Browsing category

ଅପରାଧ

ଥାନାରେ ଅଭିଯୋଗ

ଭୁବନେଶ୍ୱର,୨୭/୧୦(ଏସଏସନିଉଜ) ସୂର‌୍ୟ୍ୟପରାଗରେ ହେତୁବାଦୀ ଚିକେନ୍ ବିରିୟାନୀ ଖାଇବା ଘଟଣାରେ ଦୁଇ ହେତୁବାଦୀ ଦେବେନ୍ଦ୍ର ସୂତାର ଓ ପ୍ରତାପ ରଥଙ୍କ ନାଁରେ କଟକ ମର୍କତନଗର ଥାନାରେ ଅଭିଯୋଗ ହୋଇଛି ।ହିନ୍ଦୁପରମ୍ପରା ଓ ଭାବନାକୁ ଆଘାତ ଦେବା ଅଭିଯୋଗରେ ଶ୍ରୀଜଗନ୍ନାଥଚାରଣ ଓ ନିଖିଳ ଉତ୍କଳପ୍ରବକ୍ତାଙ୍କ ପକ୍ଷରୁ ଏତଲା ଦିଆଯାଇଥିବାର ଜଣାପଡିଛି ।

ଭିଜିଲାନ୍ସ ଜାଲରେ କିରାଣି

ବ୍ରହ୍ମପୁର,୨୭/୧୦(ଏସଏସନିଉଜ) ଭିଜିଲାନ୍ସ ଜାଲରେ ଡ୍ରଗ୍ସ ଇନ୍ସପେକ୍ଟର ଅଫିସର ଗଂଜାମ ରେଞ୍ଜ-୧ର କନିଷ୍ଠ କିରାଣି ଜୟନ୍ତ ମଲ୍ଲିକ ଓ ଡାଟା ଏଣ୍ଟ୍ରି ଅପରେଟର୍ ପ୍ରେମାଞ୍ଜନ ସ୍ୱାଇଁ । ଏକ ମେଡିସିନ୍ ଦୋକାନର ସ୍ଥାନ ପରିବର୍ତ୍ତନ ପାଇଁ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପିଛନ୍ତି ।

ଅର୍ଚ୍ଚନା ମାମଲାର ତଦନ୍ତ କରିବ ଇଡି

ଭୁୁବନେଶ୍ୱର,୨୭/୧୦(ଏସଏସନିଉଜ) ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ଘଟଣାରେ କମିଶନରେଟ ପୋଲିସ ଠାରୁ ୠଓଜ କପି ନେଲା ଋଊ । ଗତକାଲି ପୋଲିସ ଠାରୁ ୠଓଜ କପି ନେଇଥିବା ସୂଚନାମିଳିଛି । ଏହାପରେ ଇଡି ହାତରେ ଅର୍ଚ୍ଚନା ମାମଲା। ୨ଟି ଏତଲା କପି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ହସ୍ତାନ୍ତର କଲା କମିସନରେଟ ପୁଲିସ। ଖଣ୍ଡଗିରି ଓ ନୟାପଲ୍ଲୀ ଥାନାର ଏତଲା କପିକୁ ନେଇ ଅର୍ଚ୍ଚନା ମାମଲାର ତଦନ୍ତ କରିବ ଇଡି।

ମନ୍ତ୍ରୀଙ୍କୁ ଦେଖାଇଲେ କଳାପତାକା

ଭୁୁବନେଶ୍ୱର,୨୭/୧୦(ଏସଏସନିଉଜ) ଦୁଇ ମନ୍ତ୍ରୀଙ୍କୁ କଳାପତାକା ଦେଖାଇଲେ ଯୁବ କଂଗ୍ରେସ କର୍ମୀ। ଆଠଗଡ଼ ବସ୍‌ଷ୍ଟାଣ୍ଡ ଉଦଘାଟନ ପାଇଁ ଗଲା ବେଳେ ମନ୍ତ୍ରୀ ଊଷା ଦେବୀ ଓ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ କଳାପତାକା ଦେଖାଇଲେ। ଚାନ୍ଦବାଲି ଛକରେ କଳାପତାକା ଦେଖାଇ ଯୁବ କଂଗ୍ରେସ କର୍ମୀ ଅଟକ ଥିବାର ଜଣାପଡିଛି ।ଅନ୍ୟପଟେ କେନ୍ଦ୍ରାପଡ଼ା, ମହାକାଳପଡ଼ା, ଜମ୍ବୁ ପଞ୍ଚାୟତରେ ଖାଦ୍ୟୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗମନ୍ତ୍ରୀ ଅତନୁସବ୍ୟସାଚୀନାୟକଙ୍କୁ ବିରୋଧ କରି ମନ୍ତ୍ରୀଙ୍କ ଗାଡି ଅଟକାଇଲେ ଶତାଧିକ ଲୋକେ । ମନ୍ତ୍ରୀ ଗାଡ଼ିରୁ ବାହାରି […]

ନୃଶଂସ ପୁଅ ହତ୍ୟା କଲା !

ଆସିକା,୨୫/୧୦(ଏସଏସ ନିଉଜ) ବିଳମ୍ବିତ ରାତିରେ ପଢ଼ାଳ ଗାଁରେ ବାପାଙ୍କୁ ଛୁରି ଭୁସି ନୃଶଂସ ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ପୁଅ ଫେରାର ହୋଇଯାଇଛି।ପ୍ରାଥମିକ ସୂଚନା ମୁତାବକ, ଗତ ରାତିରେ କୌଣସି କାରଣକୁ କେନ୍ଦ୍ର କରି ଦେବରାଜ ଓ ତାଙ୍କ ପୁଅ ଅରୁଣ ନାହାକଙ୍କ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ଅରୁଣ ନିଶାସକ୍ତ ଅବସ୍ଥାରେ ପ୍ରଥମେ ମା ଓ ଭଉଣୀଙ୍କୁ ଆକ୍ରମଣ କରିଥିଲେ । ଏହାକୁ ଦେବରାଜ ବିରୋଧ କରିବାରୁ ସେ […]

ଜାନୁ ଆମେ ଫଶିଗଲେ

  ଭୁବନେଶ୍ୱର,୨୫/୧୦(ଏସଏସ ନିଉଜ)ଜେଲରେ ଅର୍ଚ୍ଚନା- ଜଗବନ୍ଧୁଙ୍କୁ ମିଳୁନି ରାଜପଲଙ୍କ। ଶୋଇବାକୁ ପଡୁଛି ଭଙ୍ଗାଖଟରେ ।ମିଳୁନି ଫାଇଭ୍ଷ୍ଟାର ହୋଟେଲର ଖାଇବା। ୨୦ ମିନିଟ୍ ର କଥା ବାର୍ତ୍ତାରେ କିଛି ଏମିତି ସୁଃଖ ଦୁଃଖ ହୋଇଥିଲେ ଅର୍ଚ୍ଚନା-ଜଗବନ୍ଧୁ ।

ବାରଣ ସତ୍ତ୍ୱେ ଫୁଟିଲାବାଣ

ଭୁବନେଶ୍ୱର,୨୫/୧୦(ଏସଏସ ନିଉଜ)ବାରଣ ସତ୍ତ୍ୱେ ରାଜଧାନୀ ଦିଲ୍ଲୀରେ ଫୁଟିଲା ବାଣ। ଦୀପାବଳି ଅବସରରେ ଏଠାରେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲେ ସୁୂଦ୍ଧା ଦିଲ୍ଲୀବାସୀ ଏହି ନିୟମକୁ ଉଲ୍ଲଙ୍ଘନ କରିଛନ୍ତି। ଖୋଲାଖୋଲି ଭାବେ ପ୍ରବଳ ବାଣ ଫୁଟାଇଛନ୍ତି। ଫଳରେ ଦିଲ୍ଲୀ ସମେତ ଅନେକ ସହରର ବାୟୁ ବିଷାକ୍ତ ହୋଇପଡିଛି । ବାଣ ଫୁଟିବା ଫଳରେ ପ୍ରଦୂଷଣ ସ୍ତର ଆହୁରି ଖରାପ ହୋଇଯାଇଛି। ଏଠାକାର ଏୟାର କ୍ୱାଲିଟି ଇଣ୍ଡେକ୍ସ ଅତ୍ୟନ୍ତ ତଳସ୍ତରକୁ ଖସି ଆସିଛି।

ହାଇସ୍କୁଲରେ ଗୁଳି!

ଭୁବନେଶ୍ୱର,୨୫/୧୦(ଏସଏସ ନିଉଜ)ଆମେରିକାର ଏକ ହାଇସ୍କୁଲରେ ଗୁଳିକାଣ୍ଡ ଯୋଗୁ ୨ଜଣ ମୃତ ଓ ୬ଜଣ ଆହତ ହୋଉଛନ୍ତି।ମସୌରିସ୍ଥିତ ସେଣ୍ଟ ଲୁଇସ ହାଇସ୍କୁଲରେ ବନ୍ଧୁକଧାରୀର ଆଖିବୁଜା ଫାୟାରିଂ , ସ୍କୁଲ ପରିସରରେ ବନ୍ଧୁକଧାରୀକୁ ଗୁଳି କରି ହତ୍ୟା , ଆକ୍ରମଣର କାରଣ ଅସ୍ପଷ୍ଟ!

ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା

ବାଲିଗୁଡା,୨୫/୧୦(ଏସଏସ ନିଉଜ)ପୋଲିସ ଓ ମାଓବାଦୀ ଗୁଳିବିନିମୟ ରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ନିକଟଜଙ୍ଗଲରେ ଜଣେ ମହିଳା ମାଓବାଦୀ ମୃତ୍ୟୁବରଣ କରିଛନ୍ତି ।ଏହି ଘଟଣାର ଦଶ ଦିନ ପରେ ପୋଲିସ ଇନଫରମର ସନ୍ଦେହରେ ବାଲିଗୁଡାଥାନା ଅନ୍ତର୍ଗତ ଟିକରବାଜୁ ଗ୍ରାମର ନୀଳକଣ୍ଠ ନାମକ ଜଣଙ୍କୁ ନିର୍ମମ ଭାବେ ମାଓବାଦୀ ହତ୍ୟା କରିଛନ୍ତି ।ଏହାପରେ ଜାର୍ଗୀ ନିକଟରେ ଠିକା ସଂସ୍ଥାଦ୍ୱାରା ହେଉଥିବା ରାସ୍ତାକାମରେ ବ୍ୟବହାର ହୋଇଥିବା ଗୋଟିଏ ଜେସିବି ଏବଂ ଗୋଟିଏ ଟ୍ରାକ୍ଟର ପୋଡି ଦେଇଛନ୍ତି l […]

ବିଲରୁ ମିଳିଲା ଯୁବକଙ୍କ ମୃତଦେହ

ଖୋର୍ଦ୍ଧା,୨୫/୧୦(ଏସଏସ ନିଉଜ) ଟାଙ୍ଗୀବ୍ଲକ ଅନ୍ତର୍ଗତ ମଙ୍ଗଳାଯୋଡି ରାସ୍ତାର ଏକ ବିଲ ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ମଙ୍ଗଳାଯୋଡି ଗାଁର ଗଙ୍ଗାଧର ଦାସଙ୍କ ପୁଅ ନିହାର ଦାସ। ନିହାରଙ୍କ ମୃତଦେହ ନିକଟରେ ତାଙ୍କ ବାଇକ୍ ଓ ମୋବାଇଲ ପଡ଼ିଛି ।ଗତକାଲି ସନ୍ଧ୍ୟାବେଳେ ନିହାର ଘର ବାହାରକୁ ଯାଇ ଆଉ ଘରକୁ ଫେରିନଥିଲେ। ପରିବାର ଲୋଲେ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ, ହେଲେ ପାଇଥିଲେ। ଆଜି ସକାଳେ ମଙ୍ଗଳାଯୋଡି ରାସ୍ତାର ବିଲ […]