Browsing category

ଅପରାଧ

କାର୍‌-ପିକ୍‌ଅପ୍ ଭ୍ୟାନ ଧକ୍କା

ଭୁବନେଶ୍ୱର,୨୪/୭(ଏସଏସନିଉଜ) ଆଜି ସକାଳେ ୨୦ ନମ୍ବର ଜାତୀୟ ରାଜପଥର ସାନବରବେଡ଼ା ଛକ ନିକଟରେ କାର୍ ସହ ପିକ୍‌ଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା ହେବାରୁ କାର୍‌ରେ ଥିବା ଦୁଇଜଣ ଓ ପିକ୍ଅପ୍ ଭ୍ୟାନ୍‌ରେ ଥିବା ୫ଜଣ ଆହତ ହୋଇଛନ୍ତି। ବର୍ଷା ଯୋଗୁଁ ସାମ୍ନାକୁ ଦେଖିବା ଉଭୟ ଗାଡ଼ିର ଡ୍ରାଇଭରଙ୍କ ପାଇଁ କଷ୍ଟକର ହୋଇଥିବାରୁ ଏହି ଦୁର୍ଘଟଣା ଘଟିଥିବାର ଜଣାପଡିଛି।ଖବରପାଇ ଢେଙ୍କିକୋଟ ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ଆହତଙ୍କୁ ଚିକିସ୍‌ାପାଇଁ ପ୍ରଥମେ ଘଟଗାଁ ଓ ପରେ କେନ୍ଦୁଝର […]

ନାବାଳିକାକୁ ପୋଡ଼ି ମାରିଦେଲେ!

ସୋର, ୨୪/୭(ଏସଏସନିଉଜ) ଜଣେ ନାବାଳିକାକୁ ପୋଡ଼ି ମାରି ଦିଆଯାଇଥିବା ଅଭିଯୋଗ ହୋଇଛି ।.ଖଇରା ଥାନା ବାରିଙ୍ଗିଆ ଗାଁରେ ନାବାଳିକାକୁ ପୋଡ଼ି ହତ୍ୟା. କରାଯାଇଥିବାର ଅଭିଯୋଗ ହୋଇଛି ।ଗାଁର ଜଣେ ବିବାହିତ ଯୁବକ ପୋଡ଼ି ହତ୍ୟା କରିଥିବା ଅଭିଯୋଗ କରି ଗାଁ ଲୋକେ ଯୁବକକୁ ଅଟକ ରଖିଛନ୍ତି ।ଏହାକୁ ନେଇ ଗାଁରେ ଉତେଜନା ଦେଖାଦେଇଛି ।

ବନ୍ଦଘରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର, ୨୨/୭(ଏସ ଏସ ନିଉଜ) ଶାସ୍ତ୍ରୀନଗର ଶନି ମନ୍ଦିର ନିକଟରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି । ଏକ ବନ୍ଦ ଘରୁ ମୃତଦେହ ଉଦ୍ଧାର କରିଛି ଖାରବେଳନଗର ଥାନା ପୋଲିସ ।୫ରୁ ୬ ଦିନ ହେବ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଘରେ ଏକୁଟିଆ ରହୁଥିଲେ ବୃଦ୍ଧ ।

ଭିଜିଲାନ୍ସ ହାତରେ ଆୟୁଷ ଡାକ୍ତର

ରାଜଗାଙ୍ଗପୁର,୨୨/୭(ଏସ ଏସ ନିଉଜ)ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଆୟୁଷ ଡାକ୍ତର।ସିଏ ହେଉଛନ୍ତି କୁତ୍ରା ଥାନା ଗହୀରବାହାଲ PHC ଆୟୁଷ ଡାକ୍ତର ସାରଦା ପ୍ରସନ୍ନ ବେହେରା ।ଜଣେ ଅଟୋ ଡ୍ରାଇଭରଠାରୁ ୪ ହଜାର ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ ।ଡାକ୍ତରଙ୍କ କ୍ଲିନିକ ସମେତ କୁତ୍ରା ବାସଭନରେ ଭିଜିଲାନ୍ସର ଚଢ଼ାଉ ଜାରି ରହିଛି ।

ସୁନ୍ଦରଗଡରେ ଡବଲ୍ ମର୍ଡର

ସୁନ୍ଦରଗଡ଼,୨୧/୭(ଏସଏସନିଉଜ) ବଡଗାଁ ଥାନା ଅନ୍ତର୍ଗତ ସାଲବିରା ଗ୍ରାମରେ ଡବଲ୍ ମର୍ଡର ହୋଇଛି । କୋଦାଳରେ ହାଣି ୭୨ ବର୍ଷୀୟ ବୃଦ୍ଧଙ୍କୁ ନିର୍ମମ ହତ୍ୟା କରିସାରିବାପରେ ହତ୍ୟାକାରୀଙ୍କୁ ହତ୍ୟା କରାଯାଇଛି । ୭୨ ବୟସ୍କ ବୃଦ୍ଧ ପ୍ରଫୁଲ୍ଲ ମାଝୀ ଜଙ୍ଗଲରୁ ଗାଈଚରାଇ ଘରକୁ ଫେରୁଥିବାବେଳେ ଘନଶ୍ୟାମ ମାଝୀ ନିର୍ମମ ଭାବେ କୋଦାଳ ଏବଂ ଟାଙ୍ଗିଆ ରେ ହାଣି ପ୍ରଫୁଲ୍ଲ ଙ୍କୁ ହତ୍ୟା କରି ଆସୁଥିବାବେଳେ ତାଙ୍କୁ କେହି ହତ୍ୟା କରିଛି ।ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।ଖବର […]

ରାଉରକେଲା ଏନଆଇଟିରେ ଅଗ୍ନିକାଣ୍ଡ

ରାଉରକେଲା, ୨୦/୭(ଏସଏସନିଉଜ) ରାଉରକେଲା ଏନଆଇଟି ସାଇନ୍ସ ବିଲ୍ଡିଂର ଦ୍ୱିତୀୟ ମହଲାରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ କମ୍ପ୍ୟୁଟର ସମେତ ଏକାଧିକ ସାମଗ୍ରୀ ପୋଡି ନଷ୍ଟ ହୋଇଥିବା ସୂଚନା ମିଳିଛି । ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଥିବାବେଳେ କାହାର କୈାଣସି କ୍ଷତି ହୋଇନାହିଁ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଛି ।

ସ୍ତ୍ରୀ ମାନ୍ୟତା ଦାବିରେ ଥାନା ଆଗରେ ଧାରଣା

କୋଣାର୍କ,୨୦/୭(ଏସଏସନିଉଜ) ସ୍ତ୍ରୀ ମାନ୍ୟତା ଦାବି କରି ଥାନା ଆଗରେ ଯୁବତୀ ଧାରଣା ଦେଇଛନ୍ତି ।ନୂଆଗଡ଼ ସାମୁଦ୍ରିକ ଥାନା ଆଗରେ ଜନୈକା ଯୁବତୀଙ୍କ ଧାରଣା ।କିଛିଦିନ ତଳେ ଉକ୍ତ ଗାଁର ଜଣେ ଯୁବକ ଯୁବତୀଙ୍କୁ ନେଇ ଚମ୍ପଟ ମାରିଥିଲା ।ସମ୍ପୃକ୍ତ ଯୁବକ ରାଜ୍ୟ ବାହାରେ ୧୧ ଦିନ ରଖିବା ପରେ ପୁଣି ଗାଁରେ ଛାଡ଼ିଦେଇଥିବାର ଧାରଣାରେ ବସିଥିବା ଯୁବତୀ ଅଭିଯୋଗ କରିଛନ୍ତି ।

ପୁରୀ ମେନକେନାଲକୁ ଖସିଲା କାର

ବାରଙ୍ଗ,୧୯/୭(ଏସ ଏସ ନିଉଜ) ନାଚ ଦେଖି ଗାଡି ଚାଳକ ପୁରୀ ମେନ କେନାଲ ଦେଇ ଫେରୁଥିବାବେଳେ ଏକ ଫର୍ଡ ଫିଗୋ କାର୍ ଭାରସାମ୍ୟ ହରାଇ ପୁରୀ ମେନକେନାଲକୁ ଓଲଟି ପଡିଥିଲା।ଫଳରେ ଏଥିରେ ଚାଳକ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି।ଆହତ ଗାଡି ଚାଳକ ଜଣେ ପ୍ରତିଷ୍ଟିତ ଯାତ୍ରା ପାର୍ଟିର ଗୀତିକାରଙ୍କ ଗାଡି ଚାଳକ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ଗତ ସୋମବାର ରାତି ସାଢେ ୩ଟାବେଳେ ନନ୍ଦନକାନନ ଥାନା ଅନ୍ତର୍ଗତ କେନ୍ଦୁପାଟଣା ଗ୍ରାମ ଯାତ୍ରା ପଡିଆରେ ଚାଲିଥିବା ଯାତ୍ରା […]

ମଧ୍ୟାହ୍ନଭୋଜନ ଚାଉଳ ହଡପ କରି

ଯାଜପୁର,୨୦/୭(ଏସଏସ ନିଉଜ) ଛାତ୍ରଛାତ୍ରୀଙ୍କ ପାଇଁ ଆସୁଥିବା ମଧ୍ୟାହ୍ନ ଭୋଜନ ଚାଉଳ ଓ ସହାୟତା ଅର୍ଥ ରାଶିକୁ ବି ହଡ଼ପ କରିବା ମଧ୍ୟ ଅଭିଯୋଗ ଆସିଥିଲା ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ କୁଆଁରପୁର ନୋଡାଲ ଉଚ ମାଧ୍ୟମିକ ବିଦ୍ୟାଳୟରେ ଏପରି ହୋଇଥିବାର ଅଭିଯୋଗ ପରେ ତଦନ୍ତ ପରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସଞ୍ଜୟ ନାୟକନିଲମ୍ବିତ ହୋଇଥିବାର ଜଣାପଡିଛି ।

ନିଖୋଜ ଡ୍ରାଇଭରର ମୃତଦେହ ଉଦ୍ଧାର

ସୁନ୍ଦରଗଡ଼,୨୦/୭(ଏସ ଏସ ନିଉଜ) ସୁନ୍ଦରଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗର ଡ୍ରାଇଭର ମୁନା ମାଝୀଙ୍କ ମୃତଦେହ ଉଦ୍ଧାର ହୋଇଛି ।ଟାଉନ ଥାନା ଅଧିନସ୍ତ କେଡ଼ିଆ ପେଟ୍ରୋଲ ପମ୍ପ ନିକଟରେ ଥିବା ଏକ ନାଳରୁ ମୃତଦେହ ଉଦ୍ଧାର କରିଛି ପୋଲିସ। ଗତ ୧୪ ତାରିଖରୁ ଡ୍ରାଇଭର ନିଖୋଜ ଥିବା ନେଇ ପରିବାର ଲୋକେ ଭସ୍ମା ଥାନାରେ ଅଭିଯୋଗ କରିଥିଲେ।ଏବେ ପୋଲିସ ତଦନ୍ତ ଆରମ୍ଭ କରିଛି ।