ତାନ୍ତ୍ରିକ ବେକକୁ ଚୋଟେ

ଯାଜପୁର,୨/୯(ଏସଏସ ନିଉଜ) ତାନ୍ତ୍ରିକ ବେକକୁ ହାଣି ହତ୍ୟା କଲା ଯୁବକ।ସୁକିନ୍ଦା ଥାନା ବନ୍ଧଗାଁରେ ଘଟିଛି ଏହି ହତ୍ୟା ଘଟଣା। ହତ୍ୟା ପରେ ଅଭିଯୁକ୍ତ ଯୁବକ ଆତ୍ମସମର୍ପଣ କରିଛି।ମନ୍ତ୍ର କାମ ନଦେବାରୁ ଠକେଇରେ ପଡ଼ିଥିବା ଭାବି ହତ୍ୟା କରିଥିଲେ ଯୁବକ।ଅଭିଯୁକ୍ତ ଯୁବକର ସ୍ତ୍ରୀ ତାଙ୍କୁ ଛାଡ଼ି ବାପଘରେ ରହୁଛନ୍ତି।
ସ୍ତ୍ରୀକୁ ଫେରାଇ ଆଣିବାକୁ ତାନ୍ତ୍ରିକର ସହଯୋଗ ନେଇଥିଲେ ଯୁବକ।ସ୍ତ୍ରୀକୁ ମନ୍ତ୍ର ବଳରେ ଫେରାଇ ଆଣିବାକୁ ପ୍ରତିଶ୍ରୁତି ଦେଇଥିଲେ ତାନ୍ତ୍ରିକ।ତେବେ ଏନେଇ ଯୁବକଙ୍କ ଠାରୁ ବାରମ୍ବାର ଟଙ୍କା ଝଡ଼ାଇଥିଲେ ତାନ୍ତ୍ରିକ।ଆଜି ପୁଣି ଆସି ଟଙ୍କା ମାଗିବାରୁ ଧାରୁଆ ଅସ୍ତ୍ରରେ ହାଣି ଦେଇଥିଲେ ଯୁବକ।

Comments (0)
Add Comment