Browsing category

ଅପରାଧ

ଜିଲ୍ଲାପାଳ, ଏସ୍‌ପିଙ୍କ ଆଗରେ ବିଷ ପିଇଲେ ଯୁବକ

ବ୍ରହ୍ମପୁର, ୨୪/୭(ଏସଏସନିଉଜ) ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ଏବଂ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଙ୍କ ମିଳିତ ଅଭିଯୋଗ ଶୁଣାଣୀ ଚାଲିଥିବାବେଳେ ଜଣେ ଦିବ୍ୟଙ୍ଗ ଅଭିଯୋଗକାରୀ ବିଷ ପିଇ ଆତ୍ମହତ୍ୟା କରିବାର ଉଦ୍ୟମ କରିଥିଲେ ।ପୋଲିସ ଗୁତୁତର ଅବସ୍ଥାରେ ଯୁବକକୁ ଚିକିସ୍‌ାପାଇଁ ଦିଗପହଣ୍ଡି ମେଡିକାଲ ଭର୍ତ୍ତି କରିଥିଲେ।ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି। ଜମି ଡିମାର୍କେସନ ପାଇଁ ବାରମ୍ବାର ଗୁହାରି କରିବା ସତ୍ତ୍ୱେ କେହି ଶୁଣି ନଥିଲେ […]

ଚିଲିକା ବିଧାୟକଙ୍କୁ ସର୍ତ୍ତମୂଳକ ଜାମିନ

ଖୋର୍ଦ୍ଧା, ୨୪/୭(ଏସଏସନିଉଜ) ସୁପ୍ରିମକୋର୍ଟ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିବାର ଜଣାଯାଇଛି। ଏନେଇ ପ୍ରଶାନ୍ତ ଜଗଦ୍ଦେବଙ୍କ ଓକିଲ ମାନସ ଚାନ୍ଦ ସୂଚନା ଦେଇଛନ୍ତି। ଏହି ଜାମିନରେ କୁହାଯାଇଛି ଯେ ପ୍ରଶାନ୍ତ ଜଗଦ୍ଦେବ ବର୍ଷେ ଯାଏଁ ନିର୍ବାଚନ ମଣ୍ଡଳୀକୁ ଯାଇ ପାରିବେ ନାହିଁ । ଯଦି ଯିବେ, ତେବେ ଜିଲ୍ଲାପାଳଙ୍କ ଅନୁମତି ନେଇ ଯିବେ। କିନ୍ତୁ ସାଙ୍ଗରେ ୫ରୁ ଅଧିକ ଲୋକଙ୍କୁ ନେଇ ଯାଇପାରିବେ ନାହିଁ ବୋଲି ସର୍ତ୍ତ ରଖାଯାଇଛି।

ନନ୍ଦନକାନନରେ ବରିଷ୍ଟନାଗରିକଙ୍କୁ ର୍ଦୁବ୍ୟବହାର!

ବାରଙ୍ଗ୨୪/୭(ଏସଏସନିଉଜ) ନନ୍ଦନକାନନକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ର୍ଦୁବ୍ୟବହାର କରିବା ଏବେ ନିତିଦିନିଆ ଘଟଣା ହୋଇଗଲାଣି ।ବିଶେଷକରି ଘରୋଇକରଣରେ ନେଇ ନନ୍ଦନକାନନରେ ବ୍ୟବସାୟ କରୁଥିବା ଠିକାସଂସ୍ଥା ମାନଙ୍କ ବିରୁଦ୍ଧରେ ଏଭଳି ବହୁ ଅଭିଯୋଗମାନ ଆସୁଥିବାର ଦେଖିବାକୁ ମିଳିଛି ।ଗତକିଛିଦିନ ତଳେ ସଫାରୀ କାଉଂଟରରେ ଠିକାସଂସ୍ଥାର କର୍ମଚାରୀମାନେ ମିଶି ପର୍ଯ୍ୟଟକମାନଙ୍କୁ ମରଣାମ୍‌କ ଆକ୍ରମଣ କରିବା ଘଟଣା ବେଶ ଚର୍ଚ୍ଚାରେ ରହିଥିଲା ।ଏହାଦ୍ୱାରା ନନ୍ଦନକାନନକୁ ବଦନାମ ହେବାକୁ ପଡିଥିଲା ।ଏତେବଡ ଘଟଣା ପରେ ବି କେହି ଶିକ୍ଷା ଗ୍ରହଣ କରିପାରିନଥିବାଭଳି ମନେ ହେଉଛି […]

ପୋଡ଼ାଜଳା ହାତୀକଙ୍କାଳ ଉଦ୍ଧାର

ସମ୍ବଲପୁର,୨୪/୭(ଏସ ଏସ ନିଉଜ)ସମ୍ବଲପୁର ଧମା ରେଞ୍ଜ୍‌ରେ ପୋଡ଼ାଜଳା ଅବସ୍ଥାରେ ୨ ହାତୀ କଙ୍କାଳ ମିଳିଛି ।ତବଲେଇ -ଦେଓଗାଁ ସଂରକ୍ଷିତ ଜଙ୍ଗଲରେ ଗୋଟିଏ ହାତୀର କଙ୍କାଳ ମିଳିଥିବାବେଳେ କୋଲଗାଁ ସଂରକ୍ଷିତ ଜଙ୍ଗଲରେ ଆଉ ଗୋଟିଏ ହାତୀର କଙ୍କାଳ ଠାବ ହୋଇଛି ।୨ଟି ସ୍ଥାନରେ କଙ୍କାଳ ଠାବ କଲା କ୍ରାଇମବ୍ରାଞ୍ଚ୍ ଏସ୍ଟିଏଫ୍ ।

ଭେଡେନ ନଦୀକୁ ଡେଇିଁଲେ ଯୁବତୀ

କୁଚିଣ୍ଡା, ୨୪/୭(ଏସଏସନିଉଜ)ସଇଡ଼ା ନିକଟରେ ଭେଡେନ ନଦୀକୁ ଡେଇଁପଡିଲେ ଯୁବତୀ ।ତାଙ୍କୁ ଗୁରୁତର ଅବସ୍ଥାରେ ପୋଲିସ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କରାଯାଇ ଚିକିସ୍‌ାପାଇଁ ଡାକ୍ତରଖାନାକୁ ପଠାଇଯାଇଛି ।ଯୁବତୀ ଜଣକ ଝାରସୁଗୁଡ଼ା ବନ୍ଧବାହାଲ ଅଞ୍ଚଳର ସୂଚନା ମିଳିଥିବାବେଳେ ପୁରୁଷ ବନ୍ଧୁ ସହ ଝଗଡ଼ା ପରେ ନଦୀକୁ ଡେଇଁଥିବାର ଜଣାପଡିଛି ।

ଡମ୍ପରକୁ ପଛପଟୁ ଧକ୍କାଦେଲା କାର

ଭଦ୍ରକ, ୨୪/୭(ଏସଏସନିଉଜ) ଡମ୍ପରକୁ ପଛପଟୁ କାର ଧକ୍କା ଦେବାରୁ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି ।ଏନ୍ଏଚ୍ ୧୬ ଗ୍ରାମାଞ୍ଚଳ ଥାନା ବିଷ୍ଣୁପୁର ଛକରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।ଜଗନ୍ନାଥ ଦର୍ଶନ ପାଇଁ କୋଲକାତାରୁ ପୁରୀ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି ।

କାନ୍ଦିଲେ ଅପରାଜିତା

ଭୁବନେଶ୍ୱର,୨୪/୭(ଏସଏସନିଉଜ) ବାବୁସାନ-ତୃପ୍ତି କଳିକୁ ନେଇ ଅପରାଜିତାଙ୍କ ପ୍ରତିକ୍ରିୟା ରଖିଛନ୍ତି ।ମାଆ ଅପରାଜିତା ମହାନ୍ତି: ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ି ଗଲା ଦେଢ଼ଦୁଇ ବର୍ଷ ଭିତରେ ଖରାପ ସଙ୍ଗତରେ ପଡ଼ି ଖରାପ ହୋଇଗଲା ।ଖରାପ ସଙ୍ଗତରେ ପଡ଼ିବାରୁ ତାର ସର୍ବନାଶ ହେଲା । ଯେଉଁମାନଙ୍କୁ ଅତି ଭଲ ପାଏ ସେମାନଙ୍କ କଥା ବି ମାନିଲା ନାହିଁ । ମୋ ପୁଅର ଭଲପଣିଆର ଫାଇଦା ନିଆଯାଇଛି। ମୋ ପୁଅ ମୋ ପାଖକୁ କେମିତି ଫେରି ଆସୁ । ଭାବବିହ୍ୱଳ ହୋଇ […]

ଷ୍ଟାର ହାଇଡ୍ରାମା

ଭୁବନେଶ୍ୱର,୨୪/୭(ଏସଏସନିଉଜ)ରାଜରାସ୍ତାରେ ସିନେ ତାରକାଙ୍କୁ ନେଇ ହାଇଡ୍ରାମା ଘଟଣାରେ ବୟାନ ରେକର୍ଡ ଆରମ୍ଭ ହୋଇଛି। ଏତଲା ଆଧାରରେ ଉଭୟ ପକ୍ଷର ୭ ଜଣଙ୍କ ବୟାନ ରେକର୍ଡ କରିଛି ପୋଲିସ । ଅପରାଜିତା ମହାନ୍ତି, ତୃପ୍ତି ଶତପଥୀ, ଲଳିତ ଶତପଥୀ,ମାଉସୀ ସଙ୍ଗୀତା ପ୍ରହରାଜ, ମଉସା ଅଶୋକ ପ୍ରହରାଜଙ୍କ ବୟାନ ରେକର୍ଡ କରାଯାଇଛି। ସେହିପରି ପ୍ରକୃତି ମିଶ୍ରଙ୍କ ବାପା ମନ୍ମଥ ମିଶ୍ର ଓ ମାଆ କୃଷ୍ଣାପ୍ରିୟା ମିଶ୍ରଙ୍କ ମଧ୍ୟ ବୟାନ ରେକର୍ଡ କରାଯାଇଛି। ତୃପ୍ତିଙ୍କ ଏତଲା ଆଧାରରେ ବାବୁସାନ ଓ ପ୍ରକୃତିଙ୍କୁ […]

ସାଙ୍ଗ ସାଜିଲା ସଇତାନ୍

ଗଞ୍ଜାମ, ୨୪/୭(ଏସଏସନିଉଜ) ସାଙ୍ଗ ସାଜିଥିଲା ସଇତାନ୍ ।କାଠ ଫାଳିଆରେ ଚାଲିଗଲା ରଙ୍ଗମିସ୍ତ୍ରି ର ଜୀବନ । ସାମାନ୍ୟ ବଚସାରୁ ଠେଙ୍ଗାରେ ପିଟି ନୃଶଂସ ହତ୍ୟା କରିଥିବାର ଅଭିଯୋଗ ହୋଇଛି । କବିସୂର‌୍ୟ୍ୟନଗର ଥାନା ବଡ଼ଆଗୁଳି ଗଙ୍ଗାପୁର ରାସ୍ତାରେ ଏହି ହତ୍ୟାକାଣ୍ଡ ହୋଇଛି । ଉଭୟ ସାଙ୍ଗ ବସି ମଦ୍ୟପାନ କରିବା ପରେ ବଚସା ଓ ପରେ ହତ୍ୟା । ସାମାନ୍ୟ ଯୁକ୍ତିତର୍କକୁ ନେଇ ଅମର ମଲ୍ଲିକ ନାମକ ଜଣେ ରଙ୍ଗମିସ୍ତ୍ରିଙ୍କୁ ତାଙ୍କ ସାଙ୍ଗ କାଠଫାଳିଆରେ ପିଟି ହତ୍ୟା […]

ଛାତ୍ରୀଙ୍କୁ ମାଡ଼ମାରି ଗୁରୁତର କଲେ ସାର

ଭଦ୍ରକ , ୨୪/୭(ଏସଏସନିଉଜ)ଗଣିତସାର ଜ୍ୟାମିତି ପ୍ରଶ୍ନ ପଚାରିଥିଲେ ।ହେଲେ ଅଷ୍ଟମ ଶ୍ରେଣୀର ୪ ଜଣ ଛାତ୍ରୀ ଉତର ଦେଇପାରିନଥିବାରୁ ସାର ନିର୍ଘାତ ମାଡ଼ ମାରିଛନ୍ତି ।ଯାହାଫଳରେ ସାରଙ୍କ ମାଡରେ ୪ ଜଣ ଛାତ୍ରୀ ଗୁରୁତର ଆହତ ହୋଇ ବାସୁଦେବପୁର ଡାକ୍ତରଖାନାରେ ଚିକିସ୍‌ା ହୋଇଥିବାବେଳେ ଅନ୍ୟ୧୦ ଜଣ ମଧ୍ୟ ଆହତ ହୋଇଛନ୍ତି ।ବାସୁଦେବପୁର ବ୍ଲକ ଗୋପବନ୍ଧୁନଗର ପଞ୍ଚାୟତ ସୁନାମୁହିଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ଅଭାବନୀୟ ଘଟଣା ଶନିବାର ଦିନ ଘଟିଛି ।ଯାହାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଛି। […]