୨ ପିଲାଙ୍କୁ ଦଳିଦେଲା ହାତୀ

ଭୁବନେଶ୍ୱର,୪/୧୧(ଏସଏସ ନିଉଜ)୨ ପିଲାଙ୍କୁ ହାତୀ ଦଳିଦେଇଥିବାବେଳେ ବାପା, ମାଆ ଗୁରୁତର ଆହତ ହୋଇଛନ୍ତି।ଝାରସୁଗୁଡା ବାଗଡିହି ରେଞ୍ଜ୍ ଭଉଁରା ଗାଁ ନିକଟରେ ହାତୀଟି ଦଳିଦେଇଛି।ଇଟାଭାଟିରେ କାମ କରିବାକୁ ଆସି ପଲିଥିନ ତଳେ ରହୁଥିଲେ।ରାତିରେ ପଲିଥିନ ତଳେ ଶୋଇଥିଲା ବେଳେ ହାତୀ ଦଳି ମାରିଦେଇଥିଲା।ଦୁଇ ପିଲାଙ୍କୁ ଉଦ୍ଧାର ଉଦ୍ୟମ କରି ବାପା, ମାଆ ଆକ୍ରମଣର ଶିକାର ହୋଇଥିଲେ।ଗୁରୁତର ଅବସ୍ଥାରେ ବାପା, ମାଆ ଝାରସୁଗୁଡା ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି।ଇଟାଭାଟିରେ କାମ ପାଇଁ ଛତିଶଗଡରୁ ଦୁଇ ଦିନ ତଳେ ୩ ପିଲାଙ୍କୁ ସାଥିରେ ନେଇ ଆସିଥିଲେ।

Comments (0)
Add Comment