Browsing category

ଅପରାଧ

ରାଜଧାନୀରେ ମହିଳାଙ୍କୁ ତଣ୍ଟିଚିପି ହତ୍ୟା

ଭୁବନେଶ୍ବର,୩୧/୮(ଏସ ଏସ ନିଉଜ)ଶାସ୍ତ୍ରୀନଗରର ଏକ ଘରେ କେହି ନଥିବା ବେଳେ ମହିଳାଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଛି । ମୃତ ମହିଳା ହେଲେ ଶୁଭଶ୍ରୀ ମହାପାତ୍ର। ଖାରବେଳ ନଗର ଥାନାରେ ଅଭିଯୋଗ କଲେ ସ୍ବାମୀ ଅନନ୍ତ ନାରାୟଣ ନାଥ । ଗତକାଲି ଘରେ ଏକୁଟିଆ ଥିଲେ ଶୁଭଶ୍ରୀ ।ଖାରବେଳ ନଗର ଥାନା ପୋଲିସର ତଦନ୍ତ ଜାରିରହିଛି।

୨ ଛାତ୍ରଙ୍କ ମୃତ୍ୟୁ

ମାଲକାନଗିରି,୩୧/୮(ଏସ ଏସ ନିଉଜ)ଅସୁସ୍ଥତା ଯୋଗୁଁ ୩ ଦିନରେ ୨ ଛାତ୍ରଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି।ପଡ଼ିଆ ବ୍ଲକ କୋଲାଗୋଣ୍ଡା ଆଶ୍ରମ ବିଦ୍ୟାଳୟର ୨ ଛାତ୍ର ମୃତ୍ୟୁ ବରଣ କରିଛନ୍ତି।ଜଣେ ସପ୍ତମ ଓ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ସୂଚନା ମିଳିଛି।

ଗଣେଶପୂଜା ମଣ୍ଡପକୁ ନେଇ ଗଣ୍ଡଗୋଳ

ଭଦ୍ରକ୩୧/୮(ଏସଏସନିଉଜ) ଧାମନଗର ଥାନା ବେଦପୁର ଗାଁରେ ଗଣେଶପୂଜା ମଣ୍ଡପକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି।ବିଳମ୍ବିତ ରାତିରେ ଗୋଷ୍ଠୀ ସଂଘର୍ଷ ଘଟିଛି।ନିୟନ୍ତ୍ରଣ ପାଇଁ ପୋଲିସ ମୂତୟନ ହୋଇଛି।ସେପ୍ଟମ୍ବର ୨ ତାରିଖ ଯାଏଁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି।

ମୁଣ୍ଡଳିବ୍ରିଜ୍‌ ରେ ଥୁଆହୋଇଛି ସ୍କୁଟି

ବାରଙ୍ଗ,୩୦/୮(ଏସଏସ ନିଉଜ) ମୁଣ୍ଡଳି ବ୍ରିଜ୍‌ରୁ ମହାନଦୀକୁ କେହି ଡେଇଁ ପଡ଼ିଥିବା ସନ୍ଦେହ କରାଯାଉଛି।ବ୍ରିଜ୍ ଉପରେ ଏକ ସ୍କୁଟି ଓ ଚପଲ ଥୁଆ ହୋଇଥିବାରୁ ଡେଇଁ ପଡ଼ିଥିବା ସନ୍ଦେହ ହେଉଛି।ସ୍ଥାନୀୟ ଲୋକଙ୍କଠୁ ଖବର ପାଇ ଖୋଜାଖୋଜି କରୁଛି ଅଗ୍ନିଶମ ବାହିନୀ।

ନ୍ୟାୟ ପାଇଁ ଧାରଣା

ଭୁବନେଶ୍ୱର. ୨୮/୮(ଏସଏସନିଉଜ) ଜି. ଉଦୟଗିରି ଥାନା ମହିଳା ଝଓଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ଥାନା ଆଗରେ ମୃତ SIଙ୍କ ପରିବାର ଲୋକଙ୍କ ଧାରଣା ଦେଇଛନ୍ତି ।ପୋଲିସକୁ ପୋଲିସର ନିର୍ଯାତନା ଲେଖାଥିବା ବ୍ୟାନର ଧରି ଧାରଣାଦେଇଛନ୍ତି । ନିର୍ଯାତନା ଅଭିଯୋଗରେ IIC ରେବତୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନଦାବି କରିଛନ୍ତି ।କାର୍ଯ୍ୟାନୁଷ୍ଠାନ ନ ହେବା ପର୍ଯ୍ୟନ୍ତ ଧାରଣାରୁ ଉଠିବୁ ନାହିଁ କହିଛନ୍ତି ପରିବାର ।ତହସିଲଦାର, DSP ଓ ଏସ୍‌ଡିପିଓଙ୍କ ପକ୍ଷରୁ ସମାଧାନ ପାଇଁ ବୁଝାସୁଝା ଆରମ୍ଭ ହୋଇଛି ।କାଲିଠୁ ଝଓ […]

ପାଗଳା ମାଙ୍କଡ଼ ଉତ୍ପାତ

ଖୋର୍ଦ୍ଧ. ୨୮/୮(ଏସଏସନିଉଜ) ପାଗଳା ମାଙ୍କଡ଼ କାମୁଡାରେ ପୁଣି ଜଣେ ନାବାଳିକା ଆହତ ହୋଇଥିବାର ଜଣାପଡିଛି ।ଟାଙ୍ଗି ବ୍ଲକ୍ ଟାଙ୍କୋଳ ଗାଁରେ ପାଗଳା ମାଙ୍କଡ଼ର ଉତ୍ପାତ ଜାରିରହିଛି ।ସପ୍ତାହକ ଭିତରେ ପ୍ରାୟ ୧୦ ଜଣଙ୍କୁ କାମୁଡ଼ି ଆହତ କଲାଣି ଏହି ପାଗଳା ମାଙ୍କଡ ।

ପୁଣିଏକ ମାଈହାତୀ ମୃତ

କାମାକ୍ଷାନଗର, ୨୮/୮(ଏସଏସନିଉଜ) ଜଙ୍ଗଲ ଭିତରୁ ପୁଣି ଏକ ମାଈ ହାତୀର ମୃତଦେହ ଉଦ୍ଧାର ହୋଇଛି ।ମହାବୀର ରୋଡ୍ ରେଞ୍ଜ୍ ଘାଘରାମୁଣ୍ଡା ଗାଁ ନିକଟ ଖେସରା ଜଙ୍ଗଲରୁ ଉଦ୍ଧାର କରାଯାଇଛି ।ମୃତହାତୀର ବୟସ ପ୍ରାୟ ୨୫ ବର୍ଷହେବ ବୋଲି ଜଣାପଡିଛି ।ତେବେ ମୃତ୍ୟୁର କାରଣ ଜଣାପଡ଼ି ନାହିଁ । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ବନ ବିଭାଗ କହିଛି ।

ଦୁର୍ଘଟଣାରେ ଚାଲିଗଲା ୫ ଜୀବନ

ଢେଙ୍କାନାଳ, ୨୮/୮(ଏସଏସନିଉଜ) କାମାକ୍ଷାନଗର ୫୩ ନଂ ଜାତୀୟ ରାଜପଥର ପଥରଖମ୍ବ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏକ ଯାତ୍ରୀବାହୀ ଅଟୋକୁ କୋଇଲା ବୋଝେଇ ଟ୍ରକ୍ ଚାପିଦେବାରୁ ଏହି ଅଘଟଣ ଘଟିଛି ।ସମସ୍ତ ମୃତକ କାମାକ୍ଷାନଗର ଥାନା ବାଙ୍ଗୁରା ଗାଁର ଅନନ୍ତ ସାମଲ ,ପ୍ରହ୍ଲାଦ ସାମଲ,ଆଦିକନ୍ଧ ସାମଲ, ଅଂକୁର ସାମଲ ଓ ପୁଅ ଦିବ୍ୟରଞ୍ଜନ ସାମଲ ବୋଲି ଜଣାପଡିଛି ।ମହୁଲ ତେଲ ପେସିବାକୁ ଅଟୋରେ ଯାଉଥିଲା ବେଳେ ଏହି ଦୁର୍ଘଟଣା […]

+2ଛାତ୍ର ନିଖୋଜ!

ଚନ୍ଦ୍ରଶେଖରପୁର,୨୭/୮(ଏସ ଏସ ନିଉଜ) ପଟିଆର ଏକ ଘରୋଇ କଲେଜରୁ +2 ଛାତ୍ର ହୃଦେଶ ପଣ୍ଡା ନିଖୋଜ ହୋଇଛନ୍ତି । କାଲି ରାତିରେ କଲେଜ ଚେୟାରମ୍ୟାନ ମାଡ଼ ମାରିଥିବା ଅଭିଯୋଗ ହୋଇଛି।ମାଡ଼ କଥା ବାପାଙ୍କୁ ଫୋନରେ କହିଥିଲେ ହୃଦେଶ । ଆଜି ସକାଳଠୁ ମିଳୁନି ହୃଦେଶଙ୍କ ପତ୍ତା । କଲେଜ ଚେୟାର ମ୍ୟାନଙ୍କ ବିରୋଧରେ ଏତଲା ଦିଆଯାଇଥିବାର ଜଣାପଡିଛି।

MKCGରେ ଅଗ୍ନିକାଣ୍ଡ !

ବ୍ରହ୍ମପୁର,୨୭/୮(ଏସ ଏସ ନିଉଜ)ବ୍ରହ୍ମପୁର MKCG ସ୍ପେଶାଲିଟି ବ୍ଲକରେ ଅଗ୍ନିକାଣ୍ଡ ଘଟଣା । ସୁପର ସ୍ପେଶାଲିଟି ବ୍ଲକର ଅଗ୍ନି ନିର୍ବାପକ କାର୍ଯ୍ୟ କରୁନି।ରକ୍ଷଣାବେକ୍ଷଣ ଅଭାବରୁ କାମ କରୁନି ଅଗ୍ନି ନିର୍ବାପକ ଯନ୍ତ୍ର।