Browsing category

ଅପରାଧ

ପିଲା ଖେଳରୁ ମହାଭାରତ

ରାୟଗଡ଼ା,୧୨/୧୨(ଏସଏସ ନିଉଜ) ପିଲା ଖେଳରୁ ୨ ଗାଁ ମଧ୍ୟରେ ସଂଘର୍ଷ ଘଟି ୧୦ ଜଣ ଆହତ ହୋଇଛନ୍ତି। ଚାନ୍ଦିଲି ଥାନା ନୂଆପଡ଼ା-ଦେବଦଳା ଗାଁ ମଧ୍ୟରେ ସଂଘର୍ଷ ଘଟିଛି। ଦୁଇ ଗାଁର ୧୦ ଜଣ ଆହତ ହୋଇଛନ୍ତି।ଆହତମାନେ ରାୟଗଡ଼ା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସ୍ଥିତି ନିୟନ୍ତ୍ରଣ ପାଇଁ ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ ରହିଛି।

ଅପହରଣ ନୁହେଁ ଦୁର୍ଘଟଣା !

ଉମରକୋଟ,୧୨/୧୨(ଏସଏସ ନିଉଜ)୪ଜଣଙ୍କୁ ଅପହରଣ ଘଟଣାରେ ନୂଆମୋଡ଼ ହୋଇଛି। ଅପହରଣ ନୁହେଁ, ସମସ୍ତ ୪ ଜଣ ଦୁର୍ଘଟଣାର ଶିକାର ହୋଇଥିବାର ସୂଚନା ମିଳିଛି। ଛତିଶଗଡ଼ କାଙ୍କେରରୁ କୋଣ୍ଡାଗାଁ ଫେରିବା ବେଳେ ନିଖୋଜ ଥିଲେ ।କାର୍ ଭିତରୁ ମିଳିଛି ୪ ମୃତଦେହ। କୂଅ ଭିତରୁ କାର୍ ଉଦ୍ଧାର ପରେ ଖୋଲିଲା ରହସ୍ୟ। ଅପହରଣ ନେଇ ଥାନାରେ ଅଭିଯୋଗ ହୋଇଥିଲା।

ଅଭିଯୁକ୍ତକୁ ଗିରଫଦାବୀରେ ରାସ୍ତାରେ ବସିଲେ ସମର୍ଥକ

ଡେଲାଙ୍ଗ,୧୧/୧୨(ଏସଏସନିଉଜ) ଏହିଥାନା ଅଧିନସ୍ଥ କଲ୍ୟାଣପୁର ପଂଚାୟତର ସରପଂଚ ଗୋବର୍ଦ୍ଧନସେଠୀଙ୍କୁ ଆକ୍ରମଣ କରାଯାଇ ତାଙ୍କ ସୁନାଚେନ୍ ଓ ମୁଦିକୁ ଛଡାଇନେଇଥିବା ଘଟଣାରେ ସମ୍ପୃକ୍ତ ଅଭିଯୁ୍‌କ୍ତଙ୍କୁ ଗିରଫକରିବା ଦାବୀରେ ରାସ୍ତାରୋକ ହୋଇଛି ।ସରପଂଚଙ୍କ ସମର୍ଥକମାନେ ରବିବାର ସନ୍ଧ୍ୟାରେ କଲ୍ୟାଣପୁର ବଜାରନିକଟରେ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ ।ସରପଂଚ ସେଠୀ ପରିବାନେଇ ଘରକୁ ଫେରୁଥିବାବେଳେ ଜଣେ ଯୁବକ ତାଙ୍କୁ ଜାତିଆଣି ଆକ୍ଷେପ ସହ ଅଶ୍ରବ୍ୟଭାଷାରେ ଗାଳିଗୁଲଜ କରିବାସହ ପିନ୍ଧିଥିବା ମୁଦି ଓ ଚେନକୁ ଛଡାଇନେଇଥିବାର ଶନିବାରଦିନ ଥାନାରେ ଲିଖିତଅଭିଯୋଗ କରିଥିଲେ […]

୪ଜଣଙ୍କୁ ଅପହରଣ ଅଭିଯୋଗ

ଉମରକୋଟ,୧୧/୧୨(ଏସଏସନିଉଜ) ବାହାଘର ଭୋଜିଖାଇ ଫେରିଲା ବେଳେ ୪ ଜଣଙ୍କୁ ଅପହରଣ କରାଯାଇଥିବାର ଅଭିଯୋଗ ହୋଇଛି । ଛତିଶଗଡ଼ କାଙ୍କେରରୁ କୋଣ୍ଡାଗାଁ ଫେରିବା ବାଟରେ ଅପହରଣ ହୋଇଥିବା ସୂଚନା ମିଳିଛିା କାଙ୍କେର କତୁଆଲି ଥାନାରେ ଏନେଇ ଏତଲା କରିଛନ୍ତି ସମ୍ପର୍କୀୟ ।୪ଅପହୃତଙ୍କ ମଧ୍ୟରେ ରାଇଘର ତହସିଲ ସୁପରଭାଇଜର ସପନ ସରକାର , ତାଙ୍କପତ୍ନୀ , ଶାଳକ ଓ ଶାଳକଙ୍କ ସ୍ତ୍ରୀଙ୍କୁ ଅପହରଣ ନେଇ ଏତଲା ଦିଆଯାଇଛି। ଗୋଟିଏ କାରରେ ଫେରିଲା ବେଳେ କେହି ଅପହରଣ କରିଥିବା ଏତଲାରେ ଦର୍ଶାଯାଇଛି […]

ପୁଲିସ ନକ୍ସଲ ମଧ୍ୟରେ ଗୁଳିବିନିମୟ

ମାଲକାନଗିରି,୧୧/୧୨(ଏସଏସନିଉଜ) ଆଜି ସକାଳୁ ଛତିଶଗଡର ନାରାୟଣପୁର ଜିଲ୍ଲାରେ ମାଓବାଦୀ ଏବଂ ପୁଲିସ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ କେହି ମୃତାହତ ହୋଇନଥିବାବେଳେ ଘଟଣାସ୍ଥଳରୁ ଯବାନ ବିସ୍ଫୋରକ ସହ ବିଦ୍ୟୁତ ତାର ଇତ୍ୟାଦି ଜବତ କରିଛି। ଗୁଦାଡି ଜଂଗଲରେ ଡିଆରଜି, ସିଆରପିଏଫ ଯବାନ ସର୍ଚ୍ଚ ଅପରେସନ ପାଇଁ ଜଂଗଲରେ ପଶିଥିଲେ । ନକ୍ସଲମାନେ ବୋମା ବିସ୍ଫୋରଣ କରିବାସହ ଅତର୍କିତ ଗୁଳି ଚଳାଇଥିଲେ।ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ।

ହୁତୁହୁତୁ ହୋଇ ଜଳିଗଲା ଚଳନ୍ତା କାର୍

ଭୁବନେଶ୍ବର,୧୧/୧୨(ଏସଏସନିଉଜ) ଆଜି ଅପରାହ୍ନରେ ଭୁବନେଶ୍ବର ରସୁଲଗଡ଼ ଓଭରବ୍ରିଜ ଉପରେ ଚଳନ୍ତା କାରରେ ହଠାତ୍ ନିଆଁ ଲାଗିଯାଇଥିଲା।ଗାଡିଟି ଚାଲୁଥିବାବେଳେ ହଠାତ ନିଆଁ ଲାଗିଯିବାରୁ ଚାଳକ ଗାଡିକୁ ରୋକି ଓହ୍ଲାଇପଡିଥିଲେ ।ଯହାଫଳରେ ଚାଳକ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ । କିଛି ମୁହୂର୍ତ୍ତରେ ଗାଡ଼ିଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଖବରପାଇଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇଥିଲେ।  

ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା

ହରିଚନ୍ଦନପୁର,୧୧/୧୨(ଏସଏସନିଉଜ) ବିଳମ୍ବିତ ରାତିରେଏହି ବ୍ଲକ ଅଧନସ୍ଥରାସୋଳ ଝିମିକିପାଟିଆ ଗ୍ରାମରେ ଦମ୍ପତିଙ୍କୁ ହତ୍ୟା କରାଯାଇଛି । ବାହାଡ଼ା ମୁର୍ମୁ ଓ ତାଙ୍କ ସ୍ତ୍ରୀ ଧାନୀ ମୁର୍ମୁ ସବୁଦିନଭଳି ଖାଇପିଇ ଚାଳିଆଘରେ ୨୨ ବର୍ଷୀୟା ଝିଅ ପାଖରେ ଶୋଇଥିଲେ। ବିଳମ୍ବିତ ରାତିରେ ଦମ୍ପତିଙ୍କୁ କେହି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ହତ୍ୟା କରି ଚାଲିଯାଇଥିବା ଜଣାଯାଇଛି। ହତ୍ୟାକାଣ୍ଡର ପକୃତ କାରଣ ଜଣାପଡିନଥିବାବେଳେ ଗୁଣିଗାରେଡ଼ି ସନ୍ଦେହରେ ଏହି ହତ୍ୟାକାଣ୍ଡ ଘଟିଥିବା ଗାଁରେ ଚର୍ଚ୍ଚା ହେଉଛି ।ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ […]

ସ୍କୁଲ ରୁମରୁ ମିଳିଲା ୧୦୪ ପେଟି ମଦ

ରାଉରକେଲା,୧୧/୧୨(ଏସଏସନିଉଜ) ବିଶ୍ରା ବ୍ଲକ ସ୍ଥିତ ଫୁଲଝରରେ ବନ୍ଦ ଅବସ୍ଥାରେ ଥିବା ଏକ ଘରୋଇ ସ୍କୁଲ କୋଠାରୁ ବିପୁଳ ପରିମାଣର ନକଲି ବିଦେଶୀ ମଦକୁ ଜବତକରିଛିଅବକାରୀ ବିଭାଗ । ବହୁ ନାମିଦାମୀ କମ୍ପାନିର ଲେବୁଲ, ଠିପି ଖାଲି ବୋତଲ ସହ ୧୦୪ ପେଟିରେ ଥିବା୧୨୪୮ବୋତଲମଦ ଜବତ ହୋଇଛି ।ଏହାସହ ଏକ କାରକୁ ମଧ୍ୟ ଜବତ କରିଛି ଅବକାରୀବିଭାଗ ।ବାହାରରାଜ୍ୟରୁ ନକଲି ମଦଆଣି ଏଠାରେ ବଟଲିଂ କରାଯାଇ ଚୋରାଚାଳଣ ହେଉଥିବାର ବିଶେଷସୁତ୍ରରୁ ଖବରପାଇ ଅବକାରୀବିଭାଗ ଚଢଉ କରିଥିଲା ।

ଗୋଠପାଟଣାଠାରେ ଖୋଲିଲା ପୋଲିସ ସହାୟତା କେନ୍ଦ୍ର

ମେଣ୍ଢାଶାଳ,୧୧/୧୨(ଏସଏସନିଉଜ)ଚନ୍ଦକାଥାନା ଅନ୍ତର୍ଗତ ଗୋଠପାଟଣାଠାରେ ପୋଲିସ ସହାୟତା କେନ୍ଦ୍ର ପୋଲିସ କମିସନର ସୈାମେନ୍ଦ୍ର ପ୍ରିୟଦର୍ଶୀଙ୍କଦ୍ୱାରା ଆନୁଷ୍ଠାନିକଭାବେ ଉଦଘାଟିତ ହୋଇଯାଇଛି ।ଏହି ଉଦଘାଟନୀଉସ୍‌ବରେ ଡିସିପି ପ୍ରତିକସିଂହ,ଏସିପି ରମେଶଚନ୍ଦ୍ର ବିଶୋଇ ,ଚନ୍ଦକା ଥାନାଅଧିକାରୀ ସୁରେନ୍‌ଦ୍ରକୁମାରବଳ ପ୍ରମୁଖ ଉପସ୍ଥିତଥିଲେ ।ଏହିସହାୟତା କେନ୍ଦ୍ର ପରିଚାଳନାପାଇଁ ଏଏସଆଇ ସନ୍ଦିପ ଆଲବର୍ଟକୁଜୁରଙ୍କ ସହ ୩ଜଣ କନେଷ୍ଟବଳ ଏହାର ଦାୟିତ୍ୱରେ ରହିବେ ବୋଲି ଜଣାପଡିଛି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

ମାତିଲେ ଖଣିମାଫିଆ

ଭୁବନେଶ୍ୱର,୧୧/୧୨ (ଡିଏନଏ)ଢେଙ୍କାନାଳରେ ମାତିଛନ୍ତି ଖଣିମାଫିଆ ।ଚଢାଉ ବେଳେ ଡିଏଫଓଙ୍କୁ ମରଣାନ୍ତକ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି। ଡିଏଫଓଙ୍କ ପକ୍ଷରୁ ସଦର ଥାନାରେ ଏତଲା ଦିଆଯିବାପରେ ୬ଜଣଙ୍କୁ ଅଟକ ରଖିଛି ପୋଲିସ।