Browsing category

ଅପରାଧ

କାର୍-ଟ୍ରକ ମୁହାଁମୁହିଁ ଧକ୍କା

ଖୋର୍ଦ୍ଧା,୧/୧୧(ଏସଏସନିଉଜ)ଖୋର୍ଦ୍ଧା-ବୋଲଗଡ଼ ପଞ୍ଚୁକୋଟ ନିକଟ ଅଭିନନ୍ଦନ ଢାବା ନିକଟରେ କାର୍-ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି।କାରରେ ଥିବା ସମସ୍ତ ୩ ଜଣଙ୍କର ମୃତ୍ୟୁହୋଇଛି।ନୟାଗଡ଼ରୁ ଭୁବନେଶ୍ବର ଯିବା ବେଳେ ଦୁର୍ଘଟଣା ଘଟିଛି।

ଟ୍ରକ୍‌କୁ ଲୁଟ୍ ପାଇଁ ଡ୍ରାଇଭରକୁ ହତ୍ୟା!

କେନ୍ଦୁଝର,୩୧/୧୦(ଏସଏସ ନିଉଜ)ଟ୍ରକ୍‌କୁ ଲୁଟ୍ ପାଇଁ ଡ୍ରାଇଭରକୁ ହତ୍ୟା କରାଯାଇଥିବାର ଅନୁମାନ କରାଯାଉଛି ।ଟ୍ରକ୍ ଭିତରୁ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି। ସଦର ଥାନା ବନାଯୋଡି ଟୋଲ ଗେଟ୍ ନିକଟରେ ଟ୍ରକ୍ ଭିତରେ ମୃତଦେହ ହୋଇଛି।ମୃତକ ଟ୍ରକ୍ ଡ୍ରାଇଭର ହୋଇଥିବା ଅନୁମାନ କରାଯାଉଥିବାବେଳେ ଲୁଟ୍ ଉଦ୍ଦେଶ୍ୟରେ ହତ୍ୟା ସନ୍ଦେହ କରାଯାଉଛି।

୯୦ଲକ୍ଷର ବ୍ରାଉନସୁଗାର ଜବତ

ପୁରୀ,୩୧/୧୦(ଏସଏସ ଇଉଜ)୯୦ଲକ୍ଷର ବ୍ରାଉନସୁଗାର ଜବତ ପୁରୀରୁ ୮୯୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ବାସେଳୀସାହି ଥାନା ପୋଲିସ ଓ STF ଦ୍ୱାରା ଜବତ ହୋଇଛି। ଜବତ ବ୍ରାଉନସୁଗାର ମୂଲ୍ୟ ପ୍ରାୟ ୯୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି।

ସ୍ୱାମୀର ଟାଙ୍ଗିଆ ନେଲା ପତ୍ନୀର ଜୀବନ

ରାଉରକେଲା,୩୧/୧୦(ଏସ ଏସ ନିଉଜ)ଦେଓଗାଁ ହାଟିଙ୍ଗ ବସ୍ତିରେ ଘରୋଇ କଳିକୁ କେନ୍ଦ୍ର କରି ସ୍ୱାମୀର ଟାଙ୍ଗିଆ ଚୋଟରେ ପତ୍ନୀ ମୃତ୍ୟୁବରଣ କରିଛି ।ହତ୍ୟାକାରୀ ସ୍ୱାମୀ ଡିଭୁ ସାଣ୍ଡିଲକୁ ଗିରଫ କରିବାସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆରଜିଏଚ ପଠାଇଛି ରଘୁନାଥପାଲି ପୁଲିସ।

କମେଡିକିଙ୍ଗ ମଣିଭଦ୍ର ବିଶ୍ୱାଳଙ୍କ ନୂଆ ଠିକଣା

ଭୁବନେଶ୍ୱର,୩୧/୧୦(ଏସଏସ ନିଉଜ) ଯାତ୍ରାମଞ୍ଚରେ ସମସ୍ତଙ୍କୁ ହସାଇହସାଇ ବେଦମ କରୁଥିବା କମେଡିକିଙ୍ଗ ମଣିଭଦ୍ର ବିଶ୍ୱାଳ ଆଜି ନିଜେ ନିଜେ କାନ୍ଦୁଛନ୍ତି ।ରାତିଅନିଦ୍ରା ହୋଇ ମୁହଁରେ ପାଉଡରମାରି ନିଜ ପିଲାମାନଙ୍କୁ ମଣିଷ କରିବାପାଇଁ ଟଙ୍କା ରୋଜଗାର କରୁଥିଲେ ।କିନ୍ତୁ ସେହି ପୁଆ ଆଜି ପର କରିଦେଲା ।ପୁଅ ନିର୍ଯାତନା ଦେଇ ଘରୁ ତଡ଼ିଦେବାରୁ ତାଙ୍କର ନୂଆ ଠିକଣା ଏବେ ପାରାଦୀପ ଗଡ ରତ୍ନମାଳୀ ଜେମା ଜରାଶ୍ରମ ହୋଇଛି।

ବେଆଇନ ଗଂଜେଇଗଛ ନଷ୍ଟକଲା ବନବିଭାଗ

ଭୁବନେଶ୍ୱର,୩୦/୧୦(ଏସଏସନିଉଜ)ସୁବର୍ଣ୍ଣଗିରି ସଂରକ୍ଷିତଜଙ୍ଗଲରେ ୯ହେକ୍ଟର ବେଆଇନ ଗଂଜେଇଗଛ ନଷ୍ଟକଲା ବନବିଭାଗ । ୯ହେକ୍ଟର ଜମିରେ ୧୫ହଜାର ୭ଶହ ଗଛ ନଷ୍ଟ କରାଯାଇଛି । ଆଗକୁ ମଧ୍ୟ ଏହି ବେଆଇନ ଗଞ୍ଜାଇଗଛ ନଷ୍ଟ କରାଯିବ ବୋଲି ବନବିଭାଗର ସୂଚନା ରହିଛି ।

ଭୁଶୁଡ଼ିଲା ବ୍ରିଜ୍, ତଳକୁ ଖସିଲା କାର୍

କଳାହାଣ୍ଡି,୩୦/୧୦(ଏସଏସନିଉଜ) ଥୁଆମୂଳ ରାମପୁରରାସ୍ତା ସାଈଧାମନିକଟରେ ଭୁଶୁଡ଼ିପଡିଛିବ୍ରିଜ । ବ୍ରିଜ୍ ଉପରେ ଯାଉଥିବା ୨ଟି କାର୍ ପୋଲ ଭିତରେ ପଡି ଯାଇଥିବାର ସୁଚନା ମିଳିଛି । ଭବାନୀପାଟଣାରୁ ପୂର୍ଲିଝରଣ ଦର୍ଶନପାଇଁ ଯିବାସମୟରେ ଏହି ଅଘଟଣ ଘଟିଛି ।ସମସ୍ତଙ୍କୁ ସ୍ଥାନୀୟଲୋକ ଓ ପୋଲିସ ଉଦ୍ଧାରକରି ଭବାନୀପାଟଣା ମୁଖ୍ୟଚିକିତ୍ସାଳୟରେ ଚିକିସ୍‌ାପାଇଁ ଭର୍ତି କରିଛନ୍ତି ।  

ପୁଣି ଅଳିଆ ଗାଡିନେଲା ଜୀବନ

ବାରଙ୍ଗ,୩୦/୧୦(ଏସଏସ ନିଉଜ) ଗତ ଦୁଇମାସର ବ୍ୟବଧାନ ପରେ ପୁଣି ଦାରୁଠେଙ୍ଗ ଗାଁ ମୁଣ୍ଡରେ ଅଲିଆ ବୋଝେଇ ଗାଡି ଧକାରେ ରବିବାର ସକାଳେ ଜଣଙ୍କର ମୃତୁ ଘଟିଛି।ମୃତ ବ୍ୟକ୍ତିଙ୍କ ନାମ ରାମ ଘାଗରାଇ ବୋଲି ଜଣାପଡିଛି।ଖବର ପାଇ ଚନ୍ଦକା ପୋଲିସ ଘଟଣାସ୍ଥଳରେ ପହଁଚିଛି।ଅନ୍ୟପଟେ ସେଠାରେ ଉତେଜନା ଦେଖାଦେଇଛି।

ଡକାୟତି ମାମଲାରେ ୫ଜଣଙ୍କୁ ଗିରଫ କଲା ପୋଲିସ

କଟକ,୨୯/୧୦(ଏସଏସ ନିଉଜ) ମହାନଦୀ ବିହାରରେ ବିଲଡରଙ୍କ ଘରେ ପଶି ଡକାୟତି ମାମଲାରେ ୫ ଜଣ ଗିରଫ କରିଛି ପୋଲିସ।ସେମାନଙ୍କଠାରୁ ଗୋଟିଏ ଲେଖାଏଁ କାର୍ ଓ ବାଇକ୍ ସମେତ ନଗଦ ୧ ଲକ୍ଷ ୮୦ ହଜାର ଟଙ୍କା, ୭ ମୋବାଇଲ ଜବତ କରିଛି।ଡକାୟତିର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଫେରାର ଥିବା ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ଲୋପ ପାଉଛି ମାଓ ସଂଗଠନ

ମାଲକାନଗିରି,୨୯/୧୦(ଏସ ଏସନିଉଜ) ଲୋପ ପାଉଛି ମାଓ ସଂଗଠନ। ବିପୁଳ ପରିମାଣରେ ମାଓ ସମଗ୍ରୀ ଜବତ କଲେ ଯବାନ। ମାଲକାନଗିରି ସ୍ବାଭିମାନ ଅଂଚଳ ସମେତ, କାଲିମେଳା ଓ ମାଥିଲି ଅଂଚଳରୁ ବିପୁଣ ପରିମାଣରେ ମାଓ ସମଗ୍ରୀ ଜବତ କଲେ ବିଏସଏଫ ଓ ଡିଭିଏଫ ଯବାନ।