Browsing category

ଅପରାଧ

ଦେଶୀମଦ ସହ ସ୍କୁଟି ଜବତ

ଡ଼େଲାଙ୍ଗ,୨୪/୯(ଏସଏସ ନିଉଜ)ପୁରୀ ଅବକାରୀ ଥାନା ପକ୍ଷରୁ ଚଢ଼ାଉ କରାଯାଇ ସ୍କୁଟିରେ ଥିବା ୬୦ଲିଟର ଦେଶୀମଦ ସହ ଜଣଙ୍କୁ ଗିରଫ କରାଯାଇଛି।ପୁରୀ କୋଣାର୍କ ରାସ୍ତାର ବିପିତାର ତାରିଣୀ ଛକରୁ ଦେଶୀ ମଦ ନେଇ ଯାଉଥିବା ସତ୍ୟବାଦୀ ଥାନା ଅଧିନସ୍ତ ଶୋଲଘର ଗ୍ରାମର ପବିତ୍ର ବେହେରା ନାମକ ଯୁବକକୁ ଧରିବାରେ ସକ୍ଷମ ହୋଇଛନ୍ତି।୧୧୪/୨୨କେଶ ନମ୍ବର ରେ ଏଜ ମକଦମା ରୁଜୁକରି କୋର୍ଟ ଚାଲାଣ କରିଛନ୍ତି।

ଦୋକାନ ଉପରେ ମାଡିଗଲା ଟ୍ରକ

କଟକ,୨୪/୯(ଏସଏସନିଉଜ) ନିଶ୍ଚିନ୍ତକୋଇଲି ବଜାରରେ ଥିବା ୪ ରୁ ୫ ଟି ଦୋକାନ ଉପରେ ମାଡିଯାଇଛି ୨ଟି ଟ୍ରକ୍ ।ଦୋକାନ ଗୁଡିକ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ଅଳ୍ପକେ ବର୍ତ୍ତିଲେ ୧୦ରୁ ଉର୍ଦ୍ଧ୍ବ ଦୋକାନ କର୍ମଚାରୀ। ଜଣେ ଡ୍ରାଇଭର ଗୁରୁତର ଥିବା ବେଳେ ଅନ୍ୟ ଜଣେ ଡ୍ରାଇଭର ଫେରାର ଥିବା ପୋଲିସ ସୂତ୍ରରୁ ଜଣା ପଡିଛି।

ଜିଲ୍ଲାପରିଷଦ ସଭ୍ୟଙ୍କ ଆତ୍ମହତ୍ୟା!

ଭୁବନେଶ୍ୱର,୨୪/୯(ଏସଏସ ନିଉଜ)ପାରିବାରିକ କଳହ ନେଲା ଜୀବନ । ଆତ୍ମହତ୍ୟା କରିଛନ୍ତି ଜିଲ୍ଲା ପରିଷଦ ସଭ୍ୟ । ଆତ୍ମହତ୍ୟା କରିଥିବା ଜିଲ୍ଲା ପରିଷଦସଭ୍ୟ ହେଉଛନ୍ତି ପୁରୀ ଜିଲ୍ଲା ଗୋପ ୧୧ନଂ ଜୋନର ଧର୍ମେନ୍ଦ୍ର ସାହୁ । ଭୁବନେଶ୍ୱର ଶିଶୁପାଳଗଡ ଲକ୍ଷ୍ମୀବିହାରସ୍ଥିତ ସମ୍ପର୍କୀୟଙ୍କଘରୁ ମିଳିଛି ମୃତଦେହ । ତେବେ ପାରିବାରକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।ସେ ବିଜେଡିର ନେତା ଥିଲେ। ତାଙ୍କର ପତ୍ନୀ ଓ ଏକ ପୁଅ ଅଛନ୍ତି ।ମୃତ୍ୟୁପୂର୍ବରୁ ଧର୍ମେନ୍ଦ୍ର ସାହୁ ସୋସିଆଲ ମିଡିଆରେ କରିଥିବା […]

ସ୍କୁଲରୁ ଚୋରୀ

ଭୁବନେଶ୍ୱର,୨୪/୯(ଏସଏସ ନିଉଜ)ତାଲାଭାଙ୍ଗି ସ୍କୁଲରୁ ଚୋରି ଅଭିଯୋଗ ହୋଇଛି। ପୁଇଁନ୍ତଳାବ୍ଲକ ଅନ୍ତର୍ଗତ ପାଙ୍କେଲବାହାଲ ସ୍କୁଲରୁ ଚୋରି ହୋଇଛି। ବିଳମ୍ବିତରାତ୍ରିରେ ସ୍କୁଲର ତାଲାଭାଙ୍ଗି ଚୋରି କରିନେଲେ। ଲଗାତାର ଭାବରେ ଚୋରି ହେଉଥିବାରୁ ପୋଲିସ ପେଟ୍ରୋଲିଂ କଡାକଡି କରିବାକୁ ଦାବି ହେଉଛି।

ଭୁଲ ମାଗିବାପରେ ଛାଡିଲେ ଗ୍ରାମବାସୀ

ବାରଙ୍ଗ,୨୩/୯(ଏସଏସନିଉଜ) ନରାଜ ଷ୍ଟେସନ ନିକଟରେ ଥିବା ଏକ ବରଗଛ ଡାଳକୁ କାଟି ନେଉ ଥିବାବେଳେ ଗ୍ରାମବାସୀମାନେ ବିରୋଧ କରିଛନ୍ତି ।ଏହି ଡାଳ ନନ୍ଦନକାନନକୁ ହାତୀ ଓ ହରିଣ ଜାତୀୟ ପ୍ରାଣୀମାନଙ୍କ ଖାଇବାପାଇଁ ଅଣାଯାଉଥିଲା ।ନନ୍ଦନକାନନକୁ ବରଡାଳ ଯୋଗାଇବାକୁ ଟେଣ୍ଡର ରେ ନେଇଥିବା ଠିକାଦାର ଆଣୁ ଥିବାବେଳେ ଖବରପାଇ କିଛି ଗ୍ରାମବାସୀ ଘଟଣାସ୍ଥଳରେ ପହଁଚି ବର ଡାଳ ବୋଝେଇ ୪୦୭ଗାଡିକୁ ରୋକିଥିଲେ ।ଗାଡିଚାଳକ ଓ ଗାଡିରେ ଥିବା ଦୁଇଜଣ ଡାଳକଟାଳି ଭୁଲ ମାଗିବାସହ ଏହିଜାଗାରୁ ଆଉ ଡାଳକାଟିବାକୁ ନଆସିବାର […]

ଭରତିଆ ଟାଓ୍ୱାରରେ ଲାଗିଲା ନିଆଁ

କଟକ,୨୩/୯(ଏସଏସ ନିଉଜ)କଟକ ବାଦାମବାଡ଼ି ଭରତିଆ ଟାଓ୍ୱାରରେ ଲାଗିଛି ନିଆଁ । ବିଲ୍ଡିଂର ଷଷ୍ଠ ମହଲାରେ ଲାଗିଛି ନିଆଁ।ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଇଛି।

ନବଜାତ ଶିଶୁର ମୃତଦେହ ଉଦ୍ଧାର

ଭଦ୍ରକ,୨୨/୯(ଏସଏସନିଉଜ)ଭଦ୍ରକଜିଲ୍ଲା ମୁଖ୍ୟଚିକିତ୍ସାଳୟ ପରିସରରେ ନବଜାତ ଶିଶୁର ମୃତଦେହ ଉଦ୍ଧାର ହୋଇଛି। ଏକ ବ୍ୟାଗଭିତରେ ମୃତଦେହ ଲୁଚାଇ ଦେଇ କେହି ପଳାଇ ଯାଇଥିବା ସୂଚନା ମିଳିଛି। ବ୍ୟାଗଭିତରେ ମୃତଦେହ ମିଳିବା ପରେ ପୋଲିସକୁ ଜଣାଇଲେ କର୍ତ୍ତୃପକ୍ଷ ।

ଗଞ୍ଜେଇ ବଦଳରେ ମିଳିଲା ରୁପାଇଟା

କଟକ,୨୨/୯(ଏସଏସ ନିଉଜ)ଗଞ୍ଜେଇ ବଦଳରେ ଅବକାରୀ ବିଭାଗକୁ ମିଳିଲା ରୁପା ଇଟା।ଟାଙ୍ଗୀ ଟୋଲ ଗେଟରୁ ଆସୁଥିବା କାରରୁ ଯାଞ୍ଚ ବେଳେ ୧ କ୍ୱିଣ୍ଟାଲ ରୂପା ଇଟା ,ଚାନ୍ଦି ଅଳଙ୍କାର ଓ ୧୦ ଲକ୍ଷ ଟଙ୍କା ଜବତ କରିଛି ଅବକାରୀ ବିଭାଗ।ଗଞ୍ଜେଇ ଚାଲାଣ ହେଉଥିବାର ଖବର ପାଇ ଅବକାରୀ ସ୍କ୍ୱାର୍ଡଟାଙ୍ଗୀ ଟୋଲ ଗେଟ ପାଖରେ ଜଗି ରହିଥିଲେ।ଏହି ସମୟରେ ପଶ୍ଚିମବଙ୍ଗର ନମ୍ବର ଥିବା ଏକ କାର ଆସୁଥିବାବେଳେ ତାକୁ ରୋକି ଯାଞ୍ଚ ବେଳେ କାରରେ ଗଞ୍ଜେଇ ବଦଳରେ ସିକ୍ରେଟ ଚାମ୍ବର […]

ଲୁହାରଡ ଚୋରୀକରି ଯୁବକ ଗିରଫ

ମେଣ୍ଢାଶାଳ,୨୧/୯(ଏସଏସନିଉଜ)ନିର୍ମାଣଧିନ ଘରୁ ରଡ ଚୋରିକରିବା ଅଭିଯୋଗରେ ଚନ୍ଦକାଥାନା ପୋଲିସ ବୁଧବାରଦିନ ପଥରଗାଡିଆ ଗାଁର ଭଗବାନବେହେରା ନାମକ ଯୁବକକୁ ଗିରଫ କରି କୋର୍ଟ ଚାଳଣ କରିଛି । ଜିତେନ୍ଦ୍ରକୁମାର ବେହେରା ନାମକ ବ୍ୟକ୍ତି ପଥରଗାଡିଆ ପାଖରେ ଘରକରିବ ପାଇଁ ଲୁହାରଡ ଆଣି ରଖିଥିଲେ । ନିଶାଖୋର ଯୁବକ ଭଗବାନ ନିଶାସେବନ ନିମନ୍ତେ ଟଙ୍କା ଅବଶ୍ୟକ ଥିବାରୁ ତା ସ୍କୁଟିରେ ବାନ୍ଧି ୩୦ଟି ୧୬ଏମଏମ ଲୁହାରଡ ନେଇଯାଇଥିଲା ।ବହୁ ଖୋଜାଖୋଜି ପରେ ଜିତେନ୍ଦ୍ର ଚୋରି ହୋଇଥିବା ରଡ ନପାଇବାରୁ ୧୪ତାରିଖରେ […]

ବ୍ୟବସାୟ ପ୍ରତିଷ୍ଠାନବନ୍ଦ

ବାଲିଗୁଡ଼ା,୨୨/୯(ଏସ ଏସ ନିଉଜ) ଦାରିଙ୍ଗବାଡ଼ିରେ ଦୁର୍ଗା ମଣ୍ଡପ ଜମି ବିବାଦକୁ ନେଇ ଛକାପଞ୍ଝା।ଆଜି ଦାରିଙ୍ଗବାଡ଼ି ବଜାରରେ ଦୋକାନ ବଜାର ବନ୍ଦ ରଖିଛନ୍ତି ବଣିକ ସଂଘ।