ଅଫିମ ଚାଲାଣ ବେଳେ ୫ ଗିରଫ
କେନ୍ଦୁଝର,୨୦/୭(ଏସଏସ ନିଉଜ) ଅଫିମ ଚୋରା ଚାଲାଣ ବେଳେ ଧରାପଡ଼ିଲେ ଅଭିଯୁକ୍ତ।ହରିଚନ୍ଦନପୁର ଥାନା ଠାକୁର ପଡ଼ା ଗାଁ ନିକଟରୁ ୧୦ କିଲୋ ଓଜନର ଅଫିମ ଜବତ ହୋଇଛି ।ଏକ କାର୍ ସହ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।
Browsing category
କେନ୍ଦୁଝର,୨୦/୭(ଏସଏସ ନିଉଜ) ଅଫିମ ଚୋରା ଚାଲାଣ ବେଳେ ଧରାପଡ଼ିଲେ ଅଭିଯୁକ୍ତ।ହରିଚନ୍ଦନପୁର ଥାନା ଠାକୁର ପଡ଼ା ଗାଁ ନିକଟରୁ ୧୦ କିଲୋ ଓଜନର ଅଫିମ ଜବତ ହୋଇଛି ।ଏକ କାର୍ ସହ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।
ଉମରକୋଟ,୧୯/୭(ଏସ ଏସ ନିଉଜ)ଉମରକୋଟ ଡାବୁଗାଁ ଥାନା ଝରିଗୁଡ଼ା ଗାଁରେ ମୃତଦେହ ଉଦ୍ଧାର ବେଳେ ପୋଲିସକୁ ଆକ୍ରମଣ ହୋଇଛି ଉମରକୋଟ IICଙ୍କ ସମେତ ୪ ଆହତ ହୋଇଥିବାର ଜଣାପଡିଛି ।ସକାଳେ ବନ୍ଦ ଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ମିଳିଥିଲା।ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଆଣିବା ବେଳେ ଲୋକେ ବିରୋଧ କରିଥିଲେ ।ମୃତ ମହିଳାଙ୍କ ସ୍ୱାମୀଙ୍କୁ ଆକ୍ରମଣ ବେଳେ ଉଦ୍ଧାର କଲା ପୋଲିସ ।
ବାରିପଦା,୧୯/୭(ଏସ ଏସ ନିଉଜ) ସନ୍ଦେହରେ ଅଟକ ଯୁବକଙ୍କ ଠାରୁ ସାଇବର ଠକେଇର ପର୍ଦ୍ଦାଫାସ ହଉଛି ।ଅଟକ ଯୁବକଙ୍କ ଠାରୁ ୧ ଲକ୍ଷ ୩୫ ହଜାର ଟଙ୍କା, ବହୁ ଏଟିଏମ କାର୍ଡ ଜବତ ହୋଇଛି ।କାଲି ରାତିରେ ବେତନଟି କୋର୍ଟ ଛକରୁ ୩ ଜଣ ଯୁବକଙ୍କୁ ଧରିଥିଲା ପୋଲିସ ।ବିଳମ୍ବିତ ରାତିରେ ସନ୍ଦେହଜନକ ଭାବେ ବୁଲୁଥିବାରୁ ଧରିଥିଲା ପୋଲିସ ।
ଢେଙ୍କାନାଳ, ୧୯/୭(ଏସଏସନିଉଜ)ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡିସିନ ବିଭାଗ ଡାକ୍ତର ଉମାକାନ୍ତ ଖେଜୁରିଆ ।ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପ୍ରମାଣପତ୍ର ଇସ୍ୟୁ କରିବା ପାଇଁ ୧୧ ହଜାର ଲାଞ୍ଚ ନେଉଥିଲେ । ମେଡିକାଲ ସାମ୍ନା ଏକ କ୍ଲିନିକରେ ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ । କଟକଭିଜିଲାନ୍ସ ଥାନା କେଶନଂ୪୧/୨୨ରେ ଏକ ମକଦ୍ଦମାରୁଜୁକରାଯାଇ ତଦନ୍ତ ଆରମ୍ଭ ହୋଇଛି ।
ଢେଙ୍କାନାଳ,୧୯/୭(ଏସଏସନିଉଜ) ୫୩ ଜାତୀୟ ରାଜପଥର ମୁଣ୍ଡେଇଲୋ ଛକ ନିକଟରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି ।ଯାହାଫଳରେ ଜଣେ ଚାଳକ ଗଁନ୍ଦିଆ ଥାନା ଦେଓଗାଁର ଅଜିତ ବେହେରା ଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଚାଳକ ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଗୁଣ୍ଡୁରୁଝରଣା ଗାଁର ଅନ୍ତର୍ୟ୍ୟାମୀ ସାହୁ ଗୁରୁତର ହୋଇଛନ୍ତି।ଦୁର୍ଘଟଣାପରେ ଉଭୟଚାଳକଙ୍କୁ ପର୍ଜଙ୍ଗ ଥାନା ପୁଲିସ ସହାୟତାରେ ଚିକିସ୍ାପାଇଁ ପର୍ଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ଅଜିତଙ୍କର ମୃତ୍ୟୁ ହୋଇଥିଲା।ପୋଲିସ ଦୁର୍ଘଟଣାଗ୍ରସ୍ଥ ଟ୍ରକ […]
କେନ୍ଦୁଝର,୧୯/୭(ଏସ ଏସ ନୁଜ) ଟ୍ରାକ୍ଟର ଓଲଟି ଜଣେ ଭାଗ ଚାଷୀଙ୍କର ମୃତ୍ୟୁ ହୋଇଛି। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଶିବନାରାୟଣପୁର ଗୋଡା ଗାଁ ରୁଗୁଡି ସାହିରେ ଚାଷ କରୁଥିବା ବେଳେ ହେଲା ଅଘଟଣ ଘଟିଛି।ସନ୍ଧ୍ୟା ସମୟରେ ଅର୍ଜୁନ ମହାକୁଡ ନାମକ ଭାଗ ଚାଷୀ ଜମିରେ ଟ୍ରାକ୍ଟର ସାହାଯ୍ୟରେ ଜମିରେ ଚାଷ କରୁଥିଲେ । ସେହି ସମୟରେ ହଠାତ କାଦୁଅରେ ଫସି ଟ୍ରାକ୍ଟରଟି ଓଲଟି ପଡିଥିଲା ।ଚାଷୀ ଅର୍ଜୁନ ମହାକୁଡଙ୍କୁ ଚାପି ଦେଇଥିଲା । ଘଟଣାସ୍ଥଳରେ ହିଁ […]
ଭଦ୍ରକ,୧୯/୭(ଏସ ଏସ ନିଉଜ)ବିଜେପି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାର ନ୍ୟାୟ ଦାବିରେନବନିର୍ମାଣ ଛାତ୍ର ସଂଗଠନ ପକ୍ଷରୁ ଭଦ୍ରକ 16 ନଂ ଜାତୀୟ ରାଜପଥ ଅବରୋଧ କରାଯାଇଛି ।ରାସ୍ତାରେ ଶହ ଶହ ଗାଡି ଅଟକି ରହିଛି ।ଆତ୍ମହତ୍ୟା କରିଥିବା ବିଜେବି ଛାତ୍ରୀ ରୁଚିକାଙ୍କୁ ନ୍ୟାୟ ପାଇଁ ଆଜି ଓଡ଼ିଶା ବନ୍ଦ ପାଇଁ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା ।ଶାନ୍ତିପୂର୍ଣ୍ଣ ପିକେଟିଂ ପାଇଁ ଆହ୍ୱାନ।ବନ୍ଦ୍କୁ ଛାତ୍ର କଂଗ୍ରେସର ସମର୍ଥନ ଦିଆଯାଇଛି […]
କୋରାପୁଟ,୧୯/୭(ଏସ ଏସ ନିଉଜ)ଟିପର୍କୁ ପଛରୁ ବସ୍ ପିଟିବାଦ୍ୱାର ୧୦ ଯାତ୍ରୀ ଆହତ ହୋଇଥିବାର ଜଣାପଡିଛି ।ଏନ୍ଏଚ୍-୨୬ର ଶୁଣ୍ଡିପୁଙ୍ଗାର ଛକ ନିକଟରେ ଦୁର୍ଘଟଣା ଘଟିଛି ।ସରକାରୀ ବସ୍ଟି ବିଶାଖା ପାଟଣାରୁ ଚତ୍ରକୋଣ୍ଡା ଯିବା ବେଳେ ଦୁର୍ଘଟଣା ଘଟିଥିଲା ।
ଲମତାପୁଟ,୧୯/୭(ଏସ ଏସ ନିଉଜ)ସାହୁପୁଟ ଛକରୁ ୨୦ ଲକ୍ଷର ଗଞ୍ଜେଇ ସହ ଜିପ୍ ଜବତ ହୋଇଛି ।ଆନ୍ଧ୍ରରୁ ପାଡୁଆ ଅଭିମୁଖେ ଚାଲାଣ ବେଳେ ଧରାପଡ଼ିଲା ।ତେବେ କୌଶଳ କ୍ରମେ ଚାଳକ ଫେରାର ହୋଇଯାଇଛି ।ଜବତ ଗଞ୍ଜେଇର ପରିମାଣ ୨ କ୍ୱିଣ୍ଟାଲ ୧୫ କେଜି ବୋଲି ସୂଚନା ମିଳିଛି ।
ସମ୍ବଲପୁର, ୧୮/୭(ଏସଏସନିଉଜ) କାର୍ ଧକ୍କାରେ ଏସପିଙ୍କ ବାସଭବନ ପାଚେରି ଭାଙ୍ଗିଛି ।ଏହି ଘଟଣାରେ ୫ଜଣ ଆହତ ହୋଇଥିବାର ଜଣାପଡିଛି । ଜଣେ ଆଇନଜୀବୀଙ୍କ ଗାଡ଼ି ଏହି ଦୁର୍ଘଟଣା ଘଟାଇଥିବାର ସୂଚନା ମିଳିଥିବାବେଳେ ଟାଉନ ପୋଲିସ ସମ୍ପୃକ୍ତ ଆଇନଜୀବୀଙ୍କୁ ଅଟକ ରଖି ପଚରାଉଚରା କରୁଥିବାର ଜଣାପଡିଛି ।