Browsing category

ଅପରାଧ

ପାଚେରୀ ଡେଇଁ ଫେରାର

ସୋର,୧/୯(ଏସଏସନିଉଜ)ସୋର ସବ ଜେଲରୁ ପାଚେରୀ ଡେଇଁ ଦୁଷ୍କର୍ମ ଅଭିଯୁକ୍ତ ଫେରାର ହୋଇଯାଇଥିବାର ଜଣାପଡିଛି ।ମୟୁରଭଞ୍ଜ ଠାକୁରମୁଣ୍ଡ ଅଞ୍ଚଳର ଅଭିଯୁକ୍ତ ସୁଦାମ ଫେରାର ହୋଇଯାଇଛନ୍ତି ।ପାଚେରୀ ଡେଇଁ ବିଲରେ ଦୌଡ଼ି ଫେରାର ହୋଇଯାଇଥିବା ନେଇ ସୂଚନା ମିଳିଛି ।ଏହାପରେ ଜେଲ କର୍ମଚାରୀ ମୂଳିସିଂ ଜଙ୍ଗଲରେ ଖୋଜୁଥିବାର ଦେଖିବାକୁ ମିଳିଛି ।

କ୍ୟାପିଟାଲ ହସ୍ପିଟାଲରେ ଅଗ୍ନିଶମ ବିଭାଗର ମକଡ୍ରିଲ

ଭୁବନେଶ୍ୱର,୧/୯(ଏସଏସନିଉଜ)ବଡ଼ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ମକଡ୍ରିଲ କଲା ଅଗ୍ନିଶମ ବିଭାଗ ।ସ୍ତ୍ରୀ ଓ ପ୍ରସୂତି ବିଭାଗରେ ୱାର୍ମ ଅଫ କଲେ ଅଗ୍ନିଶମ କର୍ମଚାରୀ । Skylift ଜରିଆରେ ଡେମୋ ଦେଖାଉଛନ୍ତି କର୍ମଚାରୀ । ସୁରକ୍ଷା କର୍ମଚାରୀ ମାନଙ୍କୁ ମଧ୍ୟ ଏ ନେଇ ତାଲିମ ଦିଆଯିବ ବୋଲି ଜଣାପଡିଛି ।  

ବିଦ୍ୟୁତ୍ ତାର ନେଲା ଯୁବକର ଜୀବନ

କରଞ୍ଜିଆ, ୧/୯(ଏସଏସନିଉଜ) ରରୁଆଁ ଥାନା ଅନ୍ତର୍ଗତ ତଳଗାଁ ଗ୍ରାମରେ ଅଘଟଣ ଘଟିଛି। ଅଭର୍ହେଡ୍ ପାଣିଟାଙ୍କିର ରଙ୍ଗ ମାରୁଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ଜୀବନ। ଯୁବକ ଜଣକ ବହଳଦା କୁଲଗି ଗ୍ରାମର ନିର୍ମଳ ମହାନ୍ତ। ଖବରପାଇ ଘଟଣାସ୍ଥଳରେ ପୋଲିସପହଁଚି ତଦନ୍ତ ଆରମ୍ଭ କରିଛି ।  

ଠାବ ହେଲା ସେକ୍ସ୍ ରାକେଟ

ଯାଜପୁର, ୧/୯(ଏସଏସନିଉଜ) ପାଣିକୋଇଲି ଛକ ନିକଟରେ ଥିବା ଏକ ହୋଟେଲରୁ ସେକ୍ସ୍ ରାକେଟ ଠାବ କରିଛି ପୋଲିସ । ଏଥିରେ ସମ୍ପୃକ୍ତ ହୋଟେଲ ମାଲିକ ଓ ମ୍ୟାନେଜରଙ୍କ ସମେତ ମୋଟ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଲା ପାଣିକୋଇଲି ପୋଲିସ। ଏହାସହ ଏହିଘଟଣାରେ ଶ୍ରୀହରୀ କଟେଜ୍ ନାମକ ହୋଟେଲକୁ ମଧ୍ୟ ସିଲ୍ କରିଛି ପୋଲିସ ।  

ତିନିଆକାରରେ ଗଣେଶ ମୂର୍ତ୍ତି

ମାଲକାନଗିରି, ୧/୯(ଏସଏସନିଉଜ) ମାଲକାନଗିରିରେ ଗଣେଶପୂଜା ପାଳନ ବେଳେ ମୂର୍ତ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଛି ।କାରଣ ଗଣେଶଙ୍କ ମୂର୍ତ୍ତିଙ୍କୁ ତିନି ପ୍ରକାର ଉପସ୍ଥାପନ କରାଯାଇଥିବା ବେଳେ ଏହାକୁ ନେଇ ବିବାଦ ଜୋର ଧରିଛି । ପ୍ରଭୁ ଜଗନ୍ନାଥ, ଯିଶୁ ଓ ମୁସଲିମ୍ ବେଶରେ ଗଣେଶ ମୂର୍ତ୍ତି କରାଯାଇଛି । ତିନି ମୂର୍ତ୍ତିକୁ ତିନି ଧର୍ମର ମୁଦ୍ରାରେ ଉପସ୍ଥାପନ କରାଯାଇଛି ।ଯାହାଫଳରେ ଏହି ଘଟଣା ଥାନାରେ ପହଞ୍ଚିଥିବାର ଜଣାପଡିଛି ।

ପୁଲିସ ହାତରେ ବଡ଼ ସୁରାକ

ଭୁବନେଶ୍ୱର, ୧/୯(ଏସଏସନିଉଜ) ଶାସ୍ତ୍ରୀନଗର ଶୁଭଶ୍ରୀ ହତ୍ୟା ମାମଲାରେ ପୁଲିସ ହାତରେ ଲାଗିଲା ବଡ଼ ସୁରାକ । ଅଟକ ଥିବା ଯୁବକଙ୍କୁ ହତ୍ୟା ଦିନ ଫୋନ୍ କରିଥିଲେ ଶୁଭଶ୍ରୀ । ମୃତ୍ୟୁର ଅଧ ଘଣ୍ଟା ପୂର୍ବରୁ ଶୁଭଶ୍ରୀଙ୍କ ଫୋନରୁ ଯାଇଥିଲା ଶେଷ କଲ୍ । ଶୁଭଶ୍ରୀଙ୍କ ଶେଷ କଲ୍ ଅବଧି ଥିଲା ମାତ୍ର ୨୭ ସେକେଣ୍ଡ ବୋଲି ପୋଲିସ ଜାଣୀବାକୁ ପାଇଛି ।

ଗଣେଶ ପୂଜାରେ ଅଘଟଣ

ନୟାଗଡ଼,୧/୯(ଏସଏସନିଉଜ) ଗଣେଶ ପୂଜାରେ ନୟାଗଡ଼ ଜିଲ୍ଲାରେ ଏକ ଅଘଟଣ ଘଟିଛି । ଗତକାଲି ପୋଖରୀରେ ଗାଧୋଇବାକୁ ଯାଇ ୨ ନାବାଳକ ଭାଇ ଚନ୍ଦ୍ର ଶେଖର ସ୍ୱାଇଁ(୮) ଓ ରୁଦ୍ର ମାଧବ ସ୍ୱାଇଁ(୩)ଙ୍କର ମୃତ୍ୟୁ ହୋଇଛି। ଏହି ଦୁଃଖଦ ଘଟଣା ଖୁଣ୍ଟୁବନ୍ଧ ପଞ୍ଚାୟତ ଅନ୍ତର୍ଗତ ସଠିଆପଲ୍ଲୀ ଗାଁରେ ଘଟିଛି ।ଗାଧୋଇବାବେଳେ ଦୁଇଭାଇପାଣିରେ ବୁଡିଯାଇଥିଲେ ।ସ୍ଥାନୀୟ ଲୋକ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିବାବେଳେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାପରେ ଗାଁରେ ଶୋକାକୁଳ ପରିବେଶ […]

ଆସିଲା ଦୁଃଖଦ ଖବର

କଟକ, ୧/୯(ଏସଏସନିଉଜ) କୁଆଖାଇରେ ବୁଡ଼ି ଯାଇଥିବା ଦ୍ୱିତୀୟ ନାବାଳକର ମୃତଦେହ ଉଦ୍ଧାର ହୋଇଛି । ପ୍ରତାପନଗରୀ କୁଆଖାଇ ବ୍ରିଜ ନିକଟରୁ ମୃତଦେହ ଉଦ୍ଧାର କରାଯଇଛି । ଗତକାଲି ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ ଓଡ୍ରାଫ ଟିମ୍ । ଗତକାଲି ୫ ଜଣ ସାଙ୍ଗ ଗାଧୋଉ ଥିବାବେଳେ ୩ ଜଣ ଭାସି ଯାଇଥିଲେ ।

ପୋଖରୀକୁ ଡେଇଁପଡିଲେ ସ୍ୱାମୀ

କେନ୍ଦୁଝର, ୧/୯(ଏସଏସନିଉଜ) ସ୍ତ୍ରୀ ସହ ଝଗଡ଼ା ଲାଗି ପୋଖରୀକୁ ଡେଇଁ ସ୍ୱାମୀ ନିଖୋଜ ହୋଇଯାଇଛନ୍ତି ।ଟାଉନ ଥାନା ଶିରିପୁର ଗାଁ ନିକଟ ପୋଖରୀକୁ ଡେଇଁ ଯୁବକ ନିଖୋଜ ହୋଇଛନ୍ତି ।ରାସ୍ତାରେ ଚାଲିଚାଲି ଯିବା ବେଳେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ।ହଠାତ୍ ପୋଖରୀକୁ ଡେଇଁ ପଡ଼ିଥିଲେ ଯୁବକ ।ଖବରପାଇ ଅଗ୍ନିଶମ ବାହିନୀ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ କରିଛି ।

କୁଆଖାଇରେ ବୁଡ଼ି୨ ନିଖୋଜ

କଟକ,୩୧/୮(ଏସଏସନିଉଜ)ଗଣେଷପୁଜାଦିନ କୁଆଖାଇ ନଦୀରେ ବୁଡ଼ି ୨ ଯୁବକ ନିଖୋଜ ହୋଇଛନ୍ତି ।ପ୍ରତାପନଗରୀ କୁଆଖାଇ ବ୍ରିଜ ତଳେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଛି ।ନିକଟରେ ୨ଟି ସ୍କୁଟି ରହିଛି ।୫ଜଣ ଯୁବକ ମଧ୍ୟରୁ ୨ଜଣ ଗାଧୋଉ ଥିବାବେଳେ ଅନ୍ୟ୩ଜଣ ଉପରେ ରହିଥିବାବେଳେ ଏହି ଅଘଟଣ ଘଟିଲା ବୋଲି ଜଣାପଡିଛି । ନିଖୋଜ୨ ଯୁବକଙ୍କର ପରିଚୟ ମିଳିପାରିନଥିବାବେଳେ ଖବରପାଇ ସଦର ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚିବା ସହ ଖୋଜାଖୋଜି ଆରମ୍ଭ ହୋଇଛି ।