Browsing category

ଅପରାଧ

ପଛକୁପଛ ଧକା ହୋଇ ଚାଲିଗଲା ୩ଜଣଙ୍କ ଜୀବନ

ସୋର,୭/୧୧(ଏସଏସ ନିଉଜ) ଦୁଇଟି କାର୍ ଓ ତେଲ ଟ୍ୟାଙ୍କର ମଧ୍ୟରେ ଦୁର୍ଘଟଣା ଘଟି ୩ଜଣଙ୍କର ମୃତୁ ଘଟିଛି ।ସିମୁଳିଆଥାନା ଜାମୁଝାଡ଼ି ତାରିଣୀଛକ ନିକଟରେ ପଛକୁ ପଛ ପିଟିହୋଇ ଘଟିଛି ଏହି ଦୁର୍ଘଟଣା। ଘଟଣାସ୍ଥଳରେ କାର୍ ଡ୍ରାଇଭର ସମେତ ୩ ମୃତ, ଆଉ ୪ ଜଣ ଗୁରୁତର ହୋଇଥିବାର ଜଣାପଡିଛି।

ହ୍ରଦରେ ଖସିପଡ଼ିଲା ବିମାନ

ଭୁୁବନେଶ୍ୱର,୬/୧୧(ଏସଏସନିଉଜ) ତାଞ୍ଜାନିଆରେ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଭିରିଆହ୍ରଦରେ ଖସି ପଡ଼ିଲା ବିମାନ । ବୁକୋବା ବିମାନବନ୍ଦରରେ ଅବତରଣ ବେଳେ ଦୁର୍ଘଟଣା ଘଟିଛି ।ବିମାନରେ ମୋଟ୍ ୪୯ଜଣ ଯାତ୍ରୀ ଥିଲେ ।ମୃତାହତଙ୍କ ସଂପର୍କରେ ସୂଚନା ମିଳିନଥିବାବେଳେ ଉଦ୍ଧାର କାମ ଜାରି ରହିଛି ।  

ବାରହା ଜଣଙ୍କୁ ମାରି ୭ଜଣଙ୍କୁ ଆହତ କଲା

ଖଲ୍ଲିକୋଟ,୬/୧୧(ଏସଏସନିଉଜ) ଗଞ୍ଜାମ ଜିଲ୍ଲା କୋଦଳା ଥାନା ଜି-ରାମପଲ୍ଲୀ ଗାଁରେ ବାରହା ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଥିବା ସୂଚନାମିଳିଛି ।ଗୁରୁତର ୭ ଜଣଙ୍କୁ କୋଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିଲରେ କାମ କରୁଥିବା ବେଳେ ବାରହା ଆକ୍ରମଣ କରିଥିଲା ।

ହାଇୱା ଧକ୍କାରେ ଭଉଣୀ ମୃତ୍ୟୁ, ଭାଇ ଗୁରୁତର

ଯାଜପୁର,୫/୧୧(ଏସଏସନିଉଜ) ହାଇୱା ଧକ୍କାରେ ଭଉଣୀ ମୃତ୍ୟୁବରଣ କରିଥିବାବେଳେ ଭାଇ ଗୁରୁତର ଆହତ ହୋଇଛି । ଏନ୍ଏଚ୍ ୫୩ ଜେନାପୁରଥାନା ତଳଚଢ଼େଇଧରା ନିକଟରେ ଦୁର୍ଘଟଣା ଘଟିଛି । ଭାଇଭଉଣୀ କଲେଜରୁ ବାଇକରେ ଘରକୁ ଫେରିବା ବେଳେ ଏହି ଅଘଟଣ ଘଟିଛି । ଗୁରୁତର ଭାଇକୁ କଟକ ସ୍ଥାନାନ୍ତର କରାଯାଇଥିବାବେଳେ , ହାଇୱା ଡ୍ରାଇଭରକୁ ପୋଲିସ ଅଟକ ରଖିଛି ।

ଦେଶୀମଦ ବିକିବା ବେଳେ ଧରାପଡିଲେ

ବାରଙ୍ଗ,୫/୧୧(ଏସଏସନିଉଜ)ଶନିବାରଦିନ ନନ୍ଦନକାନନଥାନା ସୂଚନାଯୋଗ୍ୟ ଯେ, ନନ୍ଦନକାନନଥାନା ପୁଲିସ ଥାନାପରିସରଭୁକ୍ତଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ଭଗବତୀନଗର ପଦାସାହି ଛକରେ ଅଭିଯୁକ୍ତ ପ୍ରଶାନ୍ତଭୋଇ ଓରଫ ନଟୁ ବେଆଇନ ଦେଶୀମଦ ବିକ୍ରୟ କରୁଥିବାର ସୂଚନା ପାଇବାପରେ ପୁଲିସ ଟୀମ ଉକ୍ତ ସ୍ଥାନରେ ପହଞ୍ଚିଥିଲେ ।ଘଟଣାସ୍ଥଳରୁ ଅଭିଯୁକ୍ତଠାରୁ ୨୮ଲିଟର ଦେଶୀମଦ ଜବତ କରିଥିଲେ। ପୁଲିସ ବେଆଇନ ଦେଶୀମଦ ବିକ୍ରୟ ଅଭିଯୋଗରେ ୧୬୪/୨୨କେଶନଂରେ ଏକ ମକଦ୍ଦମାରଜୁକରି ପ୍ରଶାନ୍ତକୁ ଗିରଫକରି କୋର୍ଟଚାଲାଣ କରିଛନ୍ତି। (ଗୈାତମରାଉତଙ୍କରିପୋର୍ଟ)  

ବେଆଇନ ବାଲି ଚାଲାଣ କରି ଧରାପଡିଲେ

ବାରଙ୍ଗ,୫/୧୧(ଏସଏସନିଉଜ)ଶୁକ୍ରବାରରାତିରେ ନନ୍ଦନକାନନଥାନାପୁଲିସ ନନ୍ଦନକାନନଛକରେ ଏମଭିଚେକିଂ ଏବଂ ବ୍ଲକକିଂ କରୁଥିବା ସମୟରେ ୩ ବାଲି ବୋଝେଇ ହାଇୱା ଟ୍ରକ WB-65-B-1492 , WB-57-B-3942. OD-02- AG-7779 କୁ ଅଟକାଇଥିଲେ। ସେମାନେ ବାଲି ଚାଲାଣ ଜନିତ କୌଣସି କାଗଜ ପତ୍ର ଦେଖାଇ ପରିନଥିଲେ। ଏଣୁ ଉକ୍ତ ବାଲିବୋଝେଇ ଟ୍ରକଗୁଡିକୁ ତହସିଲଦାରଙ୍କୁଡାକୁ ହସ୍ତାନ୍ତର କରାଯାଇଥିଲା। ପରବର୍ତୀ ସମୟରେ ଉକ୍ତ ଟ୍ରକର ମାଲିକ ମାନେ ୫୭ହଜାରେ ଟଙ୍କା ଲେଖାଏଁ ଚାଲାଣ କାଟିଥିଲେ ।(ଗୈାତମରାଉତଙ୍କରିପୋର୍ଟ)

ହାତଛାଡିଲେ ୪୦୦ରୁଉର୍ଦ୍ଧ ମାଓସମର୍ଥକ

ମାଲକାନଗିରି,୫/୧୧(ଏସଏସନିଉଜ) ପୁଣି ଲାଲବାହିନୀଙ୍କ ହାତଛାଡିଲେ ୪୦୦ରୁଉର୍ଦ୍ଧ ମାଓସମର୍ଥକ। ମାଲକାନଗିରି ଯବାନଙ୍କୁ ପୁଣି ମିଳିଛି ବଡସଫଳତା। ଯନ୍ତାପାଇଠାରେ ୪୦୦ରୁଉର୍ଦ୍ଧ ମାଓସମର୍ଥକ କରିଛନ୍ତି ଆତ୍ମସମର୍ପଣ।ଏହି କାର୍ଯ୍ୟକ୍ରମରେ ପୋଲିସ DIG ଓ BSF DIG ଉପସ୍ଥିତ।

STF କବଜାରେ ବନ୍ୟପ୍ରାଣୀ ସ୍ମଗଲର

ଭୁବନେଶ୍ୱର,୫/୧୧(ଏସଏସ ନିଉଜ)କ୍ରାଇମବ୍ରାଞ୍ଚ STF କବଜାରେ ବନ୍ୟପ୍ରାଣୀ ସ୍ମଗଲର।୨ଟି ଚିତାବାଘ ଏବଂ ଗୋଟିଏ ହରିଣ ଛାଲ ସହ ବଜ୍ରକାପ୍ତା କାତି ଜବତ ହୋଇଛି।ନୟାଗଡ଼ ଦଶପଲ୍ଲାରେ ଡିଲିଂ ବେଳେ ଶିକାରୀକୁ ମାଡିବସିଲା STF।

ପିଲାଙ୍କ ନାଁରେ ଚାଉଳ ଚଳୁ

ଅନୁଗୁଳ,୫/୧୧(ଏସ ଏସ ନିଉଜ) ଅଙ୍ଗନବାଡ଼ି ପିଲାଙ୍କୁ ଚାଉଳ ଯୋଗାଣର ଦାୟିତ୍ବ ମୁଣ୍ଡାଇ ନିଜେ ମାରିନେଲେ। ସରକାରୀ ଅଡିଟ୍‌ରୁ ଅନୁଗୁଳ ଜିଲ୍ଲାରେ ହୋଇଥିବା ୩୫ଲକ୍ଷ ଟଙ୍କାର ଚାଉଳ ଲୁଟ୍ ଘଟଣାର ପର୍ଦ୍ଦାଫାସ ହୋଇଛି। ଦୁଇଜଣ ଟ୍ରାନ୍‌ସପୋର୍ଟର୍‌ ହିଁ ଚାଉଳ ଚଳୁ କରିଛନ୍ତି। ଏନେଇ ଅନୁଗୁଳ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (ଡିଏସ୍‌ଡବ୍ଲୁଓ) ୩ ତାରିଖରେ ଟ୍ରାନ୍‌ସପୋର୍ଟରଙ୍କ ନାମରେ ଅନୁଗୁଳ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି […]

ତାଡିନେଲେ ମାଙ୍କ ଆଖି

ମାହାଙ୍ଗା,୫/୧୧(ଏସ ଏସ ନିଉଜ)ପଞ୍ଚୁକରେ ଭଗବାନଙ୍କୁ ବି ଛାଡିଲେନି। ଲୁଟିନେଲେ ମା ତାରିଣୀଙ୍କ ଆଖି ଓ ଅଳଙ୍କାର ମାହାଙ୍ଗା ବ୍ଲକ ଉସୁମା ପଞ୍ଚାୟତର ନଈ ମୁହଁ ଠାରେ ଥିବା ତାରିଣୀ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଛି । ଦୃର୍ବୃତ୍ତମାନେ ମାଙ୍କ ମନ୍ଦିରର ତାଲା ଭାଙ୍ଗି ଅଳଙ୍କାର ଲୁଟି ନେଇଛନ୍ତି ।ରୂପାମୁକୁଟ , ସୁନା ମଥାମଣି , ସୁନାଆଖି ସହ ଅନେକ ପିତ୍ତଳ ସାମଗ୍ରୀ ଲୁଟି ନେଇଛନ୍ତି ।ଏହା ସହ ରଘୁନାଥନଗର ଗ୍ରାମର ସାବିତ୍ରୀ ସାହୁଙ୍କ ଠାକୁର […]