ଓଲଟିଲା ଯାତ୍ରୀବାହୀ ବସ
ପାଣିକୋଇଲି,୧/୧୦(ଡିଏନଏ) ଯାଜପୁର ଜିଳ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥର ସାହାପୁର ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟିଲା ଯାତ୍ରୀବାହୀ ବସ।ଯାହାଫଳରେ ୬ ଜଣ ଗୁରୁତର ହୋଇଥିବା ବେଳେ ୪୦ରୁ ଊର୍ଧ୍ବ ଆହତ ହୋଇଥିବାର ଜଣାପଡିଛି I
Browsing category
ପାଣିକୋଇଲି,୧/୧୦(ଡିଏନଏ) ଯାଜପୁର ଜିଳ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥର ସାହାପୁର ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟିଲା ଯାତ୍ରୀବାହୀ ବସ।ଯାହାଫଳରେ ୬ ଜଣ ଗୁରୁତର ହୋଇଥିବା ବେଳେ ୪୦ରୁ ଊର୍ଧ୍ବ ଆହତ ହୋଇଥିବାର ଜଣାପଡିଛି I
ଭୁବନେଶ୍ୱର,୧/୧୧(ଏସଏସ ନିଉଜ)ହାତୀକୁ ଟ୍ରାଙ୍କୁଲାଇଜ୍ କରାଗଲା ।ଭୁବନେଶ୍ବର ଆଇଗିଣିଆ ଅଞ୍ଚଳରେ ହାତୀକୁ ଟ୍ରାଙ୍କୁଲାଇଜ୍ କଲା ବନବିଭାଗ । ଟ୍ରାଙ୍କୁଲାଇଜ୍ ପରେ ହାତୀକୁ ଟାଙ୍ଗି ଚୌଦ୍ୱାର ଡିଭିଜନ କୁ ହସ୍ତାନ୍ତର କରାଯାଇଥିବାର ଜଣାପଡିଛି।
ଖୋର୍ଦ୍ଧା,୧/୧୧(ଏସଏସନିଉଜ)ଖୋର୍ଦ୍ଧା-ବୋଲଗଡ଼ ପଞ୍ଚୁକୋଟ ନିକଟ ଅଭିନନ୍ଦନ ଢାବା ନିକଟରେ କାର୍-ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି।କାରରେ ଥିବା ସମସ୍ତ ୩ ଜଣଙ୍କର ମୃତ୍ୟୁହୋଇଛି।ନୟାଗଡ଼ରୁ ଭୁବନେଶ୍ବର ଯିବା ବେଳେ ଦୁର୍ଘଟଣା ଘଟିଛି।
କେନ୍ଦୁଝର,୩୧/୧୦(ଏସଏସ ନିଉଜ)ଟ୍ରକ୍କୁ ଲୁଟ୍ ପାଇଁ ଡ୍ରାଇଭରକୁ ହତ୍ୟା କରାଯାଇଥିବାର ଅନୁମାନ କରାଯାଉଛି ।ଟ୍ରକ୍ ଭିତରୁ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି। ସଦର ଥାନା ବନାଯୋଡି ଟୋଲ ଗେଟ୍ ନିକଟରେ ଟ୍ରକ୍ ଭିତରେ ମୃତଦେହ ହୋଇଛି।ମୃତକ ଟ୍ରକ୍ ଡ୍ରାଇଭର ହୋଇଥିବା ଅନୁମାନ କରାଯାଉଥିବାବେଳେ ଲୁଟ୍ ଉଦ୍ଦେଶ୍ୟରେ ହତ୍ୟା ସନ୍ଦେହ କରାଯାଉଛି।
ପୁରୀ,୩୧/୧୦(ଏସଏସ ଇଉଜ)୯୦ଲକ୍ଷର ବ୍ରାଉନସୁଗାର ଜବତ ପୁରୀରୁ ୮୯୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ବାସେଳୀସାହି ଥାନା ପୋଲିସ ଓ STF ଦ୍ୱାରା ଜବତ ହୋଇଛି। ଜବତ ବ୍ରାଉନସୁଗାର ମୂଲ୍ୟ ପ୍ରାୟ ୯୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି।
ରାଉରକେଲା,୩୧/୧୦(ଏସ ଏସ ନିଉଜ)ଦେଓଗାଁ ହାଟିଙ୍ଗ ବସ୍ତିରେ ଘରୋଇ କଳିକୁ କେନ୍ଦ୍ର କରି ସ୍ୱାମୀର ଟାଙ୍ଗିଆ ଚୋଟରେ ପତ୍ନୀ ମୃତ୍ୟୁବରଣ କରିଛି ।ହତ୍ୟାକାରୀ ସ୍ୱାମୀ ଡିଭୁ ସାଣ୍ଡିଲକୁ ଗିରଫ କରିବାସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆରଜିଏଚ ପଠାଇଛି ରଘୁନାଥପାଲି ପୁଲିସ।
ଭୁବନେଶ୍ୱର,୩୧/୧୦(ଏସଏସ ନିଉଜ) ଯାତ୍ରାମଞ୍ଚରେ ସମସ୍ତଙ୍କୁ ହସାଇହସାଇ ବେଦମ କରୁଥିବା କମେଡିକିଙ୍ଗ ମଣିଭଦ୍ର ବିଶ୍ୱାଳ ଆଜି ନିଜେ ନିଜେ କାନ୍ଦୁଛନ୍ତି ।ରାତିଅନିଦ୍ରା ହୋଇ ମୁହଁରେ ପାଉଡରମାରି ନିଜ ପିଲାମାନଙ୍କୁ ମଣିଷ କରିବାପାଇଁ ଟଙ୍କା ରୋଜଗାର କରୁଥିଲେ ।କିନ୍ତୁ ସେହି ପୁଆ ଆଜି ପର କରିଦେଲା ।ପୁଅ ନିର୍ଯାତନା ଦେଇ ଘରୁ ତଡ଼ିଦେବାରୁ ତାଙ୍କର ନୂଆ ଠିକଣା ଏବେ ପାରାଦୀପ ଗଡ ରତ୍ନମାଳୀ ଜେମା ଜରାଶ୍ରମ ହୋଇଛି।
ଭୁବନେଶ୍ୱର,୩୦/୧୦(ଏସଏସନିଉଜ)ସୁବର୍ଣ୍ଣଗିରି ସଂରକ୍ଷିତଜଙ୍ଗଲରେ ୯ହେକ୍ଟର ବେଆଇନ ଗଂଜେଇଗଛ ନଷ୍ଟକଲା ବନବିଭାଗ । ୯ହେକ୍ଟର ଜମିରେ ୧୫ହଜାର ୭ଶହ ଗଛ ନଷ୍ଟ କରାଯାଇଛି । ଆଗକୁ ମଧ୍ୟ ଏହି ବେଆଇନ ଗଞ୍ଜାଇଗଛ ନଷ୍ଟ କରାଯିବ ବୋଲି ବନବିଭାଗର ସୂଚନା ରହିଛି ।
କଳାହାଣ୍ଡି,୩୦/୧୦(ଏସଏସନିଉଜ) ଥୁଆମୂଳ ରାମପୁରରାସ୍ତା ସାଈଧାମନିକଟରେ ଭୁଶୁଡ଼ିପଡିଛିବ୍ରିଜ । ବ୍ରିଜ୍ ଉପରେ ଯାଉଥିବା ୨ଟି କାର୍ ପୋଲ ଭିତରେ ପଡି ଯାଇଥିବାର ସୁଚନା ମିଳିଛି । ଭବାନୀପାଟଣାରୁ ପୂର୍ଲିଝରଣ ଦର୍ଶନପାଇଁ ଯିବାସମୟରେ ଏହି ଅଘଟଣ ଘଟିଛି ।ସମସ୍ତଙ୍କୁ ସ୍ଥାନୀୟଲୋକ ଓ ପୋଲିସ ଉଦ୍ଧାରକରି ଭବାନୀପାଟଣା ମୁଖ୍ୟଚିକିତ୍ସାଳୟରେ ଚିକିସ୍ାପାଇଁ ଭର୍ତି କରିଛନ୍ତି ।
ବାରଙ୍ଗ,୩୦/୧୦(ଏସଏସ ନିଉଜ) ଗତ ଦୁଇମାସର ବ୍ୟବଧାନ ପରେ ପୁଣି ଦାରୁଠେଙ୍ଗ ଗାଁ ମୁଣ୍ଡରେ ଅଲିଆ ବୋଝେଇ ଗାଡି ଧକାରେ ରବିବାର ସକାଳେ ଜଣଙ୍କର ମୃତୁ ଘଟିଛି।ମୃତ ବ୍ୟକ୍ତିଙ୍କ ନାମ ରାମ ଘାଗରାଇ ବୋଲି ଜଣାପଡିଛି।ଖବର ପାଇ ଚନ୍ଦକା ପୋଲିସ ଘଟଣାସ୍ଥଳରେ ପହଁଚିଛି।ଅନ୍ୟପଟେ ସେଠାରେ ଉତେଜନା ଦେଖାଦେଇଛି।