ଝିଅ ଛୁଇଁଲାନି ସତ୍କାର କଲେ ଗ୍ରାମବାସୀ
ପଟ୍ଟାମୁଣ୍ଡାଇ,୨୭/୮(ଏସ ଏସ ନିଉଜ)ମେଡିକାଲରେ ପଡ଼ିଥିବା ବୃଦ୍ଧଙ୍କ ଶବ ସତ୍କାର କଲେ ଗ୍ରାମବାସୀ।ଝିଅ ପାଖ ନପଶିବାରୁ ହାଇସ୍କୁଲ ପାଖ ଶ୍ମଶାନରେ ଶବ ସତ୍କାର କଲେ। କାଲି ରାତିରେ ପଟ୍ଟାମୁଣ୍ଡାଇ ହସ୍ପିଟାଲରେ ୮୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା।
Browsing category
ପଟ୍ଟାମୁଣ୍ଡାଇ,୨୭/୮(ଏସ ଏସ ନିଉଜ)ମେଡିକାଲରେ ପଡ଼ିଥିବା ବୃଦ୍ଧଙ୍କ ଶବ ସତ୍କାର କଲେ ଗ୍ରାମବାସୀ।ଝିଅ ପାଖ ନପଶିବାରୁ ହାଇସ୍କୁଲ ପାଖ ଶ୍ମଶାନରେ ଶବ ସତ୍କାର କଲେ। କାଲି ରାତିରେ ପଟ୍ଟାମୁଣ୍ଡାଇ ହସ୍ପିଟାଲରେ ୮୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା।
ପାରାଦୀପ,୨୭/୮(ଏସଏସନିଉଜ)ସାଇକେଲ ନେଇ ରାସ୍ତାରେ ଯାଉଥିବା ଆଶାକର୍ମୀକୁ ରାସ୍ତାରୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ପାରାଦୀପ ଥାନାରେ ହୋଇଛି ।ଏକ କାରରେ ୪ ଜଣ ଦୁର୍ବୃତ୍ତ ତାଙ୍କୁ ଉଠାଇ ନେଇ ନେହରୁ ବଙ୍ଗଳା ଅଞ୍ଚଳରେ ଗଣଦୁଷ୍କର୍ମ କରିଥିବାର ପୀଡ଼ିତା ପକ୍ଷରୁ ୪ଜଣଙ୍କ ନାମରେ ଅଭିଯୋଗ କରିଛନ୍ତି ।ଏହି ଲଜ୍ଜାଜନକ ଘଟଣା ଶୁକ୍ରବାର ଦିନ ଘଟିଛି ।ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଛି ।
ଆସିକା,୨୭/୮(ଏସଏସନିଉଜ) ସ୍କୁଲ୍ରେ କୃମି ଔଷଧ ଖାଇବା ପରେ ୧୦ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି ।ସାନଖେମୁଣ୍ଡି ବ୍ଲକ ଜିଉରା ସରକାରୀ ଉନ୍ନୀତ ବିଦ୍ୟାଳୟର ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି ।ସମସ୍ତ ଗୁରୁତର ଛାତ୍ରଛାତ୍ରୀ ଆଡ଼ପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିବାର ଜଣାପଡିଛି ।
ଭୁବନେଶ୍ୱର,୨୭/୮(ଏସଏସନିଉଜ) ବାଲେଶ୍ୱର ବାଲିଆ ଅଞ୍ଚଳରୁ ଜଣଙ୍କୁ ୩୦ ଲକ୍ଷ ଚୂନ ଲଗାଇବା ମାମଲାରେ ନୂଆଦିଲ୍ଲୀ ମଇଦାନଗରିରୁ ଗିରଫ ହେଲେ ଆଉ ୨ ନାଇଜେରୀୟ ନାଗରିକ । ଗିରଫହୋଇଥିବା ଦୁଇ ଜଣ ହେଲେ ସ୍ୱାମୀସ୍ତ୍ରୀ ।ସେମାନଙ୍କଠାରୁ ପୋଲିସ ଗୋଟିଏ କାର୍, ୨ ଲାପଟପ୍ ଜବତ କରିଛି ।
ଭୁବନେଶ୍ୱର, ୨୭/୮(ଏସଏସନିଉଜ)ମରିଚିଆ ସାଇଫନ ନିକଟରେ ଶନିବାର ସକାଳେ ଏକ ମହିଳାଙ୍କ ଗଳିତ ମୃତଦେହ ଲାଗିଥିବାର ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ ।ମୃତଦେହଟି ପଚି ଯାଇଥିବାର ଜଣାପଡିଥିଲା ।ଖବରପାଇ ନନ୍ଦନକାନନଥାନା ପୋଲସି ଗଟଣାସ୍ଥଳରେ ପହଁଚିବାବେଳକୁ ମୃତଦେହଟି ସାଇଫନ ପାଖରୁ ଖସି ପୁରୀମେନକେନାଲରେ ଭାସିଭାସି ଯାଉଥିବାର ଜଣାପଡିଛି ।
ଉଦୟଗିରି , ୨୭/୮(ଏସଏସନିଉଜ)ଜି. ଉଦୟଗିରି ଥାନା ମହିଳାSIଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ।ସେ ହେଉଛନ୍ତି ସବ୍ ଇନ୍ସପେକ୍ଟର ସ୍ୱାଗତିକା ବେହେରା ।ସେ ସରକାରୀ କ୍ୱାର୍ଟର୍ସରେ ଏକୁଟିଆ ରହୁଥିଲେ ।କ୍ୱାଟର ଭିତରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ମିଳିଥିଲା ।ତେବେ ମୃତ୍ୟୁର କାରଣ ଅଦ୍ୟାବଧି ଅସ୍ପଷ୍ଟ ରହିଛି ।
ଡ଼େଲାଙ୍ଗ,୨୭/୮(ଏସଏସ ନିଉଜ)ଭାର୍ଗବୀ ନଦୀବନ୍ଧରେ ଦୁଇଶହରୁ ଉର୍ଦ୍ଧ୍ବ ଲମ୍ବର ମାଟିଅତଡା ନଦୀମଧ୍ୟକୁ ଖସିଛି।ଗବକୁଣ୍ଡ କଟ ବନ୍ଧର କମାରସୁଆଁ ନିକଟରେ ଦୁଇଶହ ଫୁଟ ଲମ୍ବର ମାଟିଅତଡା ନଦୀ ମଧ୍ୟକୁ ଯାଇଛି।ଯାହାଫଳରେ ନଦୀବନ୍ଧ ପ୍ରତି ବିପଦ ସୃଷ୍ଟି ହୋଇଛି।
ଡ଼େଲାଙ୍ଗ,୨୭/୮(ଏସଏସ ନିଉଜ) ଗୁଣ୍ଡୁଚିପାଟଣା ଗ୍ରାମରୁ ପୁରୀ ଅବଜାରୀ ବିଭାଗ ପକ୍ଷରୁ ଚଢ଼ଉ କରି ଧଳା ଜହର ଜବତ କରିଛି।ଏହି ଘଟଣାରେ ଜଣେ ମହିଳାଙ୍କୁ ଅବକାରୀ ବିଭାଗ ଗିରଫ କରିଥିବାର ଜଣାପଡିଛି।
ଡ଼େଲାଙ୍ଗ,୨୭/୮(ଏସଏସ ନିଉଜ)ଘୋରଡ଼ିଆର ବାରବାଟୀ ପଡିଆ ନିକଟରେ ଏକ ନବଜାତ ଶିଶୁକନ୍ୟା କୁ ଉଦ୍ଧାର କରା ଯାଇଛି। ଶିଶୁକନ୍ୟାକୁ କେହି ଛାଡି ଦେଇଥିବାର ଜଣାପଡିଛି।ସ୍ଥାନୀୟ ଯୁବକମାନେ ଶିଶୁକନ୍ୟା କୁ ଉଦ୍ଧାର କରି ଆଶା ଦିଦିକୁ ଦେବାପରେ ଚିକିତ୍ସା ପାଇଁ ଡକ୍ଟରଖାନରେ ଭର୍ତି କରାଯାଇଛି।
ବାରଙ୍ଗ,୨୭/୮(ଏସ ଏସ ନିଉଜ)ମହାନଦୀକୁ ଡେଇଁ ଯୁବକ ନିଖୋଜ ହୋଇଛନ୍ତି।ମୁଣ୍ଡଳି ବ୍ରିଜ ଉପରେ ସ୍କୁଟି ରଖି ଡେଇଁ ପଡିଲେ ।ଯୁବକଙ୍କ ପରିଚୟ ଜଣାପଡ଼ିନଥିବା ବେଳେ ଖବର ପାଇ ବାରଙ୍ଗ ଅଗ୍ନିଶମ ବାହିନୀ ପହଁଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।