ଘର ଛାତପଡ଼ି ମାଆଝିଅ ଗୁରୁତର
ବଲାଙ୍ଗିର,୫/୧୧(ଏସଏସ ନିଉଜ)ଘର ଛାତ ପଡ଼ି ଉଭୟ ମାଆ ଝିଅ ଗୁରୁତର ହୋଇଛନ୍ତି।ରୁଗିଡ଼ିପଡ଼ା ମ୍ୟୁନିସିପାଲିଟି କଲୋନୀରେ ଏହି ଅଘଟଣ ଘଟିଛି।ଗୁରୁତର ମାଆ ବୁର୍ଲା ସ୍ଥାନାନ୍ତର ହୋଇଥିବାବେଳେ , ଝିଅ ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇଛି।
Browsing category
ବଲାଙ୍ଗିର,୫/୧୧(ଏସଏସ ନିଉଜ)ଘର ଛାତ ପଡ଼ି ଉଭୟ ମାଆ ଝିଅ ଗୁରୁତର ହୋଇଛନ୍ତି।ରୁଗିଡ଼ିପଡ଼ା ମ୍ୟୁନିସିପାଲିଟି କଲୋନୀରେ ଏହି ଅଘଟଣ ଘଟିଛି।ଗୁରୁତର ମାଆ ବୁର୍ଲା ସ୍ଥାନାନ୍ତର ହୋଇଥିବାବେଳେ , ଝିଅ ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇଛି।
ଭଦ୍ରକ,୫/୧୧(ଏସଏସନିଉଜ) ତିହିଡି ତଳଗୋପବିନ୍ଧାଗାଁରେ ନିର୍ବାଚନୀ ହିଂସା ଦେଖାଦେଇଛି।ଏଥିରେ ୨ଜଣ ଗୁରୁତର ଆହତ ହୋଇଥିବାର ଜଣାପଡିଛି।ବିଳମ୍ବିତ ରାତିରେ ସଂଘବଦ୍ଧ ଆକ୍ରମଣ ହୋଇଥିବାବେଳେ ଏନେଇ ତିହିଡି ଥାନାରେ ଏତଲା ହୋଇଛି।
ଆଠଗଡ଼,୪/୧୧(ଏସଏସ ନିଉଜ)ପରିତ୍ୟକ୍ତ କୂଅରୁ ମିଳିଲା ହରିଣର ମୃତଦେହ।ହରିଣ ଟି ମରିପଡିଥିବାବେଳେ ବନବିଭାଗ ପାଖରେ ଖବର ନଥିବାର ଜଣାପଡିଛି।ଆଠଗଡ଼ ଵନଖଣ୍ଡ ଆଠଗଡ଼ ରେଞ୍ଜର ବନଖଣ୍ଡ ସଂରକ୍ଷିତ ଜଙ୍ଗଲରେ ଥିବା ଏକ ପରିତ୍ୟକ୍ତ କୂଅରେ ଏହି ହରିଣ ଟି ପଡ଼ି ପାଚିଯାଇଥିବାର ଜଣାପଡିଛି।କେବେ ହରିଣ ଟି ମରିଛି ସେ ବିଷୟରେ ବନବିଭାଗ ଜାଣିନଥିବାର ଜଣାପଡିଛି।ଜଙ୍ଗଲ ଭିତରେ ଗୋରୁ ଚରାଇବା ପାଇଁ ଯାଇଥିବା କିଛି ଲୋକ ଏହାକୁ ଦେଖିବାପରେ ଏହି ଘଟଣା ବାହାରକୁ ଆସିଥିଲା।ଏହି ଖବର ପାଇ ବନବିଭାଗ ପହଁଚି ୧୫ […]
ରାଉରକେଲା,୪/୧୧(ଏସଏସ ନିଉଜ)ଦ୍ୱିତୀୟ ବ୍ରାହ୍ମଣୀ ବ୍ରିଜ୍କୁ ନଦୀକୁ ଡେଇଁଲେ ଯୁବକ।ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କଦ୍ୱାରା ଯୁବକ ଉଦ୍ଧାର ହୋଇଛନ୍ତି।ଯୁବକ ଜଣଙ୍କ ଉଦିତନଗର ଥାନା ଓରାମପଡାର ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି।
ପାରଳାଖେମୁଣ୍ଡି,୪/୧୧(ଏସ ଏସନିଉଜ) କାଶିନଗର ବ୍ଳକ କିଡି ଗାଁରେ ଅଜଣା ଜନ୍ତୁ ଆତଙ୍କ ଦେଖାଦେଇଛି।ଅଜଣା ଜନ୍ତୁ ଆକ୍ରମଣରେ ୬୦ରୁ ଅଧିକ ଛେଳି ମୃତୁବରଣ କରିଥିବାବେଳେ ୨୮ ଆହତ ହୋଉଥିବାର ଜଣାପଡିଛି।ରାତିରେ ୨ଜଣଙ୍କ ଗୁହାଳରେ ପଶି ଅଜଣାଜନ୍ତୁ ମାରିଥିବା ସୂଚନା ମିଳିଛି।ଗାଁରେ କାଶିନଗର ପୋଲିସ ସହ ପ୍ରାଣୀଧନ ଚିକିତ୍ସକ ଘଟଣାସ୍ଥଳ ରେ ପହଂଚି ଛାନଭିନ୍ ଆରମ୍ଭ କରିଛନ୍ତି।
ଭୁବନେଶ୍ୱର,୪/୧୧(ଏସଏସ ନିଉଜ)ବସ୍ ଆଉ ଟ୍ରାଭେରା ମଧ୍ୟରେ ମୁହାଁମୁହିଁ ଧକ୍କାହେବା ଫଳରେ ୧୧ ଜଣଙ୍କ ଜୀବନ ଚାଲିଯାଇଛି। ଏଭଳି ଭୟଙ୍କର ଦୁର୍ଘଟଣା ମଧ୍ୟପ୍ରଦେଶର ବୈତୁଲ ପରତୱାଡା ଜାତୀୟ ରାଜପଥ ନିକଟରେ ଗତ ବିଳମ୍ବିତରାତିରେ ଏହି ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଓ ଟ୍ରାଭେରା କାର୍ ମଧ୍ୟରେ ଧକ୍କା ହେବାଫଳରେ ୧୧ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ୪ଜଣଙ୍କ ମୃତଦେହକୁ ଟ୍ରାଭେରା କାଟି ବାହାର କରାଯାଇଛି। ସମସ୍ତ ମୃତକ ଶ୍ରମିକ ବୋଲି ଜଣାପଡିଛି […]
ଭୁବନେଶ୍ୱର,୪/୧୧(ଏସଏସ ନିଉଜ)ସୁଦଶା ବ୍ରତ ଓ ଅଁଳାନବମୀରେ ଘରେ ହୋଇଥିବା ଖାଦ୍ୟ ଖାଇ ଗୋଟିଏ ପରିବାରର ୯ ଜଣ ସଦସ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ପୁରୀ ଜିଲ୍ଲା କଣାସ ବ୍ଲକ ଗଡ଼ିଶାଗୋଦା ଥାନା ଅନ୍ତର୍ଗତ ପାଇକମରା ଗ୍ରାମର ଅଖିଳ ସାହୁଙ୍କ ପରିବାରରେ ଘଟିଛି।
ବାଲେଶ୍ବର,୪/୧୧(ଏସଏସ ନିଉଜ)ଜଳେଶ୍ଵର ଥାନା ଅଧୀନସ୍ଥ ମହମ୍ମଦ ନଗର ପାଟଣା ପଞ୍ଚାୟତ କୁବାଡିଆ ଗ୍ରାମରେ ନିଜ ସ୍ତ୍ରୀକୁ ପିଟିପିଟି ମାରିଦେଇଛି ସ୍ଵାମୀ। ଆଜି ମହା ପଞ୍ଚକ ପର୍ବ ଆରମ୍ଭ ହେଉଥିବା ବେଳେ ଏପରି ଘଟଣାକୁ ନେଇ ଜଳେଶ୍ଵର ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ଅଭିଯୁକ୍ତକୁ ଗିରଫ କରିଛିପୁଲିସ ।
ଖୋର୍ଦ୍ଧା,୪/୧୧(ଏସଏସ ନିଉଜ) ବାଘମାରୀରେ ଓଲଟିଲା ଯାତ୍ରୀବାହୀ ବସ୍ ।ଦୁର୍ଘଟଣାରେ ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି । ୨ଜଣ ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଛି। ୧୦ଜଣ ଆହତ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପ୍ରବଳ କୁହୁଡ଼ି କାରଣରୁ ବସ୍ ଭାରସାମ୍ୟ ହରାଇଥିଲା । ବସ୍ଟି ବଲାଙ୍ଗିରରୁ ଭୁବନେଶ୍ବର ଅଭିମୁଖେ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା।
ଭୁବନେଶ୍ୱର,୪/୧୧(ଏସଏସ ନିଉଜ)୨ ପିଲାଙ୍କୁ ହାତୀ ଦଳିଦେଇଥିବାବେଳେ ବାପା, ମାଆ ଗୁରୁତର ଆହତ ହୋଇଛନ୍ତି।ଝାରସୁଗୁଡା ବାଗଡିହି ରେଞ୍ଜ୍ ଭଉଁରା ଗାଁ ନିକଟରେ ହାତୀଟି ଦଳିଦେଇଛି।ଇଟାଭାଟିରେ କାମ କରିବାକୁ ଆସି ପଲିଥିନ ତଳେ ରହୁଥିଲେ।ରାତିରେ ପଲିଥିନ ତଳେ ଶୋଇଥିଲା ବେଳେ ହାତୀ ଦଳି ମାରିଦେଇଥିଲା।ଦୁଇ ପିଲାଙ୍କୁ ଉଦ୍ଧାର ଉଦ୍ୟମ କରି ବାପା, ମାଆ ଆକ୍ରମଣର ଶିକାର ହୋଇଥିଲେ।ଗୁରୁତର ଅବସ୍ଥାରେ ବାପା, ମାଆ ଝାରସୁଗୁଡା ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି।ଇଟାଭାଟିରେ କାମ ପାଇଁ ଛତିଶଗଡରୁ ଦୁଇ ଦିନ ତଳେ ୩ ପିଲାଙ୍କୁ ସାଥିରେ […]