂତ ହୋଇଛି ଘନକୁହୁଡି ବିଭିନ୍ନ ସ୍ଥାନରେ ଦୃଶ୍ୟମାନଦୂରତା ୧୦୦ମିଟରତଳେ ରହିଛି । ଘନକୁହୁଡ଼ି […]
ଭୁବନେଶ୍ୱର,୧୩/୧୨(ଏସଏସନିଉଜ) ସୀମା ବିବାଦ ଯୋଗୁ ବୈଠକ ଡାକିଲେ ରାଜନାଥ ।ଅରୁଣାଚଳ ତଓ୍ୱାଙ୍ଗରେ ଭାରତ-ଚୀନ୍ ସେନା ମୁହାଁମୁହିଁ ପରେ ଜରୁରୀକାଳୀନ ବୈଠକ ଡାକିଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏହି ବୈଠକରେ ଉପସ୍ଥିତ ରହିବେ ବୈଦେଶିକ ମନ୍ତ୍ରୀ, ସିଡିଏସ୍ ଓ ୩ ସେନାର ମୁଖ୍ୟ ।ସିଡିଏସ୍ ଜେନେରାଲ ଅନୀଲ ଚୌହ୍ୱାନ୍ ସାମିଲ ହେବେ । ବୈଦେଶିକ ମନ୍ତ୍ରୀ ଓ ସଚିବ ଉପସ୍ଥିତ ରହିବେ । ଡିସେମ୍ବର ୯ରେ ଉଭୟ ପକ୍ଷର ସୈନିକ ଧସ୍ତାଧସ୍ତି ହୋଇଥିଲେ ।
ବାରିପଦା,୧୩/୧୨(ଏସଏସନିଉଜ) ବାରିପଦାର ପିଆରଏମ୍ ମେଡିକାଲରେ କାର୍ୟ୍ୟରତ ଜଣେ ଡାକ୍ତରଙ୍କ ନାଆଁରେ ଅସଦାଚରଣ ଅଭିଯୋଗ ଆସିଛି। ଚିକିତ୍ସା ବାହାନାରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ ହୋଇଛିା ଏହାପରେ ଉକ୍ତ ଡାକ୍ତରକୁ ପୁଲିସର ପଚରାଉଚରା ଆରମ୍ଭ ହୋଇଛି ।
ଭୁବନେଶ୍ୱର,୧୨/୧୨(ଏସଏସ ନିଉଜ)ମୋବସ୍ ରୁ ୪୨ ହଜାର ଟଙ୍କା ଲୁଟ୍ ଅଭିଯୋଗ ହୋଇଛି।ବାଣୀବିହାରରୁ ବରମୁଣ୍ଡା ଯିବା ବେଳେ ଲୁଟର ଶିକାର ହୋଇଛନ୍ତି ଦମ୍ପତି। ଲୁଟ୍ ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ଦମ୍ପତି।
ବଲାଙ୍ଗିର,୧୨/୧୨(ଏସଏସ ନିଉଜ) ଧାନ ମଣ୍ଡିରେ କଟନିଛଟନି ପ୍ରତିବାଦରେ ତାତିଲେ ଚାଷୀ। ପ୍ରତିବାଦରେ ବଲାଙ୍ଗିର-ସୋନପୁର ରାସ୍ତା ଅବରୋଧ କଲେ ଚାଷୀ। ମଳମୁଣ୍ଡା ଠାରେ ଶତାଧିକ ଚାଷୀଙ୍କ ରାସ୍ତାରୋକ ହୋଇଛି।ଯାହାଫଳରେ ଯାତାୟାତ ପ୍ରଭାବିତ ହୋଇଛି। ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବାକୁ ଆସିଥିବା ଅଧିକାରୀଙ୍କୁ ଅଟକ ରଖିଛନ୍ତି ଚାଷୀ।
ରାୟଗଡ଼ା,୧୨/୧୨(ଏସଏସ ନିଉଜ) ପିଲା ଖେଳରୁ ୨ ଗାଁ ମଧ୍ୟରେ ସଂଘର୍ଷ ଘଟି ୧୦ ଜଣ ଆହତ ହୋଇଛନ୍ତି। ଚାନ୍ଦିଲି ଥାନା ନୂଆପଡ଼ା-ଦେବଦଳା ଗାଁ ମଧ୍ୟରେ ସଂଘର୍ଷ ଘଟିଛି। ଦୁଇ ଗାଁର ୧୦ ଜଣ ଆହତ ହୋଇଛନ୍ତି।ଆହତମାନେ ରାୟଗଡ଼ା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସ୍ଥିତି ନିୟନ୍ତ୍ରଣ ପାଇଁ ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ ରହିଛି।
ଉମରକୋଟ,୧୨/୧୨(ଏସଏସ ନିଉଜ)୪ଜଣଙ୍କୁ ଅପହରଣ ଘଟଣାରେ ନୂଆମୋଡ଼ ହୋଇଛି। ଅପହରଣ ନୁହେଁ, ସମସ୍ତ ୪ ଜଣ ଦୁର୍ଘଟଣାର ଶିକାର ହୋଇଥିବାର ସୂଚନା ମିଳିଛି। ଛତିଶଗଡ଼ କାଙ୍କେରରୁ କୋଣ୍ଡାଗାଁ ଫେରିବା ବେଳେ ନିଖୋଜ ଥିଲେ ।କାର୍ ଭିତରୁ ମିଳିଛି ୪ ମୃତଦେହ। କୂଅ ଭିତରୁ କାର୍ ଉଦ୍ଧାର ପରେ ଖୋଲିଲା ରହସ୍ୟ। ଅପହରଣ ନେଇ ଥାନାରେ ଅଭିଯୋଗ ହୋଇଥିଲା।