Browsing category

ଅପରାଧ

ଫରେଷ୍ଟର ନିଲମ୍ବିତ

କାମାକ୍ଷାନଗର,୪/୯(ଏସଏସନିଉଜ)ହାତୀ ମୃତ୍ୟୁ ଘଟଣାରେ ଦଦରାଘାଟି ଫରେଷ୍ଟର ସରୋଜ କୁମାର ବେହେରା ନିଲମ୍ବିତ ହୋଇଛନ୍ତି । ଫରେଷ୍ଟଗାର୍ଡ ସ୍ୱର୍ଣ୍ଣପ୍ରଭା ସେଠ୍‌ଙ୍କୁ ନିଲମ୍ବନ କଲେ ଢେଙ୍କାନାଳ ଡିଏଫଓ । କାର‌୍ୟ୍ୟରେ ଅବହେଳା ଅଭିଯୋଗରେ ଡିଏଫଓ ନିଲମ୍ବନ କରିଥିବା ସୂଚନାମିଳିଛି । ଖେସୋରା ଜଙ୍ଗଲରେ ବିଦ୍ୟୁତ୍ ଆଘାତରେ ହାତୀର ମୃତ୍ୟୁ ହୋଇଥିଲା ।  

ଗିରଫ ହେଲେ ସ୍ୱାମୀ

ମାଲକାନଗିରି, ୪/୯(ଏସଏସନିଉଜ) ପତ୍ନୀର କିଡ୍‌ନୀ ବିକ୍ରି ଅଭିଯୋଗ ମାମଲାରେ ଅଭିଯୁକ୍ତ ସ୍ୱାମୀ ପ୍ରଶାନ୍ତ କୁଣ୍ଡୁକୁ ଗିରଫ କଲା ପୁଲିସ୍ । ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ୨୦୧୮ ମସିହାରେ କିଡ୍‌ନୀ ବିକ୍ରି ହୋଇଥିବା ଅଭିଯୋଗ ହୋଇଥିଲା ।

ଦବଙ୍ଗ କଲେକ୍ଟର!

ରାୟଗଡା,୩/୯(ଏସଏସନିଉଜ)ରାୟଗଡାର ଦବଙ୍ଗ କଲେକ୍ଟର ହେଉଛନ୍ତି ସ୍ୱଦ୍ଧାଦେବ ସିଂ ।ଗତକିଛିଦିନ ହେବ କାଶିପୁର ତହସିଲ କାର୍ଯ୍ୟାଳୟରେ କର୍ମଚରୀମାନେ ଅନୁପସ୍ଥିତ ରହିବା, ।ଜମି ଚିହ୍ନଟ ଓ ପଟ୍ଟାପ୍ରଦାନରେ ଅବହେଳା ଆଦି ଅଭିଯୋଗମାନ ଜିଲ୍ଲାପାଳଙ୍କ ପାଖରେ ସ୍ଥାନୀୟ ଲୋକମାନେ କରିଥିଲେ ।ସ୍ଥାନୀୟ ଲୋକମାନେ ସଦରମହକୁମାକୁ ଆସି ବିଭାଗୀୟ ଅଧିକାରୀମାନଙ୍କୁ ନପାଇ ନିରାଶରେ ହଇରାଣ ହୋଇ ଫେରୁଥିଲେ ।ଏହି ଅଭିଯୋଗ ପାଇବାପରେ ଜିଲ୍ଲାପାଳ ନିଜେ ପକୃତଘଟଣା ଜାଣିବାପାଇଁ ଅନୁଧ୍ୟାନ କରିବାକୁ ଆସିଥିଲେ ।ଏହାପରେ ଆକ୍ସନ ମୋଡରେ ଥିବା ଦବଙ୍ଗ ଜିଲ୍ଲାପାଳ କାଶିପୁର ତହସିଲଦାର […]

ଲୁଟିନେଲେ ୧୦ଲକ୍ଷ

ବ୍ରହ୍ମଗିରି,୩/୯(ଏସ ଏସ ନିଉଜ)ବନ୍ଧୁକ ଦେଖାଇ ୧୦ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।ବ୍ରହ୍ମଗିରି ସବ୍ ରେଜିଷ୍ଟ୍ରାର ଅଫିସ୍ ଆଗରୁ ଲୁଟିଲେ ୨ ଦୁର୍ବୃତ୍ତ।ଲୁଟ୍‌ର ଶିକାର ଯୁବକ ଜଣକ ପୋଲିସ କର୍ମଚାରୀ ସୂଚନା ମିଳିଛି।ବ୍ରହ୍ମଗିରି ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ କରିଛି।

ବିଷାକ୍ତଖାଦ୍ୟ ନେଲା ଜୀବନ

ନରସିଂହପୁର,୩/୯(ଏସଏସ ନିଉଜ) ବିଷାକ୍ତ ଖାଦ୍ୟ ଖାଇ ପରିବାରର ୨ଜଣ ମୃତୁବରଣ କରିଛନ୍ତି।ସ୍ୱାମୀ, ସ୍ତ୍ରୀ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।ବଡ଼ମ୍ବା ଅଭିମାନପୁର ପଞ୍ଚାୟତ ବୀରବରପୁର ଗାଁରେ ଏହି ଅଘଟଣ ଘଟିଛି।ବାସି ଖାଦ୍ୟ ଖାଇବା ପରେ ଏଭଳି ଘଟିଥିବା ସୂଚନା ମିଳିଛି।

ଜଳିଗଲା୨ବଖରା ଘର

ଢେଙ୍କାନାଳ, ୩/୯(ଏସଏସନିଉଜ)ଡାଉଁଶନାଳୀ ଗାଁରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଜଳିଯାଇଛି ୨ ବଖରା ଘର । ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର ୪ ଜଣ ସଦସ୍ୟ ।ଏହି ଅଗ୍ନିକାଣ୍ଡରେ ୧୦ଟି ଛେଳି ଜୀବନ୍ତ ଦଗ୍ଧ ହୋଇଥିବାର ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ ମଶା ପାଇଁ ଧୂଆଁ ଦିଆଯାଇଥିବା ଜାଳରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

ବିଦ୍ୟୁତ ତାର ଲାଗି ହାତୀ ମୃତ

ଢେଙ୍କାନାଳ, ୩/୯(ଏସଏସନିଉଜ) ଶିକାରୀ ବିଛାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀ ମୃତ୍ୟୁ ହୋଇଛି ।ହିନ୍ଦୋଳ ଫରେଷ୍ଟରେଞ୍ଜ ବାଘଘରି‌ଆଗାଁ ନିକଟ ଜଙ୍ଗଲରେ ହାତୀର ମୃତ୍ୟୁ ହୋଇଛି ।ମୃତ ହାତୀର ବୟସ ପ୍ରାୟ ୧୦ ବର୍ଷ ।ପାଖରେ ଏକ ବାର୍‌ହା ବି ମରି ପଡ଼ିଥିବା ସୂଚନା ମିଳିଛି ।

ମାରି ରେଳଧାରଣାରେ ଫିଙ୍ଗିଦେଲେ !

ଢେଙ୍କାନାଳ, ୩/୯(ଏସଏସନିଉଜ) ଶ୍ୟାମାଚରଣପୁର ଷ୍ଟେସନ ନିକଟ ରେଳଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଗଁଦିଆଥାନା ଠାକୁରପାଳଗାଁର ହୋଇଥିବାବେଳେହତ୍ୟା ଅଭିଯୋଗ ଆଣିବାସହ ମାରି ରେଳଧାରଣାରେ ଫିଙ୍ଗିଦେଇଥିବାର ପରିବାର ଲୋକ ଅଭିଯୋଗ ଆଣିଛନ୍ତି ।ଖବରପାଇ ଘଟଣାସ୍ଥଳରେ ରେଲେଓ୍ୱ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।  

ଅଭିଯୋଗ କଲେ ଅନ୍ତେବାସୀ

ମାଲକାନଗିରି,୩/୯(ଏସଏସନିଉଜ) ମାରିବାଡ଼ା ସେବାଶ୍ରମ ସ୍କୁଲରୁ ଚାଉଳ ବାଟମାରଣ ଅଭିଯୋଗ ଆଣିଲେ ସଂପୃକ୍ତ ସ୍କୁଲର ୨୦ ଅନ୍ତେବାସୀ ।ସେବାଶ୍ରମ ସ୍କୁଲର ୨୦ ଅନ୍ତେବାସୀ ମାଲକାନଗିରି ଆସି ଅଭିଯୋଗ କରିଛନ୍ତି ।ମାଲକାନଗିରି ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଭେଟି ଅଭିଯୋଗ ଜଣାଇଥିବାର ଜଣାପଡିଛି ।

ନନ୍ଦନକାନନରେ ଅଳିଆଗାଡିକୁ ପିଟିଲା ବେଟାରୀଗାଡି

ବାରଙ୍ଗ,୨/୯(ଏସଏସନିଉଜ)ବିବାଦ ନନ୍ଦନକାନନର ପିଛା ଛାଡୁନଥିବାବେଳେ ଶୁକ୍ରବାରଦିନ ଆଉ ଏକ ବିବାଦରେ ନନ୍ଦନକାନନ ଛନ୍ଦି ହୋଇଛି ।ବେଟାରୀଚାଳିତ ଗାଡି ଓ ଅଳିଆଗାଡି ମଧ୍ୟରେ ଧକ୍କାହୋଇଛି ।ନନ୍ଦନକାନନରେ ଚାଲୁଥିବା ବେଟାରୀ ଚାଳିତ ଗାଡିଚାଳକଙ୍କ ବେପରୁୱା ଗାଡିଚାଳନା ଯୋଗୁ ସୈାଭାଗ୍ୟବଶତ ପର୍ଯ୍ୟଟକ ମାନେ ନିଶ୍ଚିତ ଦୁର୍ଘଟଣାରୁ ବଂଚିଯାଇଛନ୍ତି ଓ ନନ୍ଦନକାନନକୁ ଏକ ବଡ ବିପଦରୁ ମୁକ୍ତି ମିଳିଛି ।ଏହିଭଳି ବହୁ ଘଟଣାମାନ ନନ୍ଦନକାନନରେ ଘଟୁଥିଲେ ମଧ୍ୟ ମୁଖିଆମାନେ ଆଖିବୁଜିନ୍ଥେôବାର ଦେଖିବାକୁ ମିଳିଛି । ଦ୍ରୁତଗତିରେ ଯାଇ ବେଟାରୀଚାଳିତ ଗାଡିଟିି ଅଳିଆବୋଝେଇ ଗାଡିର […]