Browsing category

ଅପରାଧ

ଦୁଇଜଣଙ୍କୁ କଚାଡି ମାରିଲା ହାତୀ!

କଟକ,୨୮/୯(ଏସଏସନିଉଜ) ହାତୀପଲଙ୍କ ଆକ୍ରମଣରେ ଦୁଇ ଜଣଙ୍କ ଜୀବନ ଯାଇଛି। ନିମ ପୁରରେ ବୃଦ୍ଧ ଓ ବୃଦ୍ଧାଙ୍କୁ ଦଳି ମାରିଦେଇଛି ହାତୀପଲ। ମୃତକ ଦୁଇଜଣ ଜଗତପୁରର ନଜ ରପୁର ଅଞ୍ଚଳର ହୋଇଥିବା ସୂଚନା ମିଳିଛି।ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି।

ଭିଜିଲାନ୍ସ ହାତରେ ଧରାପଡିଲେ ଜେଇ

ଭୁବନେଶ୍ୱର,୨୭/୯(ଏସଏସ ନିଉଜ) ଭୁବନେଶ୍ୱର ବ୍ଲକ ଜେଇ ରମାକାନ୍ତ ବେହେରା ଆଜି ଜଣେ ଠିକାଦାରଠାରୁ ୫୦ହଜାରେ ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।ବାକି ରହିଥିବା ରାସ୍ତାକାମ ବିଲ କରାଇବାକୁ ୫୦ହଜାରେ ଟଙ୍କା ଠିକାଦାର ଓଆଖରୁ ଦାବି କରିଆସୁଥିଲେ।ପୂର୍ବ ପ୍ରସ୍ତୁତି ଅନୁଯାଇ ଆଜି ଠିକାଦାର ଜେଇଙ୍କୁ ୫୦ହଜାରେ ଟଙ୍କା ଦେବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ।ଏହି ସଂପର୍କରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ କେସ୍ ନଂ ୩୦/୨୨କେଶ ନମ୍ବରରେ ଏକ ମକଦମା ରୁଜୁହୋଇଛି।

ଓଲଟିଲା ପିକ୍ଅପ୍ ଭ୍ୟାନ୍

ବଲାଙ୍ଗିର,୨୭/୯(ଏସଏସ ନିଉଜ) ସଦେଇପାଲି ଛକ ନିକଟରେ ଏକ ଘରକୁ ଧକ୍କା ଦେଇ ଓଲଟିଲା ବିଦ୍ୟୁତ୍‌ ଖୁଣ୍ଟ ବୋଝେଇ ପିକ୍ଅପ୍ ଭ୍ୟାନ୍ ।ଏହି ଦୁର୍ଘଟଣାରେ ଜଣେ ଶ୍ରମିକ ମୃତୁବାରଣ କରିଥିବାବେଳେ ୭ଜଣ ଗୁରୁତର ଆହତ ହୋଇଛନ୍ତି।

ହସ୍ପିଟାଲରେ ଅଗ୍ନିକାଣ୍ଡ

ଭୁବନେଶ୍ୱର,୨୭/୯(ଏସଏସ ନିଉଜ)ବୌଦ୍ଧ ଜିଲ୍ଲା ମୁଖ୍ୟ ହସ୍ପିଟାଲ ପରିସରରେ ଅଗ୍ନିକାଣ୍ଡ ହୋଇଛି। ହସ୍ପିଟାଲ ପରିସର ଔଷଧ ବିତରଣ କେନ୍ଦ୍ରରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁ ଲିଭା ଉଦ୍ୟମ ଜାରି ରହିଛି।

ହାର୍ଡଡିସ୍କ ଯାଞ୍ଚ କଲା ପୋଲିସ

ଭୁବନେଶ୍ୱର,୨୭/୯(ଏସଏସ ନିଉଜ)ଧର୍ମେନ୍ଦ୍ରଙ୍କ ଘଣ୍ଟା ଓ ସିସିଟିଭି ହାର୍ଡଡିସ୍କ ଯାଞ୍ଚ କରିଛି ପୋଲିସ।ପୁରୀ ନିର୍ମାପଡ଼ାର ଜିଲ୍ଲା ପରିଷଦସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ପୋଲିସ ଧର୍ମେନ୍ଦ୍ରଙ୍କ ଘଣ୍ଟା ଓ ଘରର ସିସିଟିଭି ହାର୍ଡଡିସ୍କ ଫରେନସିକ୍ ଯାଞ୍ଚ ପାଇଁ ଗଲା। ଧର୍ମେନ୍ଦ୍ରଙ୍କ ହାତ ଘଣ୍ଟା ସହ ମୋବାଇଲ ଓ ସିସିଟିଭି ଲିଙ୍କ୍ ଥିବା ସୂଚନା ମିଳିଛି। କାହାକୁ ମେସେଜ୍ କରିଛନ୍ତି ନା ନାହିଁ ଜାଣିବାକୁ ଯାଞ୍ଚ ହେବ। ଆଜି ଧର୍ମେନ୍ଦ୍ରଙ୍କ ଡ୍ରାଇଭର ଓ ସହକର୍ମୀଙ୍କୁ ପଚରାଉଚରା କରିବ ପୋଲିସ ବୋଲି […]

ଜଙ୍ଗଲରେ ଛୁଆହାତୀର ମୃତଦେହ

ବାରିପଦା,୨୭/୯(ଏସଏସ ନିଉଜ) ବାଙ୍ଗିରିପୋଷି ନାଫ୍ରି ଜଙ୍ଗଲରେ ଛୁଆହାତୀର ମୃତଦେହ ଠାବ ହୋଇଛି। ମୃତ ଛୁଆହାତୀର ବୟସ ୨ ମାସ ହେବ ବୋଲି ଜଣାପଡିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ଘଟଣାସ୍ଥଳରେ ଡିଏଫ୍ଓ ଓ ଅନ୍ୟ ବନ କର୍ମଚାରୀ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି।

ପିଲା ଚୋରିକରିଥିବା ମହିଳା ଅଟକ

କଟକ,୨୭/୯(ଏସଏସ ନିଉଜ)କଟକ SCBରୁ ପିଲା ଚୋରି ଘଟଣାରେ ସମ୍ପୃକ୍ତ ମହିଳା ଅଟକ ରହିଥିବାର ଜଣାପଡିଛି।ଚୋରି ହୋଇଥିବା ନବଜାତକୁ ଫେରାଇବାକୁ ଆସିଥିବା ପ୍ରତାପନଗରୀ ଅଞ୍ଚଳର ମହିଳାଜଣଙ୍କ ଅଟକ ହୋଇଛନ୍ତି।ଭୁଲ ବଶତଃ ଜନ୍ମିତ ପୁଅ ବଦଳରେ ଝିଅ ନେଇଥିବା କଥାକୁ ସ୍ୱୀକାର କରିଥିବା ବେଳେ ମହିଳାଙ୍କ କଥାକୁ ମେଡିକାଲ ପ୍ରଶାସନିକ ଅଧିକାରୀ ଅସ୍ୱୀକାର କରିଛନ୍ତି।ସମ୍ପୃକ୍ତ ମହିଳା ଜଣଙ୍କ SCBରେ ଆଡମିଶନ ହୋଇ ପ୍ରସବ କରି ନଥିବାବେଳେ ମହିଳା ଜଣଙ୍କ ଉଦ୍ଦେଶ୍ୟମୂଳକ ଭାବେ ନେଇ ଥିବାର ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ […]

ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ମେଣ୍ଢାଶାଳ,୨୬/୯(ଏସଏସନିଉଜ) ଚନ୍ଦକାଥାନା ଅନ୍ତର୍ଗତ ପଳାଶପୁର ଗ୍ରାମରେ ରବିବାର ବିଳମ୍ଭିତ ରାତିରେ ଜଣେ ବିବାହିତ ମହିଳା ଫ୍ୟାନରେ ଶାଢିଲଗାଇ ଆତ୍ମହତ୍ୟା କରିଛନ୍ତି ।ପାରିବାରିକ କଳହ କାରଣରୁ ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବାର ସ୍ମାମୀ କହୁଥିବାବେଳେ ହତ୍ୟାକରି ଆତ୍ମହତ୍ୟାର ରୁପରେଖ ଦିଆଯାଇଛି ବୋଲି ମୃତମହିଳାଙ୍କ ବାପା ଅଭିଯୋଗ କରିଛନ୍ତି । ଚନ୍ଦକାଥାନାଅଧିନସ୍ଥ ପଳାଶପୁର ଗ୍ରାମର ଦିଲ୍ଲିପ ମାଝୀ ୨୦୧୮ମସିହାରେ ବାଙ୍କିଥାନା ଅଧିନସ୍ଥ କେନ୍ଦୁପଲ୍ଲୀ ଗ୍ରାମର ଜଳଧରପ୍ରଧାନ ଝିଅ ଅମୁଲି ପ୍ରଧାନଙ୍କୁ ବୈଦିକରିତୀରେ ବିବାହ କରିଥିଲେ ।ଏବେ ଏମାନଙ୍କର ଏକ ତିନିବର୍ଷର […]

ଅବକାରୀ ବିଭାଗ ହାତରେ ବ୍ରାଉନସୁଗାର ବେପାରୀ

ଡେଲାଙ୍ଗ,୨୪/୯(ଏସଏସନିଉଜ)ପୁରୀଜିଲ୍ଲା ଅବକାରୀ ବିଭାଗଶନିବାରଦିନ ଚଢଉ କରି ବେରାବୋଇ ଗ୍ରାମରୁ ୧୫୩ଗ୍ରାମ ବ୍ରାଉନସୁଗାର ଜବତ କରିଛି ।ବ୍ରାଉନସୁଗାର ବିକ୍ରେତା ରାଜକିଶୋରବେହେରାଙ୍କୁ ମଧ୍ୟ ଗିରଫ କରିଛି ।ଅବକାରୀଥାନାରେ ୪୭/ ୨୨କେଶନଂରେ ଏକ ମକଦ୍ଦମାରୁଜୁକରି ରାଜକିଶୋର ଙ୍କୁ କୋର୍ଟଚାଳଣ କରିଥିବା ବେଳେ ତାଙ୍କ ଜାମିନ ନାମଞୁର ହେବାରୁ ପୁରୀକାରାଗରକୁ ପଠାଯାଇଛି ।ଜବତ ବ୍ରାଉନସୁଗାର ମୁଲ୍ୟ ୧୫ଲକ୍ଷ୩୦ହଜାରେ ଟଙ୍କା ହେବ ବୋଲି ଜଣାପଡିଛି ।

ଧରାପଡ଼ିଲେ ଆୟକର ଅଧିକାରୀ

ଖୋର୍ଦ୍ଧା,୨୪/୯(ଏସ ଏସ ନିଉଜ)ଲାଞ୍ଚ ନେବାବେଳେ ଧରାପଡ଼ିଲେ ଆୟକର ଅଧିକାରୀ। ଆୟକର ଅଧିକାରୀ ସୁମନ୍ତ ସୁନ୍ଦର ସାହୁଙ୍କୁ ଗିରଫ ହୋଇଛନ୍ତି।ଜଣେ ସୁନା ଦୋକାନୀଙ୍କଠାରୁ ୫ ଲକ୍ଷ ଲାଞ୍ଚ ନେବାବେଳେ ଗିରଫ ହୋଇଛନ୍ତି। ଟିକସ ରଫାଦଫା ପାଇଁ ଲାଞ୍ଚ ନେଲାବେଳେ ମାଡ଼ିବସିଛି ସିବିଆଇ । ୪୦ ଲକ୍ଷ ଦାବି କରିଥିଲେ।ପୂର୍ବରୁ ୧୦ ଲକ୍ଷ ନେଇଥିବା କହିଲେ CBI ଡିଏସପି।