ଆତ୍ମହତ୍ୟା ଘଟଣା ନେଲା ନୁଆ ମୋଡ

ଭୁବନେଶ୍ୱର,୮/୧୧(ଏସଏସନିଉଜ)ଚନ୍ଦକାଥାନା ଅଧିନସ୍ଥ ଥିବା ଏକ ଘରୋଇ ଇଞିନିୟରିଂ କଲେଜରେ ପାଠପଢୁଥିବା ବାଣପୁର ଅଞ୍ଚଳର ରତିକାନ୍ତଙ୍କ ମୃତ୍ୟୁ ଘଟଣାକୁ ନେଇ ତାଙ୍କ ପରିବାର ଲୋକ ଜଣେ ଯୁବତୀଙ୍କ ପାଇଁ ସେ ଆତ୍ମହତ୍ୟା କରିଛି ବୋଲି ଥାନାରେ ଅଭିଯୋଗ କରିଛନ୍ତି ।ଏହାପରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ତାଙ୍କଭାଇଙ୍କୁ ଜଣେଯୁବତୀ ଫୋନକରି ଆପଣଙ୍କ ଭାଇ ବିଷପିଇ ଦେଇଥିବାରୁ ତୁରନ୍ତ ଭୁବନେଶ୍ୱର ଆସିବାକୁ କହିଥିଲେ। ଘରଲୋକ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଲା ବେଳକୁ ରତିକାନ୍ତଙ୍କ ମୃତ୍ୟୁ ହୋଇସାରିଥିବାବେଳେ ଯୁବତୀଙ୍କ ସହ ତାର ଦୁଇ ସହଯୋଗୀ ସେଠାରେ ନଥିଲେ ।ତେଣୁ ଏମାନେ ଏହି ଆତ୍ମହତ୍ୟା ପଛରେ ଦାୟୀ ବୋଲି ଅଭିଯୋଗ ହୋଇଛି ।ଏହାପରେ ଏହି ଆତ୍ମହତ୍ୟା ଘଟଣାର ମୋଡ ବଦଳିଯାଇଛି ।ଏବେ ଦେଖିବାକୁ ବାକି ରହିଲା ପୋଲିସ କେବେ ଏହି ଘଟଣା ଉପରୁ ପର୍ଦାଉଠାଉଛି ।

Comments (0)
Add Comment