Browsing category

ଅପରାଧ

ଡକାୟତି ମାମଲାରେ ୫ଜଣଙ୍କୁ ଗିରଫ କଲା ପୋଲିସ

କଟକ,୨୯/୧୦(ଏସଏସ ନିଉଜ) ମହାନଦୀ ବିହାରରେ ବିଲଡରଙ୍କ ଘରେ ପଶି ଡକାୟତି ମାମଲାରେ ୫ ଜଣ ଗିରଫ କରିଛି ପୋଲିସ।ସେମାନଙ୍କଠାରୁ ଗୋଟିଏ ଲେଖାଏଁ କାର୍ ଓ ବାଇକ୍ ସମେତ ନଗଦ ୧ ଲକ୍ଷ ୮୦ ହଜାର ଟଙ୍କା, ୭ ମୋବାଇଲ ଜବତ କରିଛି।ଡକାୟତିର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଫେରାର ଥିବା ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ଲୋପ ପାଉଛି ମାଓ ସଂଗଠନ

ମାଲକାନଗିରି,୨୯/୧୦(ଏସ ଏସନିଉଜ) ଲୋପ ପାଉଛି ମାଓ ସଂଗଠନ। ବିପୁଳ ପରିମାଣରେ ମାଓ ସମଗ୍ରୀ ଜବତ କଲେ ଯବାନ। ମାଲକାନଗିରି ସ୍ବାଭିମାନ ଅଂଚଳ ସମେତ, କାଲିମେଳା ଓ ମାଥିଲି ଅଂଚଳରୁ ବିପୁଣ ପରିମାଣରେ ମାଓ ସମଗ୍ରୀ ଜବତ କଲେ ବିଏସଏଫ ଓ ଡିଭିଏଫ ଯବାନ।

ମଝି ଚିଲିକାରେ ଅଟକିଲା ଯାତ୍ରୀବାହୀ ଡଙ୍ଗା

ଚିଲିକା,୨୯/୧୦(ଏସଏସ ନିଉଜ)ସାତପଡ଼ା ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଡଙ୍ଗାରେ ଅଛନ୍ତି ୪୦ରୁ ଅଧିକ ଯାତ୍ରୀ ଓ ୧୫ଟି ବାଇକ । ମଝିରେ ଡଙ୍ଗାର ମେସିନ ଖରାପ ହେଇଥିଲା । ମଝି ଚିଲିକାରେ ଅଟକି ରହିଛି ଯାତ୍ରୀବାହୀ ଡଙ୍ଗା । ସାତପଡ଼ାରୁ ଜହ୍ନିକୁଦା ଘାଟ ନିକଟକୁ ଆସୁଥିଲା ଡଙ୍ଗା ।

ରାଜଧାନୀରେ ଛାତ୍ରକଂଗ୍ରେସ ଓ ପୁଲିସ୍‌ ମୁହାଁମୁହିଁ

ଭୁବନେଶ୍ୱର,୨୯/୧୦(ଏସଏସ ନିଉଜ)ଜିଲ୍ଲାପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାରେ ମନ୍ତ୍ରୀ ସମୀର ଦାଶଙ୍କ ଇସ୍ତଫା ଦାବିରେ ନବୀନ ନିବାସ ଘେରାଉ ପାଇଁ ଛାତ୍ର କଂଗ୍ରେସର ଉଦ୍ୟମ ହୋଉଛି। ଏହାପରେ ପୋଲିସ ସହ ଛାତ୍ର କଂଗ୍ରେସର ମୁହାଁମୁହିଁ ସ୍ଥିତି ଉପୁଜିଛି। ଛାତ୍ରକଂଗ୍ରେସ ସଦସ୍ୟମାନେ ନବୀନ ନିବାସକୁ ଘେରାଉ କରିବା ସମୟରେ ପୁଲିସ୍‌ ସେମାନଙ୍କୁ ଅଟକାଇ ବାକୁ ଉଦ୍ୟମ କରିବା ଫଳରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଛାତ୍ର କଂଗ୍ରେସର ସଦସ୍ୟମାନେ ପୁଲିସ୍‌ ଉପରକୁ ଅଣ୍ଡା ଓ ଟମାଟର୍‌ ମାରିଥିବା […]

ଶବ ସତ୍କାରରେ ବିବାଦ

ଉମରକୋଟ,୨୯/୧୦(ଏସଏସ ନିଉଜ)ଉମରକୋଟରେ ପୁଣି ମଶାଣି ବିବାଦ ଦେଖାଦେଇଛି।ହୋଇପାରୁନି ଶବ ସତ୍କାର । ମୃତକଙ୍କ ପରିବାର ଧର୍ମ ପରିବର୍ତ୍ତନ କରିବା ଅଭିଯୋଗରେ ଗାଁରେ ବିରୋଧ; ଗୁଲିବଡ଼ନା ଗାଁ ମଶାଣିରେ ବୃଦ୍ଧଙ୍କ ମୃତଦେହ ପୁରାଇ ଦେଉନାହାନ୍ତି ଗାଁ ଲୋକେ।

୫ଦାଦନ ଶ୍ରମିକକୁ ଉଦ୍ଧାରକଲା ପୋଲିସ

ଖପ୍ରାଖୋଲ,୨୯/୧୦(ଏସଏସ ନିଉଜ)ଖପ୍ରାଖୋଲ ଥାନା ପୁଲିସ ଚଢ଼ଉ କରି ମୋଟର ସାଇକେଲ ରେ ଚାଲାଣ ହେଉଥିବା ୫ ଜଣ ଦାଦନ ଶ୍ରମିକକୁ ଉଦ୍ଧାର କରିବା ସହ ଜଣେ ଦଳାଲ ସାନ ଉଡ଼େନ୍ ଗାଁର ଦାଦନ ସର୍ଦ୍ଦାର ଘନଶ୍ୟାମ ଜାଲକୁ ଗିରଫ କରିଛି । ପୁଲିସ ସକାଳେ ପେଟ୍ରୋଲିଙ୍ଗ କରିବା ସମୟରେ ମୋଟର ସାଇକେଲରେ ଯାଉଥିବା କିଛି ଲୋକଙ୍କୁ ଅଟକାଇ ପଚରାଉଚରା କରିବାପରେ ଶ୍ରମିକଙ୍କୁ ଦାଦନଚାଲାଣ କରୁଥିବା ଜାଣିବାକୁ ପାଇଥିଲେ।

ଡ୍ୟାମ୍‌କୁ ଡେଇଁଲେ ଯୁବକ

କେନ୍ଦୁଝର,୨୮/୧୦(ଏସଏସ ନିଉଜ) ସଦରଥାନା କାଇଁଝରି ଡ୍ୟାମ୍କୁ ଡେଇଁ ଯୁବକ ନିଖୋଜ ହୋଇଛନ୍ତି।ଡ୍ୟାମ ଉପରେ ବାଇକ୍ ରଖି ଡେଇଁ ପଡ଼ିଥିବା ସୂଚନା ମିଳିଛି।ନିଖୋଜ ଯୁବକ ସ୍ଥାନୀୟ ନରଣପୁରର ପ୍ରତୀକ ମହାନ୍ତି ବୋଲି ଜଣାପଡିଛି। ଡ୍ୟାମ୍‌କୁ ଡେଇଁବା କାରଣ ଅସ୍ପଷ୍ଟ ରହିଥିବାବେଳେ ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି ରହିଛି।

5T ସ୍କୁଲରୁ ଖସିଲା ସିଲିଂ

କେନ୍ଦୁଝର,୨୮/୧୦(ଏସ ଏସ ନିଉଜ)ଛାତରୁ ଖସିପଡିଲା ସିଲି।ଯାହାଫଳରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ।ଘଟଗାଁ ବ୍ଲକ ଢେଙ୍କିକୋଟର 5T ସ୍କୁଲ ସତ୍ୟନାରାୟଣ ବିଦ୍ୟାପୀଠରେ ଏହି ଅଘଟଣ ଘଟିଛି।ଷ୍ଟାଫ୍ କମନ ରୁମ୍‌ରେ ଶିକ୍ଷକ ଶିକ୍ଷୟିତ୍ରୀ ବସିଥିବା ବେଳେ ଖସିପଡିଥିଲା ସିଲିଂ।

ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର,୨୮/୧୦(ଏସଏସ ନିଉଜ) ଭିଜିଲାନ୍ସ ଜାଲରେ RWSS ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନିହାର ଦାସ।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍।ଏକକାଳୀନ ୬ଟି ଜାଗାରେ ଚଢାଉ କରିଛି ଭିଜିଲାନ୍ସ ଟିମ୍।ଚଢାଉରେ ୫ DSP, ୧୨ ଇନ୍‌ସ୍ପେକ୍ଟର, ଜଣେ SI ଏବଂ ୧୧ ASI ସାମିଲ ହୋଇଛନ୍ତି।

ନମୁନା ଗଲ ଓୟୁଏଟି

ଅନୁଗୋଳ, ୨୭/୧୦(ଏସଏସନିଉଜ)ସାତକୋଶିଆ ବନ୍ୟପ୍ରାଣୀ ପମ୍ପାସରରେଞ୍ଜ ଜଗନ୍ନାଥପୁର ବିଟ୍‌ରେ ଶାବକସହ କଲରାପତରିଆ ବାଘର ମୃତଦେହ ଠାବ ହୋଇଛି । ୧୦ରୁ୧୨ଦିନ ତଳୁ ଉଭୟଙ୍କ ମୃତ୍ୟୁ ହୋଇଥିବା ଆର୍‌ସିସିଏଫଙ୍କ ସୂଚନା ରହିଛି ।ତେବେ ମୃତ୍ୟୁର ପକୃତକାରଣ ଜାଣିବାକୁ ନମୁନାକୁ ଓୟୁଏଟିକୁ ପଠାଯାଇଛି ।