Browsing category

ଅପରାଧ

ଅଭିଯୋଗ କଲେ ଅନ୍ତେବାସୀ

ମାଲକାନଗିରି,୩/୯(ଏସଏସନିଉଜ) ମାରିବାଡ଼ା ସେବାଶ୍ରମ ସ୍କୁଲରୁ ଚାଉଳ ବାଟମାରଣ ଅଭିଯୋଗ ଆଣିଲେ ସଂପୃକ୍ତ ସ୍କୁଲର ୨୦ ଅନ୍ତେବାସୀ ।ସେବାଶ୍ରମ ସ୍କୁଲର ୨୦ ଅନ୍ତେବାସୀ ମାଲକାନଗିରି ଆସି ଅଭିଯୋଗ କରିଛନ୍ତି ।ମାଲକାନଗିରି ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଭେଟି ଅଭିଯୋଗ ଜଣାଇଥିବାର ଜଣାପଡିଛି ।

ନନ୍ଦନକାନନରେ ଅଳିଆଗାଡିକୁ ପିଟିଲା ବେଟାରୀଗାଡି

ବାରଙ୍ଗ,୨/୯(ଏସଏସନିଉଜ)ବିବାଦ ନନ୍ଦନକାନନର ପିଛା ଛାଡୁନଥିବାବେଳେ ଶୁକ୍ରବାରଦିନ ଆଉ ଏକ ବିବାଦରେ ନନ୍ଦନକାନନ ଛନ୍ଦି ହୋଇଛି ।ବେଟାରୀଚାଳିତ ଗାଡି ଓ ଅଳିଆଗାଡି ମଧ୍ୟରେ ଧକ୍କାହୋଇଛି ।ନନ୍ଦନକାନନରେ ଚାଲୁଥିବା ବେଟାରୀ ଚାଳିତ ଗାଡିଚାଳକଙ୍କ ବେପରୁୱା ଗାଡିଚାଳନା ଯୋଗୁ ସୈାଭାଗ୍ୟବଶତ ପର୍ଯ୍ୟଟକ ମାନେ ନିଶ୍ଚିତ ଦୁର୍ଘଟଣାରୁ ବଂଚିଯାଇଛନ୍ତି ଓ ନନ୍ଦନକାନନକୁ ଏକ ବଡ ବିପଦରୁ ମୁକ୍ତି ମିଳିଛି ।ଏହିଭଳି ବହୁ ଘଟଣାମାନ ନନ୍ଦନକାନନରେ ଘଟୁଥିଲେ ମଧ୍ୟ ମୁଖିଆମାନେ ଆଖିବୁଜିନ୍ଥେôବାର ଦେଖିବାକୁ ମିଳିଛି । ଦ୍ରୁତଗତିରେ ଯାଇ ବେଟାରୀଚାଳିତ ଗାଡିଟିି ଅଳିଆବୋଝେଇ ଗାଡିର […]

ଗୁହାଳପାଇଁ ଲାଞ୍ଚନେଇ ଫସିଲେ ଜେଇ

ଖଲିକୋଟ,୨/୯(ଏସଏସ ନିଉଜ)ଭିଜିଲାନ୍ସ ଜାଲରେ ପଡିଲେ ବେଗୁନିଆପଡ଼ା ବ୍ଲକ ଜେଇ ସୁଧାଂଶୁ ମଲ୍ଲିକ।୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପ ଡ଼ିଲେ।ଆଦର୍ଶ ଗାଈ ଗୁହାଳ ବିଲ୍ ପାସ୍ ପାଇଁ ବ୍ଲକ ପରିସର ରେ ନେଉଥିଲେ ଲାଞ୍ଚ।

ସ୍ବାମୀ ଲଗାଇଲା ରଶି, ସ୍ତ୍ରୀ ପିଇଲା ବିଷ

ଯାଜପୁର,୨/୯(ଏସ ଏସ ନିଉଜ)ଜୀବନ ହାରିଲେ ଦମ୍ପତି ପାରିବାରିକ କଳହର କରୁଣ ପରିଣତି । ଯାଜପୁର ଭକଣ୍ଡରୀ ରେ ଜୀବନ ହାରିଛନ୍ତି ଦମ୍ପତି।ମୃତ ଦମ୍ପତ୍ତି କେଶବ ବେହେରା ଓ ସ୍ତ୍ରୀ ଝୁନୁଲତା ବେହେରା । ସ୍ବାମୀ ରଶି ଲଗାଇଲା, ସ୍ତ୍ରୀ ବିଷ ପିଇଦେଇଥିଲେ।ଖବର ପାଇ ପାଣିକୋଇଲି ପୋଲିସ ତଦନ୍ତ ଆରମ୍ଭ କରିଛି।

ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ

ବାଲୁଗାଁ,୨/୯(ଏସ ଏସନିଉଜ)ସିଙ୍ଗେଶ୍ୱରରେ ନବବିବାହିତା ମହିଳାଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଛି। ବାଲୁଗାଁ ହସ୍ପିଟାଲରେ ମହିଳାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର ।ଏହି ଘଟଣା ପରେ ଯୌତୁକଜନିତ ହତ୍ୟା ଅଭିଯୋଗ କଲେ ବାପ ଘର ଲୋକେ।

ତାନ୍ତ୍ରିକ ବେକକୁ ଚୋଟେ

ଯାଜପୁର,୨/୯(ଏସଏସ ନିଉଜ) ତାନ୍ତ୍ରିକ ବେକକୁ ହାଣି ହତ୍ୟା କଲା ଯୁବକ।ସୁକିନ୍ଦା ଥାନା ବନ୍ଧଗାଁରେ ଘଟିଛି ଏହି ହତ୍ୟା ଘଟଣା। ହତ୍ୟା ପରେ ଅଭିଯୁକ୍ତ ଯୁବକ ଆତ୍ମସମର୍ପଣ କରିଛି।ମନ୍ତ୍ର କାମ ନଦେବାରୁ ଠକେଇରେ ପଡ଼ିଥିବା ଭାବି ହତ୍ୟା କରିଥିଲେ ଯୁବକ।ଅଭିଯୁକ୍ତ ଯୁବକର ସ୍ତ୍ରୀ ତାଙ୍କୁ ଛାଡ଼ି ବାପଘରେ ରହୁଛନ୍ତି। ସ୍ତ୍ରୀକୁ ଫେରାଇ ଆଣିବାକୁ ତାନ୍ତ୍ରିକର ସହଯୋଗ ନେଇଥିଲେ ଯୁବକ।ସ୍ତ୍ରୀକୁ ମନ୍ତ୍ର ବଳରେ ଫେରାଇ ଆଣିବାକୁ ପ୍ରତିଶ୍ରୁତି ଦେଇଥିଲେ ତାନ୍ତ୍ରିକ।ତେବେ ଏନେଇ ଯୁବକଙ୍କ ଠାରୁ ବାରମ୍ବାର ଟଙ୍କା ଝଡ଼ାଇଥିଲେ ତାନ୍ତ୍ରିକ।ଆଜି […]

ଜାଲରେ ପଡିଲା ଶବ

ବାଲିଆପାଳ,୨/୯(ଏସ ଏସ ନିଉଜ) ବଡ଼ତାଳପଦାରୁ ମୃତଦେହ ଉଦ୍ଧାର ହୋଇଛି। ମାଛଧରା ଜାଲରେ ଲାଗିଛି ନାବାଳିକା ମୃତଦେହ ।କେନାଲରେ ମାଛ ଧରିବା ପାଇଁ ଜାଲ ବସାଯାଇଥିଲା । ଖବର ପାଇ ବାଲିଆପାଳ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତଆରମ୍ଭ କରିଛି

ଜିଲ୍ଲାପରିଷଦ ସଭ୍ୟଙ୍କ କାର ଜାଲିଦେଲେ

ଖୋର୍ଦ୍ଧା,୨/୯(ଏସଏସନିଉଜ) ୯ ନମ୍ବର ଜିଲ୍ଲା ପରିଷଦ ସଭ୍ୟଙ୍କ କାର୍ ଜାଳିଦେଲେ ଦୁର୍ବୃତ୍ତ।ବଡ଼ପୋଖରିଆ ପଞ୍ଚାୟତ ଅଫିସ୍ ପରିସରରେ କାର୍ ଜାଳିଦେଲେ ଦୁର୍ବୃତ୍ତ।ପୂର୍ବ ଶତ୍ରୁତାରୁ ଜାଳି ଦେଇଥିବା ସନ୍ଦେହ କରାଯାଉଠିବାବେଳେ ପୋଲିସର ପହଁଚି ତଦନ୍ତ ଆରମ୍ଭ କରିଛି ।

ନିଆଁ ଲଗାଇଦେଲା ସ୍ବାମୀ

ବ୍ରହ୍ମପୁର,୨/୯(ଏସଏସନିଉଜ) ସ୍ତ୍ରୀ ଦେହରେ ସାନିଟାଇଜର ଢାଳି ନିଆଁ ଲଗାଇଦେଲା ସ୍ବାମୀ । ବ୍ରହ୍ମପୁର ଦିଗପହଣ୍ଡି ଥାନା ମହୁଡା ଗାଁର ଏହି ଘଟଣା ଘଟିଛି।ଗୁରୁତର ମହିଳା ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିବାବେଳେ ଯୈାତୁକ ପାଇଁ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ମହିଳାଙ୍କ ଶରୀରର ୩୦ ଭାଗ ପୋଡ଼ି ଯାଇଥିବାର ଜଣାପଡିଛି।

ପୁଣି ପୋଲିସ ହାତରେ ୩ମଦବ୍ୟବସାୟୀ

ବାରଙ୍ଗ,୧/୯(ଏସଏସନିଉଜ)ଗତକିଛିଦିନ ହେବ ବାରଙ୍ଗ ଥାନା ଅଧିକାରୀ ଆକାଶଚନ୍ଦ୍ରରଣା ବାରଙ୍ଗ ଅଂଚଳରେ ଦେଶୀମଦ କାରବାରରେ ରୋକ ଲଗାଇବାପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ବାରଙ୍ଗଥାନା ପୋଲିସ ଚୋରାଦେଶୀମଦ ବିକ୍ରି କରିବା ଅଭିଯୋଗରେ ଗୁରୁବାର ଦୁଇଟି ଭିନ୍ନ ଭିନ୍ନ ମାମଲାରେ ୩ଜଣଙ୍କୁ ଗିରଫକରି କୋର୍ଟଚାଲାଣ କରିଛି।ଗତକିଛିଦିନ ହେବ ବାରଙ୍ଗ ପୋଲିସ ର ଦେଶୀମଦ କାରବାରକୁ ରୋକିବାପାଇଁ ହେଉଥିବା ପ୍ରୟାସ ଚୋରାମଦବ୍ୟବସାୟୀମାନଙ୍କ ପାଇଁ ଭାଳେଣୀ ପଡିବାକୁ ଲାଗିଛି । ପ୍ରକାଶଯେ, ପଞ୍ଚୁପାଳଗ୍ରାମ ସାମଲସାହିରେ ଦେଶୀ ମଦ ବିକ୍ରି କରୁଥିବା ବେଳେ ଚୌଦ୍ଵାର […]